ଅବସାଦ ଦୂର ପାଇଁ ଶୁଣନ୍ତୁ ଏମିତି ଗୀତ

ଜଞ୍ଜାଳପୂର୍ଣ୍ଣ ଜୀବନରେ ଶାନ୍ତିରେ ନିଃଶ୍ୱାସ ମାରିବା ଏବେ କଷ୍ଟକର। ପିଲାଠୁ ନେଇ ବୟସ୍କ ସଭିଏଁ ନିଜ ନିଜ କ୍ଷେତ୍ରରେ ଚିନ୍ତିତ। ଏମିତିରେ ଅବସାଦ ଶରୀରକୁ ସମ୍ପୂର୍ଣ୍ଣ ଅସୁସ୍ଥ କରିପକାଇଛି। ଅବସାଦରୁ ମୁକ୍ତି ପାଇଁ ବୈଜ୍ଞାନିକମାନେ ଏକ ନିଆରା ଉପାୟ ସନ୍ଧାନ କରିଛନ୍ତି। ଆଇଆଇଟି କାନପୁର୍‌ର ବୈଜ୍ଞାନିକମାନେ ଦୀର୍ଘବର୍ଷ ଗବେଷଣା ପରେ ଜାଣିବାକୁ
ପାଇଛନ୍ତି, ଯଦି ଶାସ୍ତ୍ରୀୟ ସଂଗୀତର ରାଗ ଭୀମ ପଲାସୀ ଏବଂ ରାଗ ଦରବାରୀକୁ କିଛି ସମୟ ପାଇଁ ଶୁଣାଯାଏ, ତେବେ ମାନସିକ ଅବସାଦରେ ହ୍ରାସ ଅଣାଯାଇପାରିବ। ଗବେଷଣା ଅନୁସାରେ, ମଣିଷ ମସ୍ତିଷ୍କରେ ନ୍ୟୁରନ୍ସ ଥାଏ। ଏହା ଏକ ପ୍ରକାରର କୋଷିକା ଯାହା, ଇଲେକ୍ଟ୍ରୋ ମ୍ୟାଗନେଟିକ୍‌ ତରଙ୍ଗ ଜରିଆରେ ସନ୍ଦେଶର ଆଦାନ ପ୍ରଦାନ କରିଥାଏ। କିନ୍ତୁ ମାନସିକ ଅବସାଦ ସ୍ଥିତିରେ ଏହି କୋଷିକା ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଫଳରେ ମସ୍ତିଷ୍କରେ ଥକ୍କାପଣ ଏବଂ ଅବସାଦ ସୃଷ୍ଟି ହୋଇ ତାକୁ ଦୁର୍ବଳ କରିପକାଏ। ଏଭଳି ପରିସ୍ଥିତିରେ ଯଦି ରାଗ ଭୀମପଲାସୀ ଏବଂ ରାଗ ଦରବାରୀ ଶୁଣାଯାଏ, ତେବେ ମସ୍ତିଷ୍କର କୋଷିକା ସକ୍ରିୟ ହୋଇ ଉଠିଥାଏ। ଗବେଷଣା ପାଇଁ ବୈଜ୍ଞାନିକମାନେ ନିଜ ଇନ୍‌ଷ୍ଟିଚ୍ୟୁଟ୍‌ର କିଛି ଛାତ୍ରଙ୍କୁ ଶାସ୍ତ୍ରୀୟ ସଂଗୀତ ଶୁଣିବାକୁ କହିଥିଲେ। କିଛି ଦିନ ପରେ ଦେଖିବାକୁ ମିଳିଲା, ଏହି ସଂଗୀତ ସେମାନଙ୍କ ଭିତରେ ଥିବା ଚିଡ଼ିଚିଡ଼ା ସ୍ବଭାବ, ଅନ୍ୟମନସ୍କତା ଏବଂ ମାନସିକ ଚିନ୍ତାକୁ ହ୍ରାସ କରିଛି। ଗବେଷଣାରୁ ଜଣାପଡ଼ିଛି, ଏହି ରାଗକୁ ଶୁଣିବାର ୧୦୦ ସେକେଣ୍ଡ୍‌ ମଧ୍ୟରେ ମସ୍ତିଷ୍କର ନ୍ୟୁରନ୍ସ୍‌ ସକ୍ରିୟ ହୋଇଯାଏ। ତେବେ ଭୀମପଲାସୀ ରାଗକୁ ଦିନରେ ଏବଂ ରାଗ ଦରବାରୀକୁ ରାତିରେ ଶୁଣିବା ଦ୍ୱାରା ବିଶେଷ ପରିଣାମ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri