ସାହିତ୍ୟ ହେଉଛି ଲେଖକଙ୍କ ବୈଭବ

ଯାଜପୁରରୋଡ୍‌,୨୭ା୩: ଯାଜପୁରରୋଡ୍‌ ସ୍ଥିତ ଉତ୍ସବ ପ୍ୟାଲେସ୍‌ରେ ‘ଅଭିମାନ’ ପ୍ରକାଶନର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ କବି ପ୍ରଭାକର ଶତପଥୀ,ରାଜକିଶୋର ପାଢ଼ୀ,ବିଦ୍ୟୁତ୍‌ ଲତା ଦାସ, ଭବାନୀ ଭୂୟାଁ ଓ ପ୍ରଦୀପ କୁମାର ରାୟ ଅତିଥି ଭାବେ ଯୋଗ ଦେଇ ସାହିତ୍ୟ ସର୍ଜନର ବୈଭବ ସମ୍ପର୍କରେ ଆଲୋକପାତ କରିଥିଲେ। ସଭାରେ ମିରିନା ମହାନ୍ତିଙ୍କ କବିତା ସଂକଳନ ଶିଖା,ଜୟନ୍ତୀ ଜେନାଙ୍କ ଉପନ୍ୟାସ ଫେରନ୍ତା ପକ୍ଷୀର ସ୍ବର, ପବିତ୍ର ମୋହନ ଦାଶଙ୍କ କବିତା ବହି ରକ୍ତଶସ୍ୟ,ମାନମୟୀ ରଥଙ୍କ ଚିଠି ସଂକଳନ ଅଜ୍ଞାତ ଠିକଣା ଓ ଅଭିଷେକ କାଶ୍ୟପଙ୍କ ନନ୍ଦିତା ମହାନ୍ତି କୃତ ଅନୁବାଦ ଗଳ୍ପ ବହି କଥା କିମ୍ବଦନ୍ତୀ ଇତ୍ୟାଦି ଉନ୍ମୋଚିତ ହୋଇଥିଲା। ଉନ୍ମୋଚିତ ବହିଗୁଡ଼ିକର ସମୀକ୍ଷା ଉପସ୍ଥାପିତ ହୋଇଥିଲା । ସମଗ୍ର ଆସରକୁ ସୁଚାରୁ ରୂପେ ସଂଚାଳନ କରିଥିଲେ କବି ପଦ୍ମଜା ଶରଣ। ପ୍ରକାଶିକା ମାନମୟୀ ରଥଙ୍କ ତତ୍ତ୍ୱାବଧାନରେ ପରିଚାଳିତ ଏ ସଭାରେ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ,ଓମ ଅଭଜ୍ଞାନ ସାହୁ,ସୁପ୍ତି କର,ଲାବଣ୍ୟ ନାୟକ,ଅମୀୟ ବେଜ,ବବିତା ସାହୁ ଓ ସୁବ୍ରତ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଦୀପ ରାୟଙ୍କୁ ଜଗନ୍ନାଥ ଦାଶ ସ୍ମୃତି ସମ୍ମାନ,ସୁସ୍ମିତା ମହାନ୍ତି ଓ ଅଜୟ କୁମାର ମହାନ୍ତିଙ୍କୁ ସର୍ଜକ ଯୁଗଳ ସମ୍ମାନ ଓ ଶ୍ରୀମାନ ସର୍ଗିଳାଙ୍କୁ ଗୋବିନ୍ଦ ଚନ୍ଦ୍ର ଦାଶ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ମିରିନା ମହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଞ୍ଜିନିୟରିଂ ଛାଡ଼ି ଷ୍ଟ୍ରବେରି ଚାଷକୁ ଆପଣାଇଛନ୍ତି ସଫଳଚାଷୀ ଭାଗୀରଥି

କାଳିଆପାଣି,୨୬ା୩(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ପିଙ୍ଗଲ ପଞ୍ଚାୟତ ଅନ୍ତର୍ଗତ ରାଇଟିକର ଗ୍ରାମର ଭାଗୀରଥି ସ୍ବାଇଁ ଇଞ୍ଜିନିୟରିଂ ବୃତ୍ତି ଛାଡ଼ି ଷ୍ଟ୍ରବେରି ଚାଷ କରି ସଫଳ…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଧର୍ମଶାଳା,୧୬ା୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉଟ୍‌ସୋର୍ସିଂ କର୍ମଚାରୀମାନେ ଅଢ଼େଇ ଘଣ୍ଟା କାର୍ଯ୍ୟବନ୍ଦ କରି ଆନ୍ଦୋଳନରେ ବସିଛନ୍ତି। ସେମାନଙ୍କ ବିଭିନ୍ନ ସମସ୍ୟା ରହିଥିବା…

ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟଙ୍କ ଭିତରେ ବିରାଟ ଫାଟ, ବୈଠକ ଆରମ୍ଭରୁ ସାମ୍ନାକୁ ଆସିଲା…

ଧର୍ମଶାଳା,୧୪ା୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ବୈଠକ ଗୋକର୍ଣ୍ଣେଶ୍ୱର ପୀଠରେ ଅନୁଷ୍ଠିତ ହେଉଥିବା ବେଳେ ସଂଗଠନ ମଧ୍ୟରେ ବିରାଟ…

ଶୋଷ ମେଣ୍ଟାଇବା ପାଇଁ ରୋଗକୁ ଆମନ୍ତ୍ରଣ! ବିକ୍ରି ହେଉଥିବା ପାଣିର ବିଶୁଦ୍ଧତାକୁ ନେଇ ଉଠିଲା ପ୍ରଶ୍ନ

ଧର୍ମଶାଳା ୧୪।୩(ଶିବ ପ୍ରସାଦ ମହାନ୍ତି): ଜଳ ହିଁ ଜୀବନ। ଶୋଷ ମେଣ୍ଟାଇବାକୁ ଆମେ ଜଳକୁ ପିଇଥାଉ। ତେବେ ବଜାରରେ ବିକ୍ରି ହେଉଥିବା ପାଣିର ବିଶୁଦ୍ଧତାକୁ ନେଇ ଏବେ…

ସୁଧୁରୁନି ରାଶନ କାର୍ଡ ବିଭ୍ରାଟ, ଆବେଦନ କରି ଅପେକ୍ଷାରେ ବହୁ ଯୋଗ୍ୟ ବ୍ୟକ୍ତି

ଯାଜପୁର,୧୩ା୩(ହର୍ଷବର୍ଦ୍ଧନ ବେହେରା): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ ଆଧାରରେ ଓଡ଼ିଶାରେ ରାଶନକାର୍ଡ ହିତାଧିକାରୀ ଚୟନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଏହିକ୍ରମରେ ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ୨୦୧୫ରେ…

ବିନା ଲାଇସେନ୍ସ, କାଗଜପତ୍ରରେ ଗଡୁଛି ଟ୍ରାକ୍ଟର, ଗୋଟିଏ ରେଜିଷ୍ଟ୍ରେଶନ ନମ୍ବରରେ ଏକାଧିକ ଗାଡ଼ି

ଧର୍ମଶାଳା,୧୨ା୩(ଶିବ ପ୍ରସାଦ ମହାନ୍ତି): ପରିବହନ ବିଭାଗ ପକ୍ଷରୁ ନିୟମ ଅନେକ ରହିଥିଲେ ସୁଦ୍ଧା ତାହା ଟ୍ରାକ୍ଟରଗୁଡ଼ିକ ପାଇଁ ସଠିକ୍‌ ଭାବରେ ପାଳନ କରାଯାଉନାହିଁ। ଯାଜପୁର ଜିଲା ଧର୍ମଶାଳା…

ଜାରକା ବଜାରରେ ନକଲି ଡାକ୍ତର! ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି ନକଲି….

ଧର୍ମଶାଳା,୧୧।୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ବିଭିନ୍ନ ଛକ ବଜାରରେ ମାଳମାଳ ଔଷଧ ଦୋକାନ ସହିତ ରୋଗୀ ଦେଖିବା ପାଇଁ ଡାକ୍ତର ଚାମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri