ଅଧ୍ୟକ୍ଷା ପଦବୀ ପାଇଁ ଲବି

ବରଗଡ଼ ଅଫିସ୍‌,୨।୩: ବରଗଡ଼ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ସୋମବାର ସରି ଯାଇଛି। ସର୍ବଶେଷ ଫଳାଫଳ ଅନୁସାରେ ଜିଲାରେ ଏଥର ବିଜେଡ଼ି ବାଜିମାତ୍‌ ମାରିଛି। ୩୪ ଜିଲା ପରିଷଦ ଆସନ ମଧ୍ୟରୁ ସର୍ବାଧିକ ୨୭ ଜୋନ୍‌ରେ ବିଜେଡ଼ି ପ୍ରାର୍ଥୀ ବିଜୟୀ ହୋଇସାରିଛନ୍ତି। ୭ ଆସନରେ ଭାଜପା ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଫଳରେ ବରଗଡ଼ରେ ବିଜେଡ଼ି ଏଥର ଜିଲା ପରିଷଦ ଗଠନ କରିବା ସ୍ପଷ୍ଟ ହୋଇଛି। ଏବେ ଜିଲା ପରିଷଦ ଅଧ୍ୟକ୍ଷା ପଦବୀ ଉପରେ ସଭିଁଙ୍କ ନଜର ରହିଛି। ଉକ୍ତ ଆସନ ଅଣସଂରକ୍ଷିତ ହୋଇଥିବାରୁ ଜିଲାର ୫ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥିପାଇଁ ଅନେକ ଯୋଗ୍ୟ ପ୍ରାର୍ଥୀ ଆଶାୟୀ ରହିଛନ୍ତି। ଫଳରେ ଦଳ ଏଠାରେ କାହାକୁ ଜିଲା ପରିଷଦ ଅଧ୍ୟକ୍ଷା କରିବ, ତାକୁ ନେଇ ସବୁଠି ଚର୍ଚ୍ଚା ଜୋର୍‌ ଧରିଛି। ଜିଲାର ୫ ବିଧାନସଭା ଆସନ ବିଜେଡ଼ି କବ୍‌ଜାରେ ରହିଛି। ଫଳରେ ସମସ୍ତ ବିଧାୟକ ନିଜ ନିର୍ବାଚନ ମଣ୍ଡଳୀରୁ ଜିଲା ପରିଷଦ ଅଧ୍ୟକ୍ଷା କରିବାକୁ ଆଶା ରଖିବା ସ୍ବାଭାବିକ। ଏଥିପାଇଁ ତଳୁ ଉପର ମହଲ ପର୍ଯ୍ୟନ୍ତ ଲବି ଆରମ୍ଭ ହୋଇଯାଇଛି।
ଭଟଲି ନିର୍ବାଚନ ମଣ୍ଡଳୀର ବିଧାୟକ ସୁଶାନ୍ତ ସିଂ ମନ୍ତ୍ରୀ ପଦରେ ରହିଛନ୍ତି। ଫଳରେ ସେ ତାଙ୍କ ନିର୍ବାଚନ ମଣ୍ଡଳୀରୁ ଜଣଙ୍କୁ ଜିଲା ପରିଷଦ ଅଧ୍ୟକ୍ଷା କରିପାରନ୍ତି ବୋଲି ଆଲୋଚନା ଚାଲିଛି। ଅନ୍ୟପଟେ ଭଟଲି ନିର୍ବାଚନ ମଣ୍ଡଳୀକୁ ମନ୍ତ୍ରୀ ପଦ ମିଳିଥିବା ବେଳେ ସେହି ନିର୍ବାଚନ ମଣ୍ଡଳୀକୁ ପୁଣି ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ମିଳିବ କି ନାହିଁ ତାକୁ ନେଇ ମଧ୍ୟ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ତାଙ୍କ ନିର୍ବାଚନ ମଣ୍ଡଳୀରୁ ଜିତିଥିବା ପ୍ରାର୍ଥୀଙ୍କୁ ଜିଲା ପରିଷଦ ଅଧ୍ୟକ୍ଷା କରିବା ପାଇଁ ଚାହୁଁଥିବା ଚର୍ଚ୍ଚା ଚାଲିଛି । ବିଧାୟିକା ଛୁରିଆ ନିଜେ ଗତ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ମନ୍ତ୍ରୀ ପଦରେ ଥିଲେ ଏବଂ ସେ ଏବେ ବିଜେଡି ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ଅଛନ୍ତି। ଫଳରେ ଅତାବିରା ନିର୍ବାଚନ ମଣ୍ଡଳୀକୁ ଜିଲା ପରିଷଦ ଅଧ୍ୟକ୍ଷା ପଦବୀ ମିଳିବା ନେଇ ମଧ୍ୟ ଆଶଙ୍କା ଉପୁଜିଛି ।
ଜିଲା ଯୋଜନା କମିଟି ଅଧ୍ୟକ୍ଷ ଥିବା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ଏହି ଚର୍ଚ୍ଚାରୁ ବାଦ୍‌ ପଡ଼ିନାହାନ୍ତି। ସେ ନିଜ ନିର୍ବାଚନ ମଣ୍ଡଳୀର ବିଜୟୀ ପ୍ରାର୍ଥୀଙ୍କୁ ଜିଲା ପରିଷଦ ଅଧ୍ୟକ୍ଷା କରିବାକୁ ଚାହୁଁଥିବା ଆଲୋଚନା ହେଉଛି। ଦୀର୍ଘବର୍ଷ ଧରି ଏହି ନିର୍ବାଚନ ମଣ୍ଡଳୀକୁ ମନ୍ତ୍ରୀ ପଦ ମିଳିନାହିଁ। ଏଥର ଏହି ନିର୍ବାଚନ ମଣ୍ଡଳୀକୁ ଜିଲା ପରିଷଦ ଅଧ୍ୟକ୍ଷା ପଦ ମିଳିପାରେ ବୋଲି ଆଲୋଚନା ଚାଲିଛି। କିନ୍ତୁ ଦେବେଶ ଜିଲା ଯୋଜନା କମିଟି ଅଧ୍ୟକ୍ଷ ପଦବୀରେ ଥିବାରୁ ଜିଲା ପରିଷଦ ଅଧ୍ୟକ୍ଷା ପଦ ପୁଣି ଯେ ଏହି ନିର୍ବାଚନ ମଣ୍ଡଳୀକୁ ମିଳିବ ତାହା ସନ୍ଦେହ ଘେରରେ ରହିଛି। ସେହିପରି ବିଜେପୁରକୁ ମୁଖ୍ୟମନ୍ତ୍ରୀ ନିଜର ଦ୍ୱିତୀୟ ନିର୍ବାଚନ ମଣ୍ଡଳୀ ଭାବେ ଘୋଷଣା କରିଛନ୍ତି। ଫଳରେ ଏହି ନିର୍ବାଚନ ମଣ୍ଡଳୀରୁ ବିଜୟୀ ପ୍ରାର୍ଥୀଙ୍କୁ ଜିଲା ପରିଷଦ ଅଧ୍ୟକ୍ଷା କରାଯାଇପାରେ। ମାତ୍ର ଚଳିତ ପଞ୍ଚାୟତ ଭୋଟ୍‌ ଫଳାଫଳରେ ଅନ୍ୟ ନିର୍ବାଚନ ମଣ୍ଡଳୀଠାରୁ ଏହି ନିର୍ବାଚନ ମଣ୍ଡଳୀରେ ଦଳର ସ୍ଥିତି ସେତେ ମଜବୁତ୍‌ ନାହିଁ। ଫଳରେ ଜିଲା ପରିଷଦ ଅଧ୍ୟକ୍ଷା ପଦ ଏହି ନିର୍ବାଚନ ମଣ୍ଡଳୀକୁ ମିଳିବ ବୋଲି ଆଶା କରାଯାଉନାହିଁ। ପଦ୍ମପୁରରେ ମଧ୍ୟ ପଞ୍ଚାୟତ ଭୋଟ୍‌ ଫଳାଫଳ ଅନ୍ୟ ନିର୍ବାଚନ ମଣ୍ଡଳୀଠାରୁ ଆଶାଜନକ ହୋଇପାରିନାହିଁ। ସେହିପରି ପୂର୍ବରୁ ଏହି ନିର୍ବାଚନ ମଣ୍ଡଳୀକୁ ଜିଲା ପରିଷଦ ଅଧ୍ୟକ୍ଷା ମିଳିସାରିଛି। ଚଳିତ ନିର୍ବାଚନରେ ଦଳର ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ହାରିଛନ୍ତି। ଫଳରେ ଏହି ନିର୍ବାଚନ ମଣ୍ଡଳୀକୁ ଜିଲା ପରିଷଦ ଅଧ୍ୟକ୍ଷା ପଦ ମିଳିବା ନେଇ ମଧ୍ୟ ଆଶଙ୍କା ରହିଛି। ଏଭଳି ସ୍ଥିତିରେ ଦଳୀୟ ନେତୃବୃନ୍ଦ କାହାକୁ ଜିଲା ପରିଷଦ ଅଧ୍ୟକ୍ଷା କରିବେ, ତାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri