ରାୟ ଶୁଣାଇଲେ ଜୁନାଗଡ଼ JMFC କୋର୍ଟ, ମଦ ବ୍ୟବସାୟୀଙ୍କୁ ୩ ବର୍ଷ ଜେଲଦଣ୍ଡ ସହ….

ଭବାନୀପାଟଣା,୨୪।୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ସିଭିଲ ଜର୍ଜ(ଜେଏମ୍‌ଏଫ୍‌ସି) ବିଚାରପତି ଦିପେନ୍ଦ୍ର ସିଂହ ରାଠୋର ଶନିବାର ଏକ ବେଆଇନ ମଦ ଜବତ ମାମଲାର ରାୟ ଶୁଣାଇଛନ୍ତି। ଏହି ମାମଲାର ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଜୁନାଗଡ଼ ଥାନା ଦାସିଗାଁର ଗଜାନନ ଲହଜଳଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଆହୁରି ଅତିରିକ୍ତ ୩ ମାସ ଜେଲ ଦଣ୍ଡାଦେଶ ଭୋଗିବାକୁ ପଡ଼ିବ ବୋଲି ନିଜ ରାୟରେ ଉଲ୍ଲେଖ କରିଛନ୍ତି।
ପ୍ରକାଶ ଯେ,ଗତ ୨୦୨୪ ମସିହାରେ ଅଭିଯୁକ୍ତ ଲହଜଳଙ୍କ ଠାରୁ ସ୍ଥାନୀୟ ଅବକାରୀ ବିଭାଗ ୩୬ ଲିଟର ବିଦେଶୀ ମଦ ଜବତ କରିବା ସହ  ପରବର୍ତ୍ତୀ ସମୟରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାଟିକୁ ଅବକାରୀ ନିରୀକ୍ଷକ ହେମକାନ୍ତ ସୁନା ତଦନ୍ତ କରିଥିବାବେଳେ କୋର୍ଟରେ ମାମଲାଟିକୁ ପୂର୍ବତନ ସରକାରୀ ଆଇନଜୀବୀ ଦିଗାମ୍ବର ନାଏକ ପରିଚାଳନା କରିଥିଲେ। ଏହି ସମୟରେ ବର୍ତ୍ତମାନର ସରକାରୀ ଆଇନଜୀବୀ ଟଙ୍କଧର ନାଏକ ମଧ୍ୟ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ, କ୍ଷତିପୂରଣ ପାଇଁ ଦାବି

ଥୁଆମୂଳ ରାମପୁର, ୨୫ା୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଧୂଳିଗୁଡ଼ା ଛକ ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ପୂର୍ବତନ…

ନକ୍‌ଆଉଟ ପ୍ରତିଯୋଗିତା: ଖଣ୍ଡାଧାର ଟାଇଟନ ଦଳ ଚାମ୍ପିୟନ

ଲହୁଣିପଡ଼ା,୨୫ା୧(ଦାଶରଥି ପଣ୍ଡା): ସୁନ୍ଦରଗଡ ଜିଲା ଲହୁଣିପଡ଼ା କ୍ରିକେଟ ଖେଳ ପଡ଼ିଆଠାରେ ଲହୁଣୀପଡ଼ା ସ୍ପୋର୍ଟସ ଆସୋସିଏଶନ ପକ୍ଷରୁ ଚାଲିଥିବା ୧୭ତମ ପାଞ୍ଚଦିନିଆ ନକ୍‌ଆଉଟ କ୍ରିକେଟ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ…

୨୭ରୁ ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ମେମୋରିଆଲ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ, ବଲାଙ୍ଗୀର ବିଧାୟକ…

ବଲାଙ୍ଗୀର, ୨୫।୧ : ଆସନ୍ତା ୨୭ ଜାନୁଆରୀ ଠାରୁ ୧ ଫେବୃୟାରୀ ପର୍ଯ୍ୟନ୍ତ ମହାରାଜା ରାଜେନ୍ଦ୍ର ସିଂଦେଓ ମେମୋରିଆଲ ସର୍ବଭାରତୀୟ ଫୁଟବଲ ଟୁର୍ଣାମେଣ୍ଟ ବଲାଙ୍ଗୀର ଗାନ୍ଧୀ ଷ୍ଟାଡ଼ିୟମ୍‌…

ଗୋପାଳପୁର ମହୋତ୍ସବ ପାଇଁ ମା’ ତାରାତାରିଣୀଙ୍କୁ ନିମନ୍ତ୍ରଣ, ପ୍ରଥମଥର ପାଇଁ…

ପୁରୁଷୋତ୍ତମପୁର,୨୫/୧(ସବିତା ମିଶ୍ର): ଗୋପାଳପୁର ମହୋତ୍ସବକୁ ଆଉ ମାତ୍ର ଦୁଇ ଦିନ ବାକି ରହିଛି । ଗଞ୍ଜାମ ଜିଲାର ଗୋପାଳପୁର ଠାରେ ହେବାକୁଥିବା ବେଳାଭୂମି ମହୋତ୍ସବ ଲାଗି ପ୍ରଶାସନ…

ସୂଚନା ଫଳକରେ ପିଟି ହେଲା ବାଇକ୍‌: ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

ଲାଞ୍ଜିଗଡ଼,୨୫।୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ନିକଟରେ ଏକ ବାଇକ୍‌ ଭାରସାମ୍ୟ ହରାଇ ସୂଚନା ଫଳକରେ ପିଟି…

ଗଡଦେଉଳିଆ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମୃତ, ରଙ୍ଗ ରୁଟରେ ଆସି…

ବୈଶିଙ୍ଗା,୨୫|୧(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ୧୮ ନଂ ଜାତୀୟ ରାଜପଥର ଗଡଦେଉଳିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରବିବାର ଦିନ ୨ଟା୩୦…

ଭାଙ୍ଗିଲା ବ୍ରିିଜ୍‌, ଲଟକି ରହିଲା ମାଟି ବୋଝେଇ ହାଇଓ୍ବା

ବାଣପୁର,୨୫ା୧(ଦିଲ୍ଲୀପ କୁମାର ସ୍ବାଇଁ): ଭାଙ୍ଗିଲା ବ୍ରିଜ୍‌, ଫସିଲା ମାଟି ବୋଝେଇ ହାଇଓ୍ବା। ବାଣପୁର ଥାନା ଅନ୍ତର୍ଗତ ତୋରସିଂହ ଗମ୍ଭାରୀମୁଣ୍ଡା ରାସ୍ତାରେ ଥିବା ନଛିପୁର ବ୍ରିଜ୍‌ ଭାଙ୍ଗିଲା। ମାଟି…

ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ବନ୍ଦ ନେଇ ନିର୍ଦ୍ଦେଶନାମା ଉଠାଇଲେ ଜିଲାପାଳ

କୋରାପୁଟ,୨୫ା୧(ଅମିତାଭ ବେହେରା): ଆସନ୍ତା ଜାନୁଆରୀ ୨୬ରେ ଅନୁଷ୍ଠିତ ହେବାକୁ ଥିବା ୭୭ତମ ଗଣତନ୍ତ୍ର ଦିବସରେ କୋରାପୁଟ ଜିଲାରେ ଆମିଷ ବିକ୍ରି ଉପରେ ଜିଲା ପ୍ରଶାସନ ପକ୍ଷରୁ ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri