ସୀମା ଭିତରେ ଜିଇବା

ବିପ୍ଳବ

 

ମଣିଷ ଗୋଟିଏ ସାମାଜିକ ପ୍ରାଣୀ। ତେଣୁ ସାମାଜିକ ବିଧି ବ୍ୟବସ୍ଥା ଭିତରେ ଏକ ଶୃଙ୍ଖଳିତ ଜୀବନଯାପନ ପାଇଁ ଅନେକ ସୀମାରେଖା ତା’ ପାଇଁ ରହିଛି। କିଛି ସୀମାରେଖା ସମ୍ବିଧାନ ଟାଣିଚି, କିଛି ସୀମାରେଖା ସମାଜ ଟାଣିଚି। କିଛି ସୀମାରେଖା ସେ କାର୍ଯ୍ୟ କରୁଥିବା କ୍ଷେତ୍ର ଟାଣିଛି। ବିଚାରବନ୍ତ ବ୍ୟକ୍ତିବିଶେଷ ନିଜର ମଙ୍ଗଳ ପାଇଁ ବା ଦେଶ, ଜାତି ଅଥବା ଅନ୍ୟର ମଙ୍ଗଳ ପାଇଁ କେତେକ ସୀମାରେଖା ନିଜ ପାଇଁ ଟାଣି ଥାଆନ୍ତି। ଏହିସବୁ ସୀମାରେଖା ଟପି ଯାଉଥିବା ଲୋକଙ୍କୁ ସମାଜ ଅସାମାଜିକ ଆଖ୍ୟା ଦିଏ ଆଉ ତା’ର ବିଚାରକରି ଉପଯୁକ୍ତ ଦଣ୍ଡବିଧାନ କରିଥାଏ। ଏ ତ ଗଲା ସୂକ୍ଷ୍ମ ବିଚାରର ସୀମାରେଖା। ସ୍ଥୂଳ ରୂପରେ ଦେଖିଲେ ଅନେକ ସୀମାରେଖା ମଣିଷ ପାଇଁ ରହିଛି ବା ସେ ନିଜେ ସୃଷ୍ଟି କରିଛି। ଏଇ ଯେମିତି କ୍ଷେତ ମଝିରେ ହିଡ଼, ଘର ମଝିରେ ବାଡ଼, କ୍ଷେତ୍ରର ପରିସୀମା ନିର୍ଦ୍ଧାରଣ ପାଇଁ ପାଚେରି, ଦେଶର ପରିସୀମା ନିର୍ଦ୍ଧାରଣ ପାଇଁ ଏଲ୍‌ଓସି ଇତ୍ୟାଦି। ଏଇ ହିଡ଼, ବାଡ଼, ପାଚେରି ଅଥବା ଏଲ୍‌ଓସି ଯିଏ ଡେଇଁଚି ତା’ ପାଇଁ ବିପଦ ଘନେଇ ଆସିଛି। ସେମିତି ମଣିଷ ଜୀବନଶୃଙ୍ଖଳାର ସୀମାରେଖାରେ ବନ୍ଧା। ତାକୁ ଯେତେବେଳେ ମଣିଷ ଅତିକ୍ରମ କରିଯିବାର ପ୍ରୟାସ କରିଛି, ନିଜ ପାଇଁ ବିପଦ ଟାଣିଆଣିଚି। ଦୁଃଖ, ଯନ୍ତ୍ରଣା, ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛି। ବେଳେବେଳେ ମୃତ୍ୟୁକୁ ବି କୋଳେଇ ନେବାକୁ ବାଧ୍ୟ ହୋଇଛି।
ସୀମାରେଖା ଡେଇଁଯିବାର କୁପରିଣାମ ବିଷୟରେ ଆମର ପୁରାଣ, ଶାସ୍ତ୍ର, ଇତିହାସର ପର୍ଯ୍ୟାପ୍ତ ଉଦାହରଣ ରହିଛି। ସୁବର୍ଣ୍ଣ ହରିଣୀ ଏକ ଅବାସ୍ତବ ସୃଷ୍ଟି ଜାଣି ମଧ୍ୟ ପ୍ରଭୁ ଶ୍ରୀରାମ ତା’ର ପଶ୍ଚାଧାବନ କରିଥିଲେ। ଅନୁଜ ଲକ୍ଷ୍ମଣ ମାତା ଜାନକୀଙ୍କ ପାଇଁ ତିନି ସୀମାରେଖା ଟାଣିଥିଲେ। କିନ୍ତୁ ମାତା ତାକୁ ଟପି ଯାଇଥିଲେ। ଫଳ କ’ଣ ହେଲା? ରାକ୍ଷସ ରାବଣ ଆଉ ବାନର ରାଜା ବାଳୀ ଅନ୍ୟର ପତ୍ନୀ ହରଣ କରିଥିଲେ। ସୀମାରେଖା ଟପିଯିବାର ଦଣ୍ଡ ସ୍ବରୂପ ଉଭୟଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲା। ଏ ତ ଗଲା ରାମାୟଣର କଥା। ମହାଭାରତରେ ବି ସୀମା ଟପିଯିବାର ଅସଂଖ୍ୟ ଉଦାହରଣ ରହିଛି। ଦୁର୍ଯ୍ୟୋଧନ ପ୍ରତି ଅନ୍ଧପୁତ୍ର ଅନ୍ଧ ଭଳି କଟୁ ମନ୍ତବ୍ୟ ଦେଇ ପାଞ୍ଚାଳୀ ନିଜ ପାଇଁ ବିପଦ ଆହ୍ବାନ କରିଥିଲେ। ଫଳ ସ୍ବରୂପ ଦିନେ ଦୁର୍ଯ୍ୟୋଧନ ଆଉ ଦୁଃଶାସନ ଦୁଇ ଭାଇ କୁରୁସଭାରେ ତାଙ୍କୁ ବିବସ୍ତ୍ର କରିବାର ପ୍ରୟାସ କରିଥିଲେ। ତା’ର ଅନ୍ତିମ ପରିଣାମ କେତେ ଭୟଙ୍କର ସଭିଁଙ୍କୁ ଜଣା। କଂସ ସୀମା ଡେଇଁ ନିଜ ଭଉଣୀ, ଭିଣୋଇଙ୍କୁ ବନ୍ଦୀରଖି ତାଙ୍କର ସାତୋଟି ଶିଶୁର ହତ୍ୟାକାରୀ ସାଜି ଅକାଳେ ନାଶ ଯାଇଥିଲା। ଆମ ଧର୍ମଶାସ୍ତ୍ରର ପ୍ରତିଟି ପୃଷ୍ଠାରେ ସୀମା ଟପିଯିବାର ଅସଂଖ୍ୟ ଉଦାହରଣରେ ପରିପୂର୍ଣ୍ଣ।
ଆମ ଦେଶ ଭାରତ ସହିତ ଚାଇନା ଆଉ ପାକିସ୍ତାନର ସୀମା ବିବାଦ ଦୀର୍ଘ ବର୍ଷ ଧରି ରହିଆସିଛି। ପାକିସ୍ତାନର ସୀମା ପାର ଆତଙ୍କବାଦ ପାଇଁ ଦୁଇ ଦେଶ ମଧ୍ୟରେ ଅନେକ ଥର ଯୁଦ୍ଧ ହୋଇ ଧନ ଜୀବନ ହାନି ହୋଇଛି। ଭାରତ ଆଉ ଚାଇନା ମଧ୍ୟରେ ମଧ୍ୟ ଯୁଦ୍ଧ ହୋଉଛି। ନିଜକୁ ଶକ୍ତିଶାଳୀ କରିବା ପାଇଁ ଭାରତ ତା’ର ପ୍ରତିରକ୍ଷା ବଜେଟ ମଧ୍ୟ ବୃଦ୍ଧି କରିଛି। ହୁଏତ ଏ ସୀମା ବିବାଦ ନ ଥିଲେ ଏ ପ୍ରତିରକ୍ଷା ବଜେଟକୁ ଭାରତ ଅନ୍ୟ ଉନ୍ନୟନମୂଳକ କାର୍ଯ୍ୟରେ ଖର୍ଚ୍ଚ କରିପାରିଥାନ୍ତା! ଏବେ ରୁଷ୍‌-ୟୁକ୍ରେନ ଅଥବା ଇସ୍ରାଇଲ- ପାଲେଷ୍ଟାଇନ ମଧ୍ୟରେ ଯେଉଁ ଭୟଙ୍କର ଯୁଦ୍ଧ ହୋଇ ଧନ ଜୀବନ ନଷ୍ଟ ହେଉଚି ତା’ ବି ଅହଂକାରର ଲଢ଼େଇ। ବିବେକକୁ ଟପିଯିବାର ଲଢ଼େଇ। କିଛି ମାସ ତଳେ ମଧ୍ୟପ୍ରାଚ୍ୟର ୟୁଏଇରେ କିଛି ଘଣ୍ଟାରେ ୧୨୭ ସେମି ବର୍ଷା ହୋଇଥିଲା, ଯାହା ସମ୍ପୃକ୍ତ ଅଞ୍ଚଳର ଦେଢ଼ ବର୍ଷର ବର୍ଷା ସହିତ ସମାନ। ଫଳ ସ୍ବରୂପ ଦୁବାଇରେ ଭୟଙ୍କର ବନ୍ୟା ହୋଇ ସମଗ୍ର ବିଶ୍ବକୁ ଥରାଇଦେଲା। ତା’ର ମୁଖ୍ୟ କାରଣ ଥିଲା ପାଣିର ଆବଶ୍ୟକତାକୁ ପୂରଣ ପାଇଁ କୃତ୍ରିମ ବର୍ଷା ବା କ୍ଲାଉଡ୍‌ ସେଡିଂର ସାହାଯ୍ୟ ନେବା। ବର୍ଷା ଏକ ପ୍ରାକୃତିକ ପ୍ରକ୍ରିୟା। ଋତୁ ଅନୁସାରେ ସେ ବର୍ଷି ଜୀବ ଜଗତର ମଙ୍ଗଳ କରିଥାଏ। ମାତ୍ର ଅତ୍ୟାଧୁନିକ ଜ୍ଞାନ କୌଶଳରେ ଅନ୍ଧ ଅହଂକାରୀ ମଣିଷ ନିଜର ଜ୍ଞାନ କୌଶଳରେ ବର୍ଷା କରିଦେଲା ସିନା, ତାକୁ ସମ୍ଭାଳିବା କ୍ଷମତା ତା’ର ସୀମା ବାହାର।
ଏବେ ଚାଇନାକୁ ନେଇ ଆଉ ଗୋଟିଏ ଖବର ଚର୍ଚ୍ଚିତ ହୋଇଛି। ଆଉ ମାତ୍ର ଶହେ ବର୍ଷ ପରେ ଚାଇନାର ଏକାଧିକ ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବା ଭଳି ଆଶଙ୍କା ସୃଷ୍ଟି ହୋଇଛି। ତା’ ଭିତରେ ତା’ର ସବୁଠୁଁ ବିକଶିତ ସହର ସାଂଘାଇ ଏବଂ ବେଜିଂ ମଧ୍ୟ ରହିଛି। ଏହାର କାରଣ ହେଉଛି ଚାଇନାର ଅଧିକାଂଶ ସହରର ଭୂମି ୪୫% ତଳକୁ ଦବିଯାଇଛି। ଦବିଯିବାର କାରଣ ଭିତ୍ତିଭୂମିର ବିକାଶ ଆଳରେ ଭୂଗର୍ଭର ବ୍ୟାପକ ଖନନ, ମାତ୍ରାଧିକ ନିର୍ମାଣ ଆଉ ବ୍ୟାପକ ବୃକ୍ଷଛେଦନ। ତା’ର କୁପରିଣାମ ନିଜେ ଭୋଗିବାକୁ ହୁଏ ନହେଲେ ପରବର୍ତ୍ତୀ ପିଢ଼ି ଭୋଗ କରେ, ଏ କଥା ସେ ଭୁଲିଯାଏ। ବିଶ୍ୱର ଅନ୍ୟତମ ଜଣାଶୁଣା ଦେଶ ଥାଇଲାଣ୍ଡ ଏବେ ତା’ର ରାଜଧାନୀ ବ୍ୟାଙ୍କକକୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବ ବୋଲି ଚର୍ଚ୍ଚା ହେଉଚି। ତା’ର ମୁଖ୍ୟ କାରଣ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ। ସହରର ତାପମାତ୍ରା ଭୟଙ୍କର ଭାବରେ ବୃଦ୍ଧି ଘଟୁଛି ଆଉ ବରଫ ତରଳି କିଛି ବର୍ଷ ମଧ୍ୟରେ ସମୁଦ୍ରରେ ଲୀନ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏ ସବୁର ମୂଳ କାରଣ ପ୍ରକୃତି ଉପରେ ମାନବର ସୀମା ପାର ଅତ୍ୟାଚାର।
ମନୁଷ୍ୟ ତା’ର ବ୍ୟକ୍ତିଗତ ଜୀବନରେ ପ୍ରତି ମୁହୂର୍ତ୍ତରେ ନିଜ ପାଇଁ ନିଜେ ଟାଣିଥିବା ସୀମାରେଖା ଟପିଥାଏ, ଆଉ ନିଜ ପାଇଁ ଦୁଃଖ ଯନ୍ତ୍ରଣାକୁ ନିମନ୍ତ୍ରଣ କରିବା ସହିତ ସମାଜର ବ୍ୟାପକ କ୍ଷତି କରିଥାଏ। ଓଠର ହୁ ଠୁଁ ଭାଷା ଯେତେବେଳେ ଶାଳୀନତାର ସୀମା ଡିଏଁ ସେତେବେଳେ ଦୁଇଟି ବ୍ୟକ୍ତି, ଗୋଷ୍ଠୀ, ଜାତି ଅଥବା ସମ୍ପ୍ରଦାୟ ମଧ୍ୟରେ ରକ୍ତପାତ ଘଟେ। ଲୋଭରେ ହେଉ, ଲାଭରେ ହେଉ ଅଥବା କ୍ରୋଧରେ ହେଉ ସୀମା ଡେଇଁଯିବା ସହଜ। ମାତ୍ର ତା’ର ଭୟଙ୍କର ପରିଣାମ ଆମକୁ ଜଣା ନଥାଏ, ଆଉ ତାକୁ ଭୋଗିବାକୁ ହୁଏ। ଜୀବନର ଏଇ ନିଷ୍ଠୁର ସତ୍ୟ ବିଷୟରେ ଆମେ ସାମାନ୍ୟ ସତର୍କ ହୋଇ ଚିନ୍ତା କଲେ ଅନେକ ଦୁଃଖ ଯନ୍ତ୍ରଣାରୁ ମୁକ୍ତିମିଳେ। ସୀମା ଭିତର ଜୀବନ ସଦାବେଳେ ସୁଖକର ଆଉ ଶାନ୍ତିପ୍ରଦ।
ମକୁନ୍ଦପୁର, ବାଙ୍କୀ
ମୋ: ୯୪୩୭୪୬୮୦୧୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri