ବୌଦ୍ଧ ଜିଲାରେ ବଢୁଛି ବେଆଇନ ମଦ କାରବାର

ବୌଦ୍ଧ,୨୩ା୯(ଅଜିତ କୁମାର ବାରିକ): ବୌଦ୍ଧ ଜିଲାରେ ବେଆଇନ ମଦ କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଜିଲାରେ ବର୍ତ୍ତମାନ ୧୪ ଗୋଟି ବିଦେଶୀ ମଦ ଦୋକାନ ଚାଲୁଥିବା ବେଳେ ୨୯ ଗୋଟି ଦେଶୀମଦ ଭାଟି ଚାଲୁଛି। ଏତେ ସଂଖ୍ୟାରେ ମଦ ଦୋକାନ ଥିବା ସତ୍ତ୍ୱେ ଜିଲାରେ ବ୍ୟାପକ ଭାବେ ବେଆଇନ ମଦ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ମଦ କାରବାରକୁ ଅବକାରୀ ବିଭାଗ ଓ ପୋଲିସ କର୍ମଚାରୀ ରୋକିବାରେ ଏକପ୍ରକାର ବିଫଳ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ବୌଦ୍ଧ ଏକ ଛୋଟିଆ ଜିଲା ହୋଇଥିବା ବେଳେ ୩ଟି ବ୍ଲକ ରହିଛି। ଜିଲାରେ ସରକାରୀ ଭାବରେ ୧୩ଟି ବିଦେଶୀ ମଦ ଦୋକାନ ରହିଥିବା ବେଳେ ଗୋଟିଏ ଅଫ ସପ୍‌ ରହିଛି। ସେହିପରି ୩୦ଟି ଦେଶୀ ମଦ ଭାଟି ରହିଥିବା ବେଳେ ସେଥିମଧ୍ୟରୁ ଗୋଟିଏ ବନ୍ଦ ରହିଛି। କଣ୍ଟାମାଳ ବ୍ଲକରେ ୧୪ ଦେଶୀ ଭାଟି ରହିଥିବା ବେଳେ ୪ ଗୋଟି ବିଦେଶୀ ମଦ ଦୋକାନ ରହିଛି। ବୌଦ୍ଧ ବ୍ଲକରେ ୭ଟି ଦେଶୀ ଭାଟି ଓ ୨ଟି ବିଦେଶୀ ମଦ ଦୋକାନ ରହିଛି। ହରଭଙ୍ଗା ବ୍ଲକରେ ୮ଟି ଦେଶୀ ଭାଟିରୁ ଗୋଟେ ବନ୍ଦ ରହିଛି ଓ ୪ଟି ବିଦେଶୀ ମଦ ଦୋକାନ ରହିଛି। ବୌଦ୍ଧ ସହରରେ ଗୋଟିଏ ଦେଶୀ ଭାଟି ରହିଥିବା ବେଳେ ୩ଟି ବିଦେଶୀ ମଦ ଦୋକାନ ଓ ଗୋଟିଏ ଅଫ୍‌ ସପ୍‌ ରହିଛି। ଜିଲାରେ ବେଆଇନ ଭାବେ କୁଚିଆ ମଦ ଦୋକାନ ଖୋଲାଯାଇ ଦିନ ଦ୍ୱିପ୍ରହରରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ବିଭିନ୍ନ ପାନ ଦୋକାନ, ଜାତୀୟ ରାଜପଥ ଢାବା, ଫାଷ୍ଟଫୁଡ ଦୋକାନ ଆଦିରେ ବ୍ୟାପକ ଭାବେ ମଦ ବିକ୍ରି ହେଉଛି। ମଦ ବିକ୍ରି ବନ୍ଦ ନେଇ ବହୁ ସମୟରେ ମହିଳାମାନେ ରାଜରାସ୍ତା ଅବରୋଧ କରିବା ସହିତ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଲାଭଖୋର ମନୋବୃତ୍ତି ଓ ରାଜସ୍ବ ବୃଦ୍ଧି ଆଳରେ ଚୋରା ମଦ ବ୍ୟବସାୟୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇ ପାରୁନାହିଁ କି ବେଆଇନ ମଦ ବିକ୍ରି ବନ୍ଦ ହେଉନାହିଁ। ମଦ କାରବାର ବୃଦ୍ଧି ଯୋଗୁ ବହୁ ପରିବାରରେ ଅଶାନ୍ତି, ପାରିବାରିକ କଳହ ଲାଗି ରହିଥିବା ବେଳେ ହିଂସା ଘଟୁଛି। ଏହା ମଧ୍ୟ ଜିଲାରେ ସଡକ ଦୁର୍ଘଟଣାର ପ୍ରମୁଖ କାରଣ ପାଲଟିଛି। ଗୋଟିଏ ପଟେ ପ୍ରଶାସନ ମଦ୍ୟପାନ କରି ଗାଡିମୋଟର ନ ଚଳାଇବା ପାଇଁ ଲୋକଙ୍କୁ ସଚେତନ କରୁଛି। ଏପଟେ ଜିଲାରେ ବେଆଇନ ମଦ କାରବାର ବୃଦ୍ଧି ପାଉଥିଲେ ହେଁ ଏଥିପ୍ରତି କାହାରି ନଜର ଥିବା ପରି ମନେ ହେଉନାହିଁ। ବିଭିନ୍ନ ସ୍ଥାନରେ ସହଜରେ ମଦ ମିଳି ଯାଉଥିବାରୁ ଯୁବପିଢି ପଥଭ୍ରଷ୍ଟ ହେଉଛନ୍ତି। ବେଆଇନ ମଦ ବିକ୍ରି ଉପରେ ଅଙ୍କୁଶ ନ ଲଗାଇଲେ ଆଗାମୀ ଦିନରେ ମଦ ମୃତ୍ୟୁ ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri