ଗୁଣସୂତ୍ର ଓ ବାତାବରଣ

ମଣିଷର ବ୍ୟକ୍ତିତ୍ୱର ବିକାଶ ପାଇଁ ଦୁଇଟି ପ୍ରଭାବ ଦାୟୀ। ପ୍ରଥମଟି ହେଲା, ମଣିଷ ତା’ର ସୁଗୁଣ ଓ ଦୁର୍ଗୁଣ ଉତ୍ତରାଧିକ୍ରମେ ଗୁଣସୂତ୍ର (GENES) ମାଧ୍ୟମରେ ଲାଭକରେ। ଅର୍ଥାତ୍‌ ଜଣେ ସାଧୁ ପୁରୁଷର ପୁତ୍ର ତା’ ବାପା ପାଖରୁ ସାଧୁତା ଗୁଣ ଉତ୍ତରାଧିକାରୀ ସୂତ୍ରରେ ପାଏ ଓ ଜଣେ ଚୋର ଠିକ୍‌ ସେପରି ଚୋରି କରିବା ଗୁଣ ତା’ ବାପାଠାରୁ ଲାଭକରେ। ମାତ୍ର ଏହି ତତ୍ତ୍ୱ ଶତ ପ୍ରତିଶତ ପ୍ରମାଣସିଦ୍ଧ ନୁହେଁ। ବହୁ ଅସାଧୁମାନଙ୍କ ପୁତ୍ର ସାଧୁ ହୋଇଥିବାର ଓ ବହୁ ଦୁଶ୍ଚରିତ୍ର ବ୍ୟକ୍ତିଙ୍କ ବଂଶଜ ସତ୍‌ ଚରିତ୍ର ସମ୍ପନ୍ନ ହୋଇଥିବାର ଉଦାହରଣ ଅଛି। ଅପରପକ୍ଷରେ ସତ୍‌ପୁରୁଷମାନଙ୍କ ପୁତ୍ରକନ୍ୟା ଦୁଶ୍ଚରିତ୍ର ହେବାର ଦୃଷ୍ଟାନ୍ତ ମଧ୍ୟ ରହିଛି। ନିଶାସେବନ ଓ ଧର୍ମାନ୍ତରୀକରଣକୁ ବିରୋଧ କରିଥିବା ମହାମତ୍ା ଗାନ୍ଧୀଙ୍କ ପୁଅ ହରିଲାଲ ଗାନ୍ଧୀ ମଦ୍ୟପ ଥିବା ଓ ଇସ୍‌ଲାମ ଧର୍ମ ଗ୍ରହଣ କରିଥିବା ସର୍ବଜନବିଦିତ । ଏଣୁ ବ୍ୟକ୍ତିତ୍ୱ ବିକାଶ ପାଇଁ ସର୍ବଦା ଗୁଣସୂତ୍ର ଦାୟୀ ନୁହେଁ। ଚତୁଃପାର୍ଶ୍ୱସ୍ଥ ସାମାଜିକ ବାତାବରଣ ଓ ଆନୁଷ୍ଠାନିକ ଶିକ୍ଷା ମଧ୍ୟ ବ୍ୟକ୍ତିତ୍ୱ ନିର୍ମାଣରେ ବଡ଼ ଭୂମିକା ଗ୍ରହଣ କରେ। ଯଦି ସାମାଜିକ ବାତାବରଣ କଳୁଷିତ ଓ ଶିକ୍ଷା ନୈତିକ ମୂଲ୍ୟବୋଧ ଉପରେ ପର୍ଯ୍ୟବସିତ ନୁହେଁ, ତା’ର କୁପ୍ରଭାବ ବ୍ୟକ୍ତି ଉପରେ ପଡ଼େ। କୌଣସି ଗୁଣ ଆନୁବଂଶିକ ଭାବରେ ଜଣକ ପାଖରୁ ପରବର୍ତ୍ତୀ ପିଢ଼ିକୁ ସର୍ବଦା ଯାଏନାହିଁ। ରାକ୍ଷସ ହିରଣ୍ୟକଶିପୁର ଗୁଣ ପ୍ରହଲ୍ଲାଦଙ୍କ ପାଖରେ ପରିଲକ୍ଷିତ ହୋଇନଥିଲା। ହିରଣ୍ୟକଶିପୁ ହିଂସ୍ର ଓ ଉପତ୍ୀଡ଼କ ହୋଇଥିବାବେଳେ ପ୍ରହଲ୍ଲାଦ ଥିଲେ ଶାନ୍ତ ଧର୍ମପରାୟଣ ଓ ବିଷ୍ଣୁଭକ୍ତ। ଅପରପକ୍ଷରେ ଆକବର ଜଣେ ଉଦାର ଓ ସହନଶୀଳ ପ୍ରଶାସକ ଥିବାବେଳେ ପୁତ୍ର ଜାହାଙ୍ଗୀର ଥିଲେ ଅତ୍ୟନ୍ତ ହିଂସ୍ର ଓ ଅତ୍ୟାଚାରୀ। ଏହି ପ୍ରସଙ୍ଗରେ ବିଶିଷ୍ଟ ଲେଖିକା ସୁଧା ମୂର୍ତ୍ତି ତାଙ୍କ ଜୀବନର ଏକ ସତ ଘଟଣାକୁ ଆଧାର କରି ଲେଖିଛନ୍ତି ଏକ କ୍ଷୁଦ୍ର ଗଳ୍ପ ‘ଜିନ୍‌ସ’ ଓ ସେଥିରେ ସେ କହିଛନ୍ତି କେବଳ ରୋଗ ଜିନ୍‌ ଦ୍ୱାରା ପରବର୍ତ୍ତୀ ପିଢ଼ିକୁ ସଂକ୍ରମଣ ହୁଏ, ସାଧୁତା ଓ ସଚ୍ଚୋଟତା ଉତ୍ତରାଧିକାରୀ ସୂତ୍ରରେ ପ୍ରାପ୍ତ ହୁଏନାହିଁ।
ଅନନ୍ତ ନାମରେ ଜଣେ ବେକାର ଅଣକୁଶଳୀ ଶ୍ରମିକ ପହଞ୍ଚିଲା ସୁଧା ମୂର୍ତ୍ତିଙ୍କ ଘରେ। ସେ ଚାହିଁଥିଲା କିଛି କାମ କରିବାକୁ ଓ ତା’ ବଦଳରେ ଚାହିଁଥିଲା ଦିନକୁ ଦି ଓଳି ଖାଦ୍ୟ। ସୁଧା ମୂର୍ତ୍ତିଙ୍କ ଜେଜେବାପା ଅନନ୍ତକୁ ଘରେ ରଖିଲେ ଓ କହିଲେ, ”ଦେଖ ବାବୁ! ବଞ୍ଚତ୍ବା ପାଇଁ ଅର୍ଥ ମଧ୍ୟ ଆବଶ୍ୟକ। ଏଣୁ ମୁଁ ତୁମକୁ ପୂଜାବିଧି ଶିଖାଇଦେବି। ତୁମେ ଆମଘରେ ପୂଜା କରିବ, ରହିବ ଓ ପ୍ରତ୍ୟେକ ମାସ ୧୦୦ ଟଙ୍କା ମଧ୍ୟ ପାଇବ।“ ଅନନ୍ତ ଖୁସି ହେଲା। ପୂଜା ଶିଖି ଘରେ ଦେବଦେବୀ ପୂଜା କରିବା ସଙ୍ଗେ ବଜାର କରିବା, ଫୁଲ ତୋଳିବା ଆଦି ଦୈନନ୍ଦିନ କାମ କଲା। ସେ ନିଷ୍ଠାରେ କାର୍ଯ୍ୟ କରି ପରିବାରର ସମସ୍ତଙ୍କ ପ୍ରିୟଭାଜନ ହେଲା। ଦିନେ ତାଙ୍କ ଜେଜେମା ଏକ ସୁନା କଙ୍କଣ ହଜାଇଦେଲେ ଓ ଅନନ୍ତ ତାହା ତୁଳସୀ ଗଛ ମୂଳେ ପାଇ ଜେଜେମାଙ୍କୁ ଦେଇଦେବାରୁ ତା’ର ସାଧୁତାରେ ପ୍ରୀତ ହୋଇ ଜେଜେବାପା ତାକୁ ୧୦୦ ଟଙ୍କା ପୁରସ୍କାର ଦେଲେ। ମାତ୍ର ଅନନ୍ତ କହିଲା, ପୁରସ୍କାର ପରିବାରର ବାହାର ଲୋକଙ୍କୁ ଦିଆଯାଏ। ମୁଁ ନିଜକୁ ଏହି ପରିବାରର ସଦସ୍ୟ ବୋଲି ଭାବେ। ଏଣୁ ମୁଁ ଏହି ପୁରସ୍କାର ଗ୍ରହଣ କରିପାରିବି ନାହିଁ। ଥରେ ଅନନ୍ତ ଅଭାବରେ ପଡ଼ି ଜେଜେବାପାଙ୍କଠାରୁ ୫୦ ଟଙ୍କା ଋଣ ନେଲା ଓ ପରବର୍ତ୍ତୀ ମାସର ଦରମାରୁ ତାକୁ କାଟିଦେବା ପାଇଁ କହିଲା। ମାତ୍ର ପରମାସ ଜେଜେବାପା ସେହି ଟଙ୍କା କଥା ଭୁଲିଯାଇ ଅନନ୍ତକୁ ୧୦୦ ଟଙ୍କା ବଢ଼ାଇ ଦିଅନ୍ତେ ଅନନ୍ତ ନିଜେ ତା’ ତରଫରୁ ସେହି ଟଙ୍କା କାଟିବା ପାଇଁ ମନେ ପକାଇଦେଲା। ଏହିଭଳି ଅନେକ ଘଟଣା ଜେଜେବାପାଙ୍କୁ ପ୍ରଭାବିତ କରିଥିଲା ଓ ତେଣୁ ସେ ଅନନ୍ତକୁ ଖୁବ୍‌ ଭଲ ପାଉଥିଲେ। ମାତ୍ର କିଛି ବର୍ଷ ପରେ ଅନନ୍ତ ବିବାହ କଲା ପରେ ତା’ର ଶ୍ୱଶୁରଙ୍କୁ ସାହାଯ୍ୟ କରିବା ପାଇଁ ଓ ପାରିବାରିକ ଦାୟିତ୍ୱର ଆହ୍ବାନରେ ସୁଧା ମୂର୍ତ୍ତିଙ୍କ ଘରୁ ବିଦାୟ ନେଇ ଗାଁରେ ରହିବାକୁ ସ୍ଥିର କଲା। ପରିବାରର ସମସ୍ତେ ତା’ର ମଙ୍ଗଳ କାମନା କରି ବିଦାୟ ଦେଲେ।
ଅନେକ ବର୍ଷ ଅତିକ୍ରାନ୍ତ ହେଲା। ଦିନେ ହଠାତ୍‌ ଅନନ୍ତ ତା’ର ନାତି ‘ହରି’କୁ ଧରି ପହଞ୍ଚିଲା ସୁଧାଙ୍କ ଅଫିସ୍‌ରେ। ସେ କହିଲା ତା’ର ନାତି ଚେନ୍ନାଇରେ ଆଇ.ଆଇ.ଟି.ରେ ନାମ ଲେଖାଇବ ଓ ସେଥିପାଇଁ ପ୍ରତ୍ୟେକ ବର୍ଷ ୫୦ ହଜାର ଟଙ୍କା ଆବଶ୍ୟକ। ଅନନ୍ତ ଏହି ଆର୍ଥିକ ସାହାଯ୍ୟ ପାଇଁ ପ୍ରାର୍ଥନା କରନ୍ତେ ସୁଧା ତା’ ନାତିକୁ ବ୍ୟକ୍ତିଗତ ଭାବରେ ଦୁଇ ଲକ୍ଷ ଟଙ୍କା ଦେଲେ ଓ ରୋଜଗାର କରିବା ପରେ ଫେରାଇବା ପାଇଁ କହିଲେ, କାରଣ ସେହି ଟଙ୍କା କ୍ରମାନ୍ବୟରେ ଅନେକ ଛାତ୍ରୀଛାତ୍ରୀଙ୍କ ଆବଶ୍ୟକତା ପୂରଣ କରିବାରେ ବ୍ୟବହାର କରିବା ପାଇଁ ସେ ଚାହୁଁଥିଲେ। ଅବଶ୍ୟ ହରି ଏହି ଅର୍ଥ ଋଣ ନେଇ ଏକ ଦଲିଲ ଦସ୍ତଖତ କରିବାକୁ ଚାହୁଁଥିଲା। ମାତ୍ର ସୁଧା କହିଲେ, ”ଆବଶ୍ୟକ ନାହିଁ, କାରଣ ତୁ ଅନନ୍ତ ଭଳି ଜଣେ ସାଧୁ ଓ ସଚ୍ଚୋଟ ବ୍ୟକ୍ତିର ନାତି। ତା’ର ରକ୍ତ ତୋ ଦେହରେ ପ୍ରବାହିତ।“
ହରି ଟଙ୍କା ନେଲା। ଚେନ୍ନାଇ ଆଇ.ଆଇ.ଟି.ରେ ପାଠ ପଢ଼ିଲା ଓ ଜଣେ କମ୍ପ୍ୟୁଟର ଇଞ୍ଜିନିୟର ହୋଇ ପ୍ରଭୂତ ଅର୍ଥ ରୋଜଗାର କଲା। ଏହାରି ଭିତରେ ଅନେକ ବର୍ଷ ଅତିକ୍ରାନ୍ତ ହେଲା ଓ ସୁଧା ମୂର୍ତ୍ତି ସେହି ଋଣଟଙ୍କା ବିଷୟରେ ଭୁଲିଗଲେ। ଥରେ ସେ ବାଙ୍ଗାଲୋର ଫେରିବା ପାଇଁ ଚେନ୍ନାଇ ବିମାନବନ୍ଦରରେ ଅପେକ୍ଷା କରିଥାନ୍ତି। ସେହି ବିମାନ ଅପେକ୍ଷାରେ ଥିବା ଜଣେ ସୁପରିଧିତ ଯୁବକ ଲାପ୍‌ଟପ୍‌ରେ କିଛି କାମ କରୁଥିବା ଦେଖିଲେ ସୁଧା। ଯୁବକଟି ତାଙ୍କୁ ଚିହ୍ନା ଅନୁଭବ ହେଲା, ମାତ୍ର ସେ ନିଶ୍ଚିତ ହୋଇପାରିଲେ ନାହିଁ। ବିମାନ ଛାଡ଼ିଲା ଓ ସେ ବାଙ୍ଗାଲୋରରେ ଚାକିରି କରୁଥିବା କଲେଜରେ ପହଞ୍ଚତ୍ ଦେଖିଲେ ସେହି ଯୁବକଟି ଶ୍ରେଣୀଗୃହରେ ଏକ ପ୍ରେରଣାଦାୟୀ ବକ୍ତୃତା ଦେଉଛି। ଗରିବ ଘରେ ଜନ୍ମନେଇ ମଧ୍ୟ ସଙ୍ଘର୍ଷ କରି ନିଜକୁ ନିଜେ ନିର୍ମାଣ କରି ସଫଳ ହୋଇଥିବା ବ୍ୟକ୍ତି ଭାବରେ ଏକ ପ୍ରେରଣାଦାୟୀ ବକ୍ତୃତା ଦେବା ପାଇଁ ସେ ନିମନ୍ତ୍ରିତ ହୋଇଥିଲା। ସୁଧା ଜାଣିପାରିଲେ ସେ ଥିଲା ଅନନ୍ତର ନାତି ହରି। ତା’ ପରଦିନ ସୁଧା ହରିକୁ ଫୋନ୍‌ କରି ଭଲମନ୍ଦ ପଚାରିଲେ ଓ ଅନନ୍ତର ମୃତ୍ୟୁକଥା ମଧ୍ୟ ଜାଣିବାକୁ ପାଇଲେ। କଥୋପକଥନ ଭିତରେ ହରି ତାଙ୍କ ପାଖରୁ ନେଇଥିବା ଦୁଇଲକ୍ଷ ଟଙ୍କା ଫେରାଇବା ବିଷୟରେ କିଛି ନ କହିବାରୁ ସୁଧା ଆଶ୍ଚର୍ଯ୍ୟ ହେଲେ। କିଛିଦିନ ପରେ ସୁଧା ଆଉଥରେ ଫୋନ୍‌ ଯୋଗେ ହରିକୁ ନେଇଥିବା ଋଣ କଥା ମନେ ପକାଇ ଦିଅନ୍ତେ ସେ କହିଲା, ”ମୋ ଜେଜେବାପାଙ୍କୁ ଆପଣ ଅଳ୍ପ ଦରମା ଦେଇ ବହୁତ ପରିଶ୍ରମ କରାଉଥିଲେ। ଏହା ଏକ ପ୍ରକାର ଶୋଷଣ ଥିଲା। ଏଣୁ ଆପଣ ଆହୁରି ଟଙ୍କା ଆମ ପରିବାରକୁ ଦେବା କଥା। ତଥାପି ମୋ ଜେଜେବାପାଙ୍କ ସମ୍ମାନ ରକ୍ଷା କରିବା ପାଇଁ ମୁଁ ତାହା ଦାବି କରୁନାହିଁ।“ ଏତକ କହି ସେ ଫୋନ୍‌ଟି କାଟିଦେଲା। ସୁଧା ମୂର୍ତ୍ତି ସେଦିନ ଉପସଂହାରରେ ପହଞ୍ଚତ୍ଲେ ଯେ ସୁଗୁଣ ସର୍ବଦା ଉତ୍ତରାଧିକାର ସୂତ୍ରରେ ପ୍ରାପ୍ତ ହୁଏନାହିଁ।
ଯଦି ହେଉଥାନ୍ତା ହରି ତା’ ଜେଜେବାପାଙ୍କ ଭଳି ଜଣେ ସତ୍ୟବାଦୀ, ସାଧୁ ବିଶ୍ୱସ୍ତ ବ୍ୟକ୍ତି ହୋଇଥାନ୍ତା। ଚରିତ୍ର ଗଠନରେ ଗୁଣସୂତ୍ର ସର୍ବଦା ଦାୟୀ ହୋଇ ନ ପାରେ। ବ୍ୟକ୍ତିତ୍ୱ ନିର୍ମାଣ ପାଇଁ ଆବଶ୍ୟକ ଏକ ଅନୁକୂଳ ଶୁଦ୍ଧ ବାତାବରଣ ଓ ନୈତିକ ମୂଲ୍ୟବୋଧ ଆଧାରିତ ଶିକ୍ଷା। ଏହି ଦୁଇଟି ଉପାଦାନର ସଦ୍‌ବ୍ୟବହାର କଲେ ନିଜକୁ ଏକ ମହତ ବ୍ୟକ୍ତିତ୍ୱ ଭାବରେ ଗଢ଼ିତୋଳି ହୁଏ। ଏଣୁ ‘ବେଣୀ ସଂହାର’ ନାଟକରେ କର୍ଣ୍ଣ କହିଥିଲେ ”ଦୈବାୟତ୍ତ କୁଳେ ଜନ୍ମଂ ମଦାୟତ୍ତ ଚ ପୌରୁଷମ୍‌“। କିଏ କିଭଳି ବ୍ୟକ୍ତିତ୍ୱର ଅଧିକାରୀ ହେବ, ତାହା ନିଜର ଅଭିପ୍ସା ଓ ପ୍ରଚେଷ୍ଟା ଉପରେ ନିର୍ଭର କରେ। ସେଥିରେ ସାହାଯ୍ୟ କରେ ଶିକ୍ଷା ଓ ବାତାବରଣ।

ଛାୟାକାନ୍ତ ଷଡ଼ଙ୍ଗୀ
ପ୍ରାକ୍ତନ୍‌ କଲେଜ ଅଧ୍ୟକ୍ଷ, ଟିଟିଲାଗଡ଼
ମୋ:୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri