World Laughter Day 2025: ବିଶ୍ୱ ହସ ଦିବସ; ୧୫ ମିନିଟ୍‌ ହସ ଦହନ କରିଥାଏ ୪୦ କ୍ୟାଲୋରି, ଜାଣନ୍ତୁ…

୧୯୯୮ ମେ’ ୧୦ରେ ମୁମ୍ବାଇଠାରେ ଡା. ମଦନ କାଟାରିଆଙ୍କ ତତ୍ତ୍ୱାବଧାନରେ ପ୍ରଥମେ ବିଶ୍ୱ ହସ ଦିବସ ପାଳନ କରାଯାଇଥିଲା। ପରବର୍ତ୍ତୀ ସମୟରେ ମେ’ ପ୍ରଥମ ରବିବାରକୁ ଏହି ଦିବସ ଭାବେ ପାଳନ କରାଯାଇଆସୁଛି। ଚଳିତବର୍ଷ ଏହି ଦିବସ ଲାଗି ଥିମ୍‌ ରହିଛି ‘ସ୍ବାସ୍ଥ୍ୟ, ଶାନ୍ତି ଏବଂ ଖୁସି ପାଇଁ ହସ’। ୧୫ ମିନିଟ୍‌ର ହସ ୪୦ କ୍ୟାଲୋରି ପର୍ଯ୍ୟନ୍ତ ଦହନ କରିଥାଏ ଏବଂ ଏହା ଶାରୀରିକ ଓଜନ କମାଇବା ତଥା ସୁସ୍ଥ ରହିବାରେ ସହାୟକ ହୋଇଥାଏ।

ପ୍ରଖ୍ୟାତ ହାସ୍ୟାଭିନେତା ଚାର୍ଲି ଚାପଲିନ୍‌ କହିଥିଲେ, ‘ଯେଉଁଦିନ ମୁଁ ହସି ନ ଥାଏ, ସେ ଦିନ ମୋର ବେକାର ଗଲା ପରି ମନେକରେ।’ ବାସ୍ତବରେ ‘ହସ’ ଏପରି ଏକ ଅମୂଲ୍ୟ କାର୍ଯ୍ୟ ଯାହା ପ୍ରତ୍ୟେକ ମଣିଷ ପାଇଁ ଅଶେଷ ହିତକାରୀ। ଏଥିସହ ଏହା ଅନେକ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ବିକାରରୁ ମୁକ୍ତି ଦେଇଥାଏ।

ମଣିଷ ବିଷାଦଗ୍ରସ୍ତ ହେଲେ ତା’ର ଉପକାରୀ ହରମୋନ୍‌ ଓ ରାସାୟନିକ ତତ୍ତ୍ୱ କ୍ଷରଣରେ ବାଧା ସୃଷ୍ଟି ହୋଇଥାଏ। ମନ ଓ ମାନସିକ ଅବସ୍ଥାକୁ ସନ୍ତୁଳନ କରୁଥିବା ରାସାୟନିକ ପଦାର୍ଥ ଯଥା- ଗାବା, ସିରୋଟୋନିନ୍‌, ଆଡ୍ରେନାଲିନ୍‌ ଓ ଡୋପାମିନ୍‌ଗୁଡ଼ିକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଆମର ଦୁଃଖ, ବ୍ୟାକୁଳତା, ଆନନ୍ଦ ଓ ହସ ସହିତ ଜଡ଼ିତ ଥାଆନ୍ତି। ଡୋପାମିନ କମ୍‌ ହେଲେ ବିଷାଦ ଆସିଥାଏ ଓ ଆଡ୍‌ରେନାଲିନ୍‌ ଅଧିକ ହେଲେ ଉନ୍ମାଦନା ଓ ଚଞ୍ଚଳତା ଆସିଥାଏ। ମଣିଷ ଚାପଗ୍ରସ୍ତ, ବିଷାଦଗ୍ରସ୍ତ ଓ ଆତୁର ନ ରହିଲେ ତା’ର ଆଭ୍ୟନ୍ତରୀଣ ଶରୀରର ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ଚାଲିଥାଏ, ନଚେତ୍‌ ସବୁ କାର୍ଯ୍ୟ ଶିଥିଳ ହୋଇଯାଏ। ଅଧିକାଂଶ ରୋଗ ମନ ସହିତ ଜଡ଼ିତ ଓ ଖାଲି ଶାରୀରିକ ରୋଗର ଚିକିତ୍ସା କଲେ ସେସବୁ ଭଲ ହୋଇ ନ ଥାଏ। ବରଂ ଉଭୟ ଶାରୀରିକ ଓ ମାନସିକ ବ୍ୟତିକ୍ରମର ଚିକିତ୍ସା କଲେ ରୋଗୀଟି ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଥାଏ।

ହସ ଓ କାନ୍ଦ ଦୁଇଟି ମଧ୍ୟରୁ ହସ ପାଇଁ ଅଧିକ ମାଂସପେଶୀ କାର୍ଯ୍ୟ କରିଥାଆନ୍ତି। କାନ୍ଦ ଯଦିଓ ମଣିଷର ଅନ୍ତରରୁ ଅନେକ ଦୁଃଖ ଓ କଷ୍ଟ ଧୋଇଦେଇଥାଏ। ହସ ମଣିଷକୁ ପ୍ରଫୁଲ୍ଲତା ପ୍ରଦାନ କରିଥାଏ। ଗୋଟିଏ ହସ କୋଟିଏଙ୍କ ମନରେ ପୁଲକ ଭରି ଦେଇଥାଏ, ମାତ୍ର ଏହା ଆକ୍ଷେପପୂର୍ଣ୍ଣ, ଅପମାନିତ କରିବା ଭଳି ହେବା ଉଚିତ ନୁହେଁ।
-ଡା. ରାମଚନ୍ଦ୍ର ରାଉତ, ପୂର୍ବତନ ନିର୍ଦ୍ଦେଶକ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା
ମୋ:୮୨୪୯୦୮୭୯୯୮


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri