ଅଫିସରେ ତାଲା, ଏସ୍‌ଡିଓଙ୍କୁ ଘେରାଉ

ଢେଙ୍କାନାଳ ଅଫିସ,୩।୫ଢେଙ୍କାନାଳ ସଦର ବ୍ଲକ ବ୍ରାହ୍ମଣୀ ନଦୀର ଗେଙ୍ଗୁଟିଆ ନିକଟରୁ ସହରକୁ ପାନୀୟଜଳ ଯୋଗାଣ ହେଉଥିବା ମୁଖ୍ୟ ପାଇପ୍‌ ଫାଟି ଯାଇଥିବାରୁ ୧୦ ଦିନ ହେବ ଜଳଯୋଗାଣ ବ୍ୟାହତ ହୋଇଛି। ଫଳରେ ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ପାଣି ନ ପାଇ ଢେଙ୍କାନାଳ ସହରବାସୀ ଡହଳ ବିକଳ ହେଉଛନ୍ତି। ଏହାର ପ୍ରତିବାଦରେ ସୋମବାର ପୌରସଂସ୍ଥାର ୫ନଂ ୱାର୍ଡ ବିଜେଡି କାଉନସିଲର ତଥା ଉପନଗରପାଳ ପ୍ରକାଶ କୁଅଁରଙ୍କ ନେତୃତ୍ୱରେ ଅନ୍ୟ ୧୩ କାଉନସିଲର ଜୋରଦାର ଆନ୍ଦୋଳନ କରିଛନ୍ତି। ସେମାନେ ସହରସ୍ଥିତ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟରେ ତାଲା ପକାଇବା ସହ ବିଭାଗୀୟ ଏସ୍‌ଡିଓଙ୍କୁ ଘେରାଉ କରି ଧାରଣା ଦେଇଥିଲେ।
ପ୍ରକାଶ ଯେ, ଢେଙ୍କାନାଳ ସହରର ୨୩ଟି ୱାର୍ଡ ପାଇଁ ବର୍ତ୍ତମାନ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୦୦ ଲକ୍ଷ ଲିଟର ପାଣି ଦୈନିକ ଯୋଗାଣ କରାଯାଉଛି। ସହରର ଲୋକ ସଂଖ୍ୟା ୭୭ ହଜାର ହୋଇଥିବା ବେଳେ ଯୋଗାଣ ହେଉଥିବା ଜଳ ପର୍ଯ୍ୟାପ୍ତ ହେଉନାହିଁ। ତେବେ ପାଣି ଯୋଗାଣ ପାଇଁ ବିଭାଗ ଦିନକୁ ୫ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ମାସକୁ ୨୨ଲକ୍ଷ ଟଙ୍କା ବିଦ୍ୟୁତ୍‌ ବିଲ୍‌ ପ୍ରଦାନ କରାଯାଉଛି। ଅନ୍ୟପଟେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜଳକର ବାବଦକୁ ପ୍ରାୟ ୩କୋଟି ଟଙ୍କା ବକେୟା ମଧ୍ୟ ପଡିଛି। ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ସହରବାସୀ ଅଧିକ ଜଳ ଆବଶ୍ୟକ କରୁଛନ୍ତି। କିନ୍ତୁ ଏପରି ସମୟରେ ବିନା ସୂଚନାରେ ୧୦ ଦିନ ହେଲା ପିଇବା ପାଣି ଯୋଗାଣ ବନ୍ଦ ହୋଇଯାଇଛି। ଏପରି କି ପାଇପ୍‌ ମରାମତିରେ ତପତ୍ରତା ମଧ୍ୟ ପ୍ରକାଶ କରାଯାଉ ନାହିଁ। ସେହିପରି ପାଇପ୍‌ ଜଳରେ ବହୁ ପରିମାଣରେ ଲୁହାଗୁଣ୍ଡ ଓ ଅଳିଆ ରହୁଛି। ପାନୀୟ ଜଳର ଅଭାବ ସମୟରେ ରାଜବାଟୀ ନିକଟରେ ନିର୍ମାଣ ହେଉଥିବା ଏକ ଓଭରହେଡ ଟାଙ୍କି ପାଇଁ ଆଉ ଏକ ଟାଙ୍କିରୁ ପାଣି ଉଠାଯାଇ ବ୍ୟବହାର କରାଯାଉଥିବାରୁ କାଉନସିଲର ମାନେ ତୀବ୍ର ପ୍ରତିବାଦ କରିଥିଲେ ା ଉପନଗରପାଳ ସମେତ ୨ନଂ ୱାର୍ଡର ଦୀପ୍ତିରଞ୍ଜନ ସେଠୀ, ୩ନଂ ୱାର୍ଡର ଅଭିମନ୍ୟୁ ପଣ୍ଡା, ୪ନଂ.ର ଲିପିକା ଦାସ, ୬ନଂ.ର ସନ୍ଦୀପ ଷଡଙ୍ଗୀ, ୭ନଂ.ର ସଶ୍ମିତା ଭଞ୍ଜ, ୧୨ନଂ. ର ଶୁଭଲକ୍ଷ୍ମୀ ସାହୁ, ୧୩ନଂ.ର ସାଗିର ମହମ୍ମଦ, ୧୪ନଂ ୱାର୍ଡର ବଂଶୀଧର ଦଳେଇ, ୧୬ନଂ.ର ସବିତା ବେହେରା, ୧୭ନଂ.ର ମଧୁସ୍ମିତା ସ୍ବାଇଁ, ୧୮ନଂ.ର ଗୀତା ଦେହୁରୀ, ୨୦ନଂ ଓ୍ବାର୍ଡର କାଉନସିଲର ରୋଜାଲିନ ସାହୁ ଓ ୨୩ନଂ ଓ୍ବାର୍ଡର କାଉନସିଲର ବ୍ରହ୍ମାନନ୍ଦ ମଲ୍ଲିକ ଆନ୍ଦୋଳନକୁ ଓହ୍ଲାଇଥିଲେ। ଖବରପାଇ ଟାଉନ ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ଫୋର୍ସ ସହ ପହଞ୍ଚି କାଉନସିଲରମାନଙ୍କୁ ବୁଝାଝୁଝା କରିଥିଲେ। ଏହାପରେ କାର୍ଯ୍ୟାଳୟ ପରିସରରେ କାଉନସିଲର ଓ ବିଭାଗୀୟ ଏସ୍‌ଡିଓଙ୍କ ମଧ୍ୟରେ ପୋଲିସ ଉପସ୍ଥିତିରେ ଆଲୋଚନା ହୋଇଥିଲା। ସୋମବାର ରାତି ସୁଦ୍ଧା ପାଇପ୍‌ ମରାମତି କାର୍ଯ୍ୟ ସାରିବା ଏବଂ ଜଳକ୍ଲିଷ୍ଟ ଅଞ୍ଚଳରେ ତୁରନ୍ତ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ପାଇଁ ଉପନଗରପାଳ ଓ କାଉନସିଲରମାନେ ଦାବି କରିଥିଲେ। ଏ ସଂକ୍ରାନ୍ତରେ ଜନସ୍ବାସ୍ଥ୍ୟ ବିଭାଗ ଏସ୍‌ଡିଓ ଅଲେଖ ପରିଡା କୁହନ୍ତି, ଫାଟିଥିବା ପାଇପର ମରାମତି ପ୍ରାୟ ସରି ଆସିଲାଣି। ସକାଳେ ଏହା ଫାଟି ଯାଇଥିଲା। ରାତିସୁଦ୍ଧା ମରାମତି କାର୍ଯ୍ୟ ସାରିବାକୁ ଉଦ୍ୟମ ଜାରି ରହିଛି। ଜଳସଙ୍କଟ ଅଂଚଳରେ ଟ୍ୟାଙ୍କର ଯୋଗେ ଜଳଯୋଗାଣ କରାଯିବ। ପାଇପ ଫାଟିଥିବା ସମ୍ପର୍କରେ ଜିଲା ପ୍ରଶାସନକୁ ଜଣାଇଥିଲୁ। କିନ୍ତୁ ସହରବାସୀଙ୍କୁ ଅବଗତ ନିମନ୍ତେ ପଦକ୍ଷେପ ନିଆଯାଇ ନ ଥିଲା ବୋଲି ଏସ୍‌ଡିଓ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

ସମ୍ବଲପୁର ଯୁଯୁମୁରା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ମହିଳା ଓଏଏସ୍ ଟ୍ରେନିଙ୍କ ସମେତ ୨ ମୃତ, ୧୨ ଆହତ

ସମ୍ବଲପୁର,୧୫|୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଜାତୀୟ ରାଜପଥ-୫୫ରେ ସମ୍ବଲପୁର ପଟକୁ ଯାଉଥିବା ଓଡ଼ିଶା…

ମାଛ ଧରୁଥିବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ, ଚାଲିଗଲା ଯୁବ ଅଧ୍ୟାପକଙ୍କ ଜୀବନ

ବୈଶିଙ୍ଗା,୧୫|୮(ରତନ ଦାଶ): ମୟୂରଭଞ୍ଜ ଓ ବାଲେଶ୍ଵର ଜିଲା ସୀମାନ୍ତ ବୁଢ଼ାବଳଙ୍ଗ ନଦୀର ଏକ ନାଳରେ ଶନିବାର ଦିନ ୧୦ଟା ସମୟରେ ମାଛ ଧରୁଥିବା ବେଳେ ପାଣିର ପ୍ରଖର…

ସ୍ବାଧିନତା ଦିବସରେ ପୁରୁଷୋତ୍ତମପୁର NAC ଆଗରେ କାଉନସିଲର-ଜନସାଧାରଣଙ୍କ ଧାରଣା, ଆତ୍ମାହୁତି ଚେତାବନୀ

ପୁରୁଷୋତ୍ତମପୁର,୧୫।୮(ସବିତା ମିଶ୍ର): ସାରାଦେଶ ସ୍ବାଧିନତା ଦିବସକୁ ମହାଆଡ଼ମ୍ବରରେ ପାଳନ କରୁଥିବାବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସିର ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ପରାଧୀନ ଅବସ୍ଥାରେ ରହିଥିବା…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri