Posted inଫୁରସତ

ଥର୍ମାଲ ସ୍କ୍ରିନିଂ ପାଇଁ ସୁରକ୍ଷାକର୍ମୀଙ୍କ ପାଖରେ ପହଞ୍ଚିଲେ କୁନି ଝିଅ, ଭିଡିଓ ଦେଖିଲେ ହୃଦୟକୁ ଛୁଇଁଯିବ

କରୋନା ମହାମାରୀଠୁ ଦୂରରେ ରହିବା ପାଇଁ ସତର୍କତା ଜରୁରୀ। ଯେପରି ମାସ୍କ ପିନ୍ଧିବା, ହାତକୁ ବାରମ୍ବାର ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଆଦି ମାନିବାକୁ ପଡ଼ିଥାଏ। ବିଶେଷକରି ଜନସାଧାରଣଙ୍କ ସୁରକ୍ଷା ପାଇଁ ଏବେ ପ୍ରତ୍ୟେକ ସ୍ଥାନରେ ପ୍ରବେଶ କରିବା ପୂର୍ବରୁ ଥର୍ମାଲ ସ୍କ୍ରିନିଂ ବା ଶରୀରର ତାପମାତ୍ରା ଯାଞ୍ଚ କରାଯାଉଛି। ବିଶ୍ୱ ଏବଂ ଦେଶରେ ଥିବା ଏୟାରପୋର୍ଟ, ରେଳଷ୍ଟେଶନ, ଶପିଂ ମଲ୍‌, ଡାକ୍ତରଖାନା ସବୁଠି ତାପମାତ୍ରା ପରୀକ୍ଷା କରାଯାଉଛି।

ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ଦେଖିଲେ ମନ ଖୁସି ହୋଇଯିବ। ଭିଡିଓରେ ଏକ କୁନି ଝିଅ ସୁରକ୍ଷାକର୍ମୀଙ୍କ ନିକଟରେ ପହଞ୍ଚି ହାତକୁ ଥର୍ମାଲ ସ୍କ୍ରିନିଂ କରିବାକୁ ଦେଖାଉଛି। ଏଥିସହିତ ହାତରେ ଧରିଥିବା ଖେଳନାର ବି ସ୍କ୍ରିନିଂ କରିବାକୁ ଦେଖାଉଛି। ସୁରକ୍ଷାକର୍ମୀ ଜଣକ କୁନି ଝିଅର କଥା ରକ୍ଷା କରି ତା’ର ହାତ ଏବଂ ଖେଳନାକୁ ଯାଞ୍ଚ କରୁଛନ୍ତି। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଭିଡିଓଟିକୁ ଦିନେଶ ଯୋଶୀ ନାମକ ଜଣେ ୟୁଜର ଟୁଇଟର ପେଜ୍‌ରେ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ନୈତିକ କର୍ତ୍ତବ୍ୟର ସୁନ୍ଦର ଉଦାହରଣ। ସେହିପରି ଅନ୍ୟ ୟୁଜରମାନେ ହୃଦୟକୁ ଛୁଇଁଗଲା ପରି ଭିଡିଓ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରବ ସାଗରରେ ୩୫୦ ବର୍ଷର ପୁରୁଣା କିଲ୍ଲା: ମିଳୁଛି ମଧୁର ଜଳ

ମୁମ୍ବାଇ: ଭାରତର କେତେକ ସ୍ଥାନରେ ରହସ୍ୟମୟ ପୁରୁଣା କିଲ୍ଲା ରହିଛି। ସେଥିମଧ୍ୟରୁ ମହାରାଷ୍ଟ୍ରର ରାୟଗଡ଼ ଜିଲାର ଉପକୂଳବର୍ତ୍ତୀ ଗାଁ ମୁରୁଦଠାରେ ଏକ ରହସ୍ୟମୟ ୩୫୦ ବର୍ଷର...

ପେଟରୁ ବାହାରିଲା ୧.୨ କିଲୋଗ୍ରାମର ୧୮୭ କଏନ୍‌…

ବେଙ୍ଗାଲୁରୁ,୨୯।୧୧ : କର୍ନାଟକରେ ଜଣେ ୫୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପେଟରୁ ୧.୨ କିଲୋଗ୍ରାମର ୧୮୭ କଏନ ବାହାରିଛି। ତାଙ୍କର ପେଟରେ ଯନ୍ତ୍ରଣା ହେଉଥିବାରୁ ସେ...

ଆଖି ବନ୍ଧାହୋଇ ଜଣଙ୍କ ପରେ ଜଣେ କରୁଥିଲେ ଏମିତି, ଶେଷକୁ ରହିଲାନି କିଛି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ଅଦ୍ଭୁତ ଶିଶୁ: ୨ ମୁଣ୍ଡ, ୩ ହାତ; ଡାକ୍ତର ଦେଖି ହେଲେ ଆଶ୍ଚର୍ଯ୍ୟ

ଭୋପାଳ,୨୫।୧୧: ମଧ୍ୟପ୍ରଦେଶର ବିଦିଶା ଜିଲାରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ହସ୍ପିଟାଲରେ ଜଣେ ଅଦ୍ଭୁତ ଶିଶୁ ଜନ୍ମ ନେଇଛନ୍ତି। ଯାହାର ୨ଟି...

ବିଶ୍ୱର ସବୁଠୁ ମୂଲ୍ୟବାନ କାଠ, ଯାହାର ଦାମ୍‌ରେ କିଣିହେବ ବିଳାସମୟ କାର୍‌

ବିଶ୍ୱରେ ଅନେକ କାଠ ରହିଛି, ସେଥିମଧ୍ୟରୁ କେତେକ ବହୁ ମହଙ୍ଗା ତ ଆଉ କେତେକ ବିରଳ। ସାଧାରଣତଃ ଚନ୍ଦନ କାଠକୁ ସବୁଠୁ ମୂଲ୍ୟବାନ ବୋଲି କୁହାଯାଇଥାଏ।...

ଧରାପଡ଼ିଲା ପ୍ରିନ୍ସପାଲଙ୍କ କାରସାଦି: ନିୟମ ଉଲ୍ଲଘଂନ କରି ସ୍ତ୍ରୀଙ୍କୁ ରଖିଥିଲେ ଅତିଥି ଅଧ୍ୟାପିକା

ସିର୍ସା, ୨୭।୬- ହରିୟାଣାର ସିର୍ସାରେ ଜଣେ ପ୍ରିନ୍ସପାଲ ନିୟମକୁ ଉଲ୍ଲଘଂନ କରି ନିଜ ସ୍ତ୍ରୀଙ୍କୁ ସ୍କୁଲରେ ଅତିଥି ଅଧ୍ୟାପିକା ନିଯୁକ୍ତ କରିଥିଲେ। କିନ୍ତୁ ଦୀର୍ଘ ୧୫...

ଏପରି କମେଣ୍ଟ ଦେବାରୁ ମହିଳାଙ୍କ ଆକାଉଣ୍ଟ ବ୍ଲକ୍‌ କଲା ଫେସ୍‌ବୁକ୍‌

ଫେସବୁକ୍‌ ହେଉଛି ଏକ ମାଧ୍ୟମ, ଯେଉଁଠାରେ ଲୋକମାନେ ନିଜ ଭାବନାକୁ ସାରା ବିଶ୍ୱରେ ବାଣ୍ଟିଥାନ୍ତି। ଏହା ଏପରି ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ଯେଉଁଠାରେ ଜଣେ...

ଆଜିର ଯୁଗର ଶ୍ରବଣ କୁମାର: ମା’ଙ୍କୁ ସ୍କୁଟରରେ କରାଇଲେ ତୀର୍ଥ ଭ୍ରମଣ

ଶ୍ରବଣ କୁମାର ନିଜ କାନ୍ଧରେ ଭାରା କରି ମା’ବାପାଙ୍କୁ ତୀର୍ଥ କରାଇଥିଲେ। ଆଜିର ଯୁଗରେ ବି ସେମିତି ଜଣେ ଶ୍ରବଣ କୁମାର ନିଜ ମା’ବାପାଙ୍କୁ ତୀର୍ଥ...

Advertisement
Archives

Model This Week