Categories: ଖେଳ

ଡେନ୍‌ଲିଙ୍କ ସ୍ଥାନରେ ଲିଭିଙ୍ଗଷ୍ଟୋନ୍‌

ସାଇଥାମ୍ପଟନ, ୧ା୮(ପି.ଟି.)-ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜୋ ଡେନ୍‌ଲି ଆୟର୍ଲାଣ୍ଡ ବିପକ୍ଷ ଚଳିତ ଦିନିକିଆ ସିରିଜର ଅବଶିଷ୍ଟ ମ୍ୟାଚ ଗୁଡ଼ିକରୁ ଓହରି ଯାଇଛନ୍ତି। ଟ୍ରେନିଂ ସମୟରେ ସେ ପିଠିରେ ଯନ୍ତ୍ରଣା ଅନୁଭବ କରିବାରୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ ପକ୍ଷରୁ ଶୁକ୍ରବାର ପ୍ରକାଶ କରାଯାଇଛି। ଲଙ୍କାଶାୟାରର ଲିଆମ ଲିଭିଙ୍ଗଷ୍ଟୋନ ୩୪ ବର୍ଷୀୟ ଡେନ୍‌ଲିଙ୍କ ସ୍ଥାନରେ ୧୪ ଜଣିଆ ଦଳରେ ସାମିଲ ହୋଇଛନ୍ତି। ଲିଭିଙ୍ଗଷ୍ଟୋନ ଇଂଲଣ୍ଡ ପକ୍ଷରୁ ୨ଟି ଟି୨୦ ଖେଳିଛନ୍ତି। ଚୂଡ଼ାନ୍ତ ଏକାଦଶରେ ରହିଲେ ସେ ଆଗାମୀ ମ୍ୟାଚରେ ଦିନିକିଆ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିବେ। ସିରିଜର ଅବଶିଷ୍ଟ ୨ଟି ମ୍ୟାଚ ଯଥାକ୍ରମେ ଶନିବାର ଓ ମଙ୍ଗଳବାର ଅନୁଷ୍ଠିତ ହେବ।

Share