Posted inଖେଳ

ଲାୟନ୍ସ, ଚିତାସ୍‌ ଜିତିଲେ ପ୍ରଥମ ମ୍ୟାଚ୍‌

ଭୁବନେଶ୍ୱର, ୧୩ା୬ (ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌ ୨୦୨୩ କଟକ ସ୍ଥିତ ଡ୍ରିମ୍ସ କ୍ରିକେଟ ଗ୍ରାଉଣ୍ଡରେ ଉଦ୍‌ଘାଟିତ ହୋଇଛି। ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଭେଙ୍କଟପତି ରାଜୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡ୍ରିମ୍ସ ଚେୟାରମ୍ୟାନ ପ୍ରମୋଦ ଚନ୍ଦ୍ର ରଥ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଓସିଏ ସଦସ୍ୟ ଧୀରେନ୍‌ ପଲାଇ, ଆପେକ୍ସ କାଉନସିଲ୍‌ ସଦସ୍ୟ ରାକେଶ ମହାନ୍ତି ପ୍ରମୁଖ ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ରହିଥିଲେ। ପ୍ରଥମ ଦିନରେ ଦୁଇଟି ମ୍ୟାଚ ଖେଳା ଯାଇଥିବା ବେଳେ ଓଡ଼ିଶା ଚିତାସ୍‌ ଓ ଓଡ଼ିଶା ଲାୟନ୍ସ ବିଜୟୀ ହୋଇଥିଲେ। ପ୍ରଥମ ମ୍ୟାଚରେ ଓଡ଼ିଶା ଲାୟନ୍ସ ୫୦ ରନ୍‌ରେ ଓଡ଼ିଶା ଟାଇଗର୍ସକୁ ପରାସ୍ତ କରିଥିଲା। ଟସ୍‌ ଜିତି ବ୍ୟାଟିଂ କରିଥିବା ଲାୟନ୍ସ ୨୦ ଓଭରରେ ୩ ଉଇକେଟ ହରାଇ ୧୫୮ ରନ୍‌ କରିଥିଲା। ରାମଚନ୍ଦ୍ର ବେହେରା ୪୮, ଅମିନ୍‌ ଖାନ୍‌ ୩୯* ଓ ରଞ୍ଜିତ ସିଂ ୩୬ ରନ୍‌ କରିଥିଲେ। ଜବାବରେ ଓଡ଼ିଶା ଟାଗର୍ସ ୧୯.୨ ଓଭରରେ ୧୦୮ ରନ୍‌ରେ ଅଲଆଉଟ ହୋଇଥିଲା। ଲାୟନ୍ସ ପକ୍ଷରୁ ପ୍ରଦୀପ୍‌ ପ୍ରଧାନ ୩ଟି ଉଇକେଟ ନେଇଥିଲେ। ପ୍ରଦୀପ ପ୍ରଧାନଙ୍କୁ ପ୍ଲେୟର୍‌ ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।
ଦ୍ୱିତୀୟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଗୋବିନ୍ଦ ପୋଦ୍ଦାର ୫୪ ବଲ୍‌ରୁ ୧୨୦ ରନ୍‌ ବଳରେ ଜାଗୁଆର୍ସ ୫ ଉଇକେଟରେ ୧୮୮ ରନ୍‌ କରିଥିଲା। ଜବାବରେ ଗୌରବ ଚୌଧାରୀଙ୍କ ୬୨ ବଲ ୧୧୦ ରନ୍‌ ବଳରେ ୪ ବଲ୍‌ ବାକି ଥାଇ ୭ ଉଇକେଟ ହରାଇ ଚିତାସ ମ୍ୟାଚ୍‌ ଜିତି ନେଇଥିଲେ। ଗୌରବଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ ଘୋଷଣା କରା ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରମନ୍ତ୍ରୀଙ୍କ ଜନ୍ମଦିନରେ ମହତ୍‌ କାମ କରି ଚର୍ଚ୍ଚାରେ ବିଧାୟକ: ରେକର୍ଡ ସଂଖ୍ୟକ…

ଗଞ୍ଜାମ,୨୭।୬(ବିଦ୍ୟାଧର ସାହୁ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମ ଦିବସ ଉପଲକ୍ଷେ ଛତ୍ରପୁରଠାରେ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରିଥିଲେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ…

ଶିଶୁପୁତ୍ର ଉଦ୍ଧାର ଘଟଣା , ପୋଷ୍ୟ ସଂସ୍ଥାକୁ ହସ୍ତାନ୍ତର କଲା ପୋଲିସ

ଦିଗପହଣ୍ଡି,୨୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟରେ ଥିବା ମା’ ରତ୍ନେଶ୍ୱରୀ ମନ୍ଦିର ପରିସର ପରିତ୍ୟକ୍ତ ଜମିରୁ, ଶୁକ୍ରବାର ସାରେ ପୋଲିସ…

ଇସ୍ରାଏଲ-ଲେବାନନ ଶାନ୍ତି ଚୁକ୍ତି ସ୍ବାକ୍ଷରିତ, ହେଜବୋଲାକୁ ଗ୍ରହଣ କରିବାକୁ ପଡିବ ଏସବୁ ସର୍ତ୍ତ

ଜେରୁଜେଲମ,୨୭।୬: ମଧ୍ୟପ୍ରାଚ୍ୟରୁ ଏକ ପ୍ରମୁଖ, ଐତିହାସିକ ଖବର ସାମ୍ନାକୁ ଆସୁଛି। ଯୁଦ୍ଧର ନିଆଁରେ ଜଳୁଥିବା ଦେଶଗୁଡ଼ିକ ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଶେଷରେ ଶାନ୍ତିର ପ୍ରଥମ ଝଲକ…

ଶାଗୁଆନ ଗଛ କାଟୁଥିଲେ ଦୃର୍ବୁତ୍ତ, ଛିଣ୍ଡିଲା ୩୩ କେଭି ଲାଇନ ତାର: ଆଉ ତା’ପରେ…

ଭଞ୍ଜନଗର,୨୬।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଶନିବାର ସକାଳେ ପବନ ବର୍ଷା ନାହିଁ କିନ୍ତୁ ଦୁର୍ବୁତ୍ତମାନଙ୍କ ପାଇଁ ବିଦ୍ୟୁତସେବା ବ୍ୟାହତ ହୋଇଛି। ବିଦ୍ୟୁତ ସେବା ସ୍ବାଭାବିକ ହେବାକୁ…

‘ଆଉ ବ୍ଲେମ ଗେମ୍‌ ନୁହେଁ…’: ଆମେରିକାର ଆକ୍ରମଣ ପରେ ରାଗିଲାଣି ଇରାନ, କହିଛି ‘ଆମେରିକାର ବିଫଳ ରାଷ୍ଟ୍ରପତି…’

ତେହରାନ,୨୭।୬: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପୁଣି ଥରେ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ହର୍ମୁଜ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଡ୍ରୋନ ଆକ୍ରମଣ ପରେ, ଆମେରିକା ଅନେକ ଇରାନୀ…

IND vs IRE 1st T20I: ଭାରତ ପରାଜୟର ୩ ପ୍ରମୁଖ କାରଣ: ଆୟର୍ଲାଣ୍ଡ ବିପକ୍ଷରେ କାହିଁକି ହାରିଲା ଭାରତ? ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୬: ଭାରତୀୟ କ୍ରିକେଟ ଇତିହାସରେ ଜୁନ ୨୬ (ଶୁକ୍ରବାର) ଏକ କଳା ଦିନ ଭାବରେ ଲିପିବଦ୍ଧ ହୋଇପାରେ। ଏହି ଦିନ, ପ୍ରଥମ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆ…

ମୌସୁମୀ ବର୍ଷାରେ ବିଳମ୍ବ, ଚାଷୀ ହତାଶ: ଜଳସେଚନ ସୁବିଧା ନାହିଁ

ନୂଆପଡ଼ା,୨୭ା୬ (ମକାରୁ ବେମାଲ):ନୂଆପଡା ଏକ କୃଷିପ୍ରଧାନ ଜିଲା। ଜିଲାର ୯୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି। ଜଳସେଚିତ ଅଞ୍ଚଳକୁ ବାଦଦେଲେ ଅଣଜଳସେଚିତ ଅଞ୍ଚଳରେ ଚାଷୀ…

ମହାନଦୀ ଶୁଖିଲା, ସଙ୍କଟରେ ଜୀବନ ଜୀବିକା: ବର୍ଷାକୁ ଚାହିଁ ବସିଛନ୍ତି ଚାଷୀ

ଅମରପାଲି,୨୭ା୬(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲାର ଜୀବନରେଖା ଭାବେ ପରିଚିତ ମହାନଦୀ ଏବେ ଅନେକ ସ୍ଥାନରେ ଶୁଖିଲା ପଡ଼ିଥିବା ଦେଖାଯାଉଛି। ବିଶେଷକରି ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକର ନଦୀକୂଳିଆ ଗ୍ରାମଗୁଡ଼ିକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri