୮୦ ନୂଆ ଅଧ୍ୟକ୍ଷଙ୍କ ତାଲିକା ପ୍ରକାଶ: ଗଞ୍ଜାମରୁ ୧୧, ଜାଣନ୍ତୁ କେଉଁ କଲେଜରେ କିଏ…

ଭଞ୍ଜନଗର,୧୮ା୭(ବାବୁଲା ପ୍ରଧାନ): ରାଜ୍ୟ ସରକାର ରାଜ୍ୟରେ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ଖାଲିଥିବା ଅଧ୍ୟକ୍ଷ ପଦବୀ ପୂରଣ ପାଇଁ ଶନିବାର ୮୦ ଜଣ ନୂତନ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ତାଲିକା ପ୍ରକାଶିତ କରିଛନ୍ତି। ନୂତନ ଅଧ୍ୟକ୍ଷମାନେ ୨୦ ତାରିଖ ସୁଦ୍ଧା ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଥିମଧ୍ୟରେ ଗଞ୍ଜାମ ଜିଲାରେ ୧୧ ଜଣ ପ୍ରାଧ୍ୟାପକ ନୂତନ ଅଧ୍ୟକ୍ଷ ଦାୟିତ୍ୱ ନେବେ। ଏହିଭଳି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ପ୍ରାଧ୍ୟାପକ ହର ପ୍ରସାଦ ଶତପଥୀ ଆସିକା ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟକୁ ଅଧ୍ୟକ୍ଷ ଭାବେ ବଦଳି ହୋଇଯାଇଛନ୍ତି। ଏଥିସହ ବାଲିପଦର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ପ୍ରାଧ୍ୟାପକ ଡ. ଦିଲ୍ଲୀପ କୁମାର ପ୍ରଧାନ ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟକୁ ଅଧ୍ୟକ୍ଷ ଭାବେ ବଦଳି ହୋଇଆସିଛନ୍ତି। କଳାହାଣ୍ଡି ଜିଲା ରୁପ୍ରା ମିଲିତା ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ପ୍ରାଧ୍ୟାପକ କାଳୀଚରଣ ମହାପାତ୍ର ବିଡିପୁର ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟକୁ ଅଧ୍ୟକ୍ଷ ଭାବେ ବଦଳି ହୋଇଛନ୍ତ। ଚିକିଟି ଡିଗ୍ରୀ ମହାବିଦ୍ୟାଳୟକୁ ଖଣ୍ଡଦେଉଳି ଶହୀଦ ଭଗତ୍‌ ସିଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ପ୍ରାଧ୍ୟାପକ ଅଭିମନ୍ୟୁ ସାହୁ, ଗଞ୍ଜାମ ଡିଗ୍ରୀ କଲେଜରୁ ପ୍ରାଧ୍ୟାପକ ଡ. ସନ୍ତୋଷ କୁମାର ପାତ୍ର ଆର୍‌ସିଏମ୍‌ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟକୁ ଅଧ୍ୟକ୍ଷ ଭାବେ ବଦଳି ହୋଇଛନ୍ତି। କବିସୂର୍ଯ୍ୟନଗର କବିସୂର୍ଯ୍ୟ ବଳଦେବ ବିଜ୍ଞାନ ମହାବିଦ୍ୟାଳୟରୁ ପ୍ରାଧ୍ୟାପକ ଡ ସୁବ୍ରତ କୁମାର ପଣ୍ଡାଙ୍କୁ ବ୍ରହ୍ମପୁର ସିଟି ଡିଗ୍ରୀ କଲେଜକୁ ଅଧ୍ୟକ୍ଷ ଭାବେ ବଦଳି ହୋଇଛି। ଖୋର୍ଦ୍ଧା ଜିଲା ନଖରା କଲେଜରୁ ପ୍ରାଧ୍ୟାପକ ଡ. ଆଶୀର୍ବାଦ ମହାପାତ୍ର ପାଟପୁର ବିଶ୍ୱାସରାୟ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟକୁ ଅଧ୍ୟକ୍ଷ ଭାବେ ବଦଳୀ ହୋଇଛନ୍ତି। ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର ପ୍ରାଧ୍ୟାପକ ଅରବିନ୍ଦ ଦାସ ପୁରୁଷୋତ୍ତମପୁର ତାରାତାରିଣୀ କଲେଜକୁ ଅଧ୍ୟକ୍ଷ ଭାବେ ବଦଳି ହୋଇଯାଇଛନ୍ତି। ଖଲ୍ଲିକୋଟ ଆର୍‌ସିଏମ୍‌ କଲେଜର ପ୍ରାଧ୍ୟାପକ ଡ. ଭଗବାନ ତ୍ରିପାଠୀ ପୋଲସରା କଲେଜକୁ ଅଧ୍ୟକ୍ଷ ଭାବେ ବଦଳି ହୋଇଯାଇଛନ୍ତି। ଖୋର୍ଦ୍ଧା ଜିଲା ଯୋଗିସରଦା ହରିହର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ପ୍ରାଧ୍ୟାପକ ଭଗବାନ ଶତପଥୀ ବୁଗୁଡ଼ା ପିପୁଲ୍ସ କଲେଜକୁ ଅଧ୍ୟକ୍ଷ ଭାବେ ବଦଳି ହୋଇଆସିଛନ୍ତି। ବ୍ରହ୍ମପୁର ସିଟି କଲେଜର ପ୍ରାଧ୍ୟାପିକା ଅଞ୍ଜଳି ପାତ୍ର କବିସୂର୍ଯ୍ୟନଗର ବଳଦେବ ବିଜ୍ଞାନ ମହାବିଦ୍ୟାଳୟକୁ ଅଧ୍ୟକ୍ଷ ଭାବେ ବଦଳି ହୋଇଯାଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଶହଶହ କଲେଜରେ ଅଧ୍ୟକ୍ଷ ପଦବୀ ଖାଲିପଡ଼ିଛି। ତେଣୁ ସରକାର ପ୍ରାଧ୍ୟାପକମାନଙ୍କୁ ବରିଷ୍ଠତା ଭିତ୍ତିରେ ଅଧ୍ୟକ୍ଷ ପଦବୀରେ ଥଇଥାନ ବ୍ୟବସ୍ଥା କରୁଛନ୍ତି। ନୂତନ ଅଧ୍ୟକ୍ଷମାନକୁ ଡିଡିଓ ପାଓ୍ବାର ମଧ୍ୟ ପ୍ରଦାନ କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?