ଯୌନ ପୀଡ଼ିତାଙ୍କ କଥା ଶୁଣ

ରୋମ୍‌, ୧୯ା୯: ଚର୍ଚ୍ଚରେ ବଢ଼ୁଛି ଯୌନ ନିର୍ଯାତନା, ବଳାତ୍କାର ଭଳି ଘୃଣ୍ୟ ଅପରାଧ। ଖୋଦ୍‌ ଧର୍ମଗୁରୁଙ୍କ ନାଁରେ ଆସୁଛି ସଙ୍ଗିନ ଅଭିଯୋଗ। ଏଥିରେ ସମ୍ପୃକ୍ତ ବିଶପ୍‌ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ଏଭଳି ଘଟଣାକୁ ପ୍ରୋତ୍ସାହନ ଦେଉଛି। ପୀଡ଼ିତାଙ୍କ କଥା ଶୁଣିବାରେ ଅନ୍ୟ ବିଶପ୍‌ମାନେ ବିଫଳ ହେବା ସହ ଅଭିଯୁକ୍ତଙ୍କୁ ବଞ୍ଚାଇବାକୁ ଉଦ୍ୟମ କରାଯାଉଛି। ଚର୍ଚ୍ଚର ବିଶ୍ୱସନୀୟତା ଓ ପବିତ୍ରତା ବଜାୟ ରଖିବାକୁ ହେଲେ ପୀଡ଼ିତାଙ୍କୁ ସଂସ୍କାର କାର୍ଯ୍ୟରେ ସାମିଲ କରାଯିବା ଜରୁରୀ ବୋଲି କହିଛନ୍ତି ରୋମାନ୍‌ କ୍ୟାଥୋଲିକ୍‌ ଚର୍ଚ୍ଚର ମୁଖ୍ୟ ପୋପ୍‌ ଫ୍ରାନ୍ସିସ୍‌। ନଚେତ ଚର୍ଚ୍ଚର ଭବିଷ୍ୟତ ବିପଦରେ ପଡ଼ିବ ବୋଲି ସେ ଚେତାଇ ଦେଇଛନ୍ତି।
ପାଦ୍ରୀ ତଥା ଧର୍ମଗୁରୁଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିବା ପୀଡ଼ିତାଙ୍କ ପକ୍ଷ ଶୁଣି ସେମାନଙ୍କୁ ସଂସ୍କାର କାର୍ଯ୍ୟରେ ଅଂଶୀଦାର କରିବାକୁ ରୋମ୍‌ କ୍ୟାଥୋଲିକ୍‌ ଚର୍ଚ୍ଚର ମୁଖ୍ୟ ତଥା ପୋପ୍‌ ଫ୍ରାନ୍ସିସ୍‌ ଶନିବାର ୟୁରୋପୀୟ ବିଶପ୍‌ମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିରେ ବିଫଳ ହେଲେ କ୍ୟାଥୋଲିକ୍‌ ଚର୍ଚ୍ଚର ଭବିଷ୍ୟତ ବିପଦରେ ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି। ବିଶପ୍‌ ସମ୍ମିଳନୀ ଏବଂ ଭାଟିକାନର ଶିଶୁ ସୁରକ୍ଷା ପରାମର୍ଶଦାତା କମିଶନ ଦ୍ୱାରା ପୋଲାଣ୍ଡରେ ରବିବାରଠାରୁ ଆୟୋଜନ ହେବାକୁ ଥିବା ୪ ଦିନିଆ ଶିଶୁ ସୁରକ୍ଷା ସମ୍ମିଳନୀ ପୂର୍ବରୁ କେନ୍ଦ୍ରୀୟ ଏବଂ ପୂର୍ବ ୟୁରୋପୀୟ ବିଶପ୍‌ମାନଙ୍କ ଉଦ୍ଦେଶ୍ୟରେ ପୋପ୍‌ ଏହି ଭିଡିଓ ବାର୍ତ୍ତା ପ୍ରଦାନ କରିଛନ୍ତି।
ଗତ କିଛି ମାସ ମଧ୍ୟରେ ଯୌନ ନିର୍ଯାତନା ଏବଂ ବଳାତ୍କାରୀ ପ୍ରିଷ୍ଟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ପୀଡ଼ିତାଙ୍କ ପକ୍ଷ ଶୁଣିବାରେ ବିଫଳ ହେବା କାରଣରୁ ଭାଟିକାନ୍‌ ଅନେକ ଅବସରପ୍ରାପ୍ତ ଏବଂ କାର୍ଯ୍ୟରତ ବିଶପ୍‌ମାନଙ୍କ ଉପରେ କଟକଣା ଲଗାଇଛି। ଏବେ ପୋପ୍‌ ଫ୍ରାନ୍ସିସ୍‌ ମଧ୍ୟ ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇ ଏପରି ବାର୍ତ୍ତା ଦେଇଛନ୍ତି। ଏଭଳି କଠୋର ବ୍ୟବହାର ପରେ ଦୋଷ ସ୍ବୀକାର କରିନେବା ଏବଂ ପୀଡ଼ିତାଙ୍କ ନିକଟରୁ କ୍ଷମା ପ୍ରାର୍ଥନା ଦ୍ୱାରା ଚର୍ଚ୍ଚକୁ ଏକ ବିଶ୍ୱସନୀୟ ଏବଂ ନିରାପଦ ସ୍ଥାନ ଭାବେ ପୁଣି ବିବେଚନା କରାଯାଇ ପାରିବ କି ବୋଲି ସେ ପ୍ରଶ୍ନ କରିଛନ୍ତି। ବିଶପ୍‌ମାନେ ଶେଷରେ ନୁହେଁ ପ୍ରଥମେ ପୀଡ଼ିତାଙ୍କ କଥା ଶୁଣିବା ଜରୁରୀ। ଏଥିସହ ପୀଡ଼ିତାଙ୍କୁ ଭବିଷ୍ୟତର ସାଥୀ ଏବଂ ନାୟକ ଭାବରେ ଦେଖିବାର ଆବଶ୍ୟକତା ରହିଛି ବୋଲି ପୋପ୍‌ କହିଛନ୍ତି। ବଳାତ୍କାର ଶିକାର ହୋଇ ଅଭିଯୋଗ କରିବା ପରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଚର୍ଚ୍ଚରେ ଶତ୍ରୁ ନଜରରେ ଦେଖାଯାଉଥିବା ଘଟଣା ବାରମ୍ବାର ସାମ୍‌ନାକୁ ଆସୁଛି। ଅର୍ଥ ପାଇଁ ପୀଡ଼ିତ ବ୍ୟକ୍ତି ଏପରି କରୁଥିବା ସେମାନଙ୍କ ନାଁରେ ପାଲଟା ଅଭିଯୋଗ ଅଣାଯାଉଛି। ହିଂସକ ମନୋବୃତ୍ତିର ପ୍ରିଷ୍ଟମାନଙ୍କଠାରୁ ଅନ୍ୟମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରାଯାଉଛି। ଚର୍ଚ୍ଚର ମର୍ଯ୍ୟାଦା ରକ୍ଷା ଦିଗରେ ଅଯୋଗ୍ୟ ବ୍ୟକ୍ତିଙ୍କ ଉପରେ ପଦାନୁକ୍ରମ ଦାୟିତ୍ୱ ଚିନ୍ତାର ବିଷୟ ବୋଲି ଫ୍ରାନ୍ସିସ୍‌ ଏବଂ ପୂର୍ବତନ ପୋପ୍‌ ବେନେଡିକ୍ଟ ଷୋଡ଼ଶ କହିଛନ୍ତି। ଚର୍ଚ୍ଚାରେ ଯୌନ ନିର୍ଯାତନା ଭଳି କାର୍ଯ୍ୟକଳାପ ଉପରେ ରୋକ ଲଗାଇବାକୁ କେବଳ ଦୁଃଖ ବ୍ୟକ୍ତ କରିବା ପର୍ଯ୍ୟାପ୍ତ ନୁହେଁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ପୋପ୍‌ ଉକ୍ତ ଭିଡିଓ ବାର୍ତ୍ତାରେ କହିଛନ୍ତି। ଅନ୍ୟପକ୍ଷରେ ବହୁସଂଖ୍ୟାରେ ଯୌନ ପୀଡ଼ିତାଙ୍କ ଅଭିଯୋଗ ଆସିବା ପରେ ପୋପ୍‌ ଫ୍ରାନ୍ସିସ୍‌ ଏଭଳି ଘଟଣା ଉପରେ ପରଦା ପକାଇବାକୁ ଉଦ୍ୟମ କରୁଥିବା ବିଶପ୍‌ମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ନିମନ୍ତେ ଚର୍ଚ୍ଚରେ ନୂଆ ନିୟମ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

‘ମୁଁ ରାଜନୀତିରୁ ସନ୍ନ୍ୟାସ…’, TMCରେ ବିଦ୍ରୋହ ମଧ୍ୟରେ ମମତା ବାନାର୍ଜୀଙ୍କ ବଡ଼ ଘୋଷଣାକୁ ନେଇ ହଇଚଇ

ନୂଆଦିଲ୍ଲୀ,୨୪।୮: TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri