ଜୀବନ ବଞ୍ଚିବ, ଜୀବିକା ଚାଲିଗଲା

କେନ୍ଦ୍ରାପଡ଼ା ଅଫିସ,୫।୮: ଜୀବନ ରକ୍ଷା ପାଇଁ ଦୀର୍ଘ ୫ ଦଶନ୍ଦୀ ସଂଘର୍ଷର ଅବସାନ ଘଟିଛି। କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟାର ଶେଷ ୧୪୮ ପରିବାର ସହ ଚାରିଘରିଆ ଗ୍ରାମର ୯୯ ପରିବାରଙ୍କୁ ବଗପାଟିଆରେ ଘର ପାଇଁ ସରକାରୀ ଜମି ମିଳିଛି। ଏହାପୂର୍ବରୁ ୫୭୧ ପରିବାରଙ୍କୁ ସାତଭାୟା ସମୁଦ୍ର ତଟରୁ ବଗପାଟିଆକୁ ସ୍ଥାନାନ୍ତର କରାଯାଇଥିଲା। ଜୀବନ ବଞ୍ଚତ୍ବା ସମ୍ଭାବନା ବଢ଼ିଲା ସତ, ଜୀବିକା ହରାଇଲେ ବୋଲି ସ୍ଥାନାନ୍ତର ହୋଇଥିବା ଲୋକମାନେ କହିଛନ୍ତି। ଜୀବିକା ପାଇଁ ଲୋକମାନେ ଜନ୍ମସ୍ଥାନ ଛାଡି ଦେଶ ବିଦେଶରେ କର୍ମ ନିଯୁକ୍ତି ପାଇଁ ବାରଦୁଆର ହେଉଛନ୍ତି। ତଟକ୍ଷୟ ରୋକିବା ପାଇଁ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ଆଖିଦୃଶିଆ ଯୋଜନା ନାହିଁ। ସାତଭାୟାରେ ଲୋକଙ୍କ ଥିବା ଜମିରେ ତଟାଞ୍ଚଳ ସୁରକ୍ଷା ପାଇଁ ହେନ୍ତାଳବଣ ଜରୁରୀ ହୋଇପଡିଛି। ସେହିପରି ଅଗରନାସୀକୁ ପଥର ବନ୍ଧ ଦ୍ୱାରା ସୁରକ୍ଷିତ କରା ନ ଗଲେ ତଟାଞ୍ଚଳର ବହୁ ପଞ୍ଚାୟତ ସମେତ ଗଁା ସମୁଦ୍ର ଗର୍ଭରେ ଲୀନ ହେବ ବୋଲି ସ୍ଥାନୀୟ ଅଞ୍ଚଳବାସୀଙ୍କ ମତ ମିଳିଛି।
ଅଢ଼ସଲ ଗ୍ରାମର କରୁଣାକର ମଲ୍ଲିକ କହିଛନ୍ତି, ତଟକ୍ଷୟ ଏବେ କେନ୍ଦ୍ରାପଡ଼ା ଜିଲାର ପ୍ରମୁଖ ସମସ୍ୟା ହୋଇଛି। କେନ୍ଦ୍ରାପଡ଼ା ଜିଲାର ବଙ୍ଗୋପସାଗର କୂଳବର୍ତ୍ତୀ ୪୮ କିମି ଲମ୍ବର ତଟରୁ ପ୍ରାୟ ୨୮ କିମି ଅଞ୍ଚଳରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ସାତଭାୟାଠାରେ ଗତ ବର୍ଷକ ମଧ୍ୟରେ ପ୍ରାୟ ୧୦୦ ମିଟର ତଟକ୍ଷୟ ହୋଇଛି। ୧୨୦୦ ବର୍ଷର ପୁରୁଣା ଭୌମକର ବଂଶର ନିଦର୍ଶନ ପଞ୍ଚୁବରାହୀ ମନ୍ଦିର ମଧ୍ୟରେ ଏବେ ଜୁଆର ପାଣି ବାଡେଇ ହେଉଛି। ପୁରୁଣା ପଞ୍ଚୁବରାହୀ ମନ୍ଦିର ଏହି ବର୍ଷାଋତୁ ମଧ୍ୟରେ ଇତିହାସ ପାଲଟିବାକୁ ଯାଉଥିବା ବେଳେ ସମୁଦ୍ରର ଆଖି ନିକଟସ୍ଥ ସୁନେଇ ରୂପେଇ ଜଙ୍ଗଲ ଉପରେ ପଡିଛି। ଏହାର ନିରାକରଣ ପାଇଁ ସାତଭାୟାର ଅବଶିଷ୍ଟ ଚାଷଜମିକୁ ହେନ୍ତାଳବଣ ସୃଷ୍ଟି କରିବା ଆବଶ୍ୟକ ହୋଇପଡିଛି। ବଗପାଟିଆକୁ ସ୍ଥାନାନ୍ତର ଓ ବରାହୀପୁରର ମୂଳ ନିବାସୀ ସୁଦର୍ଶନ ସ୍ବାଇଁ କହିଛନ୍ତି, ସାତଭାୟା ପଞ୍ଚାୟତ ୭ ରାଜସ୍ବ ଗ୍ରାମକୁ ନେଇ ଗଠିତ ହୋଇଥିଲା। ଏହି ରାଜସ୍ବ ଗ୍ରାମଗୁଡିକ ଗତ ୫ ଦଶନ୍ଦୀ ମଧ୍ୟରେ ସମୁଦ୍ର ଗର୍ଭକୁ ଚାଲି ଯାଇଥିବା ବେଳେ ଏବେ ମଗରକନ୍ଦା, ଅଢ଼ସଲ ପ୍ରଭୃତି ପଡା ଗ୍ରାମ କିଛି ମାତ୍ରାରେ ଅଛି। ସମୁଦ୍ରର ଦ୍ରୁତ ତଟକ୍ଷୟ ସ୍ଥାନୀୟ ଅଞ୍ଚଳରୁ ଅଧିବାସୀଙ୍କୁ ସ୍ଥାନାନ୍ତର ହେବା ପାଇଁ ବାଧ୍ୟ କରିଛି। ତେବେ ଏଠାରେ ଥିବା ଚାଷ ଜମି ଏବେ ଗ୍ରାମବାସୀଙ୍କ ନିକଟରେ ନାହିଁ। ପଶୁ ସମ୍ପଦଠାରୁ ଆରମ୍ଭ କରି ଜୀବିକା ପାଇଁ ମାଛ, କଙ୍କଡା ପର୍ଯ୍ୟନ୍ତ ସହାୟ ହେଉଥିଲା। ୧୨ କିମି ସ୍ଥାନାନ୍ତର ପରେ ଗ୍ରାମବାସୀଙ୍କୁ ଜୀବିକା ହରାଇବାକୁ ପଡିଛି। ଏହି ଅଞ୍ଚଳ ଜାତୀୟ ଉଦ୍ୟାନ ମଧ୍ୟରେ ଥିବାରୁ ବନ ବିଭାଗ ଗ୍ରାମବାସୀଙ୍କୁ ଜୀବିକା ଉପାର୍ଜନ ପାଇଁ ଛାଡୁ ନାହାନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳର ଯୁବବର୍ଗ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି। ତଟକ୍ଷୟକୁ ରୋକିବା ପାଇଁ ସାତଭାୟାର ଅବଶିଷ୍ଟ ଚାଷ ଜମିକୁ ହେନ୍ତାଳବଣରେ ପରିଣତ କରିବା ଆବଶ୍ୟକ ବୋଲି ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି। ସେ କହିଛନ୍ତି, ପେଣ୍ଠଠାରେ ନିର୍ମିତ ଜିଓ ଟ୍ୟୁବ ୱାଲ ସମୁଦ୍ର ଜୁଆର ମାଡକୁ ସହି ପାରୁନାହିଁ। ଏଠାରେ ଥିବା ଗାବିଅନ ବକ୍ସ ଓ ପଥରବନ୍ଧ ବାଦ ପଡୁନାହଁି। ପରିବେଶ ଓ ପାଣିପାଗ ପରିବର୍ତ୍ତନ ସହ ବିଶ୍ୱ ତାପନ ଫଳରେ ସମୁଦ୍ରର ଜଳପତନ ବୃଦ୍ଧି ପାଉଛି। ଅମାବାସ୍ୟା, ପୂର୍ଣ୍ଣିମା ଆଦି ତିଥିରେ ଆସୁଥିବା ଜୁଆର ଲୁଣାବନ୍ଧକୁ ଡେଇଁ ଯାଉଛି। ସୁରକ୍ଷା ପ୍ରାଚୀର ଭାବେ ହେନ୍ତାଳବଣ ବୃଦ୍ଧିର ଆବଶ୍ୟକତା ଅଛି। ଅଧ୍ୟାପକ କ୍ଷୀତିଶ କୁମାର ସିଂହ କହିଛନ୍ତି, ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ଆଦ୍ରଭୂମିରେ ହେନ୍ତାଳବଣ ବୃଦ୍ଧି ପାଇଁ ଯଥେଷ୍ଟ ପରିମାଣର ମଧୁର ଜଳ ପହଞ୍ଚତ୍ ପାରୁନାହିଁ। ଆଦ୍ରଭୂମି ପାଇଁ ଅନୂ୍ୟନ ୪୦ ପ୍ରତିଶତ ମଧୁର ଜଳ ଆବଶ୍ୟକତା ଥିବା ବେଳେ ଖରାଦିନେ ମାତ୍ର ୧୫ ପ୍ରତିଶତ ପହଞ୍ଚୁଛି। ଅଗରନାସୀ ଦ୍ୱୀପ ପୂର୍ବରୁ ୭ କିମି ଲମ୍ବ ଥିଲା। ଏବେ ମାତ୍ର ୭୦୦ ମିଟର ରହିଛି। ଏଠାରେ ବଡ ପଥର ଦ୍ୱାରା ବନ୍ଧ ବନ୍ଧା ଗଲେ ତଟକ୍ଷୟ ରୋକାଯାଇ ପାରିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ତଟାଞ୍ଚଳରେ ହେନ୍ତାଳବଣ ସୃଷ୍ଟି ପାଇଁ ଗୁରୁତ୍ୱ ଦିଆଯାଇଛି। ସାତଭାୟା, ପେଣ୍ଠ ଆଦି ଅଞ୍ଚଳରେ ବହୁ ପରିମାଣରେ ଚାରା ଲାଗିଛି। ତଟକ୍ଷୟ ସମ୍ପର୍କରେ ବିଶେଷଜ୍ଞଙ୍କୁ ଅବଗତ କରାଇ ରିପୋର୍ଟ ପ୍ରସ୍ତୁତ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri