ନୀରୋଗ ପାଇଁ ଜୀବନଧାରା

ଆମ ଶରୀରର ସମସ୍ତ କାର୍ଯ୍ୟ ଏକାଦଶ ଇନ୍ଦ୍ରିୟ ଦ୍ୱାରା ପରିଚାଳିତ। ଏହି ଇନ୍ଦ୍ରିୟଗୁଡ଼ିକ ମଧ୍ୟରୁ ପଞ୍ଚ ଜ୍ଞାନେନ୍ଦ୍ରିୟ (ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ବା ଓ ତ୍ୱଚା), ପଞ୍ଚ କର୍ମେନ୍ଦ୍ରିୟ (ବାକ୍‌, ପାଣି, ପାଦ, ପାୟୁ ବା ଗୁଜ ଓ ଉପସ୍ଥ ବା ଲିଙ୍ଗ) ଓ ଏକାଦଶ ଇନ୍ଦ୍ରିୟ ‘ମନ’କୁ ସଂଯୋଗକାରୀ ଇନ୍ଦ୍ରିୟ କୁହାଯାଏ । ଏଣୁ ମନ ଦ୍ୱାରା ଏହି ଦଶଟି ଇନ୍ଦ୍ରିୟର କାର୍ଯ୍ୟ ପରିଚାଳିତ ହୋଇଥାଏ। ଏହି ମନର ସ୍ଥାନ ମସ୍ତିଷ୍କସ୍ଥିତ କପାଳ ମଧ୍ୟସ୍ଥ ଭ୍ରୂଲତା ଦ୍ୱୟ ସଂଯୋଗ ସ୍ଥଳ ଆଜ୍ଞାଚକ୍ରରେ ଉପସ୍ଥିତ।
ତେଣୁ ମନକୁ ନିୟନ୍ତ୍ରଣ କରିବା ଦ୍ୱାରା ଶରୀରର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ଚାଲେ। ମନର ଆୟଭୂ ଦ୍ୱାରା ମନର ବିକାର କାମ, କ୍ରୋଧ, ଲୋଭ, ମୋହ, ଈର୍ଷା, ଦ୍ୱେଷ ଏହି ଷଡ଼ ରିପୁକୁ ଆୟତ୍ତ କରି ଦମନ କରି ହୁଏ। ଫଳରେ ସତ୍‌ବୁଦ୍ଧି, ଚିନ୍ତା ଦ୍ୱାରା ଶରୀରର ସମସ୍ତ ଗ୍ରନ୍ଥି, ସ୍ରୋତସର କାର୍ଯ୍ୟ ଉତ୍ତମ ରୂପେ ହୋଇଥାଏ। ତେଣୁ କୁହାଯାଇଛି, ”ସତ୍ତ୍ୱ ଆତ୍ମା ଶରୀରଂ ଚ ତ୍ରୟ ମେତତ୍‌ ତ୍ରି ଦଣ୍ଡବତ୍‌“ ଅର୍ଥାତ୍‌ ସାତ୍ତ୍ୱିକ ଭାବ, ଆତ୍ମା ଏବଂ ଶରୀର ଏହି ତିନୋଟି ଦଣ୍ଡ ସଦୃଶ ଧାରଣ କରି ଆମେ ନୀରୋଗ ଜୀବନଯାପନ କରିପାରିବୁ।
ଶରୀର ପୋଷଣ ପାଇଁ ଖାଦ୍ୟ ଆବଶ୍ୟକ। ଖାଦ୍ୟ ମଧ୍ୟ ସାତ୍ତ୍ୱିକ ହେବା ଉଚିତ୍‌।
ଖାଦ୍ୟ ମାନ, ମାତ୍ରା ଓ ସମୟ ମଧ୍ୟ ଠିକ୍‌ ନିର୍ଦ୍ଧାରଣ ହେବା ଉଚିତ।
ଆହାର ଗ୍ରହଣ ପୂର୍ବରୁ ଭଗବାନ୍‌ଙ୍କୁ ଅର୍ପଣ କରିବାକୁ ଅଭ୍ୟାସରେ ପରିଣତ କରନ୍ତୁ। ଏହାଦ୍ୱାରା ଜଣେ ଶାନ୍ତ ମନରେ ଭୋଜନ କରିଥାଏ। ଭୋଜନ ଗ୍ରହଣ ସମୟରେ ବାର୍ତ୍ତାଳାପ ନ କରିବା ବା ଟିଭି ନ ଦେଖି ଖାଦ୍ୟ ସେବନରେ ମନ ନିବେଶ କରିବା ଭଲ। ଖାଇବାର ୧ ଘଣ୍ଟା ପରେ ପାଣି ପିଇବା, ଥଣ୍ଡା ଜିନିଷ, ଆଇସିକ୍ରମ୍‌ ଆଦି ନ ଖାଇବା ଦ୍ୱାରା ପାଚନ ଭଲ ଭାବେ ହୋଇଥାଏ। ବାରମ୍ବାର ଖାଇବା, ଅତ୍ୟଧିକ ପରିମାଣରେ ଖାଇବା, ତେଲ, ମାଛ, ମାଂସ ଓ ଅଣ୍ଡାଦି ଗରିଷ୍ଠ ଭୋଜନ ନିୟମିତ ବା ଅତ୍ୟଧିକ ସେବନ ଶରୀର ପାଇଁ କ୍ଷତିକାରକ। ଖାଦ୍ୟ ଖାଇବା ପରେ ତା’ର ପରିପାକ କ୍ରିୟା ସୂଚାରୁ ରୂପେ ହେବା ଆବଶ୍ୟକ । ଯଦି ଏହାର ପରିପାକ ଠିକ୍‌ ରୂପେ ନ ହୁଏ, ତେବେ ଏହାକୁ ଅପକ୍ୱ ଅନ୍ନ କୁହାଯାଏ। ଏହା ଦ୍ୱାରା ଖାଦ୍ୟ ପେଟରେ ଶଢ଼େ ଏବଂ ଟକ୍ସିକ୍‌ ବା ବିଷ ସୃଷ୍ଟି ହୋଇଥାଏ। ଯଦ୍ଦ୍ବାରା ପ୍ରଥମେ ଏସିଡିଟି (ଅମ୍ଳ) ଅଲ୍‌ସର, ନାଳଝାଡ଼ା, ଆଣ୍ଠୁଗଣ୍ଠିବାତ କୋଲେଷ୍ଟରଲ୍‌ ବଢ଼ିବା, ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ, ମଧୁମେହ ଏହିପରି ଶେଷରେ କ୍ୟାନ୍‌ସର ପରି ଅନେକ ପ୍ରକାର ଭୟଙ୍କର ରୋଗ ଆମ ଶରୀରରେ ସୃଷ୍ଟି ହୋଇଥାଏ ।
ଆମେ ସେବନ କରୁଥିବା ଖାଦ୍ୟ ଷଡ଼ରସ ଯଥା-ମଧୁର, ଅମ୍ଳ, ଲବଣ, କଟୁ, ତିକ୍ତ ଓ କଷାୟ ରସଯୁକ୍ତ ହୋଇଥାଏ ।
ଏହି ଷଡ଼ ରସ ଆହାର ମଧ୍ୟରୁ ‘କଷାୟ’ ରସ ଶୀଘ୍ର ପାକ ହୋଇଥାଏ। ପରିବେଶ ସହ ଆମ ଜୀବନ ଓତପ୍ରୋତ ଭାବେ ଜଡ଼ିତ।
ତେଣୁ ପରିବେଶ ସନ୍ତୁଳନ, ନିର୍ମଳ ଓ ସୁସ୍ଥ ରହିଲେ ଆମ ଜୀବନ ସୁରକ୍ଷିତ ରହିବ।
ଏହାର ସୁପ୍ରଭାବ ପ୍ରକୃତି ଓ ମନରେ ପ୍ରତିଫଳିତ ହୋଇ ଶରୀରରେ ନୂତନ ଉର୍ଜା ଉତ୍ପନ୍ନ ହେବ ।
ବାହ୍ୟ ଆବରଣ ଚର୍ମକୁ ସତେଜ ଓ ବଳବାନ୍‌ କରିବା ସହ ତା’ର କାର୍ଯ୍ୟଦକ୍ଷତା ବଢ଼ାଇବା ପାଇଁ ଶରୀରରେ ସ୍ନାନ ପୂର୍ବରୁ ତୈଳଭ୍ୟଙ୍ଗ କରିବା ଦରକାର। ତେଣୁ ନାସାରେ ଅଣୁତୈଳ ନସ୍ୟନେବା ଦ୍ୱାରା ବାତାଦି ଦୋଷ ପ୍ରଶମନ ହେବା ବା ସ୍ନାୟୁଗୁଡ଼ିକ ସତେଜ ହୋଇ କାର୍ଯ୍ୟକ୍ଷମତା ଓ ରକ୍ତ ସଂଚାଳନ ବଢ଼େ ।
ଶରୀର ପାଇଁ ପ୍ରାତଃ କାଳେ ଶଯ୍ୟାତ୍ୟାଗ ପୂର୍ବକ ଓଁକାର ଉଚ୍ଚାରଣ, ପ୍ରାତଃଭ୍ରମଣ, ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ, ଯୋଗ, ଧ୍ୟାନ, ପ୍ରାଣାୟାମ କରନ୍ତୁ। ଏହାର ଏକ ଘଣ୍ଟା ପରେ ସ୍ନାନ କରି ପୂଜାପାଠ ଶେଷ କରି ହାଲୁକା ଭୋଜନ କରନ୍ତୁ। ମଧ୍ୟାହ୍ନ ଦିବା ୧ ଘଣ୍ଟା ମଧ୍ୟରେ ମଧ୍ୟାହ୍ନଭୋଜନ ଓ ରାତ୍ରି ୯ ଘଣ୍ଟା ମଧ୍ୟରେ ହାଲୁକା ରାତ୍ରିଭୋଜନ କଲେ ନୀରୋଗ, ଦୀର୍ଘାୟୁ ଜୀବନଯାପନ କରିବେ ।

ଡା. ଆଶିଷ ବାନାର୍ଜୀ
-ଆନନ୍ଦ ବଜାର, ବେତନଟୀ, ମୟୂରଭଞ୍ଜ
ମୋ-୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?