ଲିଙ୍ଗିପୁର ଏଟିଏମ୍‌ ଲୁଟ୍‌ ଘଟଣା: ଡେମୋ ଦେଖାଇଲେ ଅଭିଯୁକ୍ତ

ଭୁବନେଶ୍ୱର,୧୭ା୪(ବ୍ୟୁରୋ): ଭୁବନେଶ୍ବର ଲିଙ୍ଗିପୁର ଏଟିଏମ୍‌ ଲୁଟ୍‌ ଘଟଣାରେ କ୍ରାଇମ ସିନ୍‌ ରିକ୍ରିଏଶନ କରିଛି ପୋଲିସ। ୨ ଲୁଟେରାଙ୍କୁ ନେଇ ପୋଲିସ୍‌ ଲୁଟ୍‌ ଘଟଣାର ଡେମୋ କରିଛି। ଏଟିଏମ ସ୍ଥଳ, ଶିଶୁଭବନ, ଲିଙ୍ଗିପୁର ପେଟ୍ରୋଲ ପମ୍ପ, ଦୟାନଦୀ କୂଳକୁ ନେଇ ଡେମୋ କରାଯାଇଛି। ଏଟିଏମ ଭାଙ୍ଗିଥିବା ସ୍ଥାନରୁ ଶାବଳ, ହାମର, ସ୍କ୍ରୁ ଡାଇଭର ମିଳିଛି । ଏହି ମାମଲାରେ ୨ ଲୁଟେରାଙ୍କଠାରୁ ଅଧିକ ତଥ୍ୟ ହାସଲ ପାଇଁ ପୋଲିସ ୭ ଦିନ ରିମାଣ୍ଡ ଆବେଦନ କରିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ରବିବାର ଏହି ୨ ଅନ୍ତର୍ଜାତୀୟ ଲୁଟେରାଙ୍କୁ ଗିରଫ କରିଥିଲା ପୋଲିସ। ଟଙ୍କା ଲୁଟ୍‌ କରି କୋରିୟରରେ ବାଂଲାଦେଶ ପଠାଉଥିଲେ ଏହି ଲୁଟେରା। ଏଟିଏମ ଲୁଟ୍‌ କରି ଭୁବନେଶ୍ବରରୁ ବସ୍‌ ଯୋଗେ ବିଶାଖାପାଟନମ ଦେଇ ବାଙ୍ଗାଲୋର ଖସି ପଳାଇଥିଲେ। ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ବେଳେ ଲୁଟ୍‌ ପଛରେ ଅଣ ଓଡିଆ ଲୁଟେରା ଥିବା ସନ୍ଦେହ କରିଥିଲା ପୋଲିସ। ଏହି ଗ୍ୟାଙ୍ଗ ବାଙ୍ଗାଲୋରର ଏକ ଏଟିଏମକୁ ଟାର୍ଗେଟ କରୁଥିବା ବେଳେ ମାଡ଼ି ବସିଥିଲା ପୋଲିସ। ଏହି ଘଟଣାରେ ସମ୍ପୃକ୍ତ ଆଉ ୪ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ୪୪୩ କରୋନା ପଜିଟିଭ୍‌ ଚିହ୍ନଟ; କେବଳ ୭୫ ପିଲା

ଭୁବନେଶ୍ୱର ୧୭।୧୦ : ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି କରୋନା ସଂକ୍ରମଣ । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ଦେଖାଯାଉଛି।...

ଗିରଫ ପରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ମନୀଷ ଅନୁରାଗ ଦାସ ହତ୍ୟା ମାମଲା ପରେ ବିବାଦ ଘେରକୁ ଆସି ଜେଲରେ ଥିବା ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଅଡ଼ୁଆ ବଢିବାରେ ଲାଗିଛି।...

‘କରୋନା’ ଭାଇରସ୍‌ ପାଇଁ ଆଡ୍‌ଭାଇଜରି: ୪ ମେଡିକାଲରେ ଖୋଲିବ ସ୍ବତନ୍ତ୍ର ଓ୍ବାର୍ଡ

ଭୁବନେଶ୍ୱର, ୨୬।୧ (ବ୍ୟୁରୋ)/ କଟକ ଅଫିସ : ‘କରୋନା’ ଭାଇରସ୍‌ ପାଇଁ ଶନିବାର ରାଜ୍ୟ ସରକାର ଆଡ୍‌ଭାଇଜରି ଜାରି କରିଛନ୍ତି। ରାଜ୍ୟର ବିଭିନ୍ନ ପ୍ରମୁଖ ହସ୍ପିଟାଲକୁ...

ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା

କଟକ ଅଫିସ,୨୪ା୫: ମାଟ୍ରିକ ପରୀକ୍ଷା ଢାଞ୍ଚା ବଦଳିଥିବା ବୋର୍ଡ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ବୋର୍ଡ ସଭାପତି ରାମାଶିଷ ହାଜରା ଏକ ପ୍ରେସ୍‌ମିଟ୍‌ରେ ଏହା ପ୍ରକାଶ...

କର୍ଫ୍ୟୁ ଭିତରେ ନୂଆବର୍ଷକୁ ସ୍ୱାଗତ

ଭୁବନେଶ୍ୱର,୧।୧(ବ୍ୟୁରୋ):ନା ଥିଲା ଚିକ୍‌ମିକ୍‌ ଲାଇଟ୍‌ ନା ଶୁଭୁଥିଲା କୋଳାହାଳ। ମଧ୍ୟରାତିର ସବୁ ଉତ୍କଣ୍ଠା, ଉତ୍ସାହରେ ରୋକ ଲଗାଇଥିଲା କରୋନା କଟକଣା। ରଙ୍ଗହୀନ ହୋଇଯାଇଥିଲା ଜିରୋନାଇଟ୍‌। କଟକ...

ଅଟୋ ପାର୍କିଂ, ଯାତ୍ରୀ ପରିବହନରେ କଟକଣା

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ପୋଲିସ ଓ ଆରଟିଓ ପକ୍ଷରୁ ଯାଞ୍ଚ କଡ଼ାକଡ଼ି କରାଯାଇ ବଡ଼ଧରଣର ଜରିମାନା ଆଦାୟ...

ରାତି ପାହିଲେ ବନିଶୀ ଖୋଜା, ମାଛ ଧରି ଚଳୁଛନ୍ତି ଶହେ ପରିବାର

ବାଲେଶ୍ୱର ଅଫିସ, ୫।୧୧-ରାତି ପାହିଲେ ଖୋଜା ପଡ଼େ ବନିଶୀ। ବୁଢ଼ାବଳଙ୍ଗ ନଦୀ ୟୁଟର୍ଣ୍ଣ ମାରି ସମୁଦ୍ରଆଡ଼କୁ ବୋହିଯାଇଥିବା ଚାରିଗୋଛିଆ ମୁହାଣରେ ଏହି ବନିଶୀ ସାହଯ୍ୟରେ ମାଛ...

ହସ୍ପିଟାଲ ଆଇସୋଲେଶନରେ ୨୩, ଦୁଇ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର

ଭୁବନେଶ୍ୱର, ୨୨।୩(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୦ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ସେଥିମଧ୍ୟରୁ ୬୯ଟି ରିପୋର୍ଟ ଆସିଥିବାବେଳେ ଗୋଟିଏ ରିପୋର୍ଟ ଆସିନାହିଁ। ଆସିଥିବା ରିପୋର୍ଟ...

Advertisement
Archives

Model This Week