ଅଫିସରେ ତାଲା, ଏସ୍‌ଡିଓଙ୍କୁ ଘେରାଉ

ଢେଙ୍କାନାଳ ଅଫିସ,୩।୫ଢେଙ୍କାନାଳ ସଦର ବ୍ଲକ ବ୍ରାହ୍ମଣୀ ନଦୀର ଗେଙ୍ଗୁଟିଆ ନିକଟରୁ ସହରକୁ ପାନୀୟଜଳ ଯୋଗାଣ ହେଉଥିବା ମୁଖ୍ୟ ପାଇପ୍‌ ଫାଟି ଯାଇଥିବାରୁ ୧୦ ଦିନ ହେବ ଜଳଯୋଗାଣ ବ୍ୟାହତ ହୋଇଛି। ଫଳରେ ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ପାଣି ନ ପାଇ ଢେଙ୍କାନାଳ ସହରବାସୀ ଡହଳ ବିକଳ ହେଉଛନ୍ତି। ଏହାର ପ୍ରତିବାଦରେ ସୋମବାର ପୌରସଂସ୍ଥାର ୫ନଂ ୱାର୍ଡ ବିଜେଡି କାଉନସିଲର ତଥା ଉପନଗରପାଳ ପ୍ରକାଶ କୁଅଁରଙ୍କ ନେତୃତ୍ୱରେ ଅନ୍ୟ ୧୩ କାଉନସିଲର ଜୋରଦାର ଆନ୍ଦୋଳନ କରିଛନ୍ତି। ସେମାନେ ସହରସ୍ଥିତ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟରେ ତାଲା ପକାଇବା ସହ ବିଭାଗୀୟ ଏସ୍‌ଡିଓଙ୍କୁ ଘେରାଉ କରି ଧାରଣା ଦେଇଥିଲେ।
ପ୍ରକାଶ ଯେ, ଢେଙ୍କାନାଳ ସହରର ୨୩ଟି ୱାର୍ଡ ପାଇଁ ବର୍ତ୍ତମାନ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୦୦ ଲକ୍ଷ ଲିଟର ପାଣି ଦୈନିକ ଯୋଗାଣ କରାଯାଉଛି। ସହରର ଲୋକ ସଂଖ୍ୟା ୭୭ ହଜାର ହୋଇଥିବା ବେଳେ ଯୋଗାଣ ହେଉଥିବା ଜଳ ପର୍ଯ୍ୟାପ୍ତ ହେଉନାହିଁ। ତେବେ ପାଣି ଯୋଗାଣ ପାଇଁ ବିଭାଗ ଦିନକୁ ୫ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ମାସକୁ ୨୨ଲକ୍ଷ ଟଙ୍କା ବିଦ୍ୟୁତ୍‌ ବିଲ୍‌ ପ୍ରଦାନ କରାଯାଉଛି। ଅନ୍ୟପଟେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜଳକର ବାବଦକୁ ପ୍ରାୟ ୩କୋଟି ଟଙ୍କା ବକେୟା ମଧ୍ୟ ପଡିଛି। ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ସହରବାସୀ ଅଧିକ ଜଳ ଆବଶ୍ୟକ କରୁଛନ୍ତି। କିନ୍ତୁ ଏପରି ସମୟରେ ବିନା ସୂଚନାରେ ୧୦ ଦିନ ହେଲା ପିଇବା ପାଣି ଯୋଗାଣ ବନ୍ଦ ହୋଇଯାଇଛି। ଏପରି କି ପାଇପ୍‌ ମରାମତିରେ ତପତ୍ରତା ମଧ୍ୟ ପ୍ରକାଶ କରାଯାଉ ନାହିଁ। ସେହିପରି ପାଇପ୍‌ ଜଳରେ ବହୁ ପରିମାଣରେ ଲୁହାଗୁଣ୍ଡ ଓ ଅଳିଆ ରହୁଛି। ପାନୀୟ ଜଳର ଅଭାବ ସମୟରେ ରାଜବାଟୀ ନିକଟରେ ନିର୍ମାଣ ହେଉଥିବା ଏକ ଓଭରହେଡ ଟାଙ୍କି ପାଇଁ ଆଉ ଏକ ଟାଙ୍କିରୁ ପାଣି ଉଠାଯାଇ ବ୍ୟବହାର କରାଯାଉଥିବାରୁ କାଉନସିଲର ମାନେ ତୀବ୍ର ପ୍ରତିବାଦ କରିଥିଲେ ା ଉପନଗରପାଳ ସମେତ ୨ନଂ ୱାର୍ଡର ଦୀପ୍ତିରଞ୍ଜନ ସେଠୀ, ୩ନଂ ୱାର୍ଡର ଅଭିମନ୍ୟୁ ପଣ୍ଡା, ୪ନଂ.ର ଲିପିକା ଦାସ, ୬ନଂ.ର ସନ୍ଦୀପ ଷଡଙ୍ଗୀ, ୭ନଂ.ର ସଶ୍ମିତା ଭଞ୍ଜ, ୧୨ନଂ. ର ଶୁଭଲକ୍ଷ୍ମୀ ସାହୁ, ୧୩ନଂ.ର ସାଗିର ମହମ୍ମଦ, ୧୪ନଂ ୱାର୍ଡର ବଂଶୀଧର ଦଳେଇ, ୧୬ନଂ.ର ସବିତା ବେହେରା, ୧୭ନଂ.ର ମଧୁସ୍ମିତା ସ୍ବାଇଁ, ୧୮ନଂ.ର ଗୀତା ଦେହୁରୀ, ୨୦ନଂ ଓ୍ବାର୍ଡର କାଉନସିଲର ରୋଜାଲିନ ସାହୁ ଓ ୨୩ନଂ ଓ୍ବାର୍ଡର କାଉନସିଲର ବ୍ରହ୍ମାନନ୍ଦ ମଲ୍ଲିକ ଆନ୍ଦୋଳନକୁ ଓହ୍ଲାଇଥିଲେ। ଖବରପାଇ ଟାଉନ ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ଫୋର୍ସ ସହ ପହଞ୍ଚି କାଉନସିଲରମାନଙ୍କୁ ବୁଝାଝୁଝା କରିଥିଲେ। ଏହାପରେ କାର୍ଯ୍ୟାଳୟ ପରିସରରେ କାଉନସିଲର ଓ ବିଭାଗୀୟ ଏସ୍‌ଡିଓଙ୍କ ମଧ୍ୟରେ ପୋଲିସ ଉପସ୍ଥିତିରେ ଆଲୋଚନା ହୋଇଥିଲା। ସୋମବାର ରାତି ସୁଦ୍ଧା ପାଇପ୍‌ ମରାମତି କାର୍ଯ୍ୟ ସାରିବା ଏବଂ ଜଳକ୍ଲିଷ୍ଟ ଅଞ୍ଚଳରେ ତୁରନ୍ତ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ପାଇଁ ଉପନଗରପାଳ ଓ କାଉନସିଲରମାନେ ଦାବି କରିଥିଲେ। ଏ ସଂକ୍ରାନ୍ତରେ ଜନସ୍ବାସ୍ଥ୍ୟ ବିଭାଗ ଏସ୍‌ଡିଓ ଅଲେଖ ପରିଡା କୁହନ୍ତି, ଫାଟିଥିବା ପାଇପର ମରାମତି ପ୍ରାୟ ସରି ଆସିଲାଣି। ସକାଳେ ଏହା ଫାଟି ଯାଇଥିଲା। ରାତିସୁଦ୍ଧା ମରାମତି କାର୍ଯ୍ୟ ସାରିବାକୁ ଉଦ୍ୟମ ଜାରି ରହିଛି। ଜଳସଙ୍କଟ ଅଂଚଳରେ ଟ୍ୟାଙ୍କର ଯୋଗେ ଜଳଯୋଗାଣ କରାଯିବ। ପାଇପ ଫାଟିଥିବା ସମ୍ପର୍କରେ ଜିଲା ପ୍ରଶାସନକୁ ଜଣାଇଥିଲୁ। କିନ୍ତୁ ସହରବାସୀଙ୍କୁ ଅବଗତ ନିମନ୍ତେ ପଦକ୍ଷେପ ନିଆଯାଇ ନ ଥିଲା ବୋଲି ଏସ୍‌ଡିଓ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିପାରେ ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ମୁଣ୍ଡପିଛା ମୂଲ୍ୟ ବଢ଼ିପାରେ। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ...

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri