ସର୍ଜରୀ ସମୟରେ ହାତରେ ଲାଗିଥିଲା ଟାଇଟେନିୟମ ପ୍ଲେଟ୍‌, ବିଜୁଳି ମାରିବାରୁ ଘଟିଲା ଏମିତି

ଲଣ୍ଡନ,୧୭ା୭: ଝଡ଼ ତୋଫାନ ସମୟରେ ସେଲ୍‌ଫି ନେବା ବାରମ୍ବାର ମନା କରାଯାଉଥିଲେ ମଧ୍ୟ ୩ ଭାଇ ଭଉଣୀଙ୍କୁ ମହଙ୍ଗା ପଡ଼ିଛି। ଗଛ ତଳେ ଠିଆ ହୋଇ ସେଲ୍‌ଫି ନେଉଥିବା ବେଳେ ବିଜୁଳି ମାରିବାରୁ ୩ ଭାଇ ଭଉଣୀ ତଳେ ପଡ଼ି ବେହୋସ ହୋଇଗଲେ। ଯେତେବେଳେ ହୋସ୍‌ ଆସିଲା ସେତେବେଳେ ଦେଖିଲେ ସେମାନେ ହସ୍ପିଟାଲ ବେଡ୍‌ରେ। ଏହି ଘଟଣା କେମିତି ହେଲା ସେମାନେ ନିଜେ ବି ଜାଣିନାହାନ୍ତି।

ଏପରି ଘଟଣା ଘଟିଛି ଇଂଲଣ୍ଡର ଇଷ୍ଟ ମୌଲେସିରେ। ୩ ଭାଇ ଭଉଣୀ ରାଚେଲ, ଇସୋବେଲ୍‌ ଏବଂ ଆଣ୍ଡ୍ରିୟୁ ଏକ ଗଛ ତଳେ ଠିଆ ହୋଇ ସେଲ୍‌ଫି ନେଉଥିଲେ। ଏହି ସମୟରେ ବିଜୁଳି ମାରିବାରୁ ୩ ଜଣ ବେହୋସ ହୋଇ ପଡ଼ିଯାଇଥିଲେ। ଇସୋବେଲ୍‌ କୁହନ୍ତି, ଆମେ ଭାଇଭଉଣୀ ମିଶି ମାଉସୀଙ୍କ ଘରକୁ ଯାଉଥିଲୁ। ଏହି ସମୟରେ ପରିସ୍ରା ଲାଗିଲା। ତେଣୁ ଭାଇ ଭଉଣୀ ତିନିଜଣ ଏକ ଗଛ ମୂଳେ ଠିଆ ହେଲୁ। ଖୁସି ହୋଇ ସେଲ୍‌ଫି ନେଉଥିଲୁ। ବର୍ଷାରେ ଭିଜି ଫଟୋ ବି ଉଠାଇଲୁ। ହଠାତ୍‌ ବିଜୁଳ ମାରିବାରୁ ମୁଁ ତଳେ ପଡ଼ିଗଲି। ସେହିପରି ରେଚେଲ କୁହନ୍ତି, ତାଙ୍କ ଜଙ୍ଘ ଏବଂ ପେଟ ଜଳି ଯାଇଛି। ତାଙ୍କ ହାତରେ ମଧ୍ୟ ଆଘାତ ଲାଗିଛି। ସୌଭାଗ୍ୟବଶତଃ ତିନିଜଣ ଯାକ ବଞ୍ଚି ଯାଇଛନ୍ତି। ଏବେ ସେମାନଙ୍କୁ ସେଣ୍ଟ୍‌ ଜଜ୍‌ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି। ରାଚେଲ କୁହନ୍ତି, ମୋ ଭଉଣୀ ହାତରେ ଟାଇଟେନିୟମ ପ୍ଲେଟ୍‌ ଲାଗିଥିବାରୁ ବହୁତ ଗରମ ଥିଲା। ତେଣୁ ତାଙ୍କ ଦେହ ଅଧିକାଂଶ ଜଳିଗଲା। ଈଶ୍ୱରଙ୍କ ଧନ୍ୟବାଦ ଆମ ଭାଇ-ଭଉଣୀଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିନ୍‌ପିଙ୍ଗ୍‌ଙ୍କ ‘ମିଶନ ତାଇଓ୍ବାନ୍‌’ ପ୍ରଘଟ

ବେଜିଂ,୨୪ା୫: ଫେବୃୟାରୀ ୨୪ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ନିଜ ସୈନ୍ୟଙ୍କୁ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ‘ସ୍ବତନ୍ତ୍ର ସାମରିକ ଅଭିଯାନ’କୁ...

୪,୮୦୦ରୁ ଅଧିକ ଆଇସ୍‌ କ୍ରିମ୍‌ ବାକ୍ସରେ କରୋନା ଭୂତାଣୁ

ବେଜିଂ,୧୬।୧: କରୋନା ସଂକ୍ରମଣ ନେଇ ଚାଇନାରେ ପୁଣି ଆତଙ୍କ ଦେଖାଦେଇଛି। ଏଠାରେ ୪,୮୩୬ ଆଇସ୍‌ କ୍ରିମ୍‌ ବାକ୍ସ୍‌ରେ କରୋନା ଭୂତାଣୁ ରହିଥିବା ସ୍ବାସ୍ଥ୍ୟ ଅଧିକାରୀମାନେ ସୂଚନା...

ୟୁକ୍ରେନରେ ୫୦ କ୍ରୁଜ୍‌ କ୍ଷେପଣାସ୍ତ୍ର ମାଡ଼ କଲା ରୁଷିଆ

କିଭ୍‌,୩୧ା୧୦: କ୍ରିମିଆ ବ୍ରିଜ ବିସ୍ଫୋରଣ ପରଠାରୁ ରୁଷିଆ ତାର ଆକ୍ରମଣକୁ ଜୋରଦାର କରିଛି। ୟୁକ୍ରେନ ରାଜଧାନୀ କିଭ୍‌ ସମେତ ଦେଶର ବିଭିନ୍ନ ସହରରେ ପ୍ରତିଦିନ କ୍ଷେପଣାସ୍ତ୍ର...

ପଡ଼ୋଶୀ ମହିଳାଙ୍କୁ ହତ୍ୟା କରି ହାର୍ଟ କାଢ଼ିନେଲେ, ଆଳୁ ସହ ତରକାରୀ କରି ପରିବାର ସଦସ୍ୟଙ୍କୁ ଖାଇବାକୁ ଦେଲେ; ଘଟଣା ଜଣାପଡ଼ିବା ପରେ…

ଓ୍ବାଶିଂଟନ,୨୭।୨: ଆମେରିକାରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ପଡ଼ୋଶୀ ମହିଳାଙ୍କୁ ହତ୍ୟା କରି ତାଙ୍କ ହାର୍ଟ କାଢ଼ି ନେଇଥିଲେ।...

କରୋନା ଲଢ଼େଇ: ଶତ୍ରୁ ରାଷ୍ଟ୍ର ବି ପାଲଟିଲେ ମିତ୍ର

ଓ୍ବାଶିଂଟନ,୩।୧୨: କରୋନା ମହାମାରୀ ଲଢ଼େଇରେ ପୃଥିବୀର ବିଭିନ୍ନ ରାଷ୍ଟ୍ରର ବୈଜ୍ଞାନିକ ଔଷଧ ପ୍ରସ୍ତୁତି ପାଇଁ ଦିନରାତି ଲାଗି ରହିଛନ୍ତି। ପୃଥିବୀର କଲ୍ୟାଣ ପାଇଁ ଶତ୍ରୁ ରାଷ୍ଟ୍ର...

ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ୧୦ ଆତଙ୍କବାଦୀ ମୃତ

କ୍ୱେଟା,୩୦ ।୧୧: ପାକିସ୍ତାନର ଅଶାନ୍ତ ଅଞ୍ଚଳ ବଲୁଚିସ୍ତାନରେ ମଙ୍ଗଳବାର ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁରେ ୧୦ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସେନାର ମିଡିଆ ୱିଙ୍ଗ...

ବାଂଲାଦେଶରେ ମାନବାଧିକାର ସ୍ଥିତି, ଆମେରିକାକୁ ହସିନା ସରକାରଙ୍କ ଜବାବ୍‌…

ଢାକା, ୧୬।୪ : ମାନବ ଅଧିକାର ପରିସ୍ଥିତି ଉପରେ ଆମେରିକାର ବୈଦେଶିକ ବିଭାଗର ରିପୋର୍ଟକୁ ବାଂଲାଦେଶ ସରକାର ସମାଲୋଚନା କରିଛନ୍ତି। ଏଥି ସହିତ ଏହି ପ୍ରସଙ୍ଗରେ...

ଇମ୍ରାନଙ୍କ ଆଗରେ ମୋଦିଙ୍କ ହୁଙ୍କାର: ଆତଙ୍କବାଦୀଙ୍କୁ ମୂଳପୋଛ କରାଯାଉ

ବିଶକେକ, ୧୪।୬: ସାଂଘାଇ କୋଅପରେଶନ ଅରଗାଇନାଇଜେଶନ(ଏସସିଓ) ସମ୍ମିଳନୀର ଦ୍ୱିତୀୟ ଦିନରେ ଆତଙ୍କବାଦ ମୂଳପୋଛ ପାଇଁ ସବୁ ଦେଶ ମିଶି ଆଗେଇ ଆସିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ...

Advertisement
Archives

Model This Week