ଗଞ୍ଜାମ ଜିଲାରେ ବଢୁଛି ଜାଲ୍‌ ଶିକ୍ଷକଙ୍କ ତାଲିକା

ବ୍ରହ୍ମପୁର ଅଫିସ,୨୩ା୫: ଗଞ୍ଜାମ ଜିଲାରେ ଜାଲ ସାର୍ଟିଫିକେଟରେ ଚାକିରି ଘଟଣା ଏବେ ଚହଳ ସୃଷ୍ଟି କରିଛି। ଦୀର୍ଘଦିନ ହେଲା ନକଲି ଶିକ୍ଷାଗତ ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରି ହାତେଇବା ଅଭିଯୋଗ ହୋଇଆସୁଥିବା ବେଳେ ଜିଲା ଶିକ୍ଷା ବିଭାଗ ଏହାର ତଦନ୍ତ ଜାରି ରଖିଛି। ଜିଲାରେ ଏବେ ଜାଲ୍‌ ଶିକ୍ଷକଙ୍କ ତାଲିକା ୪୪୧ରେ ପହଞ୍ଚିଲାଣି। ଜାଲ୍‌ ଶିକ୍ଷା ପ୍ରମାଣପତ୍ର ଦେଇ ଚାକିରି ହାତେଇଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି। ବର୍ତ୍ତମାନ ସୁଦ୍ଧା ମୋଟ ୬୬ଜଣ ଶିକ୍ଷକଙ୍କୁ ଚାକିରିରୁ ବିଦା କରାଯାଇଛି। ଅନ୍ୟପକ୍ଷରେ ୯୬ଜଣ ଜାଲ୍‌ ଶିକ୍ଷକଙ୍କ ବିରୋଧରେ ଶିକ୍ଷା ବିଭାଗ ତରଫରୁ ଥାନାରେ ଏତଲା ଦିଆଯାଇଛି। ତନ୍ମଧ୍ୟରୁ କେତେଜଣ ଶିକ୍ଷକ ଗିରଫ ହୋଇଥିବା ବେଳେ ଆଉ କେତେଜଣ ଫେରାର୍‌ ଅଛନ୍ତି।
ଗଞ୍ଜାମ ଜିଲାରେ ଜାଲ୍‌ ଶିକ୍ଷା ପ୍ରମାଣପତ୍ର ଦେଇ ଶତାଧିକ ଶିକ୍ଷକ ଚାକିରି କରୁଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗର ତଦନ୍ତ ପାଇଁ ୨୦୧୯ ଅକ୍ଟୋବରରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶ ଜାରି ହୋଇଥିଲା। ହେଲେ ଶିକ୍ଷା ବିଭାଗ ତରଫରୁ ଲୋକ ଦେଖାଣିଆ ତଦନ୍ତ କରି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଇଥିଲା। ପରେ କେତେଜଣ ସୂଚନା ଅଧିକାର କର୍ମୀ ଆରଟିଆଇରେ ଶିକ୍ଷା ବିଭାଗକୁ ତଥ୍ୟ ମାଗିବା ପରେ ପୁଣିଥରେ ଜାଲ୍‌ ଶିକ୍ଷା ପ୍ରମାଣପତ୍ର ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ୨୦୨୦ରେ ଅଲ୍‌ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌ ଏବଂ ଅଲ୍‌ ଇଣ୍ଡିଆ ୟୁଥ୍‌ ଲିଗ୍‌ ପକ୍ଷରୁ ୪ଟି ପର୍ଯ୍ୟାୟରେ ବିଭିନ୍ନ ବ୍ଲକରେ ୧୬୧ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ବିରୋଧରେ ଜିଲା ଶିକ୍ଷା ବିଭାଗ ନିକଟରେ ଅଭିଯୋଗ କରାଯାଇଥିଲା। ଏହାପରେ ପ୍ରକାଶ ଚନ୍ଦ୍ର ମହାନ୍ତି ନାମକ ଜଣେ ବ୍ୟକ୍ତି ଗଞ୍ଜାମ ଜିଲାପାଳଙ୍କ ନିକଟରେ ପିଟିସନ୍‌ ଦାଖଲ କରି ଆହୁରି ୧୧୫ଜଣ ଜାଲ୍‌ ଶିକ୍ଷକ ଜିଲାର ବିଭିନ୍ନ ସ୍କୁଲରେ ଚାକିରି କରୁଥିବା ଅଭିଯୋଗ କରିଥିଲେ। ଏହି ଅଭିଯୋଗର ତଦନ୍ତ ପାଇଁ ଜିଲାପାଳ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲା ଶିକ୍ଷା ଅଧିକାରୀ ବିଇଓମାନଙ୍କୁ ସମ୍ପୃକ୍ତ ଶିକ୍ଷକଙ୍କ ଶିକ୍ଷା ପ୍ରମାଣପତ୍ରର ନକଲ ମଗାଇଛନ୍ତି। ପର୍ଯ୍ୟାୟ କ୍ରମେ ବିଇଓମାନେ ଶିକ୍ଷକଙ୍କ ମାର୍କସିଟ୍‌ ଓ ଶିକ୍ଷା ପ୍ରମାଣପତ୍ର ଯାଞ୍ଚ କରି ତାହା ଜିଲା ଶିକ୍ଷା ବିଭାଗ ନିକଟରେ ଦାଖଲ କରୁଛନ୍ତି। ଗତବର୍ଷ ଜିଲାର ମୋଟ ୩୪୭ଜଣ ଶିକ୍ଷକଙ୍କ ନାମରେ ଜାଲ୍‌ ଶିକ୍ଷା ପ୍ରମାଣପତ୍ର (ସିଟି, ବିଇଡି, ଯୁକ୍ତ୨) ଦାଖଲ କରିଥିବା ଅଭିଯୋଗ ହୋଇଥିଲା। ସାର୍ଟିଫିକେଟର ନକଲ ପ୍ରଦାନ ପାଇଁ ଜିଲା ଶିକ୍ଷା ବିଭାଗ ତରଫରୁ ମାଧ୍ୟମିକ ଶିକ୍ଷା ପରିଷଦ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖାଯାଇଛି। ସେହିପରି ବାହାର ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ମଧ୍ୟ ବିଇଡି ପାସ୍‌ କରି ଗଞ୍ଜାମ ଜିଲାରେ ବହୁ ଶିକ୍ଷକ ଶିକ୍ଷକତା କରୁଛନ୍ତି। ସେମାନଙ୍କର ସାର୍ଟିଫିକେଟ୍‌ ମଧ୍ୟ ଯାଞ୍ଚ କରାଯାଉଛି। କିନ୍ତୁ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଶିକ୍ଷା ପ୍ରମାଣପତ୍ର ନକଲ ଦାଖଲରେ ବିଳମ୍ବ କରୁଥିବାରୁ ଯାଞ୍ଚ ପ୍ରକ୍ରିୟା ଆଗେଇ ପାରୁନାହିଁ। ଜିଲାର କବିସୂର୍ଯ୍ୟନଗର ବ୍ଲକର ସର୍ବାଧିକ ୯୦ଜଣ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ହୋଇଥିବା ବେଳେ ବେଗୁନିଆପଡ଼ାର ୪୫, ଆସିକାର ୩୬, ବେଲଗୁଣ୍ଠାର ୧୯, ବୁଗୁଡ଼ାର ୫, ଛତ୍ରପୁରର ୨୯, ଧରାକୋଟର ୨୩, ଗଞ୍ଜାମର ୬, ହିଞ୍ଜିଳିକାଟୁର ୨୬, ଜଗନ୍ନାଥପ୍ରସାଦର ୨, ଖଲ୍ଲିକୋଟର ୨୪, କୁକୁଡ଼ାଖଣ୍ଡିର ୨୧, ପାତ୍ରପୁରର ୧୨, ପୋଲସରାର ୩୦, ପୁରୁଷୋତ୍ତମପୁରର ୬, ରଙ୍ଗେଇଲୁଣ୍ଡାର ୨୨, ଶେରଗଡ଼ର ୨୨ ଓ ସୋରଡ଼ା ବ୍ଲକର ୨୩ଜଣ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ହୋଇଛି। ମୋଟ ୪୪୧ଜଣ ଶିକ୍ଷକଙ୍କ ମଧ୍ୟରୁ ଏବେ ୩୧୧ଜଣଙ୍କ ଶିକ୍ଷା ପ୍ରମାଣପତ୍ର ଯାଞ୍ଚ ଚାଲିଛି। ଏ ନେଇ ଜିଲା ଶିକ୍ଷାଧିକାରୀ ବିନୀତା ସେନାପତି କହିଛନ୍ତି, ଯେଉଁ ଶିକ୍ଷକମାନେ ନକଲି ଶିକ୍ଷାଗତ ପ୍ରମାଣପତ୍ର ଜରିଆରେ ନିଯୁକ୍ତି ପାଇଥିବା ନେଇ ଅଭିଯୋଗ ଆସୁଛି ଏବେ ତାହାର ତଦନ୍ତ କରାଯାଉଛି। ସମ୍ପୃକ୍ତ ଶିକ୍ଷକମାନଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଉଛି। ପ୍ରମାଣ ହସ୍ତଗତ ହେଲେ ଥାନାରେ ଅଭିଯୋଗ ହେଉଛି। ଏଯାବତ୍‌ ୬୬ ଜଣ ଶିକ୍ଷକ ନକଲି ଶିକ୍ଷାଗତ ପ୍ରମାଣପତ୍ର ଦେଇଥିବା ପ୍ରମାଣିତ ହୋଇଥିବାରୁ ସେମାନଙ୍କୁ ନିଲମ୍ବିତ କରାଯାଇଛି ବୋଲି ଡିଇଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଥର ପାଇଁ ଚାଞ୍ଚଲ୍ୟକର ମର୍ଡର କଲା ChatGPT! ଘଟଣା ଜାଣିଲେ…

ନୂଆଦିଲ୍ଲୀ,୧୨।୧୨:  ବର୍ତ୍ତମାନ ସମୟରେ ଯୁବପିଢିଙ୍କ ମଧ୍ୟରେ ଚାଟଜିପିଟିର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ହେଲେ ଏହାରି ଭିତରେ ଚାଟଜିପିଟିକୁ ନେଇ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି...

ଭାରତ ନିଜସ୍ୱ ବାୟୁ ମାନଦଣ୍ଡ ସ୍ଥିର କରିବ: ବିଶ୍ୱ ପ୍ରଦୂଷଣ ରାଙ୍କିଙ୍ଗକୁ ଗ୍ରହଣ କଲେନି ସରକାର

ନୂଆଦିଲ୍ଲୀ,୧୨।୧୨: ବିଭିନ୍ନ ସଂସ୍ଥା ଦ୍ୱାରା ପ୍ରକାଶିତ ବିଶ୍ୱ ବାୟୁ ଗୁଣବତ୍ତା ରାଙ୍କିଙ୍ଗଗୁଡ଼ିକୁ କୌଣସି ସରକାରୀ କର୍ତ୍ତୃପକ୍ଷ କରୁ ନାହାନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ବାୟୁ...

ମାତ୍ର ୧୦୦ ଟଙ୍କାରେ ମିଳିବ ଟି-୨୦ ବିଶ୍ୱକପ ଟିକେଟ୍‌, କେଉଁଠି ଆଉ କେମିତି କରିବେ ବୁକିଂ ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୧୨: ICC ପୁରୁଷ ଟି-୨୦ ବିଶ୍ୱକପର ୧୦ମ ସଂସ୍କରଣ ଫେବୃଆରୀ ୭ ତାରିଖରେ ଆରମ୍ଭ ହେବ। ଏଥିରେ ଏକ ଗ୍ରୁପ ପର୍ଯ୍ୟାୟ, ଏକ ସୁପର ୮...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ପାରଦ ତଳ ମୁହାଁ ଯୋଗୁ ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାରପାତ

ଜି.ଉଦୟଗିରି, ୧୨/୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ବିଗତ ଦୁଇ ସପ୍ତାହ ହେବ ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ଶୁକ୍ରବାର...

ବଳଦକୁ ମାରି ଖାଇବା ରାଗରେ କଲରାପତରିଆକୁ ଦେଇଦେଲେ ବିଷ!

ବଣାଇ,୧୨।୧୨(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡ ଅନ୍ତର୍ଗତ ତାମରା ବନାଞ୍ଚଳର କୁସୁମଡ଼ିହି ଖେସାରା ଜଙ୍ଗଲରେ ଏକ ପ୍ରାୟ ୧୨ ବର୍ଷ ବୟସ୍କ ମାଈ କଲରାପତରିଆ ବାଘର ମୃତ୍ୟୁ...

IRCTC ଆଣୁଛି ନୂଆ ନିୟମ, ମିଳିବ ଏହି ସବୁ ସୁବିଧା

ନୂଆଦିଲ୍ଲୀ,୧୨।୧୨:  ଟ୍ରେନରେ ଯାତ୍ରା କରିବା ସମୟରେ ଆଉ ଖାଇବା ସମସ୍ୟା ଭୋଗିବାକୁ ପଡିବ ନାହିଁ । ଏଣିକି ଫ୍ଲାଇଟ ଭଳି ଖାଦ୍ୟର ମଜା ଟ୍ରେନରେ ମଧ୍ୟ...

ଭାରତକୁ ବଡ଼ ଝଟକା ଦେଲା ମେକ୍ସିକୋ, ୫୦% ଟାରିଫ୍‌ ଲଗାଇବା ପରେ ଏସବୁ ଜିନିଷର ବଢିଯିବ ଦାମ୍‌

ନୂଆଦିଲ୍ଲୀ, ୧୨ା୧୨: ମେକ୍ସିକୋ ସିନେଟ୍‌ରେ ବୁଧବାର ନୂଆ ଟାରିଫ୍‌ ରିଜାଇମ୍‌ ସମ୍ପର୍କିତ ଏକ ବିଲ୍‌ ପାରିତ ହୋଇଛି। ବିଧେୟକ ସପକ୍ଷରେ ୭୬ ଓ ବିରୋଧରେ ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri