ଜୀବନ ନୌକା

ପ୍ରତ୍ୟେକ ମଣିଷର ଜୀବନ ଏକ ନୌକା ସଦୃଶ। ଯାହାକୁ ନାଉରିଆ ନଦୀରୂପକ ସଂସାରରେ ତା’ର ଜିନିଷ ଓ ଆସବାବପତ୍ର ଲଦି ବାହିନେଇଥାଏ। ଲୌକିକ ମତରେ ଏହି ବୋହି ନେଉଥିବା ଆବାବାବପତ୍ରଗୁଡ଼ିକ କହିଲେ, ଜୀବନର ଚରିତ୍ର, ଶିକ୍ଷା, ସଂସ୍କାର, କର୍ତ୍ତବ୍ୟ, ଗୁଣ ଇତ୍ୟାଦିକୁ ବୁଝାଏ। ସଂସାରରେ କିଛି ଲୋକଙ୍କ ଜୀବନ ନୌକା ସୁଚାରୁରୂପେ ବାହିହୋଇଯାଉଥିବା ବେଳେ କିଛି ଲୋକଙ୍କ ଜୀବନ ନୌକା ଚାଳନାରେ ବିଭିନ୍ନ ବାଧା, ବିଘ୍ନ ଓ ବ୍ୟତିକ୍ରମ ଘଟିଥାଏ। ସୂକ୍ଷ୍ମ ଅର୍ଥରେ ମଣିଷ ନିଜର କର୍ତ୍ତବ୍ୟ ସମ୍ପାଦନ କରୁକରୁ କେହି ସୁଖ, ସ୍ବଚ୍ଛନ୍ଦ ଲାଭ କଲାବେଳେ ଆଉ କେହି ଦୁଃଖ, କଷ୍ଟର ଶିକାର ହୋଇପଡନ୍ତି। ଯେପରି କି କୋମଳ ବାୟୁର ପ୍ରବାହରେ ନୌକାଟିକୁ ନାଉରୀ ସୁରୁଖୁରୁରେ ଚଳାଇ ନିଏ ଏବଂ ବେଳେ ବେଳେ ଝଡ଼, ବତାସର ପ୍ରକୋପରେ ନୌକାଟି ଚଳି ନ ପାରି ବହୁ ଅସୁବିଧାର ସମ୍ମୁଖୀନ ହୁଏ, ନତୁବା ଡୁବିଯାଏ। ଏପରି ସ୍ଥିତିକୁ ବାସ୍ତବ ଅର୍ଥରେ ପୁରାତନ ଲୋକକଥା ଅନୁସାରେ ବର୍ଣ୍ଣନା କରାଯାଇଥାଏ। ଯଥା – ‘ଏ ଘଟଣାଟି ଘଟି ମୋ ସଂସାର ଡୁବିଗଲା’ ବା ଆମ ବାପାଙ୍କ ମୃତ୍ୟୁରେ ଆମ ସଂସାର ଡୁବିଗଲା ? ତେଣୁ ପୁରାତନ କାଳରୁ ବହୁକ୍ଷେତ୍ରରେ ନଦୀକୁ ସଂସାରର ଏକ ତୁଳନାମତ୍କ ଆଖ୍ୟା ଦିଆଯାଇଛି। ନଦୀ ଯେପରି ଶାନ୍ତ ଓ ବେଳେ ବେଳେ ଉଗ୍ର ରୂପ ଧାରଣ କରେ, ଠିକ୍‌ ସେହିପରି ମଣିଷ ସଂସାରରେ ସୁଖ ଏବଂ ଦୁଃଖର ସମ୍ମୁଖୀନ ହୋଇଥାଏ। ନୌକାଟି ଯେପରି ନଦୀ ଓ ଜଳବାୟୁର ବିଭିନ୍ନ ପ୍ରତିକୂଳ ପରିବେଶକୁ ସମ୍ଭାଳି ବାହିଚାଲେ, ସେହିପରି ମଣିଷ ବିଭିନ୍ନ ପ୍ରକାର ପ୍ରତିକୂଳ ଏବଂ ସମସ୍ୟାବହୁଳ ପରିସ୍ଥିତିକୁ ସମ୍ଭାଳି ଚାଲେ।
ନୌକାଟି ନଦୀକୂଳରେ ସୁରକ୍ଷିତ ଅବସ୍ଥାରେ ଥାଏ। ମାତ୍ର ସେ ପ୍ରକାର ରଖିବା ଦ୍ୱାରା ନୌକାଟି ତିଆରି ହେବାର ଉଦ୍ଦେଶ୍ୟ ସାଧିତ ହୋଇ ନ ଥାଏ। ନୌକାଟିକୁ ନଦୀରେ ବାହିତ ହୋଇ ବିଭିନ୍ନ କାର୍ଯ୍ୟରେ ଲାଗି ରହିବାର ଉଦ୍ୟମକୁ ପାଳନ କରିବାକୁ ପଡ଼ିବ। ମଣିଷ ମଧ୍ୟ ନୌକା ପରି ଆରାମରେ ଗୋଟିଏ ଜାଗାରେ ରହିବା ଜୀବନର ଉଦ୍ଦେଶ୍ୟ ନୁହେଁ, ତାକୁ (ମଣିଷ) ବିଭିନ୍ନ ସମସ୍ୟା, ବାଧା, ବିଘ୍ନ ପ୍ରତିଯୋଗିତା ଇତ୍ୟାଦିକୁ ସାହସର ସହିତ ସମ୍ମୁଖୀନ ହେବାକୁ ପଡ଼ିବ। ନୌକାଟି କୂଳରେ ପହଞ୍ଚିବା ପାଇଁ ଆହୁଲା ମାରି ଗାଢ଼ ପ୍ରଚେଷ୍ଟାର ସହିତ ବାହିନେଲା ଭଳି ମଣିଷ ତା’ର ଲକ୍ଷ୍ୟ ହାସଲ ପାଇଁ ସମସ୍ତ କାର୍ଯ୍ୟକଳାପଗୁଡ଼ିକୁ ହାଲୁକା ନ ଭାବି ଖୁବ୍‌ ଯନତ୍ ସହକାରେ କରିଚାଲିବା ଉଚିତ। ମଣିଷ ଜୀବନରେ ନୌକାରେ ବୋହିଥିବା ଆବାସଭଳି ଯେଉଁ ସବୁ ଅଦୃଶ୍ୟ କଳା ଓ ଶକ୍ତି ଯଥା, ଚରିତ୍ର, ସଂସ୍କାର ଇତ୍ୟାଦି ଅଛି, ସେଗୁଡ଼ିକୁ ମଣିଷକୁ ଉଚିତ ମାର୍ଗରେ ନେବାକୁ ପଡ଼ିବ ଏବଂ ସତ୍‌ପଥରେ ଉପଯୋଗ କରିବାକୁ ପଡ଼ିବ। ମଣିଷର ଚରିତ୍ର ହେଉଛି ସବୁଠାରୁ ବଡ଼ ଉପାଦାନ। ଜୀବନରେ ଚରିତ୍ରର କଳଙ୍କବିହୀନ ହେବା ଦରକାର। ମାତ୍ର ଆମର ଭୌତିକ ଦର୍ଶନ ଏବଂ ଷଢ଼ରିପୁ ମଣିଷକୁ ଚରିତ୍ର ନିଷ୍କଳଙ୍କ କରିବାକୁ ଦିଏ ନାହିଁ। ସେଥିନିମନ୍ତେ ଜୀବନର ନୌକାକୁ ଏମିତି ଚଲେଇବାକୁ ପଡ଼ିବ ଯେପରିକି ମଣିଷର ଚରିତ୍ର ନିଷ୍କଳଙ୍କ ରହେ। ଯଦି ଆମେ ସଂସ୍କାରିତ ହୋଇଥିବା, ତେବେ ଆମର କର୍ମମୟ ଜୀବନ ନଦୀର କରାଳ ସ୍ରୋତକୁ ନୌକାଟି ଅତିକ୍ରମ କଲା ସଦୃଶ ସବୁ ବିପଦକୁ ସାମ୍‌ନା କରିଚାଲିବ।
ଉପରୋକ୍ତ ବିଷୟବସ୍ତୁର ପ୍ରାସଙ୍ଗିକତାକୁ ନେଇ ଏକ କ୍ଷୁଦ୍ରଗଳ୍ପଟିଏ ଉପସ୍ଥାପନା କରିବାକୁ ମନେକରେ। ଜଣେ ବୃଦ୍ଧ ନାବିକଟିଏ ଦିନେ ନଦୀକୂଳରେ ବସି ଝଡବାତ୍ୟାରେ କ୍ଷୟ ହେଉଥିବା ତା’ର ପୁରୁଣା ନୌକାଟିକୁ ଲକ୍ଷ୍ୟକରି ବସିଥାଏ। ଏଡି ସମୟରେ ଯୁବାକାଳରେ ନୌକା ଚଳେଇବାର ସ୍ମୃତି ମନେପଡ଼ିଯାଉଥାଏ। ଅତୀତରେ ଝଡବାତ୍ୟା ମିଶ୍ରିତ ନଦୀର ତରଙ୍ଗରେ ବହୁ ବାଧାବିଘ୍ନ ଅତିକ୍ରମ କରି ପରିସ୍ଥିତିର ଅନୁକୂଳକୁ ସୁହାଇଲାଭଳି ନୌକା ଚାଳନାକରି କେତେ ସେ ବିପଦରୁ ପାରି ହୋଇଯାଇଥିବାର କଥା ତା’ର ମନେ ପଡ଼ିଯାଉଥାଏ। ଉକ୍ତ କ୍ଷୁଦ୍ର ଉପସ୍ଥାପନାଟି ମଣିଷର ଜୀବନ ଓ ଜୀବନର ଉତ୍‌ଥାନ ପତନ ଏବଂ ଜଟିଳ ପରିସ୍ଥିତିକୁ ସାମ୍‌ନା କରିବାର ପ୍ରୟାସ ଓ ସାହସକୁ ବିଶ୍ଳେଷଣ କରେ। ଜୀବନରେ ସଫଳତା ଓ ବିଫଳତା, ଉନ୍ନତି ଓ ଅବନତି, ଦୁଃଖ-ସୁଖ, ଇତ୍ୟାଦିି କଥା ଆସିବ। ମାତ୍ର ମଣିଷ ସେସବୁର ସାମ୍‌ନା କରିବାକୁ ଆଗଭର ହେବା ଉଚିତ। ଯେପରି ନାଉରିଆ ଜୀବନରୂପୀ ନୌକାକୁ ସବୁ ପରିସ୍ଥିତିରେ ଚାଳନା କରିବାର ପ୍ରଚେଷ୍ଟା କରିଥାଏ।
ସିଡ଼ିଏ, କଟକ
ମୋ :୭୦୦୮୬୫୦୬୩୯


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri