ଯୌନ ପୀଡ଼ିତାଙ୍କ କଥା ଶୁଣ

ରୋମ୍‌, ୧୯ା୯: ଚର୍ଚ୍ଚରେ ବଢ଼ୁଛି ଯୌନ ନିର୍ଯାତନା, ବଳାତ୍କାର ଭଳି ଘୃଣ୍ୟ ଅପରାଧ। ଖୋଦ୍‌ ଧର୍ମଗୁରୁଙ୍କ ନାଁରେ ଆସୁଛି ସଙ୍ଗିନ ଅଭିଯୋଗ। ଏଥିରେ ସମ୍ପୃକ୍ତ ବିଶପ୍‌ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ଏଭଳି ଘଟଣାକୁ ପ୍ରୋତ୍ସାହନ ଦେଉଛି। ପୀଡ଼ିତାଙ୍କ କଥା ଶୁଣିବାରେ ଅନ୍ୟ ବିଶପ୍‌ମାନେ ବିଫଳ ହେବା ସହ ଅଭିଯୁକ୍ତଙ୍କୁ ବଞ୍ଚାଇବାକୁ ଉଦ୍ୟମ କରାଯାଉଛି। ଚର୍ଚ୍ଚର ବିଶ୍ୱସନୀୟତା ଓ ପବିତ୍ରତା ବଜାୟ ରଖିବାକୁ ହେଲେ ପୀଡ଼ିତାଙ୍କୁ ସଂସ୍କାର କାର୍ଯ୍ୟରେ ସାମିଲ କରାଯିବା ଜରୁରୀ ବୋଲି କହିଛନ୍ତି ରୋମାନ୍‌ କ୍ୟାଥୋଲିକ୍‌ ଚର୍ଚ୍ଚର ମୁଖ୍ୟ ପୋପ୍‌ ଫ୍ରାନ୍ସିସ୍‌। ନଚେତ ଚର୍ଚ୍ଚର ଭବିଷ୍ୟତ ବିପଦରେ ପଡ଼ିବ ବୋଲି ସେ ଚେତାଇ ଦେଇଛନ୍ତି।
ପାଦ୍ରୀ ତଥା ଧର୍ମଗୁରୁଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିବା ପୀଡ଼ିତାଙ୍କ ପକ୍ଷ ଶୁଣି ସେମାନଙ୍କୁ ସଂସ୍କାର କାର୍ଯ୍ୟରେ ଅଂଶୀଦାର କରିବାକୁ ରୋମ୍‌ କ୍ୟାଥୋଲିକ୍‌ ଚର୍ଚ୍ଚର ମୁଖ୍ୟ ତଥା ପୋପ୍‌ ଫ୍ରାନ୍ସିସ୍‌ ଶନିବାର ୟୁରୋପୀୟ ବିଶପ୍‌ମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିରେ ବିଫଳ ହେଲେ କ୍ୟାଥୋଲିକ୍‌ ଚର୍ଚ୍ଚର ଭବିଷ୍ୟତ ବିପଦରେ ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି। ବିଶପ୍‌ ସମ୍ମିଳନୀ ଏବଂ ଭାଟିକାନର ଶିଶୁ ସୁରକ୍ଷା ପରାମର୍ଶଦାତା କମିଶନ ଦ୍ୱାରା ପୋଲାଣ୍ଡରେ ରବିବାରଠାରୁ ଆୟୋଜନ ହେବାକୁ ଥିବା ୪ ଦିନିଆ ଶିଶୁ ସୁରକ୍ଷା ସମ୍ମିଳନୀ ପୂର୍ବରୁ କେନ୍ଦ୍ରୀୟ ଏବଂ ପୂର୍ବ ୟୁରୋପୀୟ ବିଶପ୍‌ମାନଙ୍କ ଉଦ୍ଦେଶ୍ୟରେ ପୋପ୍‌ ଏହି ଭିଡିଓ ବାର୍ତ୍ତା ପ୍ରଦାନ କରିଛନ୍ତି।
ଗତ କିଛି ମାସ ମଧ୍ୟରେ ଯୌନ ନିର୍ଯାତନା ଏବଂ ବଳାତ୍କାରୀ ପ୍ରିଷ୍ଟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ପୀଡ଼ିତାଙ୍କ ପକ୍ଷ ଶୁଣିବାରେ ବିଫଳ ହେବା କାରଣରୁ ଭାଟିକାନ୍‌ ଅନେକ ଅବସରପ୍ରାପ୍ତ ଏବଂ କାର୍ଯ୍ୟରତ ବିଶପ୍‌ମାନଙ୍କ ଉପରେ କଟକଣା ଲଗାଇଛି। ଏବେ ପୋପ୍‌ ଫ୍ରାନ୍ସିସ୍‌ ମଧ୍ୟ ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇ ଏପରି ବାର୍ତ୍ତା ଦେଇଛନ୍ତି। ଏଭଳି କଠୋର ବ୍ୟବହାର ପରେ ଦୋଷ ସ୍ବୀକାର କରିନେବା ଏବଂ ପୀଡ଼ିତାଙ୍କ ନିକଟରୁ କ୍ଷମା ପ୍ରାର୍ଥନା ଦ୍ୱାରା ଚର୍ଚ୍ଚକୁ ଏକ ବିଶ୍ୱସନୀୟ ଏବଂ ନିରାପଦ ସ୍ଥାନ ଭାବେ ପୁଣି ବିବେଚନା କରାଯାଇ ପାରିବ କି ବୋଲି ସେ ପ୍ରଶ୍ନ କରିଛନ୍ତି। ବିଶପ୍‌ମାନେ ଶେଷରେ ନୁହେଁ ପ୍ରଥମେ ପୀଡ଼ିତାଙ୍କ କଥା ଶୁଣିବା ଜରୁରୀ। ଏଥିସହ ପୀଡ଼ିତାଙ୍କୁ ଭବିଷ୍ୟତର ସାଥୀ ଏବଂ ନାୟକ ଭାବରେ ଦେଖିବାର ଆବଶ୍ୟକତା ରହିଛି ବୋଲି ପୋପ୍‌ କହିଛନ୍ତି। ବଳାତ୍କାର ଶିକାର ହୋଇ ଅଭିଯୋଗ କରିବା ପରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଚର୍ଚ୍ଚରେ ଶତ୍ରୁ ନଜରରେ ଦେଖାଯାଉଥିବା ଘଟଣା ବାରମ୍ବାର ସାମ୍‌ନାକୁ ଆସୁଛି। ଅର୍ଥ ପାଇଁ ପୀଡ଼ିତ ବ୍ୟକ୍ତି ଏପରି କରୁଥିବା ସେମାନଙ୍କ ନାଁରେ ପାଲଟା ଅଭିଯୋଗ ଅଣାଯାଉଛି। ହିଂସକ ମନୋବୃତ୍ତିର ପ୍ରିଷ୍ଟମାନଙ୍କଠାରୁ ଅନ୍ୟମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରାଯାଉଛି। ଚର୍ଚ୍ଚର ମର୍ଯ୍ୟାଦା ରକ୍ଷା ଦିଗରେ ଅଯୋଗ୍ୟ ବ୍ୟକ୍ତିଙ୍କ ଉପରେ ପଦାନୁକ୍ରମ ଦାୟିତ୍ୱ ଚିନ୍ତାର ବିଷୟ ବୋଲି ଫ୍ରାନ୍ସିସ୍‌ ଏବଂ ପୂର୍ବତନ ପୋପ୍‌ ବେନେଡିକ୍ଟ ଷୋଡ଼ଶ କହିଛନ୍ତି। ଚର୍ଚ୍ଚାରେ ଯୌନ ନିର୍ଯାତନା ଭଳି କାର୍ଯ୍ୟକଳାପ ଉପରେ ରୋକ ଲଗାଇବାକୁ କେବଳ ଦୁଃଖ ବ୍ୟକ୍ତ କରିବା ପର୍ଯ୍ୟାପ୍ତ ନୁହେଁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ପୋପ୍‌ ଉକ୍ତ ଭିଡିଓ ବାର୍ତ୍ତାରେ କହିଛନ୍ତି। ଅନ୍ୟପକ୍ଷରେ ବହୁସଂଖ୍ୟାରେ ଯୌନ ପୀଡ଼ିତାଙ୍କ ଅଭିଯୋଗ ଆସିବା ପରେ ପୋପ୍‌ ଫ୍ରାନ୍ସିସ୍‌ ଏଭଳି ଘଟଣା ଉପରେ ପରଦା ପକାଇବାକୁ ଉଦ୍ୟମ କରୁଥିବା ବିଶପ୍‌ମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ନିମନ୍ତେ ଚର୍ଚ୍ଚରେ ନୂଆ ନିୟମ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ଭାରତର: ଆମେରିକା

ଓ୍ବାଶିଂଟନ, ୩।୧୦:ଭାରତ ଉପରେ ଚାଇନାର ଆକ୍ରମଣାତ୍ମକ ମନୋଭାବ ଏବଂ ସୀମାନ୍ତରେ ବିସ୍ତାରବାଦୀ ନୀତିକୁ ନେଇ କ୍ଷୁବ୍ଧ ହୋଇଛି ଆମେରିକା। ଦୀର୍ଘ ୬ ଦଶନ୍ଧି ଧରି ଲଦାଖ,...

ଇମ୍ରାନ୍‌ଙ୍କୁ ଝଟ୍‌କା: ୬ ବର୍ଷ ପୁରୁଣା ମାନହାନି ମାମଲାର ଆବେଦନ ଖାରଜ …

ଇସଲାମାବାଦ,୧୦।୧୨ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ଼ ଝଟ୍‌କା ଲାଗିଛି। ୬ ବର୍ଷ ତଳର ମାନହାନି ମାମଲାରେ ଲାହୋର ହାଇକୋର୍ଟ ପାକିସ୍ତାନ ତେହେରିକ-ଇ-ଇନସାଫ...

ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ବିଲେଇଛୁଆ, ଡେଲିଭରି ବକ୍ସରୁ ଯାହା ବାହାରିଲା ଦେଖିଲେ ଉଡ଼ିଯିବ ହୋସ୍‌

ପ୍ୟାରିସ୍‌,୧୨ା୧୦: ଫ୍ରାନ୍ସର ଏକ ଦମ୍ପତି ଘରେ ବିଲେଇ ଛୁଆ ପାଳିବାକୁ ଚାହୁଁଥିଲେ। ସେମାନେ ଅନ୍‌ଲାଇନ୍‌ରେ ୬ ହଜାର ୟୁରୋ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୫ ଲକ୍ଷ...

ଭାରତକୁ ସହାୟତାର ହାତ ବଢ଼ାଇଲା ପାକିସ୍ତାନ: ୫୦ ଆମ୍ବୁଲାନ୍ସ୍‌ ପଠାଇବାକୁ କହିଲା ଏହି ଟ୍ରଷ୍ଟ୍‌…

ଇସଲାମାବାଦ୍‌,୨୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ପାକିସ୍ତାନର ଇଧି...

ରୁଷିଆ-ୟୁକ୍ରେନ ଯୁଦ୍ଧ:ଆମେରିକା ଯୋଗୁ ବଢୁଛି ନ୍ୟୁକ୍ଲିୟର ଯୁଦ୍ଧ ଆଶଙ୍କା

ମସ୍କୋ,୨୫।୪: ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧକୁ ୧୪ମାସରୁ ଅଧିକ ସମୟ ହୋଇଗଲାଣି। କିନ୍ତୁ ଏହା ଥମିବାର ନାଁ ନେଉନାହିଁ। ଯୁଦ୍ଧ ଯୋଗୁ ଦୁଇଦେଶକୁ ବହୁ କ୍ଷତି...

ବିନା ଲକ୍‌ଡାଉନ୍‌ରେ ବି କରୋନାକୁ ପରାସ୍ତ କରିଛି ଭିଏତ୍‌ନାମ୍‌: କୌଣସି ସଂକ୍ରମିତଙ୍କ ହୋଇନି ମୃତ୍ୟୁ

ହନୋଇ,୨୫।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ କେତେକ ଦେଶରେ ଲକ୍‌ଡାଉନ୍‌ ମଧ୍ୟ ଜାରି ରହିଛି। ଆମେରିକାରେ...

କାନାଡ଼ାରେ ଅଘୋଷିତ ଚାଇନା ପୋଲିସ ଥାନା, ତଦନ୍ତ ଆରମ୍ଭ…

ଟରୋଣ୍ଟୋ,୨୩।୧୧ : କାନାଡାର ଟରୋଣ୍ଟୋରେ ଅଘୋଷିତ ଚାଇନା ପୋଲିସ ଷ୍ଟେଶନ ଚଳାଇବା ମାମଲା ସାମ୍ନାକୁ ଆସିଛି। କାନାଡାର ରୟାଲ ମାଉଣ୍ଟେଡ ପୋଲିସ (ଆରସିଏମପି) ଏହି ଘଟଣାର...

ଯୁଦ୍ଧ ପାଇଁ କ୍ଷତିରେ କୃଷକ

କିଭ୍‌,୭ା୫: ରୁଷିଆ-ୟୁକ୍ରେନ ଯୁଦ୍ଧ ୧୪ ମାସ ଧରି ଚାଲିଥିଲେ ମଧ୍ୟ ଥମିବାର ନାଁ ନେଉନି। ଇତିମଧ୍ୟରେ ଏହି ଯୁଦ୍ଧ ଯୋଗୁ ୟୁକ୍ରେନର କୃଷକମାନେ ଏକ ବଡ଼...

Advertisement
Archives

Model This Week