ଟ୍ରକ୍‌ ଟର୍ମିନାଲ ଘୋଷଣାରେ ସୀମିତ

ପାରାଦୀପ,୧୧। ୪(ସ୍ବ.ପ୍ର.): ପାରାଦୀପ ଶିଳ୍ପଭିତ୍ତିକ ସହରାଞ୍ଚଳର ରାଜପଥରେ ଭାରିଯାନ ପାର୍କିଂ କରିବା ପ୍ରମୁଖ ସମସ୍ୟା ଭାବେ ଦେଖାଦେଇଛି। ଏହି ସମସ୍ୟା ଏଡ଼ାଇବା ପାଇଁ ୨୦୧୫ରୁ ରାଜ୍ୟ ପ୍ରଶାସନ, ପାରାଦୀପ ବନ୍ଦର ପ୍ରଶାସନ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଭିନ୍ନ ଭିନ୍ନ ସମୟରେ ଟ୍ରକ୍‌ ଟର୍ମିନାଲ କରିବା ଉପରେ ଘୋଷଣା କରୁଛନ୍ତି। କିନ୍ତୁ ଏହି ପ୍ରସ୍ତାବିତ ଟର୍ମିନାଲ ଏପର୍ଯ୍ୟନ୍ତ ହୋଇପାରିଲା ନାହିଁ। ଏପରିକି ୨୦୨୦ରେ ଟର୍ମିନାଲ ପାଇଁ କୁଜଙ୍ଗ ତହସିଲଦାର ନୋଟିସ ଜାରି କରିଥିଲେ। ତାହା ମଧ୍ୟ ଏପର୍ଯ୍ୟନ୍ତ ସେହି ନୋଟିସରେ ସୀମିତ ରହିଛି। ଟର୍ମିନାଲ ନ ହେବା ଦ୍ୱାରା ହଜାରରୁ ଅଧିକ ଭାରିଯାନ ରାଜପଥ ଉପରେ ପାର୍କିଂ କରୁଛନ୍ତି। ଏପରିକି ଜଗତ୍‌ସିଂହପୁର-କେନ୍ଦ୍ରାପଡ଼ା ଜିଲାକୁ ସଂଯୋଗ କରୁଥିବା ମହାନଦୀ ପୋଲ ଉପରେ ଶତାଧିକ ଭାରିଯାନ ଧାଡ଼ିରେ ରହୁଛନ୍ତି। ଏପରି ଭାରିଯାନ ପୋଲ ଉପରେ ରହିବା ଦ୍ୱାରା ତାହା ସବୁବେଳେ ବିପଦପୂର୍ଣ୍ଣ ଅବସ୍ଥା ସୃଷ୍ଟି କରୁଛି ବୋଲି ଅଭିଯୋଗ ହେଉଛି।
ପାରାଦୀପ ଶିଳ୍ପାଞ୍ଚଳକୁ ପ୍ରତିଦିନ ୧୦ ହଜାରରୁ ଅଧିକ ଭାରିଯାନ ଚଳାଚଳ କରୁଛି। ଖଣିଜ ପଦାର୍ଥ, କମ୍ପାନୀ ସାମଗ୍ରୀ, ସାର, ତେଲ, ବାଲି, ମାଟି ଆଦି ବୋଝେଇ ଟ୍ରକ୍‌ ଟ୍ରେଲର, ହାଇୱା, ଯୋଗେ ଯାତାୟାତ କରିଥାଏ। ଏଥିପାଇଁ ଜାତୀୟ ରାଜପଥ ୫୩ ନଂ. (ପୂର୍ବରୁ ଏହି ନାମ ୫ନଂ.(କ) ଥିଲା) ଓ ରାଜ୍ୟ ରାଜପଥ ୧୨ ରହିଛି। କଟକ-ପାରାଦୀପ ରାଜ୍ୟ ରାଜପଥରେ ସାଧାରଣ ଯାନ ଅଧିକ ଚଳାଚଳ କରିଥାଏ। ସ୍ବଳ୍ପ ପଣ୍ୟବାହୀ ଭାରିଯାନ ଏଥିରେ ଚଳାଚଳ କରେ। କିନ୍ତୁ ୫୩ ନଂ. ଜାତୀୟ ରାଜପଥରେ ସିଂହଭାଗ ପଣ୍ୟ ଯାତାୟାତ ହୋଇଥାଏ। ଚଣ୍ଡିଖୋଲରୁ ପାରାଦୀପ ୪ ଲେନ୍‌ ବିଶିଷ୍ଟ ଏହି ରାଜପଥରେ ସବୁବେଳେ ଅଧିକ ଭିଡ଼ ଲାଗି ରହିଥାଏ। ପାରାଦୀପଠାରୁ କେନ୍ଦ୍ରାପଡ଼ା ଜିଲା ଦୁହୁରିଆ ପର୍ଯ୍ୟନ୍ତ ଟ୍ରକ୍‌ଗୁଡ଼ିକ ରାସ୍ତା ଉପରେ ଲାଇନରେ ରହିଥାନ୍ତି। ବିଶେଷକରି ଭୂତମୁଣ୍ଡାଇଠାରୁ ପାରାଦୀପର ଅଠରବାଙ୍କି ମେନ୍‌ ଗେଟ୍‌ ପର୍ଯ୍ୟନ୍ତ ଯିବା ଆସିବା ରାସ୍ତା ଉପରେ ହଜାରରୁ ଅଧିକ ଗାଡ଼ି ରହିଥାଏ, ଯେଉଁଥିପାଇଁ ରାସ୍ତା ଉପରେ ଧୂଳି ପ୍ରଦୂଷଣ ଅଧିକ ହୋଇଥାଏ। ଏପରିକି ଏତକ ରାସ୍ତା ଚତୁଃପାଶର୍‌ବରେ କଳା ଆସ୍ତରଣ ରହିଥାଏ, ଯାହାଦ୍ୱାରା ସାଧାରଣ ଲୋକ ୨ ଚକିଆ ଯାନରେ ଯାତାୟାତ କଲାବେଳେ ଦୁର୍ଘଟଣା ଘଟିଥାଏ। ୨୦୨୨ମସିହାରେ କେବଳ ଅଠରବାଙ୍କିରୁ ଦୋଛକି ରାସ୍ତାରେ ଦୁର୍ଘଟଣା ଯୋଗୁ ୬୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଶତାଧିକ ଆହତ ହୋଇଛନ୍ତି। ଏପରି ବାରମ୍ବାର ଦୁର୍ଘଟଣା ଯୋଗୁ ପାରାଦୀପ ନଗର ବିଜେଡି ପକ୍ଷରୁ ୨୦୧୯ରେ ଦିନିକିଆ ରାଜପଥ ଅବରୋଧ କରାଯାଇଥିଲା। ୨୦୨୧ରେ କାର୍ଯ୍ୟରତ ଖବରଦାତାମାନେ ମଧ୍ୟ ଧାରଣା ଦେଇଥିଲେ। ଏହାବାଦ୍‌ ଅନେକ ସଙ୍ଗଠନ, ଜିଲା ପ୍ରଶାସନକୁ ଲେଖି ସମାଧାନ ପାଇଁ ଅନୁରୋଧ କରାଯାଇଥିଲା। ଜଗତ୍‌ସିଂହପୁର ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ଏହି ୫ ବର୍ଷରେ ଅନୂ୍ୟନ ୧୦ରୁ ଅଧିକ ଥର ସମୀକ୍ଷା ବୈଠକ କରି ସାରିଲେଣି। କିନ୍ତୁ କୌଣସି ନିଷ୍କର୍ଷ ଏ ପର୍ଯ୍ୟନ୍ତ ବାହାରି ପାରିନାହିଁ। ଟ୍ରକ୍‌ ଟର୍ମିନାଲ ପାଇଁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ମଧ୍ୟ ଘୋଷଣା କରିବା ସହ ଏଥିପାଇଁ ପ୍ରାୟ ୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ରାଜ୍ୟ ସରକାର ଜାଗା ଯୋଗାଇଦେଲେ ସେଠାରେ ବିଶ୍ୱସ୍ତରୀୟ ଟର୍ମିନାଲ କରାଯିବ ବୋଲି ଏକାଧିକ ବାର ଘୋଷଣା ହୋଇସାରିଲାଣି। ୨୦୨୦ ଏପ୍ରିଲରେ ଭୂତମୁଣ୍ଡାଇ ମହାନଦୀ ପଠା ବାହାର ତରିଡିଆଠାରେ ଜାଗା ଦେବା ପାଇଁ ଇଡ୍‌କୋ ଆବେଦନ କରିଥିଲା। ତତ୍କାଳୀନ କୁଜଙ୍ଗ ତହସିଲଦାର ସ୍ମୃତିପ୍ରଜ୍ଞା ପ୍ରିୟଦର୍ଶିନୀ ଜମି ଦେବା ପାଇଁ ଭୂତମୁଣ୍ଡାଇଠାରେ ସର୍ବସାଧାରଣ ନୋଟିସ ଜାରି କରିଥିଲେ। ଖାତା ନଂ. ୧, ପ୍ଲଟ ନଂ. ୧, ରକବା ୧୬୫ ଏକର ସରକାରୀ ଜାଗା (କିସମ ପୁରୁଣା ପଡ଼ିଆ) ଦେବା ପାଇଁ ପ୍ରସ୍ତାବ ରହିଥିଲା। ତା’ ପରଠାରୁ ଆଉ କିଛି ଅଗ୍ରଗତି ହୋଇନାହିଁ ବୋଲି ଜଣାପଡ଼ିଛି। ଏହି ନୋଟିସ ଜାଗା ସମ୍ପର୍କରେ ଏବେର ସ୍ଥିତାବସ୍ଥା ସମ୍ପର୍କରେ କୁଜଙ୍ଗ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ରଙ୍କୁ ପଚାରିବାରେ ସମ୍ପୃକ୍ତ ନୋଟିସ ପରେ ଇଡ୍‌କୋକୁ କ୍ଲିୟରାନ୍ସ ଦିଆଯାଇଛି। କିନ୍ତୁ କାହିଁକି ଟର୍ମିନାଲ ହୋଇନାହିଁ ସେ ଖବର ମୋତେ ଜଣାନାହିଁ। ଏ ନେଇ ଭୂତମୁଣ୍ଡାଇ ପୂର୍ବତନ ସରପଞ୍ଚ ସଞ୍ଜୟ ସ୍ବାଇଁ କୁହିଛନ୍ତି, ଏଭଳି ପାର୍କିଂ ପାଇଁ ଏବେ ମହାନଦୀ ପୋଲ ବିପଦପୂର୍ଣ୍ଣ ସାଜିଛି। କାରଣ ୯୭୦ ମିଟର ବିଶିଷ୍ଟ ଏହି ପୋଲ ୧୯୬୩ରେ ନିର୍ମିତ ହୋଇଥିଲା। ଏବେ ପୁରୁଣା ହୋଇଗଲାଣି। ତା’ ଉପରେ ପଣ୍ୟ ବୋଝେଇ ଗାଡ଼ି ଧାଡ଼ିରେ ରହିବା ଦ୍ୱାରା ଅଧିକ ଚାପ ପଡୁଛି। ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧୀରଙ୍କୁ ପଚାରିବାରେ ଅନେକ ଥର ବୈଠକକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଡାକିଛୁ। ସେମାନେ ଆସୁନାହାନ୍ତି କି ଟ୍ରକ୍‌ ଟର୍ମିନାଲ ସମ୍ପର୍କରେ କ୍ଲିୟରାନ୍ସ ଦେଉନାହାନ୍ତି। ତଥାପି ଉଦ୍ୟମ ଜାରି ରହିଛି ବୋଲି ସେ କୁହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri