ସାବଧାନ ! ଶଯ୍ୟାରେ ବି ରହିଛନ୍ତି ରୋଗ ସୃଷ୍ଟିକାରୀ କୋଟି କୋଟି ସୂକ୍ଷ୍ମଜୀବ…

ଲଣ୍ଡନ,୧୭।୭: ଘରେ ଆମର ଶୋଇବା ଶଯ୍ୟା ମଧ୍ୟ ସୁରକ୍ଷିତ ନୁହେଁ। ଶଯ୍ୟାରେ କୋଟି କୋଟି ରୋଗସୃଷ୍ଟିକାରୀ ସୂକ୍ଷ୍ମଜୀବ ବାସ କରିଥାନ୍ତି। ତେଣୁ ଏନେଇ ସାବଧାନ ରହିବାର ଆବଶ୍ୟକତା ରହିଛି। ସତର୍କ ନ ରହିଲେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବାର ଯଥେଷ୍ଟ ଆଶଙ୍କା ରହିଥାଏ। ଏସମ୍ପର୍କରେ ଲଣ୍ଡନର ଓ୍ବେଷ୍ଟମିନିଷ୍ଟର ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ମେଡ଼ିକାଲ ଶଯ୍ୟା ଆଖିକୁ ସଫା ଦେଖାଯାଉଥିଲେ ମଧ୍ୟ ଏଥିରେ ଅଧିକ ସଂଖ୍ୟକ ଷ୍ଟେଫିଲୋକୋକସ୍‌ ବ୍ୟାକ୍ଟେରିଆ ରହିଥାନ୍ତି। ଏହା ଯୋଗୁ ତ୍ୱଚା ସଂକ୍ରମଣ, ନିମୋନିଆ, ପରିସ୍ରାନଳୀ ସଂକ୍ରମଣ, ଡାଇରିଆ, ମୋନିଜାଇଟିସ୍‌, ସେସ୍ପିସ୍‌ ସହିତ ଅନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇଥାଏ। ସେହିପରି ଘରର ଶଯ୍ୟା ବି ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ। ପ୍ରତିଦିନ ଶୋଇବା ସମୟରେ ୫୦ କୋଟିରୁ ଅଧିକ ତ୍ୱଚା କୋଷିକା ଶରୀରରୁ ଅଲଗା ହୋଇଥାଏ। ଏସବୁ କୋଷିକା ସୂଷ୍ମଜୀବଙ୍କ ଆହାର। ଫଳରେ ତ୍ୱଚା କୋଷିକାକୁ ଖାଇବା ପାଇଁ ବିଭିନ୍ନ ପ୍ରକାରର ସୂଷ୍ମଜୀବ ଆକର୍ଷିତ ହୋଇ ଆସିଥାନ୍ତି। ସେହିପରି ଶରୀରରୁ ନିର୍ଗତ ହେଉଥିବା ଝାଳ, ପାଟିର ଲାଳ, ଖାଦ୍ୟର ସୂକ୍ଷ୍ମାତି ସୂକ୍ଷ୍ମ ଅଂଶ ଆଦି ଶଯ୍ୟାରେ ଲାଗି ରହିଥାଏ। ଏହାଯୋଗୁ ଆଲର୍ଜି ଏବଂ ଆଜ୍‌ମା ଭଳି ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଥାଏ ବୋଲି ଓ୍ବେଷ୍ଟମିନିଷ୍ଟର ବିଶ୍ୱବିଦ୍ୟାଳୟର ମେଡିକାଲ ମାଇକ୍ରୋବାୟୋଲୋଜିଷ୍ଟ ପ୍ରଫେସର ମନଲ୍‌ ମହମ୍ମଦ ସୂଚନା ଦେଇଛନ୍ତି। ତେବେ ପ୍ରତିଦିନ ଶୋଇବା ଶେଯରେ ବ୍ୟବହୃତ ହେଉଥିବା ଚାଦର, ତକିଆ ଖୋଳ ଆଦିକୁ ବାହାରେ ଖରାରେ ଶୁଖାଇଲେ ବିଭିନ୍ନ ସ୍ବାସ୍ଥ୍ୟଗତ ସଂକ୍ରମଣ ଆଶଙ୍କା କମ୍‌ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନାରୀ ଶୃଙ୍ଗାରରେ ‘ଖୋଷା’: ଓଡ଼ିଆଣୀର କେଶ ବିନ୍ୟାସରେ ଥାଏ ପରମ୍ପରାର କଥା; ପାଶ୍ଚାତ୍ୟ ନାରୀମାନେ ବି ଖୋଷା ମୋହରେ

କେଶ ବିନ୍ୟାସ ଭିତରେ ଖୋଷା ହେଉଛି ଏପରି ଏକ କେଶ ବିନ୍ୟାସ, ଯାହା ଆରମ୍ଭରୁ ଆଜିିଯାଏ ରହିଆସିଛି। ତେବେ ସମୟ ଓ ପୋଷାକ ପରିଚ୍ଛଦକୁ ନେଇ...

କୁଲ୍‌ ସମର୍‌ ଲୁକ୍‌

ଖରାଦିନେ ସୂର୍ଯ୍ୟଙ୍କର ପ୍ରଖର କିରଣ ସାଙ୍ଗକୁ ଝାଞ୍ଜି ପବନ ଭାରି କଷ୍ଟ ଦେଇଥାଏ। ତା’ସାଙ୍ଗକୁ ବେଳେବେଳେ ଦେହରୁ ବାହାରୁଥିବା ଝାଳ ବି ମେକ୍‌ଅପ୍‌କୁ ଖରାପ କରିଦିଏ;...

ଲୁଣର ଉପକାରୀ ଗୁଣ

ଲୁଣ ରୋଷେଇ ଘରର ସବୁଠାରୁ ବଡ଼ ମସଲା ବୋଲି କେହି କେହି କହିଥାଆନ୍ତି। କାରଣ ଲୁଣ ବିନା କୌଣସି ରନ୍ଧା ଖାଦ୍ୟ ସ୍ବାଦିଷ୍ଟ ହୋଇ ନ...

ଏସବୁ ଲକ୍ଷଣ ଦେଖା ଦେଉଛି କି? ହୋଇପାରେ ହୃଦ୍‌ଘାତ

ବିଶ୍ୱବ୍ୟାପୀ ମୃତ୍ୟୁର ମୁଖ୍ୟ କାରଣ ହେଉଛି ହାର୍ଟ ଆଟାକ୍‌ ବା ହୃଦ୍‌ଘାତ। ଏହାର ଅନେକ କାରଣ ରହିଛି। ଆମେ ଅଧିକ କାମ କରୁ ମାତ୍ର ବହୁତ...

ପିସିଓଏସ୍‌-ଆଇଭିଏଫ୍‌ ଚିକିତ୍ସା ପ୍ରଣାଳୀ

”ପଲିସାଇଷ୍ଟିକ୍‌ ଓଭାରିଆନ ଡିଜିଜ (ପିସିଓଡି) ଯାହାକି ପଲିସାଇଷ୍ଟିକ ଓଭାରିୟାନ ସିନଡ୍ରୋମ (ପିସିଓଏସ) ଭାବେ ଏହି ରୋଗ ବର୍ତ୍ତମାନ ମହିଳାମାନଙ୍କ ମଧ୍ୟରେ ବିଶେଷ କରି ୪୦ ବର୍ଷ...

ଏମିତି ବ୍ଲଡ୍‌ ଗ୍ରୁପ୍‌, ବିଶ୍ୱରେ ମାତ୍ର ୪୩ ଜଣଙ୍କଠାରେ ଦେଖିବାକୁ ମିଳିଥାଏ

ସାଧାରଣତଃ A , B, AB, 0+ ଏବଂ ନେଗେଟିଭ୍‌ ପରି ମଣିଷମାନଙ୍କଠାରେ ଅନେକ ବ୍ଲଡ୍‌ ଗ୍ରୁପ୍‌ ମିଳିଥାଏ। କିନ୍ତୁ ଗୋଟିଏ ବ୍ଲଡ୍‌ ଗ୍ରୁପ୍‌ ଅଛି,...

ସ୍ନାୟୁରୋଗରୁ ଦୂରେଇ ରହିବା ପାଇଁ ସପ୍ତାହରେ ୨ ଥର ୧୫ ମିନିଟ୍‌ କରନ୍ତୁ ଏହି ଆସନ…

ସିଂହାସନ ଆସନର ନାମ ଅନୁସାରେ ଏହାକୁ ସେଭଳି କରିବାକୁ ମଧ୍ୟ ପଡିଥାଏ। ଏହି ଆସନରେ ସିଂହ ଭଳି ବସିବାକୁ ପଡିଥାଏ। ସିଂହାସନ କରିବା ଦ୍ୱାରା ଆଖି,ମୁହଁ...

ସ୍କିନ୍‌ଟୋନ୍‌ ଅନୁସାରେ ଲିପ୍‌ଷ୍ଟିକ୍‌

ମୁହଁର ସୌନ୍ଦର୍ଯ୍ୟ ବଢାଇବାରେ ବିଭିନ୍ନ ମେକ୍‌ଅପ୍‌ ସାମଗ୍ରୀ ମଧ୍ୟରୁ ଲିପ୍‌ଷ୍ଟିକ୍‌ର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ହେଲେ ଏହି ଲିପ୍‌ଷ୍ଟିକ୍‌ ଯଦି ସ୍କିନ୍‌ ଟୋନ୍‌କୁ ମ୍ୟାଚ୍‌ ନ...

Advertisement
Archives

Model This Week