ନିଅଣ୍ଟିଆ ବର୍ଷା: ଜମି ପଡ଼ିଆ

ମାର୍ଶାଘାଇ,୮ା୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): ଆଷାଢ଼, ଶ୍ରାବଣ ଯାଇ ଭାଦ୍ରବ ହେଲାଣି କାଁ ଭାଁ କେମିତି କେତେବେଳେ ବର୍ଷା ହେଊଛି ଯେ ତାହା କାମକୁ ନୁହେଁ। କିଭଳି ଚାଷ କାର୍ଯ୍ୟହେବ, ବର୍ଷକର ଦାନା ଘରକୁ ଆସିବ ସେ ଚିନ୍ତାରେ ଚାଷୀ ପଡିଛନ୍ତି। ମାର୍ଶାଘାଇ ବ୍ଲକର ଜଳସେଚିତ ଜମିରେ ଧୀର ମନ୍ଥର ଗତିରେ ଚାଷ କାର୍ଯ୍ୟ ଚାଲିଥିବା ବେଳେ ଅଣଜଳସେଚିତ ଜମି ଏବେ ଚାରଣ ଭୂମି ପାଲଟିଛି। ଯେଉଁଟି ଖାଲୁଆ ଜାଗାରେ ଟିକେ ପାଣି ରହିଛି ସେଠାରେ ମୋଟର ପକାଯାଇ କିଛି ଜମିରେ ରୁଆ ବେଉଷଣ ହେଊଛି।
ଚଳିତବର୍ଷ ନିଅଣ୍ଟିଆ ବର୍ଷା ସାଙ୍ଗକୁ ବ୍ରାଞ୍ଚ କେନାଲରେ ଆବଶ୍ୟକ ପରିମାଣର ପାଣି ନ ଆସିବାରୁ କେନାଲ ପାଖ ଚାଷବାସ ଧୀମେଇ ଯାଇଛି। କୃଷି ବିଭାଗ ସୂଚନା ଅନୁଯାୟୀ, ବ୍ଲକର ୨୪ ପଞ୍ଚାୟତରେ ମୋଟ ୧୧,୪୧୬ ହେକ୍ଟର ଚାଷ ଜମି ରହିଛି। ସେଥିରୁ ୮,୭୦୦ ହେକ୍ଟର ଜମିରେ ଧାନ ଚାଷ ହେଉଥିବା ବେଳେ ଅବଶିଷ୍ଟ ଜମିରେ ପନିପରିବା, ଚିନା ବାଦାମ, ଆଖୁ, ନଳିତା ଆଦି ଚାଷ କରାଯାଏ। ବ୍ଲକର ମୋଟ ୭,୯୬୧ ହେକ୍ଟର ଜଳସେଚିତ ଜମି ରହିଛି। ବ୍ଲକର ଅନ୍ତେଇ, ବଟିରା, ମଙ୍ଗରାଜପୁର, ବେରୁହଁା, ତାଳସଙ୍ଗା, ଗରଜଙ୍ଗା, ପରକୁଳା, ରାଘବପୁର, ଆଖୁଆ ଦକ୍ଷିଣୀ, ଜଳପୋକ, ଆଈତିପୁର ଆଦି ପଞ୍ଚାୟତ ଅଣଜଳସେଚିତ ହୋଇଥିବା ବେଳେ ନିଅଣ୍ଟିଆ ବର୍ଷା ଯୋଗୁ ରୁଆ ବେଉଷଣ କାର୍ଯ୍ୟ ବିଳମ୍ବିତ ହୋଇଛି। ନିକଟରେ ବଛରାଉ ପଞ୍ଚାୟତରେ କେନାଲ ରେ ପାଣି ଆସୁ ନ ଥିବା ନେଇ ରମାନାଥ ସାମନ୍ତରାୟଙ୍କ ନେତୃତ୍ୱରେ ଶତାଧିକ ଚାଷୀ ରାସ୍ତାରୋକୋ କରିଥିଲେ। ଯେଉଁଠି ଏ ସମୟରେ ଚାଷଜମି ଶସ୍ୟ ଶ୍ୟାମଳା ହେବା କଥା ତାହା ଏବେ ଚାରଣ ଭୂମି ପାଲଟିଛି। ମାର୍ଶାଘାଇ ବ୍ଲକ ଅଞ୍ଚଳ ଏକ କୃଷି ପ୍ରବଣ ଅଞ୍ଚଳରେ ଚାଷ ଏକ ମାତ୍ର ପନ୍ଥା ହୋଇଥିବା ବେଳେ ନିଅଣ୍ଟିଆ ବର୍ଷା ଚାଷୀର ବର୍ଷକର ଆହାର ଛଡାଇ ନେବାର ଆଶଙ୍କା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri