ଭାଜପା ପ୍ରାର୍ଥୀ ତାଲିକା: କୋରେଇରୁ ଆକାଶ, ସିଦ୍ଧାନ୍ତଙ୍କୁ…

ଭୁବନେଶ୍ୱର,୨।୪: ୨୦୨୪ ବିଧାନସଭା ନିର୍ବାଚନ ପାଇଁ ଭାଜପା ୧୧୨ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଭାଜପା ଅଭିନେତା ଆକାଶ ଦାସନାୟକଙ୍କୁ କୋରେଇ ଆସନରୁ ଟିକେଟ୍‌ ଦେଇଥିବା ବେଳେ ସିଦ୍ଧାନ୍ତ ମହାପାତ୍ରଙ୍କୁ ଦିଗପହଣ୍ଡି ଆସନରୁ ଟିକେଟ୍‌ ଦେଇଛି। ସେହିପରି ପ୍ରିୟଦର୍ଶୀ ମିଶ୍ରଙ୍କୁ ଭୁବନେଶ୍ବର ଉତ୍ତରରୁ ଟିକେଟ୍‌ ମିଳିଛି। ଏହିମାନେ ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିଲେ।