ସାଇନ ବୋର୍ଡରେ ସୀମିତ ସୂଚନା କେନ୍ଦ୍ର, ଇ-ପାଠାଗାର

ଜଗତ୍‌ସିଂହପୁର ଅଫିସ, ୨୪ା୧୦:ପାଠାଗାର ବ୍ୟକ୍ତିଙ୍କ ଜ୍ଞାନ ବଢାଇବାରେ ସହାୟକ ହୁଏ। ଏଠାରେ ବହୁ ପୁରାତନ ପୁସ୍ତକ ଓ ଗ୍ରନ୍ଥ ସବୁ ସାଇତା ହୋଇ ରଖାଯାଇଥିବାରୁ ପାଠକମାନେ ପଢ଼ି ଜ୍ଞାନ ଆହରଣ କରିଥାନ୍ତି। ଜଗତ୍‌ସିଂହପୁର ମାଟିରେ ଜନ୍ମିତ ଆଦିକବି ସାରଳା ଦାସଙ୍କ, ୬୦୦ ବର୍ଷ ତଳୁ ରଚିତ ଓଡ଼ିଆ ମହାଭାରତ, ମହାତ୍ମାଗାନ୍ଧୀଙ୍କ ହୋମରୁଲ ଓ ସର୍ବୋଦୟ ଭଳି ଗ୍ରନ୍ଥ ପାଠାଗାରରେ ରହି ବିଶ୍ୱକୁ ନୂଆ ଦିଗନ୍ତ ଦେଖାଇଛନ୍ତି। କେବଳ ଭାରତରେ ନୁହେଁ, ଆମେରିକାରେ ପ୍ରକାଶିତ ଗ୍ରନ୍ଥ ଅଙ୍କଲ ଷ୍ଟମ୍ପ କେବିନ୍‌ କ୍ରୀତଦାସ ପ୍ରଥା ବିରୋଧରେ ସଂଗ୍ରାମ ସୃଷ୍ଟି କରି ପାରିଥିଲା। ଏହିଭଳି ଅନେକ ପୁସ୍ତକ ଓ ଗ୍ରନ୍ଥ ସମାଜ ସଂସ୍କାରରେ ପ୍ରମୁଖ ଭୂମିକା ନିଭାଇଛନ୍ତି। ଏସବୁକୁ ପାଠକଙ୍କ ପାଖରେ ପହଞ୍ଚାଇବା ପାଇଁ ପାଠାଗାରର ଆବଶ୍ୟକତା କେତେ ତାହା ସହଜେ ଅନୁମେୟ। ଏହି ଆଧାରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପାଠାଗାରକୁ ଆଧୁନିକୀକରଣ କରିବାକୁ ଉଦ୍ୟମ କରାଯାଉଥିବା କୁହାଯାଉଛି। କିନ୍ତୁ ଜଗତ୍‌ସିଂହପୁର ଜିଲାରେ ତାର କୌଣସି ଛାପ ଦେଖିବାକୁ ନ ମିଳିବା ଅସନ୍ତୋଷର କାରଣ ହୋଇଛି। ଜଗତ୍‌ସିଂହପୁର ଜିଲାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ୩ଟି ପାଠାଗାର ରହିଛି। କିନ୍ତୁ ସେଗୁଡିକ କାମଚଳା ପରି ଥିବା ସ୍ପଷ୍ଟ ବାରିହେଉଛି । କାରଣ ପାରାଦୀପରେ ଥିବା ପାଠାଗାରରେ ଲାଇବ୍ରେରିଆନ୍‌ ଅଛନ୍ତି, କିନ୍ତୁ ଶିକ୍ଷିତ (ଲିଟରେଟ) ପିଅନ ଓ ରାତ୍ର ଜଗୁଆଳ (ନାଇଟ୍‌ ୱାଚର) ନାହାନ୍ତି। ସେହିପରି ତିର୍ତ୍ତୋଲ ବ୍ଲକ କନକପୁରସ୍ଥିତ ପାଠାଗାରରେ ଗୋଟିଏ ବି ଅନୁମୋଦିତ ପଦବୀ ନାହିଁ। ଏଠାରେ ବିଭାଗ ପକ୍ଷରୁ କୌଣସି କର୍ମଚାରୀ ନିଯୁକ୍ତି ଦିଆଯାଇନାହିଁ। ଶାରଳା ମନ୍ଦିର କର୍ତ୍ତୃପକ୍ଷ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ଜଗତ୍‌ସିଂହପୁର ଚର୍ଚ୍ଚିକା ବଜାରରେ ଚାଲିଥିବା ପାଠାଗାରରେ ମଧ୍ୟ କର୍ମଚାରୀ ମରୁଡ଼ି। ଏଠାରେ ଯେଉଁ ଲାଇବ୍ରେରିଆନ୍‌ ଥିଲେ ତାଙ୍କ ଅବସର ପରେ ପଦବୀ ଖାଲି ପଡ଼ିିଛି । ରାତ୍ର ଜଗୁଆଳ କାମଚଳା ସେବା ଯୋଗାଇ ଚାଲିଛନ୍ତି। କାରଣ ସେ ମଧ୍ୟ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ କାମ କରୁଛନ୍ତି। ଏହାସତ୍ତ୍ବେ ୩ ବର୍ଷ ପୂର୍ବରୁ ଜିଲା ମୁଖ୍ୟାଳୟରେ ସୂଚନା କେନ୍ଦ୍ର ଓ ଇ-ପାଠାଗାର କରାଯିବା ପାଇଁ ଯୋଜନା ହୋଇଥିଲା। ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ସୁବିଧାରେ ସୂଚନା ଦେବା ସହ କମ୍ପ୍ୟୁଟର ମାଧ୍ୟମରେ ନିଜ ଇଚ୍ଛାରେ ପୁସ୍ତକ ଓ ମାଗାଜିନ ଆଦି ପଢ଼ିବାକୁ ସୁଯୋଗ ଦେବା। ସେତେବେଳେ ତତ୍କାଳୀନ ଜିଲାପାଳ ଯାମିନୀ ଷଡ଼ଙ୍ଗୀ ଏନେଇ ଆନ୍ତରିକତା ପ୍ରକାଶ କରିଥିଲେ। ତା’ପରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମଧ୍ୟ ଏଥିପାଇଁ ଅଣ୍ଟା ଭିଡିଥିଲେ। ବର୍ତ୍ତମାନର ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସର (ଏକ ପାର୍ଶ୍ୱ)ରେ ଏହା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ପଡ଼ିଆରେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଫାଟକ ବ୍ୟବସ୍ଥା ହୋଇଥିଲା। ପ୍ରାଥମିକ ଭାବେ ୫ଟି କମ୍ପ୍ୟୁଟର ରହିବା ସହ ଲାଇବ୍ରେରିଆନ୍‌ ଓ ଲୋକ ବସିବା ପାଇଁ ଚେୟାର, ଟେବୁଲ ଆଦି କିଣାଯିବା ଚିନ୍ତା କରାଯାଇଥିଲା। ଚର୍ଚ୍ଚିକା ବଜାରରେ ଥିବା ପୁରୁଣା ପାଠାଗାର ଭଡ଼ାଘରେ ଚାଲିଥିବାରୁ ତାହା ଏହି ସ୍ଥାନକୁ ସ୍ଥାନାନ୍ତର କରାଯିବା ଏକପ୍ରକାର ମୌଖିକଭାବେ ନିଷ୍ପତ୍ତି ହୋଇଥିଲା । ଏହି ଅନୁଯାୟୀ ଏକ ଲମ୍ବା ହଲ୍‌କୁ ୩ଟି କୋଠରିରେ ବିଭକ୍ତ କରାଯାଇଥିଲା। କମ୍ପ୍ୟୁଟର ଲାଗିବା ପାଇଁ ବୋର୍ଡ ବ୍ୟବସ୍ଥା ହୋଇଥିଲା। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏକ ସାଇନ୍‌ବୋର୍ଡ ଲଗାଇ ଦେଇଥିଲେ । ଲୋକେ ମଧ୍ୟ ଖୁସି ଅନୁଭବ କରିଥିଲେ। ଆଶା ଥିଲା ଖୁବଶୀଘ୍ର ସୂଚନା କେନ୍ଦ୍ର ଓ ଇ-ପାଠାଗାର କାର୍ଯ୍ୟକ୍ଷମ ହେବ। କିନ୍ତୁ ଏଥିମଧ୍ୟରେ ବର୍ଷାଧିକ କାଳ ଅତିକ୍ରାନ୍ତ ହୋଇଯାଇଥିଲେ ସୁଦ୍ଧା ସୂଚନା କେନ୍ଦ୍ର ଓ ଇ-ପାଠାଗାର କେବଳ ସାଇନବୋର୍ଡରେ ସୀମିତ ରହିଛି। ଏ ସମ୍ପର୍କରେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଥିଲେ, ସରକାରୀ ଭାବେ ଏହା କରାଯିବା ପାଇଁ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ । ପଦବୀ ସୃଷ୍ଟି ସହ କମ୍ପ୍ୟୁଟର କିଣା ଓ ଅନ୍ୟାନ୍ୟ ବାବଦରେ ଅନୁଦାନ ଯୋଗାଇଦେବାକୁ ଚିଠି କରାଯାଇଛି। କିନ୍ତୁ କୌଣସି ଉତ୍ତର ଆସିନାହିଁ । ସରକାରୀ ଅନୁମୋଦନ ପରେ ଯାହା କିଛି କରିହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏ କେଉଁ ପ୍ରକାର ସଙ୍କେତ? ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ

ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ…

ଶୁଣୁନି ପ୍ରଶାସନ: ରାଶନ କାର୍ଡ, ଭତ୍ତାରୁ ବଞ୍ଚିତ ମହିଳା

ନନ୍ଦପୁର/ପାଡୁଆ, ୩୦।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାଡୁଆ ପଞ୍ଚାୟତ ସଦର ମହକୁମା ଉପରସାହିର ଲକ୍ଷ୍ମୀ ଖରା(୬୬) ସରକାରଙ୍କ ରାଶନ କାର୍ଡ, ଭତ୍ତା ଆଦି…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

‘ଧରିତ୍ରୀ’ ବିରୋଧରେ ଅଭିଯୋଗ ଭିତ୍ତିହୀନ, ମାମଲା ଖାରଜ କଲେ କୋର୍ଟ

ପୁରୀ/ଗୋପ,୩୦ା୩( ଅଜିତ ମହାନ୍ତି/ ଭାରତୀ ଭୂଷଣ ଉପାଧ୍ୟାୟ): ଜାଲ ସାର୍ଟିଫିକେଟ ରାକେଟ ସମ୍ପର୍କିତ ଖବର ପ୍ରକାଶନ ବିରୋଧରେ ଧରିତ୍ରୀ ଏବଂ ଏହାର ଖବରଦାତାଙ୍କ ବିରୋଧରେ ହୋଇଥିବା ଏକ…

ଫୁଲ ତୋଳିବା ହେଲା କାଳ, କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଜଣେ ବୃଦ୍ଧା ମହିଳାଙ୍କ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍‌ ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା, କଳାବଜାର ଆଶଙ୍କା କରି…

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରୋଷେଇ ଗ୍ୟାସ ବିତରଣ ସମସ୍ୟା ପ୍ରତିବାଦରେ ସୋମବାର ଗ୍ୟାସ୍‌ ଆଣିବାକୁ ଯାଇଥିବା ଉପଭାକ୍ତା ସିଲିଣ୍ଡର ଧରି ପ୍ରତିବାଦ କରିବା ସହ କେନ୍ଦୁଝର-ଶଙ୍କରପୁର-ବେଲଦା ରାସ୍ତା…

ଉପଜିଲାପାଳଙ୍କ ଅଫିସ ନିକଟରେ ଅଗ୍ନିକାଣ୍ଡ, ୩ ଦୋକାନ ଛାରଖାର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସାଗରପଡ଼ା ଉପଜିଲାପାଳଙ୍କ ଅଫିସ ନିକଟ ଛକରେ ସୋମବାର ଅଗ୍ନିକାଣ୍ଡ ଘଟି ତିନି ଦୋକାନ ଛାରଖାର ହୋଇଯାଇଛି। ଗୋଟିଏ ଟାୟାର ଦୋକାନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri