ଲଘୁଚାପ ଉତ୍ତର ଭାରତ ମୁହାଁ

ଭୁବନେଶ୍ୱର,୧୮ା୮(ବ୍ୟୁରୋ):ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ଓଡ଼ିଶା ଉପକୂଳ ଛୁଇଁଛି । ଏହାର ପ୍ରଭାବରେ ସୋମବାର ରାତିଠାରୁ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗଞ୍ଜାମ, ନୟାଗଡ଼, କଟକ, କନ୍ଧମାଳ, ମାଲକାନଗିରି, କୋରାପୁଟ, ଜଗତ୍‌ସିଂହପୁର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବ। ସେହିପରି ଖୋର୍ଦ୍ଧା, ପୁରୀ, ବୌଦ୍ଧ, ଯାଜପୁର, ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର, ରାୟଗଡ଼ା, ଗଜପତି, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର, ଅନୁଗୋଳ, କଳାହାଣ୍ଡି ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।
୧୯ ତାରିଖରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ସୋନପୁର, ଅନୁଗୋଳ, ନୂଆପଡ଼ା, ବଲାଙ୍ଗୀର ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ଗୁରୁବାର ଲଘୁଚାପ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଆଡ଼କୁ ଚାଲିଯିବ। ଏହାର ପ୍ରଭାବ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ମହାରାଷ୍ଟ୍ର ଓ ଗୁଜରାଟ ଉପରେ ମଧ୍ୟ ପଡ଼ିବ । ଫଳରେ ଏସବୁ ରାଜ୍ୟଗୁଡ଼ିକରେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା ରହିଛି ।
ଏହି ଲଘୁଚାପ ପ୍ରଭାବରେ ଅଗଷ୍ଟରେ ଦେଖା ଦେଇଥିବା ନିଅଣ୍ଟିଆ ବର୍ଷା ସାମାନ୍ୟ ଭରଣା ହେବା ସମ୍ଭାବନା ରହିଛି । ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଜୁନ୍‌ ପହିଲାରୁ ଅଗଷ୍ଟ ୧୭ ମଧ୍ୟରେ ୨୯ ପ୍ରତିଶତ କମ୍‌ ବର୍ଷା ହୋଇଛି। ମାତ୍ର ୭ ଟି ଜିଲାରେ ସ୍ବାଭାବିକ ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ସେହି ଜିଲାଗୁଡ଼ିକ ହେଲା କଟକ, ଜଗତ୍‌ସିଂହପୁର, ଖୋର୍ଦ୍ଧା, କୋରାପୁଟ,ମାଲକାନଗିରି, ନୂଆପଡ଼ା ଏବଂ ପୁରୀ। ବାକି ୨୩ ଜିଲାରେ ବର୍ଷା ନିଅଣ୍ଟିଆ ରହିଛି। ସେହି ସବୁ ଜିଲା ରେଡ୍‌ ଜୋନ୍‌ରେ ରହିଛି।
ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କୋରାପୁଟରେ ୧୩ ମିଲିମିଟର ବର୍ଷା ହୋଇଥିବା ବେଳେ ମାଲକାନଗିରି ୮୬.୮, ପାରଳାଖେମୁଣ୍ଡି ୨୨.୬, ବାଲେଶ୍ୱର ୧୧, ଚାନ୍ଦାବାଲି ୨୮.୫, କଟକ ୧୫.୨, ଭୁବନେଶ୍ୱର ୮.୪, ଗୋପାଳପୁର ୬.୧, ପୁରୀ ୨୧.୨, ବାରିପଦା ୬.୨, ହୀରାକୁଦରେ ୧୮.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ

ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…

‘ମୁକ୍ତା’ଯୋଜନାରେ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେବ: ବିଧାୟକ

ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍‌ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?