ଆବାସ ଗୃହ ଅସମ୍ପୂର୍ଣ୍ଣ, ଭଙ୍ଗା ଘରେ ବିତୁଛି ଜୀବନ

କୋକସରା,୧୦।୧୨(ଡି.ଏନ.ଏ.): ରାଜ୍ୟ ସରକାର ଗରିବ ସୀମା ରେଖା ତଳେ ଥିବା ହିତାଧିକାରୀଙ୍କୁ ଆବାସ ଘର ଯୋଗାଇ ଦେଉଛନ୍ତି। ହେଲେ ପଞ୍ଚାୟତସ୍ତରରେ ପଞ୍ଚାୟତ କର୍ମଚାରୀ, ସରପଞ୍ଚ ଓ ସ୍ଥାନୀୟ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ହିତାଧିକାରୀଙ୍କ ଆବାସ ଘର ଅର୍ଥ ଲୁଟ କରାଯାଇଛି। ବ୍ଲକର ୨୨ ପଞ୍ଚାୟତରେ ୧୦୩୫ ଆବାସ ଘର ଅସମ୍ପୂର୍ଣ୍ଣ ରହିଥିବା ନେଇ ବ୍ଲକ ସୂତ୍ରରୁ ଜଣାପଡ଼ିଛି। କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସୁନାମାଲ ଗ୍ରାମର ସ୍ବର୍ଗତ ରାମଚନ୍ଦ୍ର ଠାକୁରଙ୍କ ଆବାସ ଘର ୫ ବର୍ଷ ପରେବି ସମ୍ପୂର୍ଣ୍ଣ ହୋଇ ନ ଥିବା ଜଣାପଡ଼ିଛି। ସୁନାମାଲ ଗାଁର ରାମଚନ୍ଦ୍ରଙ୍କୁ ଆବାସ ଘର ୫ ବର୍ଷ ତଳେ ମିଳିଥିଲା। ହେଲେ ଅଦ୍ୟାବଧି ଠିକାଦାର ଘର ଅସମ୍ପୂର୍ଣ୍ଣ କରି ରଖିଛନ୍ତି। ଫଳରେ ଅତି ଦୟନୀୟ ଭାବେ ଜୀବନ କାଟୁଛନ୍ତି ରାମଚନ୍ଦ୍ରଙ୍କ ପରିବାର। ରାମଚନ୍ଦ୍ର ଠାକୁରଙ୍କୁ ଆବାସ ଯୋଜନାରେ ଜୀବନ ଥିବା ସମୟରେ ଘର ମିଳିଥିଲା। ହେଲେ ଆଜି ସେ ଆରପାରିରେ। ଘରେ ଏବେ ବିଧବା ସ୍ତ୍ରୀ ଇନ୍ଦ୍ରା ଠାକୁର, ପୁଅ ବିପିନ ଓ ଝିଅ ଟିକି ରହିଛନ୍ତି। ଘର ପାଇଁ ୩ ପର୍ଯ୍ୟାୟରେ ୧ ଲକ୍ଷ ଟଙ୍କା ଉଠାଣ ହୋଇଥିବା ବ୍ଲକରୁ ମିଳିଥିବା ତଥ୍ୟରୁ ଜଣାପଡିଥିବା ବେଳେ ଘର ଏବେ ସମ୍ପୂର୍ଣ୍ଣ ହୋଇନାହିଁ। ବାରମ୍ବାର ସରପଞ୍ଚ, ପିଓଇ ଓ ଠିକାଦାରଙ୍କୁ ଅଭିଯୋଗ କରିଛନ୍ତି ମୃତ ହିତାଧିକାରୀଙ୍କ ବିଧବା ସ୍ତ୍ରୀ। ହେଲେ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ନିରାଶ ହୋଇ ଏବେ ଭାଗ୍ୟକୁ ଆଦରି ରହିଛନ୍ତି। ଆବାସ ଘର ଅସମ୍ପୂର୍ଣ୍ଣ ସମ୍ପର୍କରେ ବିଡିଓ ଉତ୍ତମ କୁମାର ବାଗଙ୍କ ପ୍ରତିକ୍ରିୟା ନେବାରୁ ଆବାସ ଘର ହିତାଧିକାରୀଙ୍କୁ ଦିଆଯାଇଛି, ସେମାନେ କାହିଁକି ଠିକାଦାରଙ୍କୁ ଘର ନିର୍ମାଣ କରାଉଛନ୍ତି। ଆମ ପାଖରେ କୌଣସି ଅଭିଯୋଗ ନାହିଁ। ଠିକାଦାରଙ୍କ ନାମରେ ଥାନାରେ ଅଭିଯୋଗ କରନ୍ତୁ ବୋଲି କହିବା ସହ ବ୍ଲକରେ ୧୦୩୫ ଆବାସ ଘର ଅସମ୍ପୂର୍ଣ୍ଣ ରହିଛି ବୋଲି ମଧ୍ୟ ସୂଚନା ଦେଇଛନ୍ତି। ହେଲେ ନିରୀହ ହିତାଧିକାରୀ ଏବେ କାହା ପାଖରେ ଅଭିଯୋଗ କରିବେ ନା ଭାଗ୍ୟକୁ ଆଦରି ଚୁପ ରହିବେ ନା ଖବର ପ୍ରକାଶ ପରେ ଜିଲା ପ୍ରଶାସନ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବ ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଦିନ ପାଇଁ ସବୁଠି କଡ଼ା ସୁରକ୍ଷା

ଫୁଲବାଣୀ ଅଫିସ,୨୫ା୧୨ : କନ୍ଧମାଳ ଜିଲାରେ ବୁଧବାର ବଡ଼ଦିନ ପାଳନ ବେଳେ ଯେପରି କିଛି ଅପ୍ରୀତିକର ପରିସ୍ଥିତି ନ ଉପୁଯିବ, ସେନେଇ ପୋଲିସ ପ୍ରଶାସନ ପକ୍ଷରୁ...

ରେଲୱେ କଲ୍ୟାଣ ମଣ୍ଡପ ପଛପଟୁ ମୃତଦେହ ଉଦ୍ଧାର: ପରିଚୟ ଅସ୍ପଷ୍ଟ

ଜଟଣୀ,୧୮।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅନ୍ତର୍ଗତ ରେଳୱେ କଲ୍ୟାଣ ମଣ୍ଡପ ପଛପଟୁ ଶୁକ୍ରବାର ସକାଳେ ଏକ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ଜଣାପଡ଼ି...

ବିକାଶ କମ୍‌, ବିବାଦ ବେଶି

ଅନୁଗୋଳ ଅଫିସ,୩୦ା୩: ଅନୁଗୋଳ ପୌରପରିଷଦ ଗଠନକୁ ବର୍ଷେ ପୂରିଗଲା। ହେଲେ ଅଳିଆ ସମସ୍ୟାର ଠିକଣା ଭାବେ ସମାଧାନ ହୋଇପାରିଲା ନାହିଁ। ୱାର୍ଡର ସୀମାକୁ ନେଇ ଉପୁଜିଥିବା...

୨ ବର୍ଷ ହେଲା କାର୍ଯ୍ୟକ୍ଷମ ହେଉନି

କେସିଙ୍ଗା, ୩୦।୧୨ (ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରର ଅବକାରୀ ବିଭାଗ ନିକଟ କେନ୍ଦୁପତ୍ର କେନ୍ଦ୍ରୀୟ ଗୋଦାମ ଗୃହ ଆଜକୁ ୨ ବର୍ଷ ହେବ କାର୍ଯ୍ୟକ୍ଷମ...

ଆମ୍ବନାଳ ସେତୁର ଆପ୍ରୋଚ ରାସ୍ତା ନିର୍ମାଣ ଦାବି

ଖଣ୍ଡପଡ଼ା,୧୧।୧୦(ସ୍ବ.ପ୍ର.): ନୟାଗଡ଼ ଜିଲା ଖଣ୍ଡପଡ଼ା ସହରରୁ ଜେଲଖାନା ଛକଦେଇ ନିକଟସ୍ଥ ବନମାଳୀପୁର ଗ୍ରାମକୁ ସଂଯୋଗ କରୁଥିବା ଆମ୍ବନାଳ ଉପରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ସେତୁ...

ରେଭେନ୍‌ଶାରେ ମୃତ୍ତିକାବିହୀନ ଫୁଲଚାଷ

କଟକ ଅଫିସ,୩୦ା୫: ଜନସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଲୋକମାନେ ରହିବା ପାଇଁ ବାସୋପଯୋଗୀ ଜମି ବ୍ୟତୀତ ଚାଷଜମିରେ ଘର କରୁଥିବା ଦେଖିବାକୁ ମିଳୁଛି। ଏଥିଯୋଗୁ ଚାଷ...

ଶିକ୍ଷକଙ୍କ ଗୋ ସେବା ନିଶା

କେନ୍ଦୁଝର, ୮ା୪ ଶିକ୍ଷକତା କରିବା ସହ ସ୍ବଦେଶୀ ବିଚାର ଧାରା ରଖି ଚାଷ ଓ ଗୋସେବା କରି ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି ପାଟଣା...

କଳାହାଣ୍ଡି ଜିଲା ଚିଠି: ଏକଦା ମରୁଡିପ୍ରବଣ ଜିଲା ଏବେ ବନ୍ୟାପ୍ରବଣ ଜିଲା

ମୌସୁମୀ ଆଉ ଆଗଭଳି ଠିକଣା ଗତିରେ ଆସୁନାହିଁ। ସାଧାରଣତଃ ଲଘୁଚାପଜନିତ ବର୍ଷା ହିଁ ହେଉଛି। ଲଘୁଚାପଜନିତ ଲଗାଣ ବର୍ଷା ବି ଆମ କର୍ତ୍ତୃତ୍ୱ ବାହାରେ। ଅନିୟମିତ...

Advertisement
Archives

Model This Week