ଗୋଟିଏ ପରିବାରରୁ ୪ପ୍ରାର୍ଥୀ, ଜିତିଲେ ୩

ବୌଦ୍ଧ, ୨।୩ (ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ଗୋଟିଏ ପରିବାରରୁ ପ୍ରାର୍ଥୀ ହୋଇଥିଲେ ୪ଜଣ। ସେମାନଙ୍କ ମଧ୍ୟରୁ ୩ଜଣ ବିଜୟୀ ହୋଇଥିବାବେଳେ ଜଣେ ପରାଜିତ ହୋଇଛନ୍ତି। ବ୍ଲକର ଭାଜପାର ଟାଣୁଆନେତା ସୁଶାନ୍ତ ପ୍ରଧାନଙ୍କ ପରିବାର ୨ଭାଇ ଓ ୨ ବୋହୂ ସମିତି ସଭ୍ୟ ପାଇଁ ପୃଥକ୍‌ ପୃଥକ୍‌ ପଞ୍ଚାୟତରୁ ପ୍ରାର୍ଥୀ ହୋଇଥିଲେ।
ସରୋଜ କୁମାର ପ୍ରଧାନ ରାଧାନଗର ପଞ୍ଚାୟତ, ତାଙ୍କ ସ୍ତ୍ରୀ ସ୍ନେହଲତା ସାମ୍ପୋଚ ପଞ୍ଚାୟତରୁ ପ୍ରାର୍ଥୀ ହୋଇଥିଲେ। ଅନ୍ୟ ଭାଇ ପ୍ରଶାନ୍ତ କୁମାର ପ୍ରଧାନ ବାଣୀଭୂଷଣପୁର ପଞ୍ଚାୟତ ତାଙ୍କ ସ୍ତ୍ରୀ ମମତା କରଞ୍ଜକଟା ପଞ୍ଚାୟତରୁ ସମିତିସଭ୍ୟ ଭାବେ ପ୍ରାର୍ଥୀହୋଇ ନିର୍ବାଚନ ଲଢିଥିଲେ। ହରଭଙ୍ଗା ବ୍ଲକରେ ଶାସକ ଦଳର ଦୃଢସଙ୍ଗଠନ ଥିବା ସତ୍ତ୍ୱେ ପ୍ରଧାନ ପରିବାର ୩ ସଦସ୍ୟ ସରୋଜ, ସ୍ନେହଲତା, ପ୍ରଶାନ୍ତ ବିଜୟୀ ହୋଇଛନ୍ତି।
ବୌଦ୍ଧ ଜିଲାର ହରଭଙ୍ଗା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବ୍ଲକ। ୨୨ପଞ୍ଚାୟତକୁ ନେଇ ଏହା ଗଠିତ। ଚଳିତ ପଞ୍ଚାୟତ ନିର୍ବାଚନରେ ଏହି ବ୍ଲକର ଅଧ୍ୟକ୍ଷ ପଦ ହାତେଇବା ପାଇଁ ଉଭୟ ଭାଜପା, ବିଜେଡି ସମର୍ଥକମାନେ ବେଶ୍‌ ଆଶାବାଦୀ ଅଛନ୍ତି। ଏଠାକାର ଭାଜପା ନେତା ସୁଶାନ୍ତ ନିଜେ ଓ ନିଜର ସମର୍ଥକଙ୍କୁ ଅତୀତରେ ଅଧ୍ୟକ୍ଷ ପଦରେ ବସାଇଛନ୍ତି। ୨୦୧୨ ନିର୍ବାଚନରେ ପୁଷ୍ପାଞ୍ଜଳି ନାଏକଙ୍କୁ ଅଧ୍ୟକ୍ଷ ପଦରେ ବସାଇଥିଲେ ମଧ୍ୟ ଶାସକ ଦଳ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଅଣାଯାଇ ପଦ ଅଧାରୁ ଛଡାଇ ନିଆଯାଇଥିଲା। ୨୦୧୭ ନିର୍ବାଚନରେ ଶାସକଦଳର ବିଶ୍ୱଜିତ ମିଶ୍ର ଅଧ୍ୟକ୍ଷ ହୋଇଥିଲେ। ଏଥର ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଅଧ୍ୟକ୍ଷ ପଦ ଆଶାରେ ପ୍ରଧାନ ପରିବାରରୁ ୨ ବୋହୂ ଓ ୨ଭାଇ ବ୍ଲକର ବିଭିନ୍ନ ପଞ୍ଚାୟତରେ ସମିତିସଭ୍ୟ ଭାବେ ନିର୍ବାଚନ ଲଢିଥିଲେ। ବ୍ଲକରେ ଜିତିଥିବା ସମିତି ସଭ୍ୟମାନଙ୍କୁ ଦେଖିବାକୁ ଗଲେ ପ୍ରଧାନ ପରିବାର ହାତକୁ ଅଧ୍ୟକ୍ଷ ପଦ ଯାଇପାରେ ବୋଲି ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି। ତେବେ ଅଧ୍ୟକ୍ଷ ପଦ ଭାଜପା ସମର୍ଥକଙ୍କ ହାତରେ ରହୁଛି କି ବିଜେଡି ସମର୍ଥକଙ୍କ ହାତରେ ରହୁଛି ତାହା ଆଗାମୀ ଦିନରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

୭ ଦିନ ବନ୍ଦ ରହିବ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ: ପଛରେ ରହିଛି ଏମିତି କାରଣ

ଭଞ୍ଜନଗର,୧୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ହୋଇଥିବା ରାଜ୍ୟର ଏକ ମାତ୍ର ସରକାରୀ ୱାଟର ପାର୍କକୁ ଗତ ମାସରେ ଅନିର୍ଦ୍ଦିଷ୍ଟ…

ବଢିପାରେ ୨୦ ଟିଏମସି ବିଦ୍ରୋହୀଙ୍କ ସମସ୍ୟା! ବଡ଼ ନିଷ୍ପତ୍ତି ନେଲେ ଦିଦି

କୋଲକାତା,୧୪।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (ଟିଏମସି) ୨୦ ଜଣ ବିଦ୍ରୋହୀ ଲୋକ ସଭା ସାଂସଦଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି।…

ରାଇକିଆରେ ସ୍ବାଧୀନତା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଦେଶ ଭକ୍ତିର ନାରା ଦେଇ…

ରାଇକିଆ,୧୪ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ରାଇକିଆ ପଞ୍ଚାୟତ ସମିତି, ବ୍ଲକ ଭାଜପା…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତର କହିଲେ…..

ନୂଆଦିଲ୍ଲୀ,୧୪।୮: ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ…

ଅଗଷ୍ଟ ୧୫ରୁୁ ୪ ରାଶିଙ୍କ ଫିଟିବ ଭାଗ୍ୟ! ବୁଧ କରିବେ ବମ୍ପର ଲାଭ…

ବୁଧ ଗ୍ରହ ନିଜ ନକ୍ଷତ୍ର ‘ଅଶ୍ଲେଷା’ରେ ପ୍ରବେଶ କରିବେ। ନିଜ ନକ୍ଷତ୍ରରେ ପ୍ରବେଶ କରୁଥିବାରୁ ଏହା ଅନେକ ଗୁଣା ଲାଭଦାୟକ ପ୍ରମାଣିତ ହେବ। ଏହାର ସକାରାତ୍ମକ ପ୍ରଭାବ…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

ଅଗଷ୍ଟ ୧୫ରେ କ’ଣ ଖୋଲା କ’ଣ ବନ୍ଦ? ଘରୁ ବାହାରିବା ପୂର୍ୱରୁ ଜାଣି ନିଅନ୍ତୁ ବଡ଼ ଅପଡେଟ୍‌…

ନୂଆଦିଲ୍ଲୀ,୧୪।୮: ଅଗଷ୍ଟ ୧୫ ଅର୍ଥାତ୍ ସ୍ୱାଧୀନତା ଦିବସରେ ସମଗ୍ର ଭାରତ ସ୍ୱାଧୀନତା ଉତ୍ସବ ପାଳନ କରିବ। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ନିରାପତ୍ତା ପାଇଁ ନିୟମରେ କେତେକ…

ପାଣିରେ ବୁଡ଼ିରହିଛି ଚାଷଜମି, ଉଜୁଡ଼ିଲା ଖରିଫ ଫସଲ

ଡେରାବିଶ,୧୪ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲ୍ଳକର ଚାଷୀମାନେ ଜୁନ୍‌ ଦ୍ୱିତୀୟ ସପ୍ତାହରୁ ଖରିଫ୍‌ ଚାଷ ପାଇଁ ବିହନ ବୁଣା ପ୍ରକ୍ରିୟା ଆରମ୍ଭ କରିଥିଲେ। ଜୁଲାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri