ବାଲେଶ୍ୱରରେ ଆତ୍ମହତ୍ୟାର ଲାଇଭ ଭିଡିଓ

ଖଇରା,୧୧।୭(ଡି.ଏନ.ଏ.)-ବାଲେଶ୍ବର ଜିଲା ଖଇରା ଥାନା ସାରୁଗାଁ ପଞ୍ଚାୟତ ଅଧୀନ ମିଟୁଆଣି ଗ୍ରାମର ପିତାମ୍ବର ଲେଙ୍କା(୩୮)ନିଜର ଲାଇଭ ଭିଡିଓ ମାଧ୍ୟମରେ ଆତ୍ମହତ୍ୟା କରିବା ଘଟଣା ନେଇ ଏକ ଭିଡିଓ ଭାଇରାଲ ହୋଇଛି ା ଶନିବାର ସାରେ ଖଇରା ଥାନା ଏସ୍‌ଆଇ ଅଶ୍ବିନୀ ବେହେରା ଗ୍ରାମରେ ପହଞ୍ଚି ଖୋଳତାଡ ଆରମ୍ଭ କରିଛନ୍ତି ା ଉକ୍ତ ଯୁବକଙ୍କ ସ୍ତ୍ରୀ ବର୍ଷେ ହେଲା ମୃତ୍ୟୁବରଣ କରିବା ପରେ ତାଙ୍କର ୨ ସନ୍ତାନ ମାମୁ ଘରେ ରହୁଛନ୍ତି ା ପିତାମ୍ବର ବାହାରେ ରହୁଥିବା ବେଳେ ଲକଡାଉନ ପୂର୍ବରୁ ଘରକୁ ପଳାଇ ଆସିଥିଲେ। ଶନିବାର ପୂର୍ବାହ୍ନରେ ନିଜ ଶୋଇବା ଘରେ ଆତ୍ମହତ୍ୟା କରିବା ନେଇ ଏହି ୧୨ମିନିଟ୍‌ର ଲାଇଭ ଭିଡିଓରୁ ଦେଖିବାକୁ ମିଳିଛି । ଭଉଣୀ ଜୟନ୍ତୀ ରାଉତ ଏ ସମ୍ପର୍କରେ ଖଇରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରେମରେ ପ୍ରତାରିତ ହେବା ପରେ ସେ ଏହି ଆତ୍ମହତ୍ୟାର ପଥ ବାଛି ନେଇଥିବା ସନ୍ଦେହ କରାଯାଉଛି। ବ୍ୟବଚ୍ଛେଦ ପରେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ପୋଲିସ କହିଛି।