ଗଞ୍ଜାମ ଜିଲାରେ ବଢୁଛି ଜାଲ୍‌ ଶିକ୍ଷକଙ୍କ ତାଲିକା

ବ୍ରହ୍ମପୁର ଅଫିସ,୨୩ା୫: ଗଞ୍ଜାମ ଜିଲାରେ ଜାଲ ସାର୍ଟିଫିକେଟରେ ଚାକିରି ଘଟଣା ଏବେ ଚହଳ ସୃଷ୍ଟି କରିଛି। ଦୀର୍ଘଦିନ ହେଲା ନକଲି ଶିକ୍ଷାଗତ ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରି ହାତେଇବା ଅଭିଯୋଗ ହୋଇଆସୁଥିବା ବେଳେ ଜିଲା ଶିକ୍ଷା ବିଭାଗ ଏହାର ତଦନ୍ତ ଜାରି ରଖିଛି। ଜିଲାରେ ଏବେ ଜାଲ୍‌ ଶିକ୍ଷକଙ୍କ ତାଲିକା ୪୪୧ରେ ପହଞ୍ଚିଲାଣି। ଜାଲ୍‌ ଶିକ୍ଷା ପ୍ରମାଣପତ୍ର ଦେଇ ଚାକିରି ହାତେଇଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି। ବର୍ତ୍ତମାନ ସୁଦ୍ଧା ମୋଟ ୬୬ଜଣ ଶିକ୍ଷକଙ୍କୁ ଚାକିରିରୁ ବିଦା କରାଯାଇଛି। ଅନ୍ୟପକ୍ଷରେ ୯୬ଜଣ ଜାଲ୍‌ ଶିକ୍ଷକଙ୍କ ବିରୋଧରେ ଶିକ୍ଷା ବିଭାଗ ତରଫରୁ ଥାନାରେ ଏତଲା ଦିଆଯାଇଛି। ତନ୍ମଧ୍ୟରୁ କେତେଜଣ ଶିକ୍ଷକ ଗିରଫ ହୋଇଥିବା ବେଳେ ଆଉ କେତେଜଣ ଫେରାର୍‌ ଅଛନ୍ତି।
ଗଞ୍ଜାମ ଜିଲାରେ ଜାଲ୍‌ ଶିକ୍ଷା ପ୍ରମାଣପତ୍ର ଦେଇ ଶତାଧିକ ଶିକ୍ଷକ ଚାକିରି କରୁଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗର ତଦନ୍ତ ପାଇଁ ୨୦୧୯ ଅକ୍ଟୋବରରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶ ଜାରି ହୋଇଥିଲା। ହେଲେ ଶିକ୍ଷା ବିଭାଗ ତରଫରୁ ଲୋକ ଦେଖାଣିଆ ତଦନ୍ତ କରି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଇଥିଲା। ପରେ କେତେଜଣ ସୂଚନା ଅଧିକାର କର୍ମୀ ଆରଟିଆଇରେ ଶିକ୍ଷା ବିଭାଗକୁ ତଥ୍ୟ ମାଗିବା ପରେ ପୁଣିଥରେ ଜାଲ୍‌ ଶିକ୍ଷା ପ୍ରମାଣପତ୍ର ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ୨୦୨୦ରେ ଅଲ୍‌ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌ ଏବଂ ଅଲ୍‌ ଇଣ୍ଡିଆ ୟୁଥ୍‌ ଲିଗ୍‌ ପକ୍ଷରୁ ୪ଟି ପର୍ଯ୍ୟାୟରେ ବିଭିନ୍ନ ବ୍ଲକରେ ୧୬୧ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ବିରୋଧରେ ଜିଲା ଶିକ୍ଷା ବିଭାଗ ନିକଟରେ ଅଭିଯୋଗ କରାଯାଇଥିଲା। ଏହାପରେ ପ୍ରକାଶ ଚନ୍ଦ୍ର ମହାନ୍ତି ନାମକ ଜଣେ ବ୍ୟକ୍ତି ଗଞ୍ଜାମ ଜିଲାପାଳଙ୍କ ନିକଟରେ ପିଟିସନ୍‌ ଦାଖଲ କରି ଆହୁରି ୧୧୫ଜଣ ଜାଲ୍‌ ଶିକ୍ଷକ ଜିଲାର ବିଭିନ୍ନ ସ୍କୁଲରେ ଚାକିରି କରୁଥିବା ଅଭିଯୋଗ କରିଥିଲେ। ଏହି ଅଭିଯୋଗର ତଦନ୍ତ ପାଇଁ ଜିଲାପାଳ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲା ଶିକ୍ଷା ଅଧିକାରୀ ବିଇଓମାନଙ୍କୁ ସମ୍ପୃକ୍ତ ଶିକ୍ଷକଙ୍କ ଶିକ୍ଷା ପ୍ରମାଣପତ୍ରର ନକଲ ମଗାଇଛନ୍ତି। ପର୍ଯ୍ୟାୟ କ୍ରମେ ବିଇଓମାନେ ଶିକ୍ଷକଙ୍କ ମାର୍କସିଟ୍‌ ଓ ଶିକ୍ଷା ପ୍ରମାଣପତ୍ର ଯାଞ୍ଚ କରି ତାହା ଜିଲା ଶିକ୍ଷା ବିଭାଗ ନିକଟରେ ଦାଖଲ କରୁଛନ୍ତି। ଗତବର୍ଷ ଜିଲାର ମୋଟ ୩୪୭ଜଣ ଶିକ୍ଷକଙ୍କ ନାମରେ ଜାଲ୍‌ ଶିକ୍ଷା ପ୍ରମାଣପତ୍ର (ସିଟି, ବିଇଡି, ଯୁକ୍ତ୨) ଦାଖଲ କରିଥିବା ଅଭିଯୋଗ ହୋଇଥିଲା। ସାର୍ଟିଫିକେଟର ନକଲ ପ୍ରଦାନ ପାଇଁ ଜିଲା ଶିକ୍ଷା ବିଭାଗ ତରଫରୁ ମାଧ୍ୟମିକ ଶିକ୍ଷା ପରିଷଦ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖାଯାଇଛି। ସେହିପରି ବାହାର ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ମଧ୍ୟ ବିଇଡି ପାସ୍‌ କରି ଗଞ୍ଜାମ ଜିଲାରେ ବହୁ ଶିକ୍ଷକ ଶିକ୍ଷକତା କରୁଛନ୍ତି। ସେମାନଙ୍କର ସାର୍ଟିଫିକେଟ୍‌ ମଧ୍ୟ ଯାଞ୍ଚ କରାଯାଉଛି। କିନ୍ତୁ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଶିକ୍ଷା ପ୍ରମାଣପତ୍ର ନକଲ ଦାଖଲରେ ବିଳମ୍ବ କରୁଥିବାରୁ ଯାଞ୍ଚ ପ୍ରକ୍ରିୟା ଆଗେଇ ପାରୁନାହିଁ। ଜିଲାର କବିସୂର୍ଯ୍ୟନଗର ବ୍ଲକର ସର୍ବାଧିକ ୯୦ଜଣ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ହୋଇଥିବା ବେଳେ ବେଗୁନିଆପଡ଼ାର ୪୫, ଆସିକାର ୩୬, ବେଲଗୁଣ୍ଠାର ୧୯, ବୁଗୁଡ଼ାର ୫, ଛତ୍ରପୁରର ୨୯, ଧରାକୋଟର ୨୩, ଗଞ୍ଜାମର ୬, ହିଞ୍ଜିଳିକାଟୁର ୨୬, ଜଗନ୍ନାଥପ୍ରସାଦର ୨, ଖଲ୍ଲିକୋଟର ୨୪, କୁକୁଡ଼ାଖଣ୍ଡିର ୨୧, ପାତ୍ରପୁରର ୧୨, ପୋଲସରାର ୩୦, ପୁରୁଷୋତ୍ତମପୁରର ୬, ରଙ୍ଗେଇଲୁଣ୍ଡାର ୨୨, ଶେରଗଡ଼ର ୨୨ ଓ ସୋରଡ଼ା ବ୍ଲକର ୨୩ଜଣ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ହୋଇଛି। ମୋଟ ୪୪୧ଜଣ ଶିକ୍ଷକଙ୍କ ମଧ୍ୟରୁ ଏବେ ୩୧୧ଜଣଙ୍କ ଶିକ୍ଷା ପ୍ରମାଣପତ୍ର ଯାଞ୍ଚ ଚାଲିଛି। ଏ ନେଇ ଜିଲା ଶିକ୍ଷାଧିକାରୀ ବିନୀତା ସେନାପତି କହିଛନ୍ତି, ଯେଉଁ ଶିକ୍ଷକମାନେ ନକଲି ଶିକ୍ଷାଗତ ପ୍ରମାଣପତ୍ର ଜରିଆରେ ନିଯୁକ୍ତି ପାଇଥିବା ନେଇ ଅଭିଯୋଗ ଆସୁଛି ଏବେ ତାହାର ତଦନ୍ତ କରାଯାଉଛି। ସମ୍ପୃକ୍ତ ଶିକ୍ଷକମାନଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଉଛି। ପ୍ରମାଣ ହସ୍ତଗତ ହେଲେ ଥାନାରେ ଅଭିଯୋଗ ହେଉଛି। ଏଯାବତ୍‌ ୬୬ ଜଣ ଶିକ୍ଷକ ନକଲି ଶିକ୍ଷାଗତ ପ୍ରମାଣପତ୍ର ଦେଇଥିବା ପ୍ରମାଣିତ ହୋଇଥିବାରୁ ସେମାନଙ୍କୁ ନିଲମ୍ବିତ କରାଯାଇଛି ବୋଲି ଡିଇଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri