ବୌଦ୍ଧ ଜିଲାରେ ବଢୁଛି ବେଆଇନ ମଦ କାରବାର

ବୌଦ୍ଧ,୨୩ା୯(ଅଜିତ କୁମାର ବାରିକ): ବୌଦ୍ଧ ଜିଲାରେ ବେଆଇନ ମଦ କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଜିଲାରେ ବର୍ତ୍ତମାନ ୧୪ ଗୋଟି ବିଦେଶୀ ମଦ ଦୋକାନ ଚାଲୁଥିବା ବେଳେ ୨୯ ଗୋଟି ଦେଶୀମଦ ଭାଟି ଚାଲୁଛି। ଏତେ ସଂଖ୍ୟାରେ ମଦ ଦୋକାନ ଥିବା ସତ୍ତ୍ୱେ ଜିଲାରେ ବ୍ୟାପକ ଭାବେ ବେଆଇନ ମଦ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ମଦ କାରବାରକୁ ଅବକାରୀ ବିଭାଗ ଓ ପୋଲିସ କର୍ମଚାରୀ ରୋକିବାରେ ଏକପ୍ରକାର ବିଫଳ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ବୌଦ୍ଧ ଏକ ଛୋଟିଆ ଜିଲା ହୋଇଥିବା ବେଳେ ୩ଟି ବ୍ଲକ ରହିଛି। ଜିଲାରେ ସରକାରୀ ଭାବରେ ୧୩ଟି ବିଦେଶୀ ମଦ ଦୋକାନ ରହିଥିବା ବେଳେ ଗୋଟିଏ ଅଫ ସପ୍‌ ରହିଛି। ସେହିପରି ୩୦ଟି ଦେଶୀ ମଦ ଭାଟି ରହିଥିବା ବେଳେ ସେଥିମଧ୍ୟରୁ ଗୋଟିଏ ବନ୍ଦ ରହିଛି। କଣ୍ଟାମାଳ ବ୍ଲକରେ ୧୪ ଦେଶୀ ଭାଟି ରହିଥିବା ବେଳେ ୪ ଗୋଟି ବିଦେଶୀ ମଦ ଦୋକାନ ରହିଛି। ବୌଦ୍ଧ ବ୍ଲକରେ ୭ଟି ଦେଶୀ ଭାଟି ଓ ୨ଟି ବିଦେଶୀ ମଦ ଦୋକାନ ରହିଛି। ହରଭଙ୍ଗା ବ୍ଲକରେ ୮ଟି ଦେଶୀ ଭାଟିରୁ ଗୋଟେ ବନ୍ଦ ରହିଛି ଓ ୪ଟି ବିଦେଶୀ ମଦ ଦୋକାନ ରହିଛି। ବୌଦ୍ଧ ସହରରେ ଗୋଟିଏ ଦେଶୀ ଭାଟି ରହିଥିବା ବେଳେ ୩ଟି ବିଦେଶୀ ମଦ ଦୋକାନ ଓ ଗୋଟିଏ ଅଫ୍‌ ସପ୍‌ ରହିଛି। ଜିଲାରେ ବେଆଇନ ଭାବେ କୁଚିଆ ମଦ ଦୋକାନ ଖୋଲାଯାଇ ଦିନ ଦ୍ୱିପ୍ରହରରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ବିଭିନ୍ନ ପାନ ଦୋକାନ, ଜାତୀୟ ରାଜପଥ ଢାବା, ଫାଷ୍ଟଫୁଡ ଦୋକାନ ଆଦିରେ ବ୍ୟାପକ ଭାବେ ମଦ ବିକ୍ରି ହେଉଛି। ମଦ ବିକ୍ରି ବନ୍ଦ ନେଇ ବହୁ ସମୟରେ ମହିଳାମାନେ ରାଜରାସ୍ତା ଅବରୋଧ କରିବା ସହିତ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଲାଭଖୋର ମନୋବୃତ୍ତି ଓ ରାଜସ୍ବ ବୃଦ୍ଧି ଆଳରେ ଚୋରା ମଦ ବ୍ୟବସାୟୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇ ପାରୁନାହିଁ କି ବେଆଇନ ମଦ ବିକ୍ରି ବନ୍ଦ ହେଉନାହିଁ। ମଦ କାରବାର ବୃଦ୍ଧି ଯୋଗୁ ବହୁ ପରିବାରରେ ଅଶାନ୍ତି, ପାରିବାରିକ କଳହ ଲାଗି ରହିଥିବା ବେଳେ ହିଂସା ଘଟୁଛି। ଏହା ମଧ୍ୟ ଜିଲାରେ ସଡକ ଦୁର୍ଘଟଣାର ପ୍ରମୁଖ କାରଣ ପାଲଟିଛି। ଗୋଟିଏ ପଟେ ପ୍ରଶାସନ ମଦ୍ୟପାନ କରି ଗାଡିମୋଟର ନ ଚଳାଇବା ପାଇଁ ଲୋକଙ୍କୁ ସଚେତନ କରୁଛି। ଏପଟେ ଜିଲାରେ ବେଆଇନ ମଦ କାରବାର ବୃଦ୍ଧି ପାଉଥିଲେ ହେଁ ଏଥିପ୍ରତି କାହାରି ନଜର ଥିବା ପରି ମନେ ହେଉନାହିଁ। ବିଭିନ୍ନ ସ୍ଥାନରେ ସହଜରେ ମଦ ମିଳି ଯାଉଥିବାରୁ ଯୁବପିଢି ପଥଭ୍ରଷ୍ଟ ହେଉଛନ୍ତି। ବେଆଇନ ମଦ ବିକ୍ରି ଉପରେ ଅଙ୍କୁଶ ନ ଲଗାଇଲେ ଆଗାମୀ ଦିନରେ ମଦ ମୃତ୍ୟୁ ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri