ଜୀବନ ନୌକା

ପ୍ରତ୍ୟେକ ମଣିଷର ଜୀବନ ଏକ ନୌକା ସଦୃଶ। ଯାହାକୁ ନାଉରିଆ ନଦୀରୂପକ ସଂସାରରେ ତା’ର ଜିନିଷ ଓ ଆସବାବପତ୍ର ଲଦି ବାହିନେଇଥାଏ। ଲୌକିକ ମତରେ ଏହି ବୋହି ନେଉଥିବା ଆବାବାବପତ୍ରଗୁଡ଼ିକ କହିଲେ, ଜୀବନର ଚରିତ୍ର, ଶିକ୍ଷା, ସଂସ୍କାର, କର୍ତ୍ତବ୍ୟ, ଗୁଣ ଇତ୍ୟାଦିକୁ ବୁଝାଏ। ସଂସାରରେ କିଛି ଲୋକଙ୍କ ଜୀବନ ନୌକା ସୁଚାରୁରୂପେ ବାହିହୋଇଯାଉଥିବା ବେଳେ କିଛି ଲୋକଙ୍କ ଜୀବନ ନୌକା ଚାଳନାରେ ବିଭିନ୍ନ ବାଧା, ବିଘ୍ନ ଓ ବ୍ୟତିକ୍ରମ ଘଟିଥାଏ। ସୂକ୍ଷ୍ମ ଅର୍ଥରେ ମଣିଷ ନିଜର କର୍ତ୍ତବ୍ୟ ସମ୍ପାଦନ କରୁକରୁ କେହି ସୁଖ, ସ୍ବଚ୍ଛନ୍ଦ ଲାଭ କଲାବେଳେ ଆଉ କେହି ଦୁଃଖ, କଷ୍ଟର ଶିକାର ହୋଇପଡନ୍ତି। ଯେପରି କି କୋମଳ ବାୟୁର ପ୍ରବାହରେ ନୌକାଟିକୁ ନାଉରୀ ସୁରୁଖୁରୁରେ ଚଳାଇ ନିଏ ଏବଂ ବେଳେ ବେଳେ ଝଡ଼, ବତାସର ପ୍ରକୋପରେ ନୌକାଟି ଚଳି ନ ପାରି ବହୁ ଅସୁବିଧାର ସମ୍ମୁଖୀନ ହୁଏ, ନତୁବା ଡୁବିଯାଏ। ଏପରି ସ୍ଥିତିକୁ ବାସ୍ତବ ଅର୍ଥରେ ପୁରାତନ ଲୋକକଥା ଅନୁସାରେ ବର୍ଣ୍ଣନା କରାଯାଇଥାଏ। ଯଥା – ‘ଏ ଘଟଣାଟି ଘଟି ମୋ ସଂସାର ଡୁବିଗଲା’ ବା ଆମ ବାପାଙ୍କ ମୃତ୍ୟୁରେ ଆମ ସଂସାର ଡୁବିଗଲା ? ତେଣୁ ପୁରାତନ କାଳରୁ ବହୁକ୍ଷେତ୍ରରେ ନଦୀକୁ ସଂସାରର ଏକ ତୁଳନାମତ୍କ ଆଖ୍ୟା ଦିଆଯାଇଛି। ନଦୀ ଯେପରି ଶାନ୍ତ ଓ ବେଳେ ବେଳେ ଉଗ୍ର ରୂପ ଧାରଣ କରେ, ଠିକ୍‌ ସେହିପରି ମଣିଷ ସଂସାରରେ ସୁଖ ଏବଂ ଦୁଃଖର ସମ୍ମୁଖୀନ ହୋଇଥାଏ। ନୌକାଟି ଯେପରି ନଦୀ ଓ ଜଳବାୟୁର ବିଭିନ୍ନ ପ୍ରତିକୂଳ ପରିବେଶକୁ ସମ୍ଭାଳି ବାହିଚାଲେ, ସେହିପରି ମଣିଷ ବିଭିନ୍ନ ପ୍ରକାର ପ୍ରତିକୂଳ ଏବଂ ସମସ୍ୟାବହୁଳ ପରିସ୍ଥିତିକୁ ସମ୍ଭାଳି ଚାଲେ।
ନୌକାଟି ନଦୀକୂଳରେ ସୁରକ୍ଷିତ ଅବସ୍ଥାରେ ଥାଏ। ମାତ୍ର ସେ ପ୍ରକାର ରଖିବା ଦ୍ୱାରା ନୌକାଟି ତିଆରି ହେବାର ଉଦ୍ଦେଶ୍ୟ ସାଧିତ ହୋଇ ନ ଥାଏ। ନୌକାଟିକୁ ନଦୀରେ ବାହିତ ହୋଇ ବିଭିନ୍ନ କାର୍ଯ୍ୟରେ ଲାଗି ରହିବାର ଉଦ୍ୟମକୁ ପାଳନ କରିବାକୁ ପଡ଼ିବ। ମଣିଷ ମଧ୍ୟ ନୌକା ପରି ଆରାମରେ ଗୋଟିଏ ଜାଗାରେ ରହିବା ଜୀବନର ଉଦ୍ଦେଶ୍ୟ ନୁହେଁ, ତାକୁ (ମଣିଷ) ବିଭିନ୍ନ ସମସ୍ୟା, ବାଧା, ବିଘ୍ନ ପ୍ରତିଯୋଗିତା ଇତ୍ୟାଦିକୁ ସାହସର ସହିତ ସମ୍ମୁଖୀନ ହେବାକୁ ପଡ଼ିବ। ନୌକାଟି କୂଳରେ ପହଞ୍ଚିବା ପାଇଁ ଆହୁଲା ମାରି ଗାଢ଼ ପ୍ରଚେଷ୍ଟାର ସହିତ ବାହିନେଲା ଭଳି ମଣିଷ ତା’ର ଲକ୍ଷ୍ୟ ହାସଲ ପାଇଁ ସମସ୍ତ କାର୍ଯ୍ୟକଳାପଗୁଡ଼ିକୁ ହାଲୁକା ନ ଭାବି ଖୁବ୍‌ ଯନତ୍ ସହକାରେ କରିଚାଲିବା ଉଚିତ। ମଣିଷ ଜୀବନରେ ନୌକାରେ ବୋହିଥିବା ଆବାସଭଳି ଯେଉଁ ସବୁ ଅଦୃଶ୍ୟ କଳା ଓ ଶକ୍ତି ଯଥା, ଚରିତ୍ର, ସଂସ୍କାର ଇତ୍ୟାଦି ଅଛି, ସେଗୁଡ଼ିକୁ ମଣିଷକୁ ଉଚିତ ମାର୍ଗରେ ନେବାକୁ ପଡ଼ିବ ଏବଂ ସତ୍‌ପଥରେ ଉପଯୋଗ କରିବାକୁ ପଡ଼ିବ। ମଣିଷର ଚରିତ୍ର ହେଉଛି ସବୁଠାରୁ ବଡ଼ ଉପାଦାନ। ଜୀବନରେ ଚରିତ୍ରର କଳଙ୍କବିହୀନ ହେବା ଦରକାର। ମାତ୍ର ଆମର ଭୌତିକ ଦର୍ଶନ ଏବଂ ଷଢ଼ରିପୁ ମଣିଷକୁ ଚରିତ୍ର ନିଷ୍କଳଙ୍କ କରିବାକୁ ଦିଏ ନାହିଁ। ସେଥିନିମନ୍ତେ ଜୀବନର ନୌକାକୁ ଏମିତି ଚଲେଇବାକୁ ପଡ଼ିବ ଯେପରିକି ମଣିଷର ଚରିତ୍ର ନିଷ୍କଳଙ୍କ ରହେ। ଯଦି ଆମେ ସଂସ୍କାରିତ ହୋଇଥିବା, ତେବେ ଆମର କର୍ମମୟ ଜୀବନ ନଦୀର କରାଳ ସ୍ରୋତକୁ ନୌକାଟି ଅତିକ୍ରମ କଲା ସଦୃଶ ସବୁ ବିପଦକୁ ସାମ୍‌ନା କରିଚାଲିବ।
ଉପରୋକ୍ତ ବିଷୟବସ୍ତୁର ପ୍ରାସଙ୍ଗିକତାକୁ ନେଇ ଏକ କ୍ଷୁଦ୍ରଗଳ୍ପଟିଏ ଉପସ୍ଥାପନା କରିବାକୁ ମନେକରେ। ଜଣେ ବୃଦ୍ଧ ନାବିକଟିଏ ଦିନେ ନଦୀକୂଳରେ ବସି ଝଡବାତ୍ୟାରେ କ୍ଷୟ ହେଉଥିବା ତା’ର ପୁରୁଣା ନୌକାଟିକୁ ଲକ୍ଷ୍ୟକରି ବସିଥାଏ। ଏଡି ସମୟରେ ଯୁବାକାଳରେ ନୌକା ଚଳେଇବାର ସ୍ମୃତି ମନେପଡ଼ିଯାଉଥାଏ। ଅତୀତରେ ଝଡବାତ୍ୟା ମିଶ୍ରିତ ନଦୀର ତରଙ୍ଗରେ ବହୁ ବାଧାବିଘ୍ନ ଅତିକ୍ରମ କରି ପରିସ୍ଥିତିର ଅନୁକୂଳକୁ ସୁହାଇଲାଭଳି ନୌକା ଚାଳନାକରି କେତେ ସେ ବିପଦରୁ ପାରି ହୋଇଯାଇଥିବାର କଥା ତା’ର ମନେ ପଡ଼ିଯାଉଥାଏ। ଉକ୍ତ କ୍ଷୁଦ୍ର ଉପସ୍ଥାପନାଟି ମଣିଷର ଜୀବନ ଓ ଜୀବନର ଉତ୍‌ଥାନ ପତନ ଏବଂ ଜଟିଳ ପରିସ୍ଥିତିକୁ ସାମ୍‌ନା କରିବାର ପ୍ରୟାସ ଓ ସାହସକୁ ବିଶ୍ଳେଷଣ କରେ। ଜୀବନରେ ସଫଳତା ଓ ବିଫଳତା, ଉନ୍ନତି ଓ ଅବନତି, ଦୁଃଖ-ସୁଖ, ଇତ୍ୟାଦିି କଥା ଆସିବ। ମାତ୍ର ମଣିଷ ସେସବୁର ସାମ୍‌ନା କରିବାକୁ ଆଗଭର ହେବା ଉଚିତ। ଯେପରି ନାଉରିଆ ଜୀବନରୂପୀ ନୌକାକୁ ସବୁ ପରିସ୍ଥିତିରେ ଚାଳନା କରିବାର ପ୍ରଚେଷ୍ଟା କରିଥାଏ।
ସିଡ଼ିଏ, କଟକ
ମୋ :୭୦୦୮୬୫୦୬୩୯


Enter your email to get our daily news in your inbox.

All Right Reserved By Dharitri.Com

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA

ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ରେଳଧାରଣରୁ ମିଳିଲା ୨ ମୃତଦେହ

ବ୍ରହ୍ମପୁର,୨୧।୮( ସୁବାସ ଚନ୍ଦ୍ର ପାଢ଼ୀ ): ଜିଆର୍‌ପି ପୋଲିସ ଗୋଶାଣିନୂଆଗାଁ ବ୍ରିଜ ତଳ ଦେଇ ଯାଇଥିବା ରେଳଧାରଣ ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri