ବଞ୍ଚିବା ବନାମ ବଞ୍ଚୁଥିବା ଜୀବନ

ଏ ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟ। ପ୍ରାଣ ଥାଇ ସୃଷ୍ଟି ତ ପ୍ରାଣୀ। ପ୍ରାଣୀ ସଂସାରରେ ବଞ୍ଚେ ଓ ବଞ୍ଚାଏ ମଧ୍ୟ। ବଞ୍ଚାଇବାର ରାହା ସୃଷ୍ଟି କରିପାରେ। ବଞ୍ଚିବାର ପ୍ରଥମ ସୋପାନ ହେଲା ଆହାର। ଯାହା ଜନ୍ମ ସହିତ ଈଶ୍ବର ଆପେ ଆପେ ଖଞ୍ଜି ଦେଇ ଥାଆନ୍ତି। ଜନ୍ମରୁ ମନୁଷ୍ୟ ନିର୍ଭରଶୀଳ। ତେଣୁ ଜନ୍ମଦାତ୍ରୀ ମା’କୁ ଭଗବାନ୍‌ ସେଇ ଗୁରୁଦାୟିତ୍ୱ ଟିକକ ଦେଇ ପଠାଇ ଥାଆନ୍ତି। ପାଣି, ପବନ, ଆଲୋକ ଯାହା ଜୀବନ ଧାରଣ କରିବାର ଗୋଟିଏ ଗୋଟିଏ ଅମୂଲ୍ୟ ଉପାଦାନ ତାହା ଈଶ୍ୱର ବିନା ଦେୟରେ ପାଖରେ ଆଣି ଅଜାଡି ଦିଅନ୍ତି। ବାଛ ବିଚାର ନ ଥାଏ ତାଙ୍କର। ସତେ ଯେପରି ସେ ସମସ୍ତଙ୍କର ଜନ୍ମକଲା ମା’। ଆଉ ଆଶ୍ଚର୍ଯ୍ୟର କଥା ଯେ, ଛୁଆର ପ୍ରକାଶ ହେବା ମାତ୍ରେ ମା’ ପାଖରେ ତା’ର ଭରପୂର ଖାଦ୍ୟ ଓ ପାନୀୟ ସୃଷ୍ଟି ବି ଈଶ୍ବରଙ୍କର ଶ୍ରେଷ୍ଠ ବୈଚିତ୍ର୍ୟ। ମଣିଷ ସଂସାରକୁ ଆସେ। ସଂସାରୀ ସାଜେ ଓ ବଞ୍ଚେ। ଖାଇ ପିଇ, ଚାଲିବୁଲି ସମୟ କାଟିବା ତ ସାଧାରଣ କଥା। ଏପରି କେତେଜଣ ଲୋକ ଥାଆନ୍ତି, ସେମାନେ ନିଜ ଅପେକ୍ଷା ଅନ୍ୟ ପାଇଁ ବଞ୍ଚିବାକୁ ଜୀବନର ଲକ୍ଷ୍ୟ ବୋଲି ଧରି ନିଅନ୍ତି। କେବଳ ଖାଇପିଇ ପଶୁତୁଲ୍ୟ ଜୀବନ ବଞ୍ଚାଇବାରେ ତାଙ୍କର ଜନ୍ମର ସାର୍ଥକତା କ’ଣ ବୋଲି ନିଜେ ନିଜକୁ ପ୍ରଶ୍ନ କରନ୍ତି। ବେଦ ପୁରାଣ ଇତ୍ୟାଦି ଗ୍ରନ୍ଥରୁ ଶିଖନ୍ତି ମନୁଷ୍ୟ ଜନ୍ମଟା ଅନ୍ୟର ହିତ ପାଇଁ, ନିଜ ସ୍ବାର୍ଥ ପାଇଁ ନୁହେଁ। ଏଇଠି ବଞ୍ଚିଥିବା ମଣିଷ ଦୁଇ ଭାଗ ହୋଇ ବାଣ୍ଟି ହୋଇଯାଏ। କିଛି ଥା’ନ୍ତି ଆପେ ବଞ୍ଚିଲେ ବାପର ନାଁ ନୀତି ଆପଣେଇ, ଆଉ ଅନ୍ୟ ଥା’ନ୍ତି ଏ ମରଣଶୀଳ ଜଗତରେ ଯଦି କାହାର କିଛି କରିପାରିବେ ତେବେ ଆତ୍ମସନ୍ତୋଷ ଲଭିବେ ତାଙ୍କ ମଣିଷ ଜନ୍ମର। ମୋଟାମୋଟି କହିବାକୁ ଗଲେ ଏହା ଶରୀର ଅର୍ଥାତ୍‌ ସ୍ଥୂଳ ଓ ମନ ଅର୍ଥାତ୍‌ ସୂକ୍ଷ୍ମ ଚିନ୍ତନର ପ୍ରତିଫଳନ।
ରୋଜଗାର କରି ଖାଇପିଇ ସଂସାରୀ ସାଜିଥିବା ଲୋକଙ୍କ ଗଣତି ମଧ୍ୟରେ ରହିବାର ପ୍ରଚେଷ୍ଟା ଥାଏ ସାଧାରଣ ଜନତାଙ୍କର। ଏମାନେ ପ୍ରାୟ ସରଳ। କେତେଜଣ ଥାଆନ୍ତି ଜଟିଳ ପ୍ରକୃତିର। ଏପରି ମୋଟାମୋଟି ଦୁଇ ପ୍ରକାରର। ସରଳମାନେ ନିଜେ ନିଜେ ବଞ୍ଚତ୍ବାର ମାୟାରେ ବାୟା। ଅନ୍ୟମାନେ ଅର୍ଥାତ୍‌ ଜଟିଳମାନେ ସେହି ଏକା ପ୍ରକାରର ହେଲେ ଅନ୍ୟକୁ ଅସୁବିଧାରେ ପକାଇ ବା କିଛିଟା ସୁବିଧା କରାଇ ଅର୍ଥ ଠୁଳେଇବାରେ ଅଭ୍ୟସ୍ତ। ଏ ସମସ୍ତଙ୍କ ସଂଖ୍ୟା ପ୍ରାୟ ଶତକଡ଼ା ଶହେ। କାଁ ଭାଁ କିଛି ଥାଆନ୍ତି ଯେଉଁମାନଙ୍କୁ ସବୁବେଳେ ଅନ୍ୟର ଅସୁବିଧା ଦେଖାଯାଏ। ଦୁଃଖରୁ ନିସ୍ତାରି ଖୁସି ବାଣ୍ଟିବା ଏମାନଙ୍କ ଚିନ୍ତାଧାରା। ଶୁଖିଲା ମୁହଁରେ ହସ ଫୁଟାଇ ପାରିଲେ ଏମାନେ ନିଜେ ନିଜେ ଖୁସି ଅନୁଭବ କରନ୍ତି। ସେମାନଙ୍କର ବିଚାରଧାରା ବସୁଧୈବ କୁଟୁମ୍ବକମ୍‌। ପର ନିଜର ଭାବନା ପ୍ରାୟ ନ ଥାଏ ଏମାନଙ୍କର। ସ୍ରଷ୍ଟାଙ୍କ ସୃଷ୍ଟିର ମହତ୍ତ୍ୱ ଏମାନଙ୍କୁ ଜଣା। ଏମାନଙ୍କର ଆଦର ସବୁଠି।
ଯେତେବେଳେ ମନୁଷ୍ୟ ବିଷୟ ସମ୍ପତ୍ତି ପ୍ରତି ଲାଳାୟିତ ହୁଏ, ସେତେବେଳେ ସେ ବଞ୍ଚତ୍ରହେ ନିଜପାଇଁ ବା ନିଜର ପର ପିଢ଼ି ପାଇଁ। ସାଧାରଣ ମଣିଷଟିଏ ସେ। ଆଉ ଯଦି କୌଣସି କାରଣରୁ ସେ ବିଷୟ ସମ୍ପତ୍ତି ଅପେକ୍ଷା ଅନ୍ୟର ଜୀବନଶୈଳୀରେ ସୁଧାର ଆଣିବାରେ ଯତ୍‌ପରୋନାସ୍ତି ଚେଷ୍ଟିତ ରହେ, ତେବେ ତାହା ତା’ର ବଞ୍ଚତ୍ବାଟାକୁ ସାର୍ଥକ ମନେକରେ। ବଞ୍ଚତ୍ବା ଜୀବନଟା ତାକୁ ଅନ୍ତରରୁ ଆନନ୍ଦ ଦେଇଥାଏ। ଆତ୍ମତୃପ୍ତି ଲାଭ କରେ ସେ। ଶରୀର ନଶ୍ବର। ଆତ୍ମା ଚିରକାଳ ଅମର। ଭାଗବତ ବାଣୀ- ମର୍ତ୍ତ୍ୟ ମଣ୍ଡଳେ ଦେହବହି, ଦେବତା ହୋଇଲେ ମରଇ। ମୁଠାଏ ପାଉଁଶରେ ଜୀବନଟା ଶେଷ। ଆତ୍ମୀୟ ସ୍ବଜନଙ୍କ କେଇଧାର ଝରା ଲୁହ କିଛିଦିନ ପାଇଁ ଝରିବ। ପରେ ପରେ ଆପେ ଆପେ ନାମ ନିଶାନ ଦିନେ ଲିଭିଯିବ। ହଁ, ଆଉ ଏପରି ଲୋକ ବି ଅଛନ୍ତି ଯାହାଙ୍କୁ ଲୋକେ ଚିରଦିନ ପାଇଁ ମନେରଖନ୍ତି, ପିଢି ପରେ ପିଢି ତାଙ୍କର ଗୁଣଗାନ କରୁଥାନ୍ତି। ଏଇତ ବଞ୍ଚାଇ ରଖେ। ଯଶକୀର୍ତ୍ତି ସଃ ଜୀବତି।
ସେଇ ବଞ୍ଚିଥିବା ଲୋକମାନେ କାଳଜୟୀ। ତେବେ ଏମାନଙ୍କ ମଧ୍ୟରୁ ଅଧିକାଂଶ ଭୋଗରହିତ। ତ୍ୟାଗୀ। କିଏ ଲେଖକ ତ କିଏ ଦାର୍ଶନିକ, କିଏ ବୈଜ୍ଞାନିକ ତ କିଏ ପୁଣି ରାଜନୀତିଜ୍ଞ ବା ରାଷ୍ଟ୍ର ନାୟକ, କିଏ ଅବତାରୀ ତ ପୁଣି କିଏ ଅବତାର, କିଏ ସଂଗ୍ରାମୀ ତ କିଏ ନେତା, ଏପରି ଅନେକ ଅଛନ୍ତି। ଏମାନେ ମରି ବି ଅମର। ଯାହାଙ୍କ ଅଭାବ ଦୁନିଆ ପାଇଁ। ଯାହାଙ୍କୁ ଦୁନିଆ ଝୁରେ। ଏମାନେ ଗୋଟିଏ ଗୋଟିଏ ତ୍ୟାଗର ଅଲିଭା ପ୍ରତିମୂର୍ତ୍ତି। ସେମାନେ କର୍ମ ଓ ଧର୍ମର ପରିବାହକ। ଆଜି ବି ମନେପଡନ୍ତି ବୁଦ୍ଧ, ଯିଶୁ, ଜୈନ। ମନେପଡ଼ନ୍ତି ସେକ୍ସପିଅର, ଆରିଷ୍ଟୋଟଲ, ନିଉଟନ। ଗାନ୍ଧୀ ଗୋପବନ୍ଧୁଙ୍କୁ ବା କିଏ ନ ଜାଣେ? ଆମେ ହୁଏତ ତାଙ୍କର କେହି ନୋହଁୁ, ତଥାପି ଆମ ମନରେ ତାଙ୍କର ସ୍ଥାନ ଅଛି। ତାଙ୍କ ସମୟର ଆମ ପିଢିର କେହି କିନ୍ତୁ ଆମର ଏବେ ମନେନାହାନ୍ତି। ଏଇ ତ ପ୍ରଭେଦ। ସେମାନେ ଏବେ ଆମ ପାଇଁ ବଞ୍ଚତ୍ଛନ୍ତି।
ବୋଧହୁଏ ସେହି ମହାମନୀଷୀମାନେ ଈଶ୍ୱରଙ୍କ ଦ୍ୱାରା ଅଭିପ୍ରେତ। ସେମାନଙ୍କ ପାଇଁ ଉଦ୍ଦିଷ୍ଟ କର୍ମ କରିସାରିଲା ପରେ ସେମାନେ ଆଉ ଏ ଧରାପୃଷ୍ଠରେ କ୍ଷଣେ ମାତ୍ର ରୁହନ୍ତି ନାହିଁ। ଈଶ୍ୱରଙ୍କର ସେମାନେ ଅତି ପ୍ରିୟ। ସେଥିପାଇଁ ଇଂଲିଶରେ ଏକ କଥନୀ ଅଛି, God loves those who dies young. ଲୋକେ କିନ୍ତୁ ଚାହାନ୍ତି ସେମାନଙ୍କର ଦୀର୍ଘ ଜୀବନ। ଆଶା ରଖନ୍ତି ବହୁତ କିଛି ପାଇବାକୁ, କିନ୍ତୁ ଫଳ ହୁଏ ଓଲଟା। ସ୍ବାମୀ ବିବେକାନନ୍ଦ ବା ଶଙ୍କରାଚାର୍ଯ୍ୟ କି ଉତ୍କଳମଣି ଗୋପବନ୍ଧୁଙ୍କ ଭଳି ମହାନ୍‌ ଆତ୍ମନ ସ୍ବଳ୍ପଜୀବୀ। ହେଲେ ସେମାନେ ପରା ମରି ଅମର।
ଏହା ସତ୍ୟ ଯେ ସମସ୍ତେ ଆସିଛନ୍ତି ଯିବାକୁ କିନ୍ତୁ କିଛି ଆସନ୍ତି ଯେ କି ଯିବା ପୂର୍ବରୁ ଏପରି ଛାପ ଛାଡ଼ିଯାଆନ୍ତି ଯାହାଙ୍କୁ ଗୋଡ଼ି ମାଟି ବି ଝୁରେ। ସେଇମାନେ ଜନମନରେ ରହିଯାଆନ୍ତି ଯୁଗ ଯୁଗ ପାଇଁ। ଏଇତ ବଞ୍ଚତ୍ରହିବା ଜୀବନ। ସେଥିପାଇଁ ଇଂଲିଶରେ କୁହାଯାଏ, Man lives in deeds but not in years. କର୍ମ ହିଁ କେବଳ ମୃତ୍ୟୁପରେ ମନୁଷ୍ୟକୁ ଦୀର୍ଘଦିନ ବଞ୍ଚାଇ ରଖିପାରେ।

ଭଗବାନ ଦାଶ
ମୋ: ୮୨୪୯୦୮୨୪୦୦


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?