Posted inଜାତୀୟ

ସୀମା ଉପରେ ନଜର ରଖିବ ‘ଦୃଷ୍ଟି’

ବେଙ୍ଗାଲୁରୁ,୪ା୫: ବେଙ୍ଗାଲୁରୁର ସ୍ପେସ୍‌ ଷ୍ଟାର୍ଟଅପ୍‌ ଗାଲାକ୍ସଆଇ ରବିବାର ଏହାର ପ୍ରଥମ ବ୍ୟବସାୟିକ ସାଟେଲାଇଟ୍‌ ‘ଦୃଷ୍ଟି’କୁ କାଲିଫର୍ନିଆର ଭଣ୍ଡେନ୍‌ବର୍ଗରୁ ସ୍ପେସ୍‌ଏକ୍ସର ଫାଲ୍‌କନ-୯ ରକେଟ ସହାୟତାରେ କକ୍ଷପଥରେ ସ୍ଥାପନ କରିଛି। ଏହା ବିଶ୍ୱର ପ୍ରଥମ ଅପ୍ଟୋସାର୍‌ ସାଟେଲାଇଟ୍‌ ବୋଲି କମ୍ପାନୀ କହିଥିବାବେଳେ ଏହି ଉତ୍‌କ୍ଷେପଣ ଭୂପର୍ଯ୍ୟବେକ୍ଷଣ ପ୍ରଯୁକ୍ତିର ବିକାଶରେ ଏକ ବଡ଼ ସଫଳତା ଓ ମହାକାଶ କ୍ଷେତ୍ରରେ ଭାରତର ବଢ଼ୁଥିବା ସାମର୍ଥ୍ୟକୁ ସୁଦୃଢ଼ କରିଥିବା କହିଛି।
୧୯୦ କେ.ଜି. ଓଜନ ବିଶିଷ୍ଟ ମିଶନ ଦୃଷ୍ଟି ଭାରତରେ ଘରୋଇ ଭାବେ ବିକଶିତ ସର୍ବବୃହତ୍‌ ଭୂପର୍ଯ୍ୟବେକ୍ଷଣ ସାଟେଲାଇଟ୍‌। ଏହା ବିଶ୍ୱରେ ପ୍ରଥମ ସାଟେଲାଇଟ୍‌, ଯାହା ସିନ୍ଥେଟିକ୍‌ ଆପାରଚର ରାଡାର (ଏସ୍‌ଏଆର୍‌) ସେନ୍‌ସରଗୁଡ଼ିକୁ ଏକକ କାର୍ଯ୍ୟକ୍ଷମ ପ୍ଲାଟ୍‌ଫର୍ମରେ ସଂଯୋଗ କରିଛି। ସବୁ ଋତୁରେ ଏବଂ ଦିନରାତି ଚିତ୍ର ଉତ୍ତୋଳନ କରିବା ସାମର୍ଥ୍ୟ ଏହି ସାଟେଲାଇଟ୍‌ର ରହିଥିବା କମ୍ପାନୀ କହିଛି। ଦୃଷ୍ଟି ବାଦଲ ଭିତରୁ, ଅନ୍ଧକାରରେ ଏବଂ ଖରାପ ପାଗରେ ମଧ୍ୟ ପୃଥିବୀର ସ୍ପଷ୍ଟ ଚିତ୍ର ଉତ୍ତୋଳନ କରିପାରିବ। ଏହି ସାଟେଲାଇଟ୍‌ ଦେଶର ସୀମା ସୁରକ୍ଷା ଓ ଶତ୍ରୁପକ୍ଷ ଉପରେ ନଜର ରଖିବା ସହ ବିପର୍ଯ୍ୟୟ ପରିଚାଳନା, କୃଷି, ଭିତ୍ତିଭୂମି ଯୋଜନା ଏବଂ ବୀମା ଆକଳନରେ ସହାୟକ ହେବ ବୋଲି ଆଶା କରାଯାଉଛି। ଉଦାହରଣ ସ୍ବରୂପ ବନ୍ୟା, ବାତ୍ୟା କିମ୍ବା ଭୂସ୍ଖଳନ ସମୟରେ ମେଘୁଆ ଆକାଶ ଯୋଗୁ ଅପ୍‌ଟିକାଲ ସାଟେଲାଇଟ୍‌ ଚିତ୍ର ଉତ୍ତୋଳନ କରିପାରୁ ନ ଥିବାବେଳେ ଏହି ରାଡାର ଇମେଜିଂ କାର୍ଯ୍ୟ ଜାରି ରଖିବ। ଏନ୍‌ଭିଡିଆର ଜେଟ୍‌ସନ ଓରିନ୍‌ କମ୍ପ୍ୟୁଟିଂ ପ୍ଲାଟ୍‌ଫର୍ମ ପରିଚାଳିତ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପ୍ରକ୍ରିୟାକରଣ କରିଥିବା ଗାଲାକ୍ସଆଇ ସହପ୍ରତିଷ୍ଠାତା ତଥା ସିଇଓ ସୁୟାଶ ସିଂ କହିଛନ୍ତି। ଏହାଦ୍ୱାରା ଅଧିକ ପରିମାଣରେ ଫଟୋ ଭୂପୃଷ୍ଠକୁ ପଠାଇବା ପରିବର୍ତ୍ତେ ମହାକାଶରେ ହିଁ ସେଗୁଡ଼ିକର ବିଶ୍ଳେଷଣ କରାଯିବ। ଏହାଦ୍ୱାରା ସାଟେଲାଇଟ୍‌ ଫଟୋଗୁଡ଼ିକୁ ତୁରନ୍ତ କାର୍ଯ୍ୟକ୍ଷମ ସୂଚନାରେ ପରିବର୍ତ୍ତନ କରାଯାଇ ସମୟ ବଞ୍ଚାଯାଇପାରିବ ବୋଲି ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ମାଟିରେ ଥାଇ ଏମିତି କଥା କହିଦେଲେ ମୋହନ ମାଝୀ: ଚାରିଆଡ଼େ ଚର୍ଚ୍ଚା

ଭୁବନେଶ୍ୱର,୯ା୫(ସୁନିତ୍‌ ମିଶ୍ର):କୋଲକାତାଠାରେ ଶୁକ୍ରବାର ଭାଜପା ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହି ବୈଠକରେ ଯୋଗଦେଇଥିଲେ। ବୈଠକରେ ଶୁଭେନ୍ଦୁ ଅଧିକାରୀଙ୍କୁ ଭାଜପା…

ୟୁଏଫ୍‌ଓ ଫାଇଲ ସାର୍ବଜନୀନ କଲା ପେଣ୍ଟାଗନ୍‌

ଓ୍ବାଶିଂଟନ,୯ା୫:ପେଣ୍ଟାଗନ୍‌ ୟୁଏଫ୍‌ଓ (ଅଜ୍ଞାତ ଉଡ଼ନ୍ତା ବସ୍ତୁ) ସହ ଜଡିତ ଫାଇଲଗୁଡ଼ିକୁ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ପ୍ରକାଶ ଆରମ୍ଭ କରିଛି। ୟୁଏଫ୍‌ଓ ଯାହାକୁ ଏବେ ଅଜଣା ଅସାମାନ୍ୟ…

ବିଜୟୀ ସରକାର ଉପରେ ଲାଗି ରହିଛି ସସପେନ୍ସ! ରାଜ୍ୟପାଳଙ୍କୁ AAMK ବିଧାୟକଙ୍କ ସମର୍ଥନ ପତ୍ର ଦାଖଲ କଲା TVK, ଥାନାରେ ପହଞ୍ଚିଲା…

ଚେନ୍ନାଇ,୯।୫: ବିଧାନସଭା ନିର୍ବାଚନ ଫଳାଫଳ ପରଠାରୁ ତାମିଲନାଡୁରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଅଭିନେତାରୁ ରାଜନେତା ହୋଇଥିବା ଜୋସେଫ ବିଜୟ ଶନିବାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର କାର୍ଯ୍ୟକ୍ରମ…

୨୨ବର୍ଷ ପରେ ମିଳିଲା ଜାମିନ: ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟଙ୍କ ନାପସନ୍ଦ

ଭୁବନେଶ୍ୱର,୯ା୫:ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ ଅଭିଯୁକ୍ତଙ୍କୁ ୨୨ବର୍ଷ ପରେ ସୁପ୍ରିମ୍‌କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏଥିସହିତ ଏହି ମାମଲାରେ ଓଡ଼ିଶା ହାଇକୋର୍ଟ ଅଭିଯୁକ୍ତଙ୍କ…

ଓଡ଼ିଶା ମେଟାଲିକ୍ସ ବିରୋଧରେ ବଢ଼ୁଛି ଜନ ଅସନ୍ତୋଷ: ଆନ୍ଦୋଳନ ଚେତାବନୀ

ଝାରସୁଗୁଡ଼ା, ୯ା୫(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ସଦର ବ୍ଲକ୍‌ ଅନ୍ତର୍ଗତ ମରାକୁଟାଠାରେ ଅବସ୍ଥିତ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀକୁ ନେଇ ବିବାଦ ଘନେଇବାରେ ଲାଗିଛି। ପୁରୁଣା କର୍ମଚାରୀଙ୍କୁ…

୨ ଦିନ ପରେ ଧାନକିଣା, ଚାଷୀଙ୍କୁ ମିଳିନି ଟୋକନ: ଖୋଲା ଆକାଶତଳେ ପଡ଼ିଛି ଧାନ

ବରଗଡ଼, ୯।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଆଉମାତ୍ର ୨ଦିନ ପରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା ୧୧ତାରିଖରୁ ଜିଲାର ବରଗଡ଼, ଅତାବିରା, ପଦ୍ମପୁର ନିୟନ୍ତ୍ରିତ…

ହାନ୍ତା ଭାଇରସ୍‌ ସଂକ୍ରମିତ କ୍ରୁଜ୍‌ ଜାହାଜରେ ୨ ଭାରତୀୟ

ଲଣ୍ଡନ/ନୂଆଦିଲ୍ଲୀ,୯ା୫: ହାନ୍ତା ଭାଇରସ୍‌ ସଂକ୍ରମିତ ହୋଇଥିବା ଡଚ୍‌ର କ୍ରୁଜ୍‌ ଜାହାଜ ଏମ୍‌ଭି ହୋଣ୍ଡିଅସ୍‌ର କ୍ରିଉ ସଦସ୍ୟଙ୍କ ମଧ୍ୟରେ ଅନୂ୍ୟନ ୨ ଜଣ ଭାରତୀୟ ଥିବା ଜଣାପଡ଼ିଛି। ଜାହାଜରେ…

ବିଜୟଙ୍କୁ ମନା, ଶୁଭେନ୍ଦୁ ନୂଆ ମୁଖ୍ୟମନ୍ତ୍ରୀ

ତାମିଲନାଡୁରେ ସରକାର ଗଠନ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରୁ ନାହିଁ। ଟିଭିକେ ମୁଖ୍ୟ ବିଜୟ ରାଜ୍ୟପାଳଙ୍କ ନିକଟରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ ଦେଇପାରି ନ ଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri