ଯାଜପୁର ଅଫିସ,୬ା୯:ଦଶରଥପୁର ବ୍ଲକ ଅନ୍ତର୍ଗତ ଦତ୍ତପୁର ପଞ୍ଚାୟତରେ ବନ୍ୟା ବିପନ୍ନଙ୍କ ଦୁଃଖ ଏଯାଏ ଦୂର ହୋଇ ପାରିନାହିଁ। ଏହାକୁ ସମାଧାନ କରିବାରେ ବ୍ଲକ ପ୍ରଶାସନ ବିଫଳ ହୋଇଛି ବୋଲି ସୋମବାର ବିଭିନ୍ନ ଯୁବ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି। ଏକ ଖବରଦାତା ସମ୍ମିଳନୀରେ ସେମାନେ ଦର୍ଶାଇଛନ୍ତି, ବୈତରଣୀ ନଦୀ ତଟରେ ଅବସ୍ଥିତ ଦତ୍ତପୁର ପଞ୍ଚାୟତବାସୀ ପ୍ରତିବର୍ଷ ବନ୍ୟାଦ୍ୱାରା ପ୍ରଭାବିତ ହେବା ସହିତ ବ୍ୟାପକ କ୍ଷୟକ୍ଷତିର ସାମ୍ନା କରୁଛନ୍ତି। ୨୦୨୧ ବନ୍ୟାରେ ଦତ୍ତପୁରଠାରେ ପ୍ରାୟ ୧୦୦ ଫୁଟ୍ର ଘାଇ ହେବା ଦ୍ୱାରା ହଜାରହଜାର ଜନସାଧାରଣ ବାସଚ୍ୟୁତ ହୋଇଥିଲେ। ଦତ୍ତପୁର ଅଞ୍ଚଳ ବାଲିଚରି ଯାଇଥିଲା। ମାତ୍ର ବନ୍ୟା ପରବର୍ତ୍ତୀ ସମୟରେ ପ୍ରଶାସନ ସେମାନଙ୍କୁ ଉପଯୁକ୍ତ ଥଇଥାନ ସହିତ ଏହାର ସ୍ଥାୟୀ ପ୍ରତିକାର କରିବାରେ ବିଫଳ ହୋଇଥିଲା। ଏହାପରେ ଅଗଷ୍ଟ ଶେଷ ଭାଗରେ ବୈତରଣୀ ନଦୀର ଉଚ୍ଛୁଳା ପାଣି କାଣୀ ନଦୀରେ ଘାଇ ସୃଷ୍ଟି ହୋଇ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିଲା। ଏଥିରେ ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହେବା ସହ ଶତାଧିକ ଲୋକ ବାସହରା ହୋଇଥିଲେ। ଏଭଳି ଭାବେ ପ୍ରତ୍ୟେକ ବର୍ଷ ବନ୍ୟାରେ ପଞ୍ଚାୟତରେ ନିର୍ମାଣ ହୋଇଥିବା ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ନିର୍ମାଣାଧୀନ କଲ୍ୟାଣ ମଣ୍ଡପ ଅସମ୍ପୂର୍ଣ୍ଣ ଥିବାରୁ ତାହା କାର୍ଯ୍ୟରେ ଲାଗିପାରୁ ନାହିଁ। ମାର୍କେଟ କମ୍ପ୍ଲେକ୍ସ ଗୃହ ବଣ୍ଟନ କରାଯାଇନାହିଁ। ପଞ୍ଚାୟତରେ ଥିବା ବିଦ୍ୟାଳୟଗୁଡ଼ିକରେ ଭିତ୍ତିଭୂମିର ଅଭାବ ରହିବା ସହିତ ଆବଶ୍ୟକ ଶିକ୍ଷକ ନାହାନ୍ତି।
୨ଟି ପର୍ଯ୍ୟାୟରେ ହାଇସ୍କୁଲଗୁଡିକୁ ୫-ଟି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବାବେଳେ ଏହି ପଞ୍ଚାୟତରେ ଅବସ୍ଥିତ ଦତ୍ତପୁର ହାଇସ୍କୁଲ ଓ ଅର୍ଦ୍ଦାଉଳିଆ ବାଳିକା ଉଚ୍ଚ ବିଦ୍ୟାଳୟ ଏଥିରୁ ବଞ୍ଚିତ ରହିଛି। ଜଳ ନିଷ୍କାସନ ନିମନ୍ତେ ଏକମାତ୍ର ଧୁଆଳୀ ନାଳକୁ ସଫେଇ କରାଯାଇ ନ ଥିବା ଯୋଗୁ ବନ୍ୟାଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହେଉଛି। ଦତ୍ତପୁର ମଲ୍ଲିକ ସାହିରେ ବିଦ୍ୟୁତ୍ ତାରଗୁଡିକ ବିପଦପୂର୍ଣ୍ଣ ଅବସ୍ଥାରେ ଝୁଲି ରହିଥିବା ଯୋଗୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ନାରାୟଣପୁର, ଦତ୍ତପୁର ଓ ମଲ୍ଲିକସାହି ଘାଟକୂଳ, ଗଡ଼ାଣୀ ରାସ୍ତା ନିର୍ମାଣ ନ କରାଯିବା ଓ ବିଭିନ୍ନ ଗ୍ରାମରେ ଡ୍ରେନ ନିର୍ମାଣ ନ ହେବା ଯୋଗୁ ଗ୍ରାମରେ ବର୍ଷାଜଳ ଜମି ରହି ମ୍ୟାଲେରିଆ ଏବଂ ଡେଙ୍ଗୁ ଆଦିର କାରଣ ପାଲଟୁଛି। ତେଣୁ ତୁରନ୍ତ ବ୍ଲକ ପ୍ରଶାସନ ଏଠାରେ ଥିବା ମୌଳିକ ସମସ୍ୟା ଗୁଡିକୁ ସମାଧାନ କରିବାକୁ ଦାବି କରାଯାଇଛି। ଏହା ନ ହେଲେ ଆଗାମୀ ଦିନରେ ଦୃଢ଼ ପ୍ରତିବାଦ କରାଯିବ ବୋଲି ଯୁବ ସଂଗଠକ ପ୍ରଶାନ୍ତ ସାମଲ, ସୁଶାନ୍ତ ସାହୁ, ଅଜୟ କୁମାର ରାଉତ, ଅଜୟ ମଲ୍ଲିକ, ପ୍ରମୋଦ ରାଉତ, ପ୍ରଶାନ୍ତ ଜେନା ଓ ପ୍ରଶାନ୍ତ ପରିଡ଼ା ପ୍ରମୁଖ ଚେତାବନୀ ଦେଇଛନ୍ତି।
Posted inHome, Home Left, ଆମ ଜିଲା ଖବର, ଯାଜପୁର View All
ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …
ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…
ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ
ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଓପନର୍ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…
FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ
ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…
ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….
ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…
ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ
ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…
ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା
ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…
ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…
ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…
ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା
ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍ ଓ ଦୁଇଟି ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

