ସାକ୍ଷରତାର ବ୍ୟାପକତା

ଆଜିକାଲିର ଯୁବପିଢ଼ି ପାଖରେ କେବଳ ଦସ୍ତଖତ ଦେବା, ଅକ୍ଷର ଶିଖିବା ବା ପଢ଼ିପାରିବା ସାକ୍ଷରତା ନୁହେଁ, ଏହା ସହ ହିସାବ କରିବା, ଅନ୍ୟାନ୍ୟ ବିଷୟରେ ଜ୍ଞାନ ଆହରଣ କରିବା, ଶିକ୍ଷାର ଉପଯୋଗ କରି ଉନ୍ନତ ଜୀବନଶୈଳୀଟିଏ ବଞ୍ଚତ୍ବା ହେଉଛି ଶିକ୍ଷା ଗ୍ରହଣର ପ୍ରକୃତ ଉଦ୍ଦେଶ୍ୟ। ଜୀବନରେ ଆସୁଥିବା ଅନେକ ସମସ୍ୟା ପ୍ରତି ସଚେତନ ରହିବା ସହ ଏହାର ସମାଧାନର ବାଟ ଖୋଜିପାରିଲେ ହିଁ ଶିକ୍ଷା ଗ୍ରହଣର ମୂଲ୍ୟ ଅଛି। ସାକ୍ଷରତା ଓ ସଚେତନତା ସବୁବେଳେ ପରସ୍ପର ଅନୁପୂରକ। ଏଣୁ ସାକ୍ଷରତା ଅଭିଯାନରେ ସାମିଲ ହେଉଥିବା ଶିଶୁ, ମହିଳା ଓ ବୃଦ୍ଧାବୃଦ୍ଧମାନେ ଏହା ହୃଦ୍‌ବୋଧ କରିବା ଉଚିତ ଯେ, ସେମାନେ ନାମକୁମାତ୍ର ସାକ୍ଷର ହେଉଛନ୍ତି ନା ପ୍ରକୃତରେ ସାକ୍ଷରତାର ସବୁ ଦିଗକୁ ଛୁଇଁପାରୁଛନ୍ତି!
ସାକ୍ଷରତା ହେଉଛି ଏକ ମାନବ ଅଧିକାର। ଜଣେ ଶିକ୍ଷିତ ହେଲେ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାର କ୍ଷମତା ରଖେ। ଏହା କିଛି ଶବ୍ଦକୁ କହିବାର ବା ଲେଖିବାର ଦକ୍ଷତା ନୁହେଁ; ବରଂ ନିଜ ତଥା ସମାଜର ବିକାଶ ନିମନ୍ତେ ଜ୍ଞାନ ଆହରଣ କରିବାର ଏକ ପ୍ରକ୍ରିୟା କହିଲେ ଭୁଲ ହେବ ନାହିଁ। ଜଣେ ଶିକ୍ଷିତ ହେବା ଅର୍ଥ, ନିଜ ଭିତରେ ଲୁଚି ରହିଥିବା ସାମର୍ଥ୍ୟ, ଦକ୍ଷତାକୁ ପରିପ୍ରକାଶ କରିବା। ଶିକ୍ଷିତ ବ୍ୟକ୍ତିଟିଏ ସବୁବେଳେ ସଶକ୍ତ କାରଣ ଶିକ୍ଷା ହିଁ ସେଇ ଅସ୍ତ୍ର, ଯାହାଦ୍ୱାରା ସେ ନିଜର ଆତ୍ମସମ୍ମାନ ଓ ପରିଚୟକୁ ବଜାୟ ରଖିପାରେ। ଏହା କେବଳ ବ୍ୟକ୍ତିର କହିବା, ଲେଖିବାକୁ ମାର୍ଜିତ କରେ ନାହିଁ, ସମକାଳରେ ଚିନ୍ତନ, ବିଶ୍ଳେଷଣ, ନିଷ୍ପତ୍ତି ନେବା ଆଦି ଦିଗରେ ଉନ୍ନତ ପ୍ରଦର୍ଶନରେ ସହାୟକ ହୁଏ। ବିଶେଷକରି ମହିଳାମାନଙ୍କ କ୍ଷେତ୍ରରେ ସାକ୍ଷର ହେବା ଅତ୍ୟନ୍ତ ପ୍ରୟୋଜନୀୟ। କାରଣ ପ୍ରତି ପରିବାରର ମଙ୍ଗ ସବୁବେଳେ ମହିଳାଟିଏ ହାତରେ ଥାଏ। ସେଥିପାଇଁ ତ କଥାରେ ଅଛି, ”ପୁରୁଷଟିଏ ଶିକ୍ଷିତ ହେଲେ ଜଣେ ଶିକ୍ଷିତ ହେଲା ବୋଲି କୁହାଯାଏ, କିନ୍ତୁ ମହିଳାଟିଏ ଶିକ୍ଷିତ ହେଲେ ପୂରା ପିଢ଼ି ଶିକ୍ଷିତ ହୋଇଥାଏ। ”ଲିଙ୍ଗ, ଜାତି, ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ଶିକ୍ଷିତ ହେବାର ଅଧିକାର ଆମ ସମ୍ବିଧାନରେ ରହିଛି। ସତ କହିବାକୁ ଗଲେ ଖୁସି ଓ ସଫଳ ଜୀବନ ବଞ୍ଚତ୍ବାର ପ୍ରଥମ ପାହାଚ ହେଉଛି ଶିକ୍ଷିତ ହେବା। କାରଣ ଶିକ୍ଷା ବିନା ଜଣେ ତା’ର ଦୈନନ୍ଦିନ ସମସ୍ୟାଗୁଡ଼ିକୁ ଠିକ୍‌ ଭାବରେ ବୁଝିପାରିବ ନାହିଁ କି ତା’ର ସମାଧାନ କରିପାରିବ ନାହିଁ। ଜୀବନରେ ଆସୁଥିବା ଅସଂଖ୍ୟ ସମସ୍ୟାର ଗୋଟିଏ ସମାଧାନ ହେଉଛି ଶିକ୍ଷା।
ନିରକ୍ଷରତା ଭୋଗୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା, ସେମାନଙ୍କୁ ଶିକ୍ଷିତ କରିବାର ଦାୟିତ୍ୱ କେବଳ ସରକାରଙ୍କର ତା’ ନୁହେଁ; ଶିକ୍ଷିତ ବ୍ୟକ୍ତିମାନେ ମଧ୍ୟ ଏହାର କର୍ଣ୍ଣଧାର ସାଜିପାରିବେ। ତେବେ ଏହାର ଶୁଭାରମ୍ଭ କରିବା ପାଇଁ ବେଶି ଦୂରକୁ ଯିବାକୁ ହେବ ନାହିଁ। ଆମ ଘରେ କିମ୍ବା ଆଖପାଖରେ କାମ କରୁଥିବା ମହିଳା, ଶିଶୁ ବା ବୟସ୍କ ଲୋକ, ଯେଉଁମାନଙ୍କ ପାଖରେ କୌଣସି ଅନୁଷ୍ଠାନକୁ ଯାଇ ଶିକ୍ଷା ଗ୍ରହଣ କରିବାର ସୁଯୋଗ ନାହିଁ ଅଥବା ଅଭାବ, ଅସୁବିଧାର ସମ୍ମୁଖୀନ ହୋଇ ସେମାନେ ଶିକ୍ଷା ଗ୍ରହଣରୁ ବଞ୍ଚତ୍ତ ହୋଇଛନ୍ତି, ସେମାନଙ୍କୁ ଶିକ୍ଷିତ କରେଇବାର ଭାର ଆମ ଭଳି ଶିକ୍ଷିତ ଗୋଷ୍ଠୀ ନେବାର ଆବଶ୍ୟକତା ରହିଛି। ବୟସ ଏହା ପାଇଁ ପ୍ରତିବନ୍ଧକ ହୋଇ ନ ପାରେ, ଜଣେ ଇଚ୍ଛା କଲେ ଯେକୌଣସି ବୟସରେ ଶିକ୍ଷାଗ୍ରହଣ କରିପାରିବ।
ସମାଜ ତଥା ଜାତି ସମେତ ରାଜ୍ୟ ଓ ଦେଶର ପ୍ରଗତି ପାଇଁ ମହିଳାଙ୍କୁ ଶିକ୍ଷିତ କରିବା ଜରୁରୀ। ଏହାପରେ ମହିଳା ନିଜ ଅଧିକାର ବିଷୟରେ ସଚେତନ ହେବ, ନିଜର ଦକ୍ଷତା ଓ ଆବଶ୍ୟକତା ପାଇଁ ସ୍ବର ଉତ୍ତୋଳନ କରିବ। ନିଜ ପ୍ରତି ହେଉଥିବା ଅତ୍ୟାଚାରକୁ ପ୍ରତିରୋଧ କରିବ, ଘରୋଇ ହିଂସା, ଶୋଷଣ ଓ ଅପରାଧ ଦାଉରୁ ସୁରକ୍ଷିତ ରଖିପାରିବ। ନିଜ ପରିବାର ଓ ପିଲାଙ୍କ ଭବିଷ୍ୟତ ମହିଳା ହାତରେ, ଯାହା ସେ ଶିକ୍ଷିତ ହେଲା ପରେ ଆହୁରି ଉନ୍ନତ ଭାବରେ ଗଢ଼ିପାରିବ। ନିଜେ ରୋଜଗାର କରି ଆତ୍ମନିର୍ଭରଶୀଳ ହେବା ସମ୍ଭବ କେବଳ ଶିକ୍ଷା ଯୋଗୁ।
ସେ କୃଷି ହେଉ କି ଶିଳ୍ପ, ବ୍ୟବସାୟ, ଚାକିରି; ପ୍ରତିଟି କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିବାର ଦକ୍ଷତା ଶିକ୍ଷିତ ହେବା ପରେ ଆସେ। ପିଲାମାନେ ଅବାଟରେ ଯାଉଥିଲେ କିମ୍ବା କୌଣସି ଅସୁବିଧା ଭୋଗୁଥିଲେ ମହିଳାଟିଏ ହିଁ ତାକୁ ଠିକ୍‌ ରାସ୍ତା ଦେଖାଇଥାଏ।
ଶିକ୍ଷା ପାଇଁ ସୁଯୋଗ ଓ ସହଯୋଗର ଆବଶ୍ୟକତା ଅଛି। ଧରାଯାଉ ଜଣେ ଶିକ୍ଷିତ ହେବା ପାଇଁ ଇଚ୍ଛା କଲା ଏବଂ ତା’ ପାଖରେ ସରକାରୀ ସୁବିଧା ଉପଲବ୍ଧ; ମାତ୍ର ଶିକ୍ଷାଗ୍ରହଣ ପାଇଁ ନିର୍ଦ୍ଧାରିତ ସ୍ଥାନ ଓ ସମୟ ଭିତରେ ସେ ପହଞ୍ଚତ୍ ପାରିଲା ନାହିଁ; ଏଥିରେ ବ୍ୟାଘାତ ସୃଷ୍ଟି କଲେ ତା’ର ପରିବାର କିମ୍ବା ତା’ର ସ୍ବାମୀ କିମ୍ବା ତା’ର ଘରକାମ ବା ରୋଜଗାର ପନ୍ଥା ବା ଆଉ କିଛି। ସେହି ସମୟରେ ଶିକ୍ଷାଗ୍ରହଣ ପାଇଁ ଆଗ୍ରହୀ ବ୍ୟକ୍ତିକୁ ଉପଯୁକ୍ତ ପରିବେଶ ଓ ସ୍ବାଧୀନତା ଲୋଡ଼ା ହୁଏ, ଯାହା ନ ମିଳିଲେ ସୁବିଧା, ସୁଯୋଗ ଥାଇ ସୁଦ୍ଧା ତାହା କାମରେ ଲାଗି ପାରେ ନାହିଁ। ପରସ୍ପର ବୁଝାମଣା ଏବଂ ସକାରାତ୍ମକ ମାନସିକତା ଥିଲେ ହିଁ ସଫଳତା ମିଳିପାରିବ, ଏଥିରେ ଦ୍ବିମତ ନାହିଁ।
ନିକଟରେ ଆରମ୍ଭ ହୋଇଥିବା ସାକ୍ଷରତା ଅଭିଯାନଗୁଡ଼ିକରେ ପଢ଼ିବା, ଲେଖିବା ବ୍ୟତୀତ ହିସାବ କରିବା, ମୋବାଇଲ, ଲାପ୍‌ଟପ୍‌, କମ୍ପ୍ୟୁଟର ଭଳି ଯାନ୍ତ୍ରିକ ଉପକରଣ ବିଷୟରେ ଜ୍ଞାନ, ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା, ରୋଗ ଓ ଏହାର ନିରାକରଣ ପ୍ରତି ସଚେତନତା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହା ସହ ଲଢ଼ିବା ଏବଂ ଥଇଥାନ ବିଷୟରେ ଧାରଣା, ଜରୁରିକାଳୀନ ପରିସ୍ଥିତିରେ କ’ଣସବୁ କରଣୀୟ ସେ ବିଷୟରେ ଶିକ୍ଷା ଦିଆଯାଉଛି। ବାସ୍ତବରେ ଏହାହିଁ ବର୍ତ୍ତମାନ ସମୟର ଆବଶ୍ୟକତା। ପ୍ରକୃତ ସାକ୍ଷରତା ସେତେବେଳେ ସମ୍ଭବ ହେବ, ଯେବେ ବ୍ୟକ୍ତିର ଜୀବନଶୈଳୀରେ ପରିବର୍ତ୍ତନ ଆସିବ। ଯେଉଁଦିନ ଶିକ୍ଷାରୁ ବଞ୍ଚତ୍ତ ଗୋଷ୍ଠୀ କାହାର ଠକାମିର ଶିକାର ହେବେ ନାହିଁ, ନିଜେ ଉତ୍ପାଦନ କରୁଥିବା ବସ୍ତୁଗୁଡ଼ିକର ସଠିକ ମୂଲ୍ୟାୟନ କରି ରୋଜଗାର କରିବେ, ନିଜ ପିଲାଙ୍କ ଶିକ୍ଷା ଓ ଉନ୍ନତ ସ୍ବାସ୍ଥ୍ୟ ପାଇଁ ସୁବିଧା ପାଇବେ, ନିଜ ଅଧିକାର ବିଷୟରେ ସଚେତନ ହେବେ, ସେହିଦିନ ସାକ୍ଷରତାର ନୂତନ ସୂର୍ଯ୍ୟୋଦୟ ହେଲା ବୋଲି ଧରିନିଆଯିବ।

ଶ୍ରୁତକୀର୍ତ୍ତି ତ୍ରିପାଠୀ
ଭୁବନେଶ୍ୱର, ମୋ: ୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri