ଆବାସ ଗୃହ ଅସମ୍ପୂର୍ଣ୍ଣ, ଭଙ୍ଗା ଘରେ ବିତୁଛି ଜୀବନ

କୋକସରା,୧୦।୧୨(ଡି.ଏନ.ଏ.): ରାଜ୍ୟ ସରକାର ଗରିବ ସୀମା ରେଖା ତଳେ ଥିବା ହିତାଧିକାରୀଙ୍କୁ ଆବାସ ଘର ଯୋଗାଇ ଦେଉଛନ୍ତି। ହେଲେ ପଞ୍ଚାୟତସ୍ତରରେ ପଞ୍ଚାୟତ କର୍ମଚାରୀ, ସରପଞ୍ଚ ଓ ସ୍ଥାନୀୟ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ହିତାଧିକାରୀଙ୍କ ଆବାସ ଘର ଅର୍ଥ ଲୁଟ କରାଯାଇଛି। ବ୍ଲକର ୨୨ ପଞ୍ଚାୟତରେ ୧୦୩୫ ଆବାସ ଘର ଅସମ୍ପୂର୍ଣ୍ଣ ରହିଥିବା ନେଇ ବ୍ଲକ ସୂତ୍ରରୁ ଜଣାପଡ଼ିଛି। କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସୁନାମାଲ ଗ୍ରାମର ସ୍ବର୍ଗତ ରାମଚନ୍ଦ୍ର ଠାକୁରଙ୍କ ଆବାସ ଘର ୫ ବର୍ଷ ପରେବି ସମ୍ପୂର୍ଣ୍ଣ ହୋଇ ନ ଥିବା ଜଣାପଡ଼ିଛି। ସୁନାମାଲ ଗାଁର ରାମଚନ୍ଦ୍ରଙ୍କୁ ଆବାସ ଘର ୫ ବର୍ଷ ତଳେ ମିଳିଥିଲା। ହେଲେ ଅଦ୍ୟାବଧି ଠିକାଦାର ଘର ଅସମ୍ପୂର୍ଣ୍ଣ କରି ରଖିଛନ୍ତି। ଫଳରେ ଅତି ଦୟନୀୟ ଭାବେ ଜୀବନ କାଟୁଛନ୍ତି ରାମଚନ୍ଦ୍ରଙ୍କ ପରିବାର। ରାମଚନ୍ଦ୍ର ଠାକୁରଙ୍କୁ ଆବାସ ଯୋଜନାରେ ଜୀବନ ଥିବା ସମୟରେ ଘର ମିଳିଥିଲା। ହେଲେ ଆଜି ସେ ଆରପାରିରେ। ଘରେ ଏବେ ବିଧବା ସ୍ତ୍ରୀ ଇନ୍ଦ୍ରା ଠାକୁର, ପୁଅ ବିପିନ ଓ ଝିଅ ଟିକି ରହିଛନ୍ତି। ଘର ପାଇଁ ୩ ପର୍ଯ୍ୟାୟରେ ୧ ଲକ୍ଷ ଟଙ୍କା ଉଠାଣ ହୋଇଥିବା ବ୍ଲକରୁ ମିଳିଥିବା ତଥ୍ୟରୁ ଜଣାପଡିଥିବା ବେଳେ ଘର ଏବେ ସମ୍ପୂର୍ଣ୍ଣ ହୋଇନାହିଁ। ବାରମ୍ବାର ସରପଞ୍ଚ, ପିଓଇ ଓ ଠିକାଦାରଙ୍କୁ ଅଭିଯୋଗ କରିଛନ୍ତି ମୃତ ହିତାଧିକାରୀଙ୍କ ବିଧବା ସ୍ତ୍ରୀ। ହେଲେ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ନିରାଶ ହୋଇ ଏବେ ଭାଗ୍ୟକୁ ଆଦରି ରହିଛନ୍ତି। ଆବାସ ଘର ଅସମ୍ପୂର୍ଣ୍ଣ ସମ୍ପର୍କରେ ବିଡିଓ ଉତ୍ତମ କୁମାର ବାଗଙ୍କ ପ୍ରତିକ୍ରିୟା ନେବାରୁ ଆବାସ ଘର ହିତାଧିକାରୀଙ୍କୁ ଦିଆଯାଇଛି, ସେମାନେ କାହିଁକି ଠିକାଦାରଙ୍କୁ ଘର ନିର୍ମାଣ କରାଉଛନ୍ତି। ଆମ ପାଖରେ କୌଣସି ଅଭିଯୋଗ ନାହିଁ। ଠିକାଦାରଙ୍କ ନାମରେ ଥାନାରେ ଅଭିଯୋଗ କରନ୍ତୁ ବୋଲି କହିବା ସହ ବ୍ଲକରେ ୧୦୩୫ ଆବାସ ଘର ଅସମ୍ପୂର୍ଣ୍ଣ ରହିଛି ବୋଲି ମଧ୍ୟ ସୂଚନା ଦେଇଛନ୍ତି। ହେଲେ ନିରୀହ ହିତାଧିକାରୀ ଏବେ କାହା ପାଖରେ ଅଭିଯୋଗ କରିବେ ନା ଭାଗ୍ୟକୁ ଆଦରି ଚୁପ ରହିବେ ନା ଖବର ପ୍ରକାଶ ପରେ ଜିଲା ପ୍ରଶାସନ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବ ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଛତ୍ରପୁରରେ ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରା: ଆକର୍ଷଣ ସାଜିଛି ପାରମ୍ପରିକ ବାଘ ବେଶ

ଛତ୍ରପୁର (ଦିଲୀପ ସାମଲ), ୨୩।୫: ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଅବସରରେ ଏବେ ସାରା ସହର ଉତ୍ସବମୁଖର ହୋଇଉଠିଛି।…

ଭଟଲି ରାଇସ୍‌ ମିଲ୍‌ରୁ ଧରାପଡ଼ିଲା ଛତିଶଗଡ଼ ଧାନ, ଥାନାରେ ଅଟକ ରଖି ପୋଲିସର ତଦନ୍ତ, ଦାବିଦାର ଆସୁ ନଥିବାରୁ…

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟକୁ ଦିନକ ପରେ ୨ସପ୍ତାହ ପୂରିବ। କିନ୍ତୁ ଜିଲାରେ ଧାନ କିଣାବିକା ଶୀଥିଳ ହୋଇ ପଡ଼ିଛି। ମଣ୍ଡିକୁ ଧାନ ଆସୁଛି,…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ସନାତନ ଧର୍ମକୁ ଅପମାନ ବିରୋଧରେ ବଲାଙ୍ଗୀରରେ ଗର୍ଜିଲା ରାଷ୍ଟ୍ରୀୟ ହିନ୍ଦୁ ପରିଷଦ: ଉଦୟନିଧି ଷ୍ଟାଲିନଙ୍କ ଗିରଫଦାରୀ ଦାବି

ବଲାଙ୍ଗୀର,୨୩।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ସଂଧ୍ୟାରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା, ବଲାଙ୍ଗୀର ଜିଲ୍ଲା କମିଟି ପକ୍ଷରୁ ଏକ ବିଶାଳ ବିକ୍ଷୋଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri