Live Updates: ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬

ଭୁବନେଶ୍ୱର,୨୩ା୧୧: ଜଳବାୟୁ ପରିବର୍ତ୍ତନକୁ ନେଇ ସୋମବାର ସ୍ବସ୍ତି ପ୍ରିମିୟମ୍‌ଠାରେ ‘ଧରିତ୍ରୀ’ ପକ୍ଷରୁ ‘ୟୁଥ୍‌ କନ୍‌କ୍ଲେଭ୍‌ ୨୦୨୬’ ଆରମ୍ଭ ହୋଇଛି। ତେବେ ‘ଗ୍ରୀନ ହିରୋଜ ସମ୍ମିଟ’ ପାଇଁ ରେଜିଷ୍ଟ୍ରେଶନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏକ ପ୍ରଭାବଶାଳୀ ତୃଣମୂଳ ସ୍ତରର ପରିବେଶଗତ ପଦକ୍ଷେପ ପାଇଁ ‘କ୍ଲାଇମେଟ ଗ୍ରାଣ୍ଟ’ (ଜଳବାୟୁ ଅନୁଦାନ) ସହାୟତା ଭାବେ ୧ ଲକ୍ଷ ଟଙ୍କା ଜିତିବାର ସୁଯୋଗ ରହିଛି।

ଏହି ସମ୍ମିଳନୀ ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ଏବଂ ତୃଣମୂଳ ସ୍ତରରେ ପ୍ରକୃତି ସଂରକ୍ଷଣ ଦିଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଗୁଡ଼ିକୁ ଗୋଟିଏ ମଞ୍ଚକୁ ଆଣିଛି। ବର୍ତ୍ତମାନର ଗୁରୁତର ପରିବେଶଗତ ଆହ୍ୱାନଗୁଡ଼ିକ ଉପରେ ନିଜର ଅଭିଜ୍ଞତା, ପଦକ୍ଷେପ ଏବଂ ଦୃଷ୍ଟିକୋଣ ବାଣ୍ଟିବା ପାଇଁ ଏହା ଏକ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରୁଛି। ଏଥିରେ ଜଳବାୟୁ ପରିବର୍ତ୍ତନ, ପରିବେଶ ସୁରକ୍ଷା ଏବଂ ତୃଣମୂଳ ସ୍ତରର ସଂରକ୍ଷଣ ପ୍ରୟାସ ଉପରେ ଆଧାରିତ ପ୍ୟାନେଲ ଆଲୋଚନା, ବିଶେଷଜ୍ଞଙ୍କ ସହ ମତବିନିମୟ ଓ ବିଭିନ୍ନ ଆଲୋଚନାଚକ୍ର ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମର ସର୍ବଶେଷ ଅପଡେଟ୍‌ ପାଇବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ।

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌ ୨୦୨୬ ପୂର୍ବରୁ ଆୟୋଜିତ ‘ଗ୍ରୀନ୍‌ ହିରୋଜ୍‌ ସମ୍ମିଟ୍‌’ରେ ରେଜିଷ୍ଟ୍ରେଶନ ପ୍ରକ୍ରିୟା ଜାରି ରହିଛି।

Dharitri – Odisha’s No.1 Odia Daily

 

Share