ଆକାଶଙ୍କ ସକ୍ରିୟତାକୁ ନେଇ ଚର୍ଚ୍ଚା

ରସୁଲପୁର,୨୨ା୧୨(ଡି.ଏନ.ଏ.): ଯାଜପୁର ଜିଲା କୋରେଇ ନିର୍ବାଚନମଣ୍ଡଳୀ ଅଧୀନ ରସୁଲପୁର ବ୍ଲକର ବାହାଦଲାପୁର, ମୁଗୁପାଳ, ନରସିଂହପୁର ପଞ୍ଚାୟତର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି କୋରେଇର ପୂର୍ବତନ ବିଧାୟକ ଆକାଶ ଦାସନାୟକ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ରାଜନୀତି ପାଣିପାଗ ଉଷ୍ମ ହୋଇଛି। ଗତ ସୋମବାର ସେ ବାହାଦଲାପୁର, ମୁଗୁପାଳ ଓ ନରସିଂହପୁର ପଞ୍ଚାୟତର ୪ଟି ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ତାଙ୍କୁ ୨୦ନଂ. ଜାତୀୟ ରାଜପଥ ପାର୍ଶ୍ୱସ୍ଥ ଗରିପୁର ଗାଁ ନିକଟସ୍ଥ ହରପାର୍ବତୀ ମନ୍ଦିର ନିକଟରେ ସମ୍ବର୍ଦ୍ଧିତ କରାଯାଇଥିଲା। ଆକାଶ ମୁଗୁପାଳ ପଞ୍ଚାୟତରେ ବୁଲିବା ସହ ନରସିଂହପୁର ପଞ୍ଚାୟତର ଜଗନ୍ନାଥ ମଠରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପରେ ପଞ୍ଚାୟତର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ତାଙ୍କ ଗସ୍ତବେଳେ ୩୩ ନଂ. ଜିଲା ପରିଷଦ ଜୋନ୍‌ ସଭ୍ୟ ଶିଶିର କୁମାର ମହାନ୍ତି, ସାମାଜିକ କର୍ମୀ ପ୍ରହ୍ଲାଦ ପଣ୍ଡା, ନରସିଂହପୁର ସରପଞ୍ଚ ପ୍ରଶାନ୍ତ କୁମାର ଦାସ, ଯୁବନେତା ସୁବାସ ନାୟକ ଓ ପଦ୍ମଲୋଚନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆକାଶ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଶ୍ରଦ୍ଧାଞ୍ଜଳି ସଭା, ବ୍ୟବସାୟିକ ପ୍ରତିଷ୍ଠାନର ଉଦ୍‌ଘାଟନୀ ସଭା ଜରିଆରେ ଲୋକଙ୍କୁ ଭେଟୁଛନ୍ତି। କାର୍ଯ୍ୟକ୍ରମଗୁଡ଼ିକୁ ମାଧ୍ୟମକରି ସେ ତାଙ୍କ ସ୍ଥିତି ସାବ୍ୟସ୍ତ ପାଇଁ ପ୍ରୟାସ କରୁଥିବା ଚର୍ଚ୍ଚା ହେଉଛି।

୨୦୧୪ରେ ଆକାଶ କୋରେଇରୁ ବିଜେଡି ଟିକେଟ ହାତେଇ ବିଧାୟକ ହୋଇଥିଲେ। ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ଦଳ ସୁକିନ୍ଦାରୁ ପ୍ରାର୍ଥୀ କରାଇ ଏହି ନିର୍ବାଚନମଣ୍ଡଳୀରୁ ଆକାଶଙ୍କୁ ପ୍ରାର୍ଥୀ କରାଇଥିଲା। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି କୋରେଇ ବ୍ଲକରେ ଅଧ୍ୟକ୍ଷ ପଦ ହାତେଇବାକୁ ଅସମର୍ଥ ହୋଇଥିଲା। ଏହାକୁ କେନ୍ଦ୍ରକରି ୨୦୧୯ ସାଧାରଣ ନିର୍ବାଚନରେ ଦଳ ଆକାଶଙ୍କୁ ଟିକେଟରୁ ବଞ୍ଚତ୍ତ କରି ତାଙ୍କ ସ୍ଥାନରେ ଅଶୋକ ବଳଙ୍କୁ ପ୍ରାର୍ଥୀ କରାଇଥିଲା। ମାତ୍ର ଦଳ ଆକାଶଙ୍କ ଉପରୁ ଆସ୍ଥା ହରାଇ ନ ଥିଲା। ଦଳୀୟସ୍ତରରେ ତାଙ୍କୁ ଥଇଥାନ ବି କରାଯାଇଛି। ମୋ କଲେଜ ଅଧ୍ୟକ୍ଷ ପଦରେ ରହି ସେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଦୃଷ୍ଟିରେ ଥିବା ଆଲୋଚନା ହେଉଛି। ତେଣୁ ଦଳ ତାଙ୍କୁ ପୁଣି ପ୍ରାର୍ଥୀ କରିବ ବୋଲି ସେ ଆଶାପୋଷଣ କରୁଛନ୍ତି। ଏଥିସହ ସାଧାରଣ ନିର୍ବାଚନ ପାଖେଇ ଆସିବା ଓ ସମ୍ଭବତଃ ୨୦୨୪ ବଦଳରେ ୨୦୨୩ରେ ନିର୍ବାଚନ ହେବା ସମ୍ଭାବନାକୁ ନେଇ ତାଙ୍କ ଗସ୍ତ ଅଧିକ ଶାଣିତ ହେଉଥିବା ଲକ୍ଷ୍ୟ କରାଯାଉଛି। ଆସନ୍ତା ନିର୍ବାଚନରେ ସେ ଦଳୀୟ ପ୍ରାର୍ଥୀ ହେବା ଆଶା ରଖି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରୁଛନ୍ତି ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି।

ଏହି ନିର୍ବାଚନମଣ୍ଡଳୀରେ ରସୁଲପୁର ବ୍ଲକ୍‌ ଅଧୀନ ୯ ପଞ୍ଚାୟତର ଭୋଟ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହାକୁ ଦୃଷ୍ଟିଦେଇ ଆକାଶ ଏଭଳି ଗସ୍ତ କରୁଛନ୍ତି ବୋଲି କେତେଜଣ ମତ ରଖିଛନ୍ତି। ତେବେ ଧାମନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହାରିବା ପରେ ନିର୍ବାଚନ ଦାୟିତ୍ୱରେ ଥିବା ଯାଜପୁରର ଜଣେ ନେତାଙ୍କ କ୍ଷମତା ପ୍ରଭାବିତ ହୋଇଛି। ଏହାକୁ ଆକାଶ ସୁଯୋଗ ବୋଲି ମନେ କରୁଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଶୋକ ଦାସଙ୍କ ଜନତା ଦଳ ଓ ପରବର୍ତ୍ତୀ ଅବସ୍ଥାରେ ବିଜୁ ଜନତାଦଳ ଏହି ନିର୍ବାଚନମଣ୍ଡଳୀରେ କାହାରିକୁ ଲଗାତର ୨ୟ ଥର ଦଳୀୟ ପ୍ରାର୍ଥୀ କରିବାକୁ ସୁଯୋଗ ଦେଇନାହିଁ। ଏହି ଇତିହାସକୁ ଅବଲୋକନ କଲେ ଆକାଶ ପୁଣିଥରେ କୋରେଇରୁ ଦଳୀୟ ଟିକେଟ ହାତେଇବାକୁ ମନରେ ଆଶା ବାନ୍ଧିଛନ୍ତି। ଆକାଶ କୋରେଇ ରାଜନୀତିରେ ସକ୍ରିୟ ହୋଇ ଉଠିବା ପଛରେ ଦଳୀୟ ସୁପ୍ରିମୋଙ୍କ ସବୁଜ ସଂକେତ ରହିଛି ବୋଲି ତାଙ୍କ ସମର୍ଥକଙ୍କ ମହଲରେ ଆଲୋଚନା ହେଉଛି। ଏ ସମ୍ପର୍କରେ ଆକାଶଙ୍କୁ ପଚାରିବାରେ ସେ କହିଛନ୍ତି, ରସୁଲପୁର ବ୍ଲକ ହେଉଛି ତାଙ୍କ ଜନ୍ମମାଟି। ମାଟି ମା ସେବା କରିବାକୁ ସୁଯୋଗ ମିଳିବା ତାଙ୍କ ପାଇଁ ବଡ଼ ସୌଭାଗ୍ୟ ବୋଲି ସେ ମନେକରନ୍ତି। ଦଳରୁ ଟିକେଟ ଆଶାୟୀ ରହିବା ସ୍ବାଭାବିକ ପ୍ରକ୍ରିୟା। କେବଳ ନିର୍ବାଚନକୁ ଆଖି ଆଗରେ ରଖି ନୁହେଁ। ବିଭିନ୍ନ ସମୟରେ ସାମାଜିକ କାର୍ଯ୍ୟରେ ଯେଉଁମାନେ ନିମନ୍ତ୍ରଣ କରିଛନ୍ତି, ସେ ସେଠାରେ ପହଞ୍ଚତ୍ବାକୁ ଚେଷ୍ଟା କରିଛନ୍ତି। ସେହି ଆଧାରରେ ସେ ଲୋକଙ୍କ ସହ ସମ୍ପର୍କରେ ଅଛନ୍ତି। କରୋନା ସମୟରେ ସେ ଲୋକଙ୍କୁ ଭେଟି ନ ପାରିଲେ ବି ଫୋନ ଯୋଗେ ଭଲମନ୍ଦ ପଚାରି ବୁଝିଛନ୍ତି। ଏଭଳି ଭାବେ ସେ ଲୋକଙ୍କ ସହ ସମ୍ପର୍କରେ ରହି ଆସୁଛନ୍ତି। ତେଣୁ ଲୋକଙ୍କ ସେବା କରିବାକୁ ଦଳ ପୁଣି ସୁଯୋଗ ଦେଲେ ସେ ପ୍ରସ୍ତୁତ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri