Posted inଜାତୀୟ

ସୁଡ଼ଙ୍ଗ ତଳେ ଜୀବନ: ୪୧ ଶ୍ରମିକ, ୧୪ ଦିନ

ଉତ୍ତରକାଶୀ,୨୬।୧୧: ଉତ୍ତରାଖଣ୍ଡର ଉତ୍ତରକାଶୀସ୍ଥିତ ସୁଡ଼ଙ୍ଗରେ ଗତ ୧୨ ତାରିଖରୁ ଫସି ରହିଥିବା ୪୧ ଶ୍ରମିକ କେବେ ବାହାରର ଆଲୋକ ଦେଖିବେ, ତାହା କହିହେଉ ନାହିଁ। ଖନନ କାର୍ଯ୍ୟରେ ନିୟୋଜିତ ଆମେରିକାର ଓଜନଦାର ମେଶିନ୍‌ର ଡ୍ରିଲିଂ ଯନ୍ତ୍ରାଂଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ଶୁକ୍ରବାର ଖନନ କାର୍ଯ୍ୟ ପୁଣିଥରେ ଅଟକିଛି। ରବିବାରଠାରୁ ହାତରେ ଖନନ ଆରମ୍ଭ ହେବ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି। ସୁଡ଼ଙ୍ଗ ଭିତରେ ଫିସିଥିବା ଔଗର ମେଶିନ୍‌ର ଯନ୍ତ୍ରାଂଶଗୁଡ଼ିକୁ କାଟି ବାହାର କରିବା ପାଇଁ ହାଇଦ୍ରାବାଦରୁ ଏକ ସ୍ବତନ୍ତ୍ର ମେଶିନ୍‌ ଅଣାଯାଇଛି। ଉଦ୍ଧାର ପାଇଁ ସମସ୍ତ ସମ୍ଭାବ୍ୟ ଦିଗ ଉପରେ ଉଦ୍ୟମ ଜାରି ରହିଛି।
ଫସିଥିବା ଶ୍ରମିକମାନଙ୍କ ପାଖରେ ପହଞ୍ଚତ୍ବାକୁ ଆଉ ମାତ୍ର ୧୦ରୁ ୧୨ ମିଟର ଖନନ ବାକିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ପରବର୍ତ୍ତୀ ୫ ମିଟର ମଧ୍ୟରେ କୌଣସି ଧାତବ ପ୍ରତିବନ୍ଧକ ଚିହ୍ନଟ ହୋଇ ନ ଥିବା ଗ୍ରାଉଣ୍ଡ-ପେନେଟ୍ରେଟିଙ୍ଗ ରାଡାରରୁ ଜଣାପଡ଼ିଛି। ଫସିଥିବା ଶ୍ରମିକମାନଙ୍କ ପାଇଁ ସେମାନଙ୍କ ଆତ୍ମୀୟ ଓ ସମ୍ପର୍କୀୟମାନେ ସୁଡ଼ଙ୍ଗ ବାହାରେ ପଡ଼ିରହିଥିବାବେଳେ ସେମାନଙ୍କ ପ୍ରତୀକ୍ଷାର ଅନ୍ତ ଘଟୁନାହିଁ। ଦୁଇ ଦିନରେ ଦୁଇଟି ପ୍ରତିବନ୍ଧକ ସେମାନଙ୍କୁ ଧୈର୍ଯ୍ୟହରା କରିଛି। ଖନନ କାର୍ଯ୍ୟ ଅଟକିବା ପୂର୍ବରୁ ୪୬.୮ ମିଟର ପର୍ଯ୍ୟନ୍ତ ପାଇପ୍‌ ଟନେଲ ଭିତରକୁ ଯାଇଥିଲା। ଖନନ କାର୍ଯ୍ୟରେ ନିୟୋଜିତ ୨୫ ଟନ୍‌ ଓଜନର ଡ୍ରିଲିଂ ମେଶିନ୍‌ର ବ୍ଲେଡ୍‌ ଭାଙ୍ଗି ମାଟିତଳେ ରହିଯିବାରୁ ଉଦ୍ଧାର କାର୍ଯ୍ୟ ଅଟକିଛି। ତେଣୁ ହାତରେ ଖନନ ପନ୍ଥା ବାଛିବାକୁ ନିଷ୍ପତ୍ତି ହୋଇଛି। ଏହା ହେଲେ ଉଦ୍ଧାର କାର୍ଯ୍ୟକୁ ଆଉ କେତେକ ସପ୍ତାହ ଲାଗିପାରେ ବୋଲି କୁହାଯାଉଛି। ଶୁକ୍ରବାର ଦିନସାରା କାମ ବନ୍ଦ ରହିଥିଲା। ଔଗର ମେଶିନ୍‌ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଅନ୍ତର୍ଜାତୀୟ ଟନେଲ ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସ କହିଛନ୍ତି। ଶ୍ରମିକମାନେ ଖାତରେ ୧୦ରୁ ୨୦ ମିଟର ଖୋଳିବା ସହ ଉପରୁ ୮୬ ମିଟର ଗଭୀର ପର୍ଯ୍ୟନ୍ତ ଖନନ ପାଇଁ ଅନ୍ୟ ଏକ ବିକଳ୍ପ ଉପରେ ମଧ୍ୟ ବିଚାର କରାଯାଉଥିବା ସେ କହିଛନ୍ତି।
୬ ଇଞ୍ଚ ଓସାରର ପାଇପ୍‌ ଦେଇ ସୁଡ଼ଙ୍ଗ ଭିତରେ ଥିବା ଶ୍ରମିକମାନଙ୍କ ପାଖକୁ ଖାଦ୍ୟ, ପାଣି ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପଠାଯାଉଛି। ଫସିଥିବା ଶ୍ରମିକମାନଙ୍କ ପାଖକୁ ଶନିବାର ମୋବାଇଲ୍‌ ଫୋନ୍‌ ଏବଂ ଲୁଡ଼ୁ ପାଲି ପଠାଯାଇଛି। ତାହା ସେମାନଙ୍କ ଟାଇମ୍‌ ପାସ୍‌ରେ ସହାୟକ ହେବା ସହ ଅବସାଦ ଦୂର କରିପାରିବ ବୋଲି ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳୁଛି ଲକ୍ଷ୍ମୀପୁର… ଆଦିବାସୀ ଯୁବକଙ୍କୁ ଛୁରାମାଡ଼ ଘଟଣା, ଗିରଫ ଦାବିରେ ଦୋକାନ ଭାଙ୍ଗିଲେ ଆଦିବାସୀ

ଲକ୍ଷ୍ମୀପୁର,୭।୬(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଶନିବାର ସନ୍ଧ୍ୟାରେ କୌଣସି ଏକ ଘଟଣାକୁ ନେଇ ବଡ଼ ଶଙ୍ଖା ଗ୍ରାମରେ ଜଣେ ଆଦିବାସୀ ଯୁବକକୁ ଲକ୍ଷ୍ମୀପୁରର…

ଦାରିଙ୍ଗବାଡ଼ିର ୩ ବିଦ୍ୟାଳୟରେ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ

ଦାରିଙ୍ଗବାଡ଼ି,୭ା୬(ଅରୁଣ ସାହୁ): ଶିକ୍ଷାର ବ୍ୟବସ୍ଥାରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଛି ପଦକ୍ଷେପ। ରବିବାର କନ୍ଧମାଳ…

ବଡ଼ ହଲଚଲ! TMCରେ ଫାଟ ଭିତରେ ଦିଲ୍ଲୀ ଗସ୍ତ କଲେ ମମତା, ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି

କୋଲକାତା,୭।୬: ସୋମବାର ଦିନ ଜାତୀୟ ରାଜଧାନୀ ଦିଲ୍ଲୀରେ ଇଣ୍ଡିଆ ବ୍ଲକ୍‌ର ଏକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଯୋଗଦେବା ପାଇଁ ଟିଏମ୍‌ସି ସୁପ୍ରିମୋ ମମତା…

ଭାଜପା ଛାଡିବା ପରେ ନୂଆ ଆନ୍ଦୋଳନ ଆରମ୍ଭ କଲେ ଆନ୍ନାମଲାଇ, ଆଖି ପିଛୁଳାକେ ଯୋଡି ହେଲେ ୧୫ ଲକ୍ଷରୁ ଅଧିକ ସଦସ୍ୟ

ନୂଆଦିଲ୍ଲୀ,୭।୬: ତାମିଲନାଡୁର ପୂର୍ବତନ ଭାଜପା ଅଧ୍ୟକ୍ଷ କେ. ଆନ୍ନାମଲାଇ ଦଳରୁ ଇସ୍ତଫା ଦେବାର କିଛି ଦିନ ପରେ ଏକ ନୂତନ ରାଜନୈତିକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହି…

ଦୁର୍ନୀତି ପଦାରେ ପଡ଼ିବା ପରେ ତରବରିଆ ଭାବେ ଆରମ୍ଭ ହେଲା କାର୍ଯ୍ୟ, ମେଟାଲ ଉପରେ ପଡୁଛି…

ଥୁଆମୂଳ ରାମପୁର,୭ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବାଗଡ଼ିଆଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ କମରାଘାଟ ଗ୍ରାମର ମନରେଗା ରାସ୍ତା କାର୍ଯ୍ୟରେ ବ୍ୟାପକ ଅନିୟମିତତା ସମ୍ପର୍କରେ ‘ଧରିତ୍ରୀ’ରେ…

ସ୍ତ୍ରୀଙ୍କ ସହ ଝଗଡ଼ା ପରେ ଗୁଳି ମାରିଦେଲେ ସ୍ବାମୀ, ପୁଅ ହସ୍ତକ୍ଷେପ କରିବାରୁ ତାଙ୍କୁ ବି ଛାଡିଲେନି

ନୂଆଦିଲ୍ଲୀ,୭।୬: ଗୁରୁଗ୍ରାମର ଅଶୋକ ବିହାର କଲୋନୀରେ ଜଣେ ୫୦ବର୍ଷୀୟ ସୁରକ୍ଷା ଅଧିକାରୀ ତାଙ୍କ ପତ୍ନୀ ଏବଂ ପୁଅଙ୍କୁ ହତ୍ୟା କରିଛନ୍ତି । ଘରୋଇ ବିବାଦ ପରେ, ଅଭିଯୁକ୍ତ…

ପୁରୁଷୋତ୍ତମପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛନ୍ତି ଅପରାଧୀ, ଗ୍ୟାଙ୍ଗକୁ ଠାବ କରିବା ଲାଗି ପୋଲିସ…

ପୁରୁଷୋତ୍ତମପୁର,୭ା୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଅପରାଧୀମାନେ ଦିନକୁ ଦିନ ସେମାନଙ୍କ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଥିବାରୁ ପୋଲିସର ନିଦ ହଜିଯାଇଛି। ଏମାନଙ୍କୁ ଧରିବା ଲାଗି…

ଭାରତକୁ ବନ୍ଦ ହୋଇଯିବ କି LPG ଯୋଗାଣ? ହର୍ମୁଜରେ ଫସି ରହିଥିବା ଜାହାଜକୁ ନେଇ…

ନୂଆଦିଲ୍ଲୀ,୭।୬: ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଫେବୃଆରୀ ୨୮, ୨୦୨୬ ରେ ଆରମ୍ଭ ହୋଇଥିଲା। ପ୍ରତିଶୋଧ ସ୍ବରୂପ, ଇରାନ ଷ୍ଟ୍ରେଟ ଅଫ ହର୍ମୁଜ ରାସ୍ତାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri