କାଗଜକଲମରେ ସୀମିତ ପର୍ଯ୍ୟଟନ ବିକାଶ

ରାୟଗଡ଼ା ଅଫିସ,୧୯।୩: ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରା ପର୍ଯ୍ୟଟନ ଦ୍ୱାରା ଜାତି, ରାଷ୍ଟ୍ର ଏବଂ ଜିଲାର ପରିଚୟ ମିଳିଥାଏ। ନିଜର ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାରକରି ପର୍ଯ୍ୟଟନ ସ୍ଥଳୀକୁ ଯାଇ ସେଠାରେ କିଛି ସମୟ ଅତିବାହିତ କଲେ ମନର ଅବସାଦ ଦୂର ହୋଇଥାଏ। ଏଥିପାଇଁ ସମସ୍ତେ ଚାହାନ୍ତି ସୁସ୍ଥ ସ୍ବଚ୍ଛ, ନିର୍ମଳ ତଥା ସୁନ୍ଦର ପର୍ଯ୍ୟଟନ ସ୍ଥଳୀ। ରାୟଗଡ଼ା ଜିଲାରେ ସମସ୍ତ ପ୍ରାକୃତିକ ସମ୍ପଦ ଯଥା ବନ,ଝରଣା, ଘଞ୍ଚ ଜଙ୍ଗଲ, ପାହାଡ଼, ଆଦିବାସୀଙ୍କ ଜୀବନଶୈଳୀ, ସେମାନଙ୍କ ଅଳଙ୍କାର ଏବଂ ସୁଯୋଗ ଥାଇ ମଧ୍ୟ ଏଠାରେ ପର୍ଯ୍ୟଟନର ବିକାଶ ହୋଇପାରୁ ନାହିଁ। ସରକାର ପର୍ଯ୍ୟଟନର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବିଭିନ୍ନ ଯୋଜନା ନାମରେ ବଜେଟ ଆସୁଛି ସତ ହେଲେ ତାହା ପାଣିରେ ପଡୁଛି। ରାୟଗଡ଼ା ଜିଲାରେ ପର୍ଯ୍ୟଟନର ବିକାଶ ଶୂନ ହେଉଛି। ରାୟଗଡ଼ା ଏକ ଆଦିବାସୀ ଅଧ୍ୟୁଷିତ ଜିଲା। ଏଠାରେ ପାହାଡ଼ ପର୍ବତରେ ଭରା ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି। ଜିଲାରେ ପର୍ଯ୍ୟଟନ ବିକାଶ ପାଇଁ ଜିଲାସ୍ତରୀୟ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲେ ମଧ୍ୟ କୌଣସି ବିକାଶମୂଳକ କାମ କରାଯାଉ ନ ଥିବା ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି। ଜିଲାରେ ସ୍ବତନ୍ତ୍ର ପର୍ଯ୍ୟଟନର କାର୍ଯ୍ୟାଳୟ କି କର୍ମଚାରୀ ନାହାନ୍ତି। କେବଳ ନାମକୁ ମାତ୍ର ସରକାରଙ୍କ ଆସୁଥିବା ଟଙ୍କାକୁ ଖର୍ଚ୍ଚ ଦେଖାଇବାକୁ ଜିଲା ପର୍ଯ୍ୟଟନ ଅଧିକାରୀ ରହୁଛନ୍ତି।
ରାୟଗଡ଼ା ସହରର ରାମକୃଷ୍ଣ ନଗର ପିଏସ୍‌ଇଡି ପାହାଡ଼ ଉପରେ ପର୍ଯ୍ୟଟନର ବିକାଶ ଏବଂ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି ଲକ୍ଷ୍ୟ ନେଇ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ନିର୍ମାଣ ହୋଇଥିଲା ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର। ରାୟଗଡ଼ାକୁ ଆସୁଥିବା ପର୍ଯ୍ୟଟକଙ୍କ ରହିବା ପାଇଁ ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର ୨୦୧୭ରେ ଗଜପତି ରାୟଗଡ଼ା ଟ୍ରାଇବଲ ସର୍କିଟ ଡେଭଲପ୍‌ମେଣ୍ଟ ଯୋଜନାରେ ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା। ପରେ ତାହାର ଉଦ୍‌ଘାଟନ ମଧ୍ୟ କରାଯାଇଥିଲା। ହେଲେ ସେବେଠାରୁ ଏ ପର୍ଯ୍ୟନ୍ତ କାମରେ ନ ଲାଗି ପଡ଼ି ରହିଛି। ଏହାର ଚତୁଃପାର୍ଶ୍ୱରେ ଘଞ୍ଚ ଜଙ୍ଗଲ ସୃଷ୍ଟି ହୋଇଗଲାଣି। ଏଠାରେ ପ୍ରତିଦିନ ଅସାମାଜିକ ବ୍ୟକ୍ତି ଓ ମଦ୍ୟପଙ୍କ ଆଡ୍ଡା ଜମେ। ନୂଆପଡ଼ା ଜିଲା ପର୍ଯ୍ୟଟନ ଅଧିକାରୀ ଭଗବାନ ଖରାଙ୍କୁ ରାୟଗଡ଼ା ଜିଲା ପର୍ଯ୍ୟଟନ ଅଧିକାରୀ ଦାୟିତ୍ୱ ଦିଆଯାଇଛି। ଅଭ୍ୟର୍ଥନା କେନ୍ଦ୍ର ବିଷୟରେ ତାଙ୍କୁ ପଚାରିବାରୁ ସେ ସମ୍ପର୍କରେ କିଛି ଜାଣିନାହିଁ, ଆଇଟିଡିଏ ବିଭାଗ ତାହାକୁ ନିର୍ମାଣ କରିଥିଲା। କ’ଣ ହୋଇଛି ବୁଝିବି ବୋଲି ଖରା କହିଛନ୍ତି। ଚାବି କାହା ପାଖରେ ଅଛି ବୋଲି ପଚାରିଲେ ସେ ସମ୍ପର୍କରେ କିଛି ଅବଗତ ନ ଥିବା ସେ କହିଛନ୍ତି। ଏତେ ଟଙ୍କା ବ୍ୟୟରେ ନିର୍ମିତ କୋଠା ବିଷୟରେ କେହି ଖବର ନ ରଖିବା ଅତ୍ୟନ୍ତ ବିଡ଼ମ୍ବନାର ବିଷୟ। ରାୟଗଡ଼ାକୁ ଅନେକ ପର୍ଯ୍ୟଟକ ଆସୁଛନ୍ତି ହେଲେ ଖର୍ଚ୍ଚାନ୍ତ ହୋଇ ବାହାରେ ରହୁଛନ୍ତି। ଏପଟେ ଅଭ୍ୟର୍ଥନା କେନ୍ଦ୍ର କାମରେ ଲାଗୁନାହିଁ। ଅଭ୍ୟର୍ଥନା କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ। ଜିଲାର କାଶୀପୁର ବ୍ଲକର ଜଲାକୁର, ରାୟଗଡ଼ା ବ୍ଲକର ଦୁର୍ଗାପାଡୁ ଜଳପ୍ରପାତ, ମିନାଝୋଲା, ଚାଟିକଣା ଗଦଗଦା ଜଳପ୍ରପାତ, ଆଦିବାସୀ ଅଳଙ୍କାର, ଦେବଗିରି, ହାତୀପଥର,ପାତାଳେଶ୍ୱର ଶିବମନ୍ଦିର, ଝୋଲାପୋଲୋ, ବିଷମକଟକ ସ୍ବର୍ଣ୍ଣଗିରି ମନ୍ଦିର ସହ ଅନେକ ଲୁକ୍କାୟିତ ପର୍ଯ୍ୟଟନସ୍ଥଳକୁ ବିକାଶ କଲେ ଅଧିକ ପର୍ଯ୍ୟଟକ ଜିଲାକୁ ଆସିବେ। ଏଥିସହ ସରକାର ରାଜସ୍ବ ପାଇବା ସହ ସ୍ଥାନୀୟ ଯୁବତୀ ଯୁବକଙ୍କ ପାଇଁ ରୋଜଗାର ସୃଷ୍ଟି ହେବ ବୋଲି ବୁଦ୍ଧିଜୀବୀ କହିଛନ୍ତି। ଜିଲାରେ ପର୍ଯ୍ୟଟନ ବିକାଶ ନ କରାଯିବା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଆନୁଷଙ୍ଗିକ ବ୍ୟବସ୍ଥା ନ ହେବା ଦ୍ୱାରା ପର୍ଯ୍ୟଟକମାନେ ଆଉ ଆସିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଏପରି ଅବସ୍ଥା ଜାରି ରହିଲେ ଆଗାମୀ ଦିନରେ ପର୍ଯ୍ୟଟନ ଶିଳ୍ପ ବନ୍ଦ ହେବା ସମ୍ଭାବନା ରହିଛି ବୋଲି ବୁଦ୍ଧିଜୀବୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବେକକୁ ଏକ…

ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍‌ଘାଟନ କରି ବିଧାୟକ କହିଲେ…

ଭଞ୍ଜନଗର,୧୩ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଜିଲୁଣ୍ଡିପଲ୍ଲୀସ୍ଥିତ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?