ତରଳ ଲୁଣ, ମଣିଷ ଝାଳ: ଆସୁଛି ଅଭିନବ ‘ବ୍ୟାଟେରି’ ପ୍ରଯୁକ୍ତି

ନ୍ୟୁୟର୍କ, ୨୦ା୭: ବିଶ୍ୱରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ପ୍ରାକୃତିକ ଉତ୍ସରୁ ମିଳୁଥିବା ବିଦ୍ୟୁତ୍‌କୁ ଦୀର୍ଘ ସମୟ ଧରି ସଂରକ୍ଷିତ କରି ରଖିବା। ଏହି ସମସ୍ୟାର ସମାଧାନ ପାଇଁ ବର୍ତ୍ତମାନ ବିଶ୍ୱର ବିଭିନ୍ନ ସ୍ଥାନରେ ତରଳ ଲୁଣ, ବାଲି, ମଣିଷ ଝାଳ ଭଳି ଉପାଦାନକୁ ନେଇ ନୂଆ ନୂଆ ବ୍ୟାଟେରି ପ୍ରଯୁକ୍ତିର ପରୀକ୍ଷଣ ଚାଲିଛି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ମରୁଭୂମିରେ ପ୍ରାୟ ୧୨,୬୦୦ ଫୁଟବଲ ପଡ଼ିଆ ଆକାରର ଏକ ବିଶାଳ ସ୍ବଚ୍ଛ ଶକ୍ତି ପ୍ରକଳ୍ପ ନିର୍ମାଣ କରାଯାଉଛି। ଏଠାରେ ୫.୨ ଗିଗାୱାଟ (ଜିଡବ୍ଲ୍ୟୁ) ସୌର ଶକ୍ତି କ୍ଷମତା ସହ ୧୯ ଗିଗାୱାଟ ଆୱାର (ଜିଡବ୍ଲ୍ୟୁଏଚ୍‌) ର ବ୍ୟାଟେରି ଷ୍ଟୋରେଜ୍‌କୁ ସାମିଲ କରାଯାଇ ବିଶ୍ୱର ସବୁଠାରୁ ବଡ଼ ବ୍ୟାଟେରି ପ୍ରକଳ୍ପ ପ୍ରସ୍ତୁତ କରାଯାଉଛି, ଯାହା ରାତି ସମୟରେ ପ୍ରାୟ ୫ ଲକ୍ଷ ଘରକୁ ବିଦ୍ୟୁତ୍‌ ଯୋଗାଇବାରେ ସକ୍ଷମ ହେବ।
ଇଂଲଣ୍ଡର ଗ୍ରେଟର ମାଞ୍ଚେଷ୍ଟରର ଟ୍ରାଫୋର୍ଡଠାରେ ଏକ ପୁରୁଣା କୋଇଲା ପ୍ଲାଣ୍ଟ ସ୍ଥଳରେ ଏକ ଅଭିନବ ଶକ୍ତି ସଂରକ୍ଷଣ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ବ୍ରିଟିଶ ଷ୍ଟାର୍ଟଅପ୍‌ ‘ହାଇଭ୍ୟୁ ପାୱାର’ ଦ୍ୱାରା ବିକଶିତ ଏହି ‘କ୍ୟାରିଙ୍ଗଟନ୍‌ ଲିକ୍ୱିଡ୍‌ ଏୟାର’ କ୍ରାୟୋବ୍ୟାଟେରି ପ୍ରକଳ୍ପ ମାଧ୍ୟମରେ ବଳକା ଅକ୍ଷୟ ଶକ୍ତିକୁ ତରଳ ବାୟୁ ଆକାରରେ ସଂରକ୍ଷିତ କରାଯିବ। ଏହି ବୈଷୟିକ ପ୍ରଣାଳୀରେ ବଳକା ବିଦ୍ୟୁତ୍‌ ସାହାଯ୍ୟରେ ବାୟୁକୁ ମାଇନସ୍‌ ୧୯୬ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ଶୀତଳ କରାଯାଇ ତରଳ ପଦାର୍ଥରେ ପରିଣତ କରାଯାଏ, ଯାହାଫଳରେ ବାୟୁର ଆୟତନ ୭୦୦ ଗୁଣ କମିଯାଏ। ଯେତେବେଳେ ବଜାରରେ ବିଦ୍ୟୁତ୍‌ ଚାହିଦା ଓ ମୂଲ୍ୟ ବୃଦ୍ଧିପାଏ, ସେତେବେଳେ ଏହି ତରଳ ବାୟୁକୁ ପୁନର୍ବାର ଗ୍ୟାସୀୟ ଅବସ୍ଥାକୁ ଅଣାଯାଏ। ଏହି ପ୍ରକ୍ରିୟାରେ ଗ୍ୟାସ୍‌ର ଦ୍ରୁତ ପ୍ରସାରଣ ଦ୍ୱାରା ଟର୍ବାଇନ ଘୂରି ବିଦ୍ୟୁତ୍‌ ଉତ୍ପନ୍ନ ହୋଇଥାଏ, ଯେଉଁଥିରେ କୌଣସି ପ୍ରକାରର କ୍ଷତିକାରକ ଗ୍ୟାସ ନିର୍ଗତ ହୁଏନାହିଁ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପ୍ରାୟ ୫ ଲକ୍ଷ ଘରକୁ ସ୍ବଚ୍ଛ ଶକ୍ତି ଯୋଗାଇବା ପାଇଁ ୩୦୦ ମେଗାୱାଟ ଆୱାରର ଷ୍ଟୋରେଜ ପ୍ରଦାନ କରିବ। ମାଞ୍ଚେଷ୍ଟରରେ ଅତିକମ୍‌ ତାପମାତ୍ରାରେ ଶକ୍ତି ସଂରକ୍ଷଣ କରାଯାଉଥିବା ବେଳେ ଆମେରିକାର ନେଭାଡା ମରୁଭୂମିରେ ଏହାର ଓଲଟା ପ୍ରକ୍ରିୟା ଆପଣାଯାଇଛି। ଏଠାରେ ଚାଲିଥିବା ‘କ୍ରେସେଣ୍ଟ ଡ୍ୟୁନ୍ସ’ ପ୍ରକଳ୍ପରେ ପ୍ରାୟ ୧୦,୦୦୦ କାଚ ପ୍ୟାନେଲ ସାହାଯ୍ୟରେ ସୂର୍ଯ୍ୟ କିରଣକୁ ଏକତ୍ର କରାଯାଇ ପୋଟାସିୟମ ଏବଂ ସୋଡିୟମ ନାଇଟ୍ରେଟ୍‌ (ଲୁଣ) ର ଏକ ଜଳାଶୟକୁ ୫୬୦ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ଗରମ କରାଯାଉଛି। ସୂର୍ଯ୍ୟ ଅସ୍ତ ହେବାର ୧୦ ଘଣ୍ଟା ପର୍ଯ୍ୟନ୍ତ ଏହି ଲୁଣ ନିଜର ତାପମାତ୍ରା ବଜାୟ ରଖିପାରେ। ପରେ ଏହି ସଂରକ୍ଷିତ ତାପଜ ଶକ୍ତିକୁ ବ୍ୟବହାର କରି ପାରମ୍ପରିକ ଟର୍ବାଇନ ସାହାଯ୍ୟରେ ବିଦ୍ୟୁତ୍‌ରେ ରୂପାନ୍ତରିତ କରାଯାଏ। ଏହି ପ୍ରଣାଳୀକୁ ‘ମୋଲ୍ଟେନ ସଲ୍ଟ ଷ୍ଟୋରେଜ’ ବା ତରଳ ଲୁଣ ସଂରକ୍ଷଣ କୁହାଯାଏ। ସୂଚନାଯୋଗ୍ୟ ଯେ, ଏହି ତରଳ ଲୁଣ ବ୍ୟାଟେରିଗୁଡ଼ିକ ଅଧିକାଂଶ ଆଧୁନିକ ଗାଇଡେଡ୍‌ ମିଶାଇଲ ଏବଂ ପରମାଣୁ ଅସ୍ତ୍ରଶସ୍ତ୍ରରେ ମୁଖ୍ୟ ଶକ୍ତି ଉତ୍ସ ବା ‘ରିଜର୍ଭ ବ୍ୟାଟେରି’ ଭାବରେ ମଧ୍ୟ ବ୍ୟବହୃତ ହୋଇଥାଏ।
ବିଶ୍ୱର ଅଗ୍ରଣୀ ପବନ ଶକ୍ତି ଉତ୍ପାଦନକାରୀ ଦେଶ ଡେନମାର୍କ ମଧ୍ୟ ଚଳିତ ବର୍ଷ ଏକ ବଡ଼ଧରଣର ୧ ଗିଗାୱାଟ ଆୱାର କ୍ଷମତା ସମ୍ପନ୍ନ ତରଳ ଲୁଣ ବ୍ୟାଟେରି ପ୍ରକଳ୍ପର ଶୁଭାରମ୍ଭ କରିଛି। ଏହି ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସଲ୍ଟ ବା ଲୁଣକୁ ପ୍ରାୟ ୬୦୦ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ଗରମ କରି ୨ ସପ୍ତାହ ପର୍ଯ୍ୟନ୍ତ ସ୍ବଚ୍ଛ ବିଦ୍ୟୁତ୍‌ ସଂରକ୍ଷିତ କରାଯାଇପାରିବ। ଆବଶ୍ୟକ ସମୟରେ ଏହି ଗରମ ଲୁଣକୁ ଏକ ଜେନେରେଟର ମାଧ୍ୟମରେ ପରିଚାଳିତ କରାଯାଇ ଉଚ୍ଚ ତାପମାତ୍ରା ବିଶିଷ୍ଟ ବାଷ୍ପ ବା ଷ୍ଟିମ୍‌ ତିଆରି କରାଯାଏ, ଯାହାକୁ ବଡ଼ ବଡ଼ ଶିଳ୍ପ କାରଖାନାର ବିଭିନ୍ନ ପ୍ରକ୍ରିୟାରେ ସିଧାସଳଖ ବ୍ୟବହାର କରାଯାଇପାରିବ। ଏହା ଶିଳ୍ପ କ୍ଷେତ୍ରରୁ ଅଙ୍ଗାରକାମ୍ଳ ନିର୍ଗମନ କମାଇବାରେ ବଡ଼ ସହାୟକ ହେବ।
ତରଳ ଲୁଣ ଭଳି ବାଲି ମାଧ୍ୟମରେ ମଧ୍ୟ ଶକ୍ତି ସଂରକ୍ଷଣ କରାଯାଇପାରିବ ବୋଲି ବୈଜ୍ଞାନିକମାନେ ପ୍ରମାଣ କରିଛନ୍ତି। ଦକ୍ଷିଣ ଫିନ୍‌ଲ୍ୟାଣ୍ଡର ଏକ ଛୋଟ ସହର ‘ପୋରନାଇନେନ୍‌’ରେ ବହୁ ହଜାର ଟନ ବାଲି ବ୍ୟବହାର କରି ଶକ୍ତି ସଂରକ୍ଷଣ କରାଯାଉଛି, ଯାହା ସ୍ଥାନୀୟ ସ୍କୁଲ, ଲାଇବ୍ରେରି ଏବଂ ଟାଉନ୍‌ ହଲ୍‌କୁ ଗରମ ରଖିବାରେ ସାହାଯ୍ୟ କରୁଛି। ଏହି ବାଲି ବ୍ୟାଟେରିରେ ପ୍ରାୟ ୨,୦୦୦ ଟନ୍‌ ଗୁଣ୍ଡ ହୋଇଥିବା ସୋପଷ୍ଟୋନ ବ୍ୟବହାର କରାଯାଇଛି, ଯାହା ଶକ୍ତିକୁ ତାପ ଆକାରରେ ସଂରକ୍ଷିତ କରି ୧ ମେଗାୱାଟ ର ଥର୍ମାଲ ପାୱାର ଏବଂ ୧୦୦ ମେଗାୱାଟ ଆୱାର ର ସଂରକ୍ଷଣ କ୍ଷମତା ପ୍ରଦାନ କରୁଛି।
ଅନ୍ୟପକ୍ଷରେ ଜାପାନର ‘ଟୋକିଓ ୟୁନିଭର୍ସିଟି ଅଫ୍‌ ସାଇନ୍ସ’ର ଗବେଷକମାନେ ଏବେ ମଣିଷ ଶରୀରକୁ ଏକ ନିରନ୍ତର ଶକ୍ତି ଉତ୍ସ ଭାବେ ବ୍ୟବହାର କରିବାର ଅଭିନବ ଉପାୟ ଖୋଜି ବାହାର କରିଛନ୍ତି। ସେମାନେ ଏକ ପତଳା ‘ୱେୟାରେବଲ ପ୍ୟାଚ୍‌’ (ଚର୍ମରେ ଲାଗୁଥିବା ଷ୍ଟିକର ଭଳି ପଟି) ବିକଶିତ କରିଛନ୍ତି, ଯାହା ମଣିଷ ଝାଳରୁ ସିଧାସଳଖ ବିଦ୍ୟୁତ୍‌ ଶକ୍ତି ଉତ୍ପନ୍ନ କରିପାରିବ। ଏହି ପଟିରେ ଏକ ସ୍ବତନ୍ତ୍ର ବାୟୋଫ୍ୟୁଏଲ ସେଲ ରହିଛି, ଯାହା ଝାଳରେ ଥିବା ପ୍ରାକୃତିକ କେମିକାଲ ବା ‘ଲ୍ୟାକ୍ଟେଟ୍‌’ କୁ ଶକ୍ତିରେ ରୂପାନ୍ତରିତ କରିଥାଏ। ଝାଳ ଯେତେବେଳେ ଏହି ସେଲ ସଂସ୍ପର୍ଶରେ ଆସେ, ସେଥିରେ ଥିବା ଏନଜାଇମ୍‌ଗୁଡ଼ିକ ଏକ ଜୈବ-ରାସାୟନିକ ପ୍ରତିକ୍ରିୟା ସୃଷ୍ଟି କରନ୍ତି ଏବଂ ଇଲେକ୍ଟ୍ରନ ମୁକ୍ତ ହୁଏ। ଫଳରେ କୌଣସି ବାହ୍ୟ ପାୱାର ସୋର୍ସ ବିନା କେବଳ ଚାଲିବା, ବ୍ୟାୟାମ କରିବା କିମ୍ବା ଦୈନନ୍ଦିନ କାମ କରିବା ସମୟରେ ବାହାରୁଥିବା ଝାଳ ଦ୍ୱାରା ହିଁ ସ୍ମାର୍ଟ ୱାଚ୍‌, ଫିଟନେସ ବ୍ୟାଣ୍ଡ୍‌ ଓ ହେଲ୍‌ଥ ସେନ୍‌ସର ଭଳି ଉପକରଣଗୁଡ଼ିକ ସ୍ବୟଂଚାଳିତ ଭାବେ ଚାର୍ଜ ହୋଇପାରିବ। ଏହାଦ୍ୱାରା ଗ୍ୟାଜେଟ୍‌ଗୁଡ଼ିକରେ ବଡ଼ ବ୍ୟାଟେରି ଲଗାଇବା ଆବଶ୍ୟକ ପଡ଼ିବ ନାହିଁ।
ସେହିପରି ଆମେରିକାର କଲୋରାଡୋସ୍ଥିତ ଜାତୀୟ ଅକ୍ଷୟ ଶକ୍ତି ଲାବରେଟୋରିର ଗବେଷକମାନେ ଅତି କ୍ଷୁଦ୍ର ଆକାରର ବ୍ୟାଟେରି ନିର୍ମାଣ କରୁଛନ୍ତି। ଏହି ଛୋଟ ବ୍ୟାଟେରିଗୁଡ଼ିକୁ ମାଛମାନଙ୍କ ଗତିବିଧି ଟ୍ରାକ କରୁଥିବା ଇଲେକ୍ଟ୍ରୋନିକ ଟ୍ୟାଗ୍‌ରେ ବ୍ୟବହାର କରାଯିବ। ବର୍ତ୍ତମାନ ପ୍ରଚଳିତ ଲିଥିୟମ୍‌-ଆୟନ୍‌ ବ୍ୟାଟେରି ପାଇଁ ଲିଥିୟମ୍‌, କୋବାଲ୍ଟ ଓ ନିକେଲ ଭଳି ଦୁର୍ଲଭ ଖଣିଜ ପଦାର୍ଥର ଆବଶ୍ୟକତା ପଡ଼ୁଥିବାରୁ ଏହା ପରିବେଶ ଓ ସ୍ଥାନୀୟ ସମୁଦାୟ ପ୍ରତି ବିପଦ ସୃଷ୍ଟି କରୁଛି। ତେଣୁ ଏହି ସବୁ ଦୁର୍ଲଭ ଖଣିଜ ଉପରେ ନିର୍ଭରଶୀଳତା କମାଇବା ପାଇଁ ବିକଳ୍ପ ଉପାଦାନର ସନ୍ଧାନ କରାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାତିଅଧରେ ଫାର୍ମ ହାଉସକୁ ଡାକିନେଇ ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ: ମରିଗଲା ଭାବି…

ଦିଗପହଣ୍ଡି,୪|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟିର ପ୍ରମୁଖ ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ପାକିସ୍ତାନର ବୟାନବାଜି: ‘ବଞ୍ଚିବା ପାଇଁ ଭାରତର ସାହାରା ନେବାକୁ ପଡୁଛି’, ଜାଣନ୍ତୁ କିଏ କହିଲେ ଏମିତି ଯାହା ହେଉଛି ଭାଇରାଲ

ଇସଲାମାବାଦ,୪।୯: ମୋହସିନ ନକଭି ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ହେବା ପରଠାରୁ, ପାକିସ୍ତାନ କ୍ରିକେଟ ନିମ୍ନଗାମୀ ହୋଇ ପଡ଼ିଛି, ରାସ୍ତାରେ ଗମ୍ଭୀର ଅଭିଯୋଗର ସମ୍ମୁଖୀନ ହେଉଛି। ଦଳ…

୧ ଅକ୍ଟୋବରରୁ SBIର ନୂଆ ନିୟମ: ସାଲାରି ଆକାଉଣ୍ଟଧାରୀଙ୍କ ପାଇଁ ଲାଗିବ ଚାର୍ଜ, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୪।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ନିଜ ସାଲାରି ପ୍ୟାକେଜ ଆକାଉଣ୍ଟ ହୋଲ୍ଡରଙ୍କ ପାଇଁ ATM ଟ୍ରାଞ୍ଜାକ୍ସନ ନିୟମରେ…

ମଣିଷ ଭଳି ଭାବିବ AI! OpenAI ଲଞ୍ଚ କଲା GPT-6 Astra

ନୂଆଦିଲ୍ଲୀ,୪।୯: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ ନେଇଛି OpenAI । କମ୍ପାନୀ ନିଜର ନୂଆ AI ମଡେଲ୍ GPT-6 Astraର ରୋଲ୍‌ଆଉଟ୍ ଆରମ୍ଭ…

Vaibhav Sooryavanshi ଖେଳିବେ ନା ନାହିଁ? ନିଷ୍ପତ୍ତି ଗୌତମ ଗମ୍ଭୀରଙ୍କ ଉପରେ ନିର୍ଭର କରେ

ନୂଆଦିଲ୍ଲୀ,୪।୯: ଦକ୍ଷିଣ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଦୁଲୀପ ଟ୍ରଫି ଫାଇନାଲ ସେପ୍ଟେମ୍ବର 6 ରୁ ଚେନ୍ନାଇରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ମ୍ୟାଚରେ Vaibhav…

ମେଲୋନିଙ୍କୁ ଖାସ୍‌ ମେସେଜ୍‌ ପଠାଇଲେ ମୋଦି, କହିଲେ ଡିୟର…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୪।୯: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏକ ନୂଆ ରାଜନୈତିକ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ଉପଲବ୍ଧି ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲୋନିଙ୍କୁ ଅଭିନନ୍ଦନ…

ସିଏମ୍‌ କିଷାନ ମେଳାରେ ଚାଷୀଙ୍କ ବିକ୍ଷୋଭ: ଅତିଥି ଭାଷଣ ଦେବାବେଳେ…

ନୟାଗଡ଼,୪ା୯(ଲୋକନାଥ ମିଶ୍ର): ନୟାଗଡ଼ ବ୍ଲକରେ ଶୁକ୍ରବାର ଅନୁଷ୍ଠିତ ସିଏମ୍‌ କିଷାନ ମେଳାରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁ, ଜିଲା ମୁଖ୍ୟ କୃଷି…

ଜନ୍ମାଷ୍ଟମୀରେ ଗ୍ରହଙ୍କ ମହାସଂଯୋଗ: ଆଜିଠୁ ଆରମ୍ଭ ହେଲା କର୍କଟ ସମେତ ୪ ରାଶିଙ୍କ ଭଲ ଦିନ, ମାଲାମାଲ ହେବା ସହ…

ଧାର୍ମିକ ଦୃଷ୍ଟିରୁ ଜନ୍ମାଷ୍ଟମୀ ଦିନଟି ବେଶ ଗୁରୁତ୍ୱପୂର୍ଣ୍ଣ। ତେବେ ୨୦୨୬ର ଜନ୍ମାଷ୍ଟମୀ ଜ୍ୟୋତିଷ ଦୃଷ୍ଟିରୁ ମଧ୍ୟ ବିଶେଷ ବୋଲି କୁହାଯାଉଛି। ଜ୍ୟୋତିଷ ଅନୁସାରେ, ସେପ୍ଟେମ୍ବର ୪ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri