ଋଣ ମୃତ୍ୟୁ

ଏ ଦେଶରେ ବ୍ୟାଙ୍କ ଋଣ ନେଇ ବହୁ ବଡ଼ବଡ଼ିଆ ଦେଶ ବାହାରକୁ ଚାଲିଯାଉଥିଲେ ମଧ୍ୟ ସେମାନଙ୍କଠାରୁ ଅର୍ଥ ଅସୁଲ ଠିକ୍‌ ସମୟରେ କରାଯାଇପାରୁ ନାହିଁ। କିନ୍ତୁ ସାଧାରଣ ବ୍ୟକ୍ତି, କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀଙ୍କ ଉପରେ ଅଧିକ ଜୁଲମ ହୋଇଥାଏ। ସେମାନେ କିଭଳି ସହଜରେ ଋଣ ପରିଶୋଧ କରିପାରିବେ ସେ ନେଇ ଉପାୟ ନ ଦେଖାଇ ଧମକଚମକ ଦିଆଯିବା ଯୋଗୁ ବହୁ ସମୟରେ ପ୍ରବୀଣଙ୍କ ଭଳି ବ୍ୟକ୍ତି ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଯାଉଛନ୍ତି।

ହରିୟାଣାର ପଞ୍ଚକୁଳାଠାରେ ୨୬ ମେ’ ରାତିରେ ଘଟିଥିବା ଏକ ଅଘଟଣ ଏବେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଋଣ ଶୁଝି ନ ପାରିବାରୁ ବ୍ୟବସାୟୀ ପ୍ରବୀଣ ମିତ୍ତଲ ତାଙ୍କ ସ୍ତ୍ରୀ, ୩ ପିଲା ଏବଂ ମାତାପିତାଙ୍କୁ ବିଷ ଦେଇ ଆତ୍ମହତ୍ୟା କରାଇ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ପଞ୍ଚକୁଳା ରାସ୍ତାକଡ଼ରେ ଗୋଟେ କାର୍‌ ରାତିରେ ଥୁଆ ହୋଇଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସେଥିରୁ ୬ ଜଣ ସଂଜ୍ଞାହୀନ ଥିଲେ ଓ ଆଉ ଜଣେ ଗାଡ଼ି ଭିତରୁ ବାନ୍ତି କରୁଥିବା ଦେଖାଯାଇଥିଲା। ବାନ୍ତି କରୁଥିବା ବ୍ୟକ୍ତି ଥିଲେ ପ୍ରବୀଣ ମିତ୍ତଲ। ସ୍ଥାନୀୟ ଲୋକଙ୍କୁ ସେ ନିଜ ଦୁଃଖଦ କାହାଣୀ ବର୍ଣ୍ଣନା କରି କହିଥିଲେ ଯେ ୬ ଜଣ ମରିସାରିଲେଣି ଓ ତାଙ୍କର ମଧ୍ୟ କିଛି ସମୟ ପରେ ମୃତ୍ୟୁ ଘଟିବ। ସଙ୍ଗେ ସଙ୍ଗେ ଲୋକେ ତାଙ୍କୁ ଡାକ୍ତରଖାନା ନେଉଥିବା ବେଳେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ପରବର୍ତ୍ତୀ ସମୟରେ ପୋଲିସ ଗାଡ଼ି ଭିତରୁ ସୁଇସାଇଡ୍‌ ନୋଟ ଜବତ କରିଥିଲା। ସେଥିରେ ଉଲ୍ଲେଖ ଥିଲା ଯେ, ଋଣ ଶୁଝି ନ ପାରିବା ଯୋଗୁ ପରିବାର ଆତ୍ମହତ୍ୟା ପଥ ବାଛି ନେଇଛନ୍ତି।
ଋଣ ପରିଶୋଧ ସମ୍ଭବ ନ ହେବାରୁ ୭ ଜଣଙ୍କ ଆତ୍ମହତ୍ୟା ଘଟଣାରୁ ଏହା ବୁଝାପଡ଼ିଯାଉଛି ଯେ, ପରିବାର ଉପରେ କେଉଁ ଧରଣର ମାନସିକ ଚାପ ପଡ଼ିଥିବ। ଶୁଣିବାକୁ ମିଳୁଛି ପ୍ରବୀଣ ହିମାଚଳ ପ୍ରଦେଶରେ ସ୍କ୍ରାପ୍‌ ବ୍ୟବସାୟ କରୁଥିଲେ। ବ୍ୟବସାୟ ବଢ଼ାଇବା ପାଇଁ ପ୍ରାୟ ୨୦ କୋଟି ଟଙ୍କା ଲୋନ୍‌ କରିଥିଲେ। ଋଣ ଶୁଝି ନ ପାରିବାରୁ ତାଙ୍କ ୨ଟି ଫ୍ଲାଟ, ଗାଡ଼ି ଆଦି ସମ୍ପତ୍ତିକୁ ବ୍ୟାଙ୍କ ବାଜ୍ୟାପ୍ତି କରିଦେଇଥିଲା। ତାହା ଋଣ ମୂଲ୍ୟ ପାଇଁ ପର୍ଯ୍ୟାପ୍ତ ହୋଇ ନ ଥିବାରୁ ତାଙ୍କୁ ବାରମ୍ବାର ହତ୍ୟା ଧମକ ମଧ୍ୟ ମିଳୁଥିଲା। ସ୍କ୍ରାପ୍‌ ବ୍ୟବସାୟ ବନ୍ଦ କରି ପ୍ରବୀଣ ପଞ୍ଚକୁଳା ପଳାଇ ଆସି ନିଜେ ଟାକ୍ସି ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ ମଧ୍ୟ ବ୍ୟାଙ୍କ ତାଙ୍କ ପିଛା ଛାଡ଼ି ନ ଥିଲା। ଫଳରେ ସେ ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
କେଉଁ ସ୍ଥିତିରେ ପ୍ରବୀଣ ଋଣ କରି ତାହାକୁ ପରିଶୋଧ କରିବାରେ ଅକ୍ଷମ ହେଲେ ସେ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରି ନାହିଁ। ଓଡ଼ିଆରେ ଢଗ ଅଛି-‘ଚୂନା ଦେଖି ପିଠା କରିବା ଦରକାର’। ଅର୍ଥାତ୍‌ ଋଣର ଆକାର କେତେ ହେଲେ ଜଣେ ଶୁଝିପାରିବେ ତାହା ପ୍ରଥମେ ଋଣ କରୁଥିବା ବ୍ୟକ୍ତି ସ୍ଥିର କରିବା କଥା। କିନ୍ତୁ ବହୁ ସମୟରେ ଦେଖାଯାଉଛି ବ୍ୟାଙ୍କ ଅଧିକାରୀଙ୍କୁ କହିବୋଲି ଅନେକେ ବହୁ ପରିମାଣର ଋଣ ନେଇଯାଉଛନ୍ତି। ବ୍ୟକ୍ତିଙ୍କ ଆର୍ଥିକ କ୍ଷମତା ବା ସ୍ଥଳବିଶେଷରେ ବ୍ୟବସାୟିକ ମୂଳଦୁଆକୁ ବ୍ୟାଙ୍କ ଅଧିକାରୀମାନେ ଠିକ୍‌ ଭାବେ ଯାଞ୍ଚ କରୁ ନ ଥିବାରୁ ଏଭଳି ଅସ୍ବାଭାବିକ ଘଟଣା ଘଟୁଛି। ବହୁ ସମୟରେ ଜାଲ୍‌ ତଥ୍ୟ ଦେଇ ଅନେକେ ଋଣ ନେଇ ଯାଉଥିବା ବିଷୟ ପଦାକୁ ଆସୁଛି। ଆଉ ଗୋଟିଏ କଥା ହେଉଛି ପରିବାରର ଜଣେ ବ୍ୟକ୍ତି ରୋଜଗାରକ୍ଷମ ହୋଇଥିଲେ ତାଙ୍କ ଉପରେ ସମସ୍ତେ ନିର୍ଭର କରିଥାଆନ୍ତି। ବ୍ୟବସାୟ ଚଳାଇବାରେ ବାଧା ଥିଲେ ପରିବାର ଉପରେ ଆର୍ଥିକ ପ୍ରଭାବ ପଡ଼ିବା ସ୍ବାଭାବିକ। ଏଭଳି କ୍ଷେତ୍ରରେ ଋଣ କିସ୍ତି ପରିଶୋଧ କରିବାରେ ହେଉଥିବା ଅନିୟମିତତାକୁ ବ୍ୟାଙ୍କ ଠିକ୍‌ ଭାବେ ମଧ୍ୟ ଯାଞ୍ଚ କରିବା କଥା। କିନ୍ତୁ ଦେଖାଯାଉଛି ଋଣ ନେଇଥିବା ବ୍ୟକ୍ତି ଡିଫଲ୍ଟର ନ ହେବା ଯାଏ ତାଙ୍କ ବିଷୟରେ ବ୍ୟାଙ୍କ ଆଗୁଆ ଯାଞ୍ଚ କରି ନ ଥାଏ। ମନେରଖିବାକୁ ହେବ ଯେ, ପୂର୍ବରୁ ଭାରତରେ ଋଣ ଆବେଦନକାରୀଙ୍କୁ ଅନେକ ପ୍ରକାରର ତଥ୍ୟ ଦେବା ସହିତ ତୃତୀୟ ପକ୍ଷ ଦ୍ୱାରା ବ୍ୟାଙ୍କ ଯାଞ୍ଚ କାର୍ଯ୍ୟ କରାଉଥିଲା। ଏବେ ତଥାକଥିତ ଖୋଲା ତଥା ଡିଜିଟାଲ ଅର୍ଥନୀତିରେ ଅଯୋଗ୍ୟଙ୍କୁ ସହଜରେ ଋଣ ମିଳିଯାଉଥିବା ବେଳେ ଯୋଗ୍ୟ ବଞ୍ଚତ୍ତ ହେଉଛନ୍ତି। ଏହା ହେଉଛି ଅର୍ଥନୈତିକ ଉଦାରୀକରଣର ଏବକାର ନମୁନା।
ଏ ଦେଶରେ ବ୍ୟାଙ୍କ ଋଣ ନେଇ ବହୁ ବଡ଼ବଡ଼ିଆ ଦେଶ ବାହାରକୁ ଚାଲିଯାଉଥିଲେ ମଧ୍ୟ ସେମାନଙ୍କଠାରୁ ଅର୍ଥ ଅସୁଲ ଠିକ୍‌ ସମୟରେ କରାଯାଇପାରୁ ନାହିଁ। କିନ୍ତୁ ସାଧାରଣ ବ୍ୟକ୍ତି, କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀଙ୍କ ଉପରେ ଅଧିକ ଜୁଲମ ହୋଇଥାଏ। ସେମାନେ କିଭଳି ସହଜରେ ଋଣ ପରିଶୋଧ କରିପାରିବେ ସେ ନେଇ ଉପାୟ ନ ଦେଖାଇ ଧମକଚମକ ଦିଆଯିବା ଯୋଗୁ ବହୁ ସମୟରେ ପ୍ରବୀଣଙ୍କ ଭଳି ବ୍ୟକ୍ତି ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଯାଉଛନ୍ତି। ତେଣୁ ଏହି ଘଟଣାକୁ ଏକ କେସ୍‌ ଷ୍ଟଡି ଭାବେ ଗ୍ରହଣ କରି ବ୍ୟାଙ୍କ ଏବଂ ଭାରତୀୟ ଅର୍ଥ ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଅଭିନବ ବାଟ ବାହାର କରିବାର ପ୍ରୟୋଜନ ଦେଖାଦେଲାଣି।

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?