ମଙ୍ଗଳାଯୋଡ଼ିରେ ଲିୟୁସିଷ୍ଟିକ କମନ୍‌ ମୁରହେନ୍‌ ପକ୍ଷୀ ଠାବ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ଚିଲିକା ମଙ୍ଗଳାଯୋଡ଼ିରେ ଠାବ ହୋଇଛି ବିରଳ ରଙ୍ଗର ନଳ କାମ ପ୍ରଜାତିର ପକ୍ଷୀ। ଇଂଲିଶରେ ଏହାକୁ କମନ୍‌ ମୁର୍‌ହେନ୍‌ କୁହାଯାଏ। ଏହାର ଜୁଲୋଜିକାଲ୍‌ ନାମ ଗାଲିନୁଲା କ୍ଲୋରୋପସ୍‌ (Gallinula chloropus)। ଏହାକୁ ଠାବ କରିଛନ୍ତି ମଙ୍ଗଳାଯୋଡ଼ି କଞ୍ଜରଭେଶନ ଟ୍ରଷ୍ଟର ଟ୍ରଷ୍ଟି ତଥା ବାର୍ଡ ଗାଇଡ୍‌ ମଧୁ ବେହେରା। ଶନିବାର ସକାଳେ ସେ ଡଙ୍ଗାରେ ପକ୍ଷୀଙ୍କ ପର୍ଯ୍ୟବେକ୍ଷଣ କରିବା ସମୟରେ ଏହି ବିରଳ କଳା-ଧଳା ରଙ୍ଗର କମନ୍‌ ମୁରହେନ୍‌କୁ ଦେଖି ତାହାର ଫଟୋ ସହ ଭିଡିଓ ନିଜ କ୍ୟାମେରାରେ ଉଠାଇଥିଲେ। ପରେ ଏସବୁକୁ ସେ ଖୋର୍ଦ୍ଧା ଜିଲାର ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକଙ୍କ ନିକଟକୁ ପଠାଇଥିଲେ। ଶୁଭେନ୍ଦୁ ଏହି ପକ୍ଷୀଟିକୁ ପାର୍ସିଆଲ ଲିୟୁସିଷ୍ଟିକ କମନ୍‌ ମୁର୍‌ହେନ୍‌ ବୋଲି ଚିହ୍ନଟ କରିଥିଲେ। ଏହି ପକ୍ଷୀର ମୁଣ୍ଡ, ବେକ, ଓ ଡେଣାର ଶେଷ ଭାଗ ସାଧାରଣ ପକ୍ଷୀଙ୍କ ପରି କଳା ରଙ୍ଗ ହୋଇଥିବାବେଳେ ପୂରା ଶରୀରର ଅଧାରୁ ଅଧିକ ଭାଗ ତୋଫା ଧଳା ରଙ୍ଗର ହୋଇଛି। ତେବେ ସାଧାରଣ ପକ୍ଷୀଙ୍କ ଭଳି ଏହାର ଲାଲ୍‌ ଥଣ୍ଟରେ ହଳଦିଆ ମୁନ ରହିଛି। କିନ୍ତୁ ଏକ ସାଧାରଣ ରଙ୍ଗର କମନ୍‌ ମୁର୍‌ହେନ୍‌ ଦେଖିବାକୁ କଳା ରଙ୍ଗର ହୋଇଥାଏ, ଲାଞ୍ଜ ତଳେ ବଡ଼ ଧଳା ଅଣ୍ଡାକାର ପ୍ୟାଚ୍‌ ଏବଂ ଦୁଇ ପାଶର୍‌ବରେ ଧଳା ଧାଡ଼ି ଦେଖାଯାଏ। କମନ୍‌ ମୁରହେନ୍‌ ପକ୍ଷୀଙ୍କ ମଧ୍ୟରେ ଲିୟୁସିଜିମ ମ୍ୟୁଟେଶନ ଓଡ଼ିଶାରେ ପ୍ରଥମ ଓ ଭାରତରେ ଏହା ଦ୍ବିତୀୟ ଘଟଣା ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ୨୦୧୭ରେ କେରଳର ଥିରୁଭାନନ୍ତପୁରମ୍‌ ଜିଲାର ଭେଲାୟାନି-ପୁଞ୍ଚାକରୀ ଆର୍ଦ୍ରଭୂମିରେ ଏକ ଲିୟୁସିଷ୍ଟିକ କମନ୍‌ ମୁରହେନ୍‌ ଦେଖିବାକୁ ମିଳିଥିଲା। କିନ୍ତୁ ସେତେବେଳେ ପକ୍ଷୀଟିର ଫଟୋ ଭଲ ଭାବରେ ଉଠାଯାଇ ପାରି ନ ଥିଲା ବୋଲି ଶୁଭେନ୍ଦୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ବିକୃତ ଯୁବତୀ ଗର୍ଭବତୀ ଘଟଣା ଏତଲା ପରେ ଗିରଫ ହେଲେ ଶିକ୍ଷକ

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମରେ ଜଣେ ମାନସିକ ବିକୃତ ଯୁବତୀ ୬ ମାସ…

ଏପ୍ରିଲ ୬ରୁ ସକାଳୁଆ କୋର୍ଟ

କଟକ,୨୫।୩(କୁମାରଶ୍ରୀ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୬ରୁ ରାଜ୍ୟର ସମସ୍ତ ଜିଲା ଓ ଅଧୀନସ୍ଥ ଅଦାଲତ ସକାଳୁଆ ହେବ। ମଙ୍ଗଳବାର ଏ ନେଇ ହାଇକୋର୍ଟ…

ଡ୍ରଗ୍ସ ବେପାର ସନ୍ଦେହରେ ଚଢ଼ାଉ କରିଥିଲା ପୋଲିସ, ଘରୁ ମିଳିଲା… ଦେଖିକି ପୋଲିସ ତାଜୁବ

ଉଦଳା,୨୫।୩(ସନ୍ତୋଷ ବାଞ୍ଛିନୀ): ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ଘରୁ ମିଳିଲା ବିଡା ବିଡା ଟଙ୍କା ଆଉ ଚୋରା ବିଦେଶୀ ମଦ। ଡ୍ରଗ୍ସ ବେପାର ସନ୍ଦେହରେ ପୋଲିସ…

ନଈକେରା ବାଲିଘାଟ ଟେଣ୍ଡର ନ କରିବାକୁ ଜିଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ

କୋରାପୁଟ,୨୪ା୩(ଅମିତାଭ ବେହେରା): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଭୁସଙ୍ଗଗୁଡ଼ା ପଞ୍ଚାୟତ ନଇକେରା ନଦୀଘାଟରୁ ବାଲି ଉଠାଣ ପାଇଁ ଖଣି ବିଭାଗ ପକ୍ଷରୁ ଟେଣ୍ଡର ନ କରିବାକୁ ଗ୍ରାମବାସୀ…

ଶୁଣିଲାନି ପ୍ରଶାସନ: କାଠ ପୋଲ ନିର୍ମାଣ କଲେ ଗ୍ରାମବାସୀ

ନନ୍ଦପୁର/ପାଡୁଆ,୨୫ା୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଗୋଲୁର ପଞ୍ଚାୟତ ଗଙ୍ଗାଗୁଡ଼ା ଗ୍ରାମବାସୀ ମିଳିତ ଭାବେ ନାଳ ଉପରେ ଏକ କାଠ ପୋଲ ନିର୍ମାଣ…

ଗନ୍ଧମାର୍ଦ୍ଦନ ଜଙ୍ଗଲରେ ନିଆଁ

ପାଇକମାଳ,୨୫ା୩(ବଡ଼ ଶତପଥୀ): ବରଗଡ଼ ଜିଲାର ନୃସିଂହନାଥ ଓ ବଲାଙ୍ଗୀର ଜିଲାର ହରିଶଙ୍କର ଅଞ୍ଚଳକୁ ଘେରି ରହିଥିବା ଭାରତ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ଗତ ରବିବାରରୁ ନିଅଁା ଲାଗିଛି।…

ବଡ଼ ଖବର: ରାଜ୍ୟରେ ବଢିବ ବିଜୁଳି ଦର? ଜାଣନ୍ତୁ କ’ଣ କହିଲେ…

ଭୁବନେଶ୍ୱର,୨୫ା୩(ରବିନାରାୟଣ ଜେନା): ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି)ଙ୍କ ପକ୍ଷରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୦୨୬-୨୭ ଆର୍ଥିକ ବର୍ଷରେ ଘରୋଇ ତଥା…

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri