ପୁନର୍ବାର ପ୍ରସ୍ତୁତ ହେବ ତାଲିକା

ଅନୁଗୋଳ ଅଫିସ, ୬ା୯: ସାତକୋଶିଆ ଅଭୟାରଣ୍ୟର କୋର୍‌ ଅଞ୍ଚଳରୁ ସ୍ଥାନାନ୍ତର ପ୍ରକ୍ରିୟାରେ କଟରଙ୍ଗ ଗ୍ରାମର ୨୧ ପରିବାର କ୍ଷତିପୂରଣ ପ୍ୟାକେଜ୍‌ରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ବଞ୍ଚିତ ପରିବାର ସୋମବାର ଅନୁଗୋଳ ଉପଜିଲାପାଳ ବଇତୁରା ଦୀପ୍‌ଙ୍କୁ ସାକ୍ଷାତ କରିଥିଲେ। ଅଭିଯୋଗ ଉପରେ ଏକ ଯୁଗ୍ମ ତଦନ୍ତ ଓ ସର୍ଭେ କରି ପୁନର୍ବାର ତାଲିକା ପ୍ରସ୍ତୁତ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ।
ସମ୍ପୃକ୍ତ ୨୧ ପରିବାର ଗ୍ରାମର ବାସିନ୍ଦା ହୋଇଥିବା ନେଇ ସମସ୍ତ ପ୍ରମାଣପତ୍ର ଉପଜିଲାପାଳଙ୍କୁ ହନ୍ତାନ୍ତର କରିଥିଲେ। ଏହାପରେ ଉପଜିଲାପାଳ ତୁରନ୍ତ ସାତକୋଶିଆ ବନଖଣ୍ଡର ଡିଏଫ୍‌ଓ ସରୋଜ ପଣ୍ଡା, ତହସିଲଦାର ବିମଳ କୁମାର ଲେଙ୍କା ଏବଂ ଅନ୍ୟ ଅଧିକାରୀଙ୍କୁ ଡାକି ଆଲୋଚନା କରିଥିଲେ। ସମ୍ପୃକ୍ତ ପରିବାର ପଲ୍ଲିସଭାରେ ଅଂଶ ଗ୍ରହଣ କରିଥିଲେ ମଧ୍ୟ ପ୍ୟାକେଜରୁ ସେମାନଙ୍କୁ ବଞ୍ଚିତ କରାଯାଇଥିବା ଅଭିଯୋଗ କରିଥିଲେ। ଉପଜିଲାପାଳ ସ୍ଥାନାନ୍ତର ପ୍ରକ୍ରିୟାରେ ରହିଥିବା ସରକାରୀ ନୀତି ନିୟମ, ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ସ୍ଥାନାନ୍ତର ମାର୍ଗଦର୍ଶିକା, ରାଜ୍ୟ ସରକାରଙ୍କ ନିୟମାବଳୀ ଏବଂ ପୁନର୍ବସତି ଓ ଥଇଥାନ ନିୟମାବଳୀ ଆଧାରରେ ରହିଥିବା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ଏକ ଯୁଗ୍ମ ତଦନ୍ତ ଓ ସର୍ଭେ ପରେ ପୁନର୍ବାର ତାଲିକା ପ୍ରସ୍ତୁତ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଥିଲା। ପଲ୍ଲିସଭା ହୋଇଥିବା ୨୦୨୧ ଡିସେମ୍ବର ୧୮କୁ ନେଇ ବୟସ ଆଧାରରେ ତାଲିକା ନିର୍ଣ୍ଣୟ କରାଯିବାକୁ କୁହାଯାଇଥିଲା। ଆଲୋଚନାର ନିଷ୍ପତ୍ତି ନେଇ ଅଭିଯୋଗକାରୀ ୨୧ ପରିବାର ସହମତି ପ୍ରକାଶ କରିବା ସହ ଆନ୍ଦୋଳନ ଓ ଅନଶନ ପ୍ରତ୍ୟାହାର କରିନେଇଥିବା ଜଣାଇଥିଲେ। ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ଯୁଗ୍ମ ତଦନ୍ତ, ଅନ୍ୟାନ୍ୟ ସର୍ଭେ ଏବଂ ଆଲୋଚନାକୁ ସେମାନେ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରିଙ୍କୁ ସିଂଙ୍କ ବିବାହକୁ ନେଇ ଆସିଲା ବଡ଼ ଖବର, ପ୍ରିୟା ସରୋଜଙ୍କ ସହ ଏହି ଦିନ ପଡ଼ିବ ହାତଗଣ୍ଠି

ନୂଆଦିଲ୍ଲୀ,୯।୨: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟସମ୍ୟାନ ରିଙ୍କୁ ସିଂ ଖୁବ୍ ଶୀଘ୍ର ପଡ଼ିଆ ବାହାରେ ଏକ ନୂତନ ଯାତ୍ରା ଆରମ୍ଭ କରିବେ। ଉତ୍ତର ପ୍ରଦେଶର ଜୌନପୁରର…

ଅଧରାତିରେ ସରକାରୀ ବିଦ୍ୟାଳୟରୁ ହେଉଥିଲା ଚାଉଳ ଚୋରି: ମାଡ଼ିବସିଲେ ଗାଁ ଲୋକେ, ଆଉ ତା’ପରେ…

ଲାଞ୍ଜିଗଡ଼,୯।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ସ୍ଥିତ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟଠାରେ ସ୍କୁଲ ପାଚେରି ଭିତରେ ପ୍ରାୟ ୭ କୁଇଣ୍ଟାଲ ଚାଉଳ ଚୋରି…

ମହାଶିବରାତ୍ରି ପାଇଁ ଶୈବ ପୀଠ ଚଳଚଞ୍ଚଳ: ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଚାଲିଛି ପ୍ରସ୍ତୁତି

ଗଞ୍ଜାମ,୯।୨(ବିଦ୍ୟାଧର ସାହୁ): ଆସନ୍ତା ୧୫ରେ ମହାଶିବରାତ୍ରି। ଏଥିପାଇଁ ଗଞ୍ଜାମ ବ୍ଲକ ଅଞ୍ଚଳରେ ଥିବା ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇ ଉଠିଥିବା ଦେଖିବାକୁ ମିଳିଛି l ବିଭିନ୍ନ ଶୈବ…

ଘରେ କେହି ନ ଥିବାବେଳେ ତିଦ୍ଦଦୀୟ ନାବାଳିକାଙ୍କୁ ବଳାତ୍କାର କଲେ ନାବାଳକ, ଡାକ୍ତରୀ ପରୀକ୍ଷା ପରେ…

ଗଜପତି,୯ା୨(ଗିରିଧାରୀ ପରିଛା): ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅଞ୍ଚଳରେ ଜଣେ ୭ ବର୍ଷର ତିବ୍ଦତୀୟ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ପରିବାର ଲୋକେ…

ବିପଦପୂର୍ଣ୍ଣ ଭାବେ ଓହଳିଛି: ଯାତାୟାତରେ ସମସ୍ୟା

ଦାରିଙ୍ଗବାଡି,୯।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହା ଗ୍ରାମଠାରୁ ତେରବାଡି ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଆରପାରରେ ବିଦ୍ୟୁତ…

‘World Cupରୁ ପଛଘୁଞ୍ଚା ଦେଉଛ, ହେଲେ କାହିଁକି…,’ ପାକିସ୍ତାନକୁ କାହିଁକି ଏମିତି ପ୍ରଶ୍ନ କଲେ Sourav Ganguly? ଜାଣନ୍ତୁ…

ନୂଆଦିଲ୍ଲୀ,୯।୨: ପୂର୍ବତନ ଭାରତୀୟ ଅଧିନାୟକ ଏବଂ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପାକିସ୍ତାନର T20 ବିଶ୍ୱକପରେ ଭାରତର ମ୍ୟାଚ ବର୍ଜନ ନିଷ୍ପତ୍ତି ଉପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।…

ପରୀକ୍ଷା ପେ ଚର୍ଚ୍ଚାରେ ଛାତ୍ରୀଛାତ୍ରଙ୍କୁ ମୋଦି ଦେଲେ ବଡ଼ ଟିପ୍ସ, ଷ୍ଟାର୍ଟଅପ୍ କିପରି…

ନୂଆଦିଲ୍ଲୀ,୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର “ପରୀକ୍ଷା ପେ ଚର୍ଚ୍ଚା”ର ଦ୍ୱିତୀୟ ଅଧିବେଶନରେ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ସେ ଦେଶର ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ସହିତ…

ମୋଦିଙ୍କ ମାଲେସିଆ ଗସ୍ତ ଶେଷ ପରେ ଚିନ୍ତାରେ ପଡିଲାଣି ପାକିସ୍ତାନ!

ନୂଆଦିଲ୍ଲୀ/ଇସଲାମାବାଦ,୯।୨: ପାକିସ୍ତାନ ନୌସେନା ମୁଖ୍ୟ ଆଡମିରାଲ ନାଭିଦ ଆଶ୍ରଫ ମାଲେସିଆ ଗସ୍ତ କରିଥିଲେ। ରୟାଲ ମାଲେସିଆନ ନୌସେନା ମୁଖ୍ୟାଳୟରେ ପହଞ୍ଚିବା ପରେ, ଆଡମିରାଲ ନାଭିଦ ଆଶ୍ରଫଙ୍କୁ ରୟାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri