ଆକାଶଙ୍କ ସକ୍ରିୟତାକୁ ନେଇ ଚର୍ଚ୍ଚା

ରସୁଲପୁର,୨୨ା୧୨(ଡି.ଏନ.ଏ.): ଯାଜପୁର ଜିଲା କୋରେଇ ନିର୍ବାଚନମଣ୍ଡଳୀ ଅଧୀନ ରସୁଲପୁର ବ୍ଲକର ବାହାଦଲାପୁର, ମୁଗୁପାଳ, ନରସିଂହପୁର ପଞ୍ଚାୟତର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି କୋରେଇର ପୂର୍ବତନ ବିଧାୟକ ଆକାଶ ଦାସନାୟକ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ରାଜନୀତି ପାଣିପାଗ ଉଷ୍ମ ହୋଇଛି। ଗତ ସୋମବାର ସେ ବାହାଦଲାପୁର, ମୁଗୁପାଳ ଓ ନରସିଂହପୁର ପଞ୍ଚାୟତର ୪ଟି ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ତାଙ୍କୁ ୨୦ନଂ. ଜାତୀୟ ରାଜପଥ ପାର୍ଶ୍ୱସ୍ଥ ଗରିପୁର ଗାଁ ନିକଟସ୍ଥ ହରପାର୍ବତୀ ମନ୍ଦିର ନିକଟରେ ସମ୍ବର୍ଦ୍ଧିତ କରାଯାଇଥିଲା। ଆକାଶ ମୁଗୁପାଳ ପଞ୍ଚାୟତରେ ବୁଲିବା ସହ ନରସିଂହପୁର ପଞ୍ଚାୟତର ଜଗନ୍ନାଥ ମଠରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପରେ ପଞ୍ଚାୟତର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ତାଙ୍କ ଗସ୍ତବେଳେ ୩୩ ନଂ. ଜିଲା ପରିଷଦ ଜୋନ୍‌ ସଭ୍ୟ ଶିଶିର କୁମାର ମହାନ୍ତି, ସାମାଜିକ କର୍ମୀ ପ୍ରହ୍ଲାଦ ପଣ୍ଡା, ନରସିଂହପୁର ସରପଞ୍ଚ ପ୍ରଶାନ୍ତ କୁମାର ଦାସ, ଯୁବନେତା ସୁବାସ ନାୟକ ଓ ପଦ୍ମଲୋଚନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆକାଶ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଶ୍ରଦ୍ଧାଞ୍ଜଳି ସଭା, ବ୍ୟବସାୟିକ ପ୍ରତିଷ୍ଠାନର ଉଦ୍‌ଘାଟନୀ ସଭା ଜରିଆରେ ଲୋକଙ୍କୁ ଭେଟୁଛନ୍ତି। କାର୍ଯ୍ୟକ୍ରମଗୁଡ଼ିକୁ ମାଧ୍ୟମକରି ସେ ତାଙ୍କ ସ୍ଥିତି ସାବ୍ୟସ୍ତ ପାଇଁ ପ୍ରୟାସ କରୁଥିବା ଚର୍ଚ୍ଚା ହେଉଛି।

୨୦୧୪ରେ ଆକାଶ କୋରେଇରୁ ବିଜେଡି ଟିକେଟ ହାତେଇ ବିଧାୟକ ହୋଇଥିଲେ। ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ଦଳ ସୁକିନ୍ଦାରୁ ପ୍ରାର୍ଥୀ କରାଇ ଏହି ନିର୍ବାଚନମଣ୍ଡଳୀରୁ ଆକାଶଙ୍କୁ ପ୍ରାର୍ଥୀ କରାଇଥିଲା। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି କୋରେଇ ବ୍ଲକରେ ଅଧ୍ୟକ୍ଷ ପଦ ହାତେଇବାକୁ ଅସମର୍ଥ ହୋଇଥିଲା। ଏହାକୁ କେନ୍ଦ୍ରକରି ୨୦୧୯ ସାଧାରଣ ନିର୍ବାଚନରେ ଦଳ ଆକାଶଙ୍କୁ ଟିକେଟରୁ ବଞ୍ଚତ୍ତ କରି ତାଙ୍କ ସ୍ଥାନରେ ଅଶୋକ ବଳଙ୍କୁ ପ୍ରାର୍ଥୀ କରାଇଥିଲା। ମାତ୍ର ଦଳ ଆକାଶଙ୍କ ଉପରୁ ଆସ୍ଥା ହରାଇ ନ ଥିଲା। ଦଳୀୟସ୍ତରରେ ତାଙ୍କୁ ଥଇଥାନ ବି କରାଯାଇଛି। ମୋ କଲେଜ ଅଧ୍ୟକ୍ଷ ପଦରେ ରହି ସେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଦୃଷ୍ଟିରେ ଥିବା ଆଲୋଚନା ହେଉଛି। ତେଣୁ ଦଳ ତାଙ୍କୁ ପୁଣି ପ୍ରାର୍ଥୀ କରିବ ବୋଲି ସେ ଆଶାପୋଷଣ କରୁଛନ୍ତି। ଏଥିସହ ସାଧାରଣ ନିର୍ବାଚନ ପାଖେଇ ଆସିବା ଓ ସମ୍ଭବତଃ ୨୦୨୪ ବଦଳରେ ୨୦୨୩ରେ ନିର୍ବାଚନ ହେବା ସମ୍ଭାବନାକୁ ନେଇ ତାଙ୍କ ଗସ୍ତ ଅଧିକ ଶାଣିତ ହେଉଥିବା ଲକ୍ଷ୍ୟ କରାଯାଉଛି। ଆସନ୍ତା ନିର୍ବାଚନରେ ସେ ଦଳୀୟ ପ୍ରାର୍ଥୀ ହେବା ଆଶା ରଖି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରୁଛନ୍ତି ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି।

ଏହି ନିର୍ବାଚନମଣ୍ଡଳୀରେ ରସୁଲପୁର ବ୍ଲକ୍‌ ଅଧୀନ ୯ ପଞ୍ଚାୟତର ଭୋଟ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହାକୁ ଦୃଷ୍ଟିଦେଇ ଆକାଶ ଏଭଳି ଗସ୍ତ କରୁଛନ୍ତି ବୋଲି କେତେଜଣ ମତ ରଖିଛନ୍ତି। ତେବେ ଧାମନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହାରିବା ପରେ ନିର୍ବାଚନ ଦାୟିତ୍ୱରେ ଥିବା ଯାଜପୁରର ଜଣେ ନେତାଙ୍କ କ୍ଷମତା ପ୍ରଭାବିତ ହୋଇଛି। ଏହାକୁ ଆକାଶ ସୁଯୋଗ ବୋଲି ମନେ କରୁଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଶୋକ ଦାସଙ୍କ ଜନତା ଦଳ ଓ ପରବର୍ତ୍ତୀ ଅବସ୍ଥାରେ ବିଜୁ ଜନତାଦଳ ଏହି ନିର୍ବାଚନମଣ୍ଡଳୀରେ କାହାରିକୁ ଲଗାତର ୨ୟ ଥର ଦଳୀୟ ପ୍ରାର୍ଥୀ କରିବାକୁ ସୁଯୋଗ ଦେଇନାହିଁ। ଏହି ଇତିହାସକୁ ଅବଲୋକନ କଲେ ଆକାଶ ପୁଣିଥରେ କୋରେଇରୁ ଦଳୀୟ ଟିକେଟ ହାତେଇବାକୁ ମନରେ ଆଶା ବାନ୍ଧିଛନ୍ତି। ଆକାଶ କୋରେଇ ରାଜନୀତିରେ ସକ୍ରିୟ ହୋଇ ଉଠିବା ପଛରେ ଦଳୀୟ ସୁପ୍ରିମୋଙ୍କ ସବୁଜ ସଂକେତ ରହିଛି ବୋଲି ତାଙ୍କ ସମର୍ଥକଙ୍କ ମହଲରେ ଆଲୋଚନା ହେଉଛି। ଏ ସମ୍ପର୍କରେ ଆକାଶଙ୍କୁ ପଚାରିବାରେ ସେ କହିଛନ୍ତି, ରସୁଲପୁର ବ୍ଲକ ହେଉଛି ତାଙ୍କ ଜନ୍ମମାଟି। ମାଟି ମା ସେବା କରିବାକୁ ସୁଯୋଗ ମିଳିବା ତାଙ୍କ ପାଇଁ ବଡ଼ ସୌଭାଗ୍ୟ ବୋଲି ସେ ମନେକରନ୍ତି। ଦଳରୁ ଟିକେଟ ଆଶାୟୀ ରହିବା ସ୍ବାଭାବିକ ପ୍ରକ୍ରିୟା। କେବଳ ନିର୍ବାଚନକୁ ଆଖି ଆଗରେ ରଖି ନୁହେଁ। ବିଭିନ୍ନ ସମୟରେ ସାମାଜିକ କାର୍ଯ୍ୟରେ ଯେଉଁମାନେ ନିମନ୍ତ୍ରଣ କରିଛନ୍ତି, ସେ ସେଠାରେ ପହଞ୍ଚତ୍ବାକୁ ଚେଷ୍ଟା କରିଛନ୍ତି। ସେହି ଆଧାରରେ ସେ ଲୋକଙ୍କ ସହ ସମ୍ପର୍କରେ ଅଛନ୍ତି। କରୋନା ସମୟରେ ସେ ଲୋକଙ୍କୁ ଭେଟି ନ ପାରିଲେ ବି ଫୋନ ଯୋଗେ ଭଲମନ୍ଦ ପଚାରି ବୁଝିଛନ୍ତି। ଏଭଳି ଭାବେ ସେ ଲୋକଙ୍କ ସହ ସମ୍ପର୍କରେ ରହି ଆସୁଛନ୍ତି। ତେଣୁ ଲୋକଙ୍କ ସେବା କରିବାକୁ ଦଳ ପୁଣି ସୁଯୋଗ ଦେଲେ ସେ ପ୍ରସ୍ତୁତ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?