ଭଗ୍ନାବଶେଷ ତଳେ ଜୀବନ

କ୍ୱିଭ୍‌, ୧୭ା୩: ଜିଦ୍‌ରେ ଅଟଳ ରୁଷିଆ ୨୧ ଦିନ ଧରି ୟୁକ୍ରେନ୍‌ରେ ଗୁଳିଗୋଳା, କ୍ଷେପଣାସ୍ତ୍ର ବର୍ଷା କରିଚାଲିଛି। ଆକ୍ରମଣରୁ ବାଦ୍‌ ପଡ଼ିନାହାନ୍ତି ସାଧାରଣ ନାଗରିକ, ସେମାନଙ୍କ ଘରବାରି। ଶିଶୁ, ମାତୃ ହସ୍ପିଟାଲ ସହ ଅନ୍ୟ ଡାକ୍ତରଖାନା, ସ୍କୁଲ, ଶତାଧିକ ବହୁତଳପ୍ରାସାଦ ବିଶିଷ୍ଟ ରେସିଡେନ୍ସିଆଲ କୋଠା ସବୁ ପାଲଟିଛନ୍ତି ଧ୍ୱଂସସ୍ତୂପ। ଯୁଦ୍ଧ ଆରମ୍ଭରୁ ୩୦ ଲକ୍ଷ ଲୋକ ୟୁକ୍ରେନ୍‌ ଛାଡ଼ି ଶରଣ ଆଶାରେ ପହଞ୍ଚିଛନ୍ତି ସୀମାନ୍ତ ଦେଶରେ। ଘର ଛାଡ଼ିବାବେଳେ ମଧ୍ୟ ରୁଷିଆର ଟାର୍ଗେଟରୁ ବର୍ତ୍ତି ନ ପାରି ହଜାର ହଜାର ନାଗରିକ ପ୍ରାଣ ହରାଇସାରିଲେଣି। ପ୍ରତି ସେକେଣ୍ଡରେ ୟୁକ୍ରେନ୍‌ର ଜଣେ ଶିଶୁ ଶରଣାର୍ଥୀ ପାଲଟୁଛନ୍ତି। ଅନେକେ ଭିଟାମାଟି ମୋହ ଛାଡ଼ି ନ ପାରି ଯେନତେନ ଉପାୟରେ ଜୀବନ ବଞ୍ଚାଇ ସେଠାରେ ପଡ଼ି ରହିଛନ୍ତି। ଯୋଗାଯୋଗ, କାରବାର ଠପ୍‌ ଯୋଗୁ ଖାଦ୍ୟପାନୀୟ, ଔଷଧ ସମେତ ଜରୁରୀ ମୌଳିକ ସାମଗ୍ରୀ ଏକ ପ୍ରକାର ଅପହଞ୍ଚ ସତ୍ତ୍ୱେ ଆତ୍ମରକ୍ଷା ଓ ଦେଶ ବଞ୍ଚାଇବା ନିମନ୍ତେ ଶକ୍ତିଶାଳୀ ରୁଷୀୟ ସୈନ୍ୟଙ୍କ ବିରୋଧରେ ଲଢ଼ିବା ପାଇଁ ସାଧାରଣ ନାଗରିକ ଅସ୍ତ୍ର ଉଠାଇଛନ୍ତି। ୨୧ ଦିନର ଧ୍ୱଂସଲୀଳା ମଧ୍ୟରେ ଏବେ ବି ଭଗ୍ନାବଶେଷରୁ ପୁଣି ଜୀବନ ସାଉଁଟିବାକୁ ଉଦ୍ୟମ କରୁଛନ୍ତି ସାହସୀ ୟୁକ୍ରେନ୍‌ବାସୀ।
ଉପରେ ରୁଷିଆ ବୁଧବାର ଅଧିକ ଆକ୍ରମଣାମତ୍କ ହୋଇଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ନେତୃତ୍ୱାଧୀନ ସରକାରଙ୍କୁ ହଟାଇବା ପାଇଁ ରୁଷୀୟ ସୈନ୍ୟ କ୍ୱିଭ୍‌ସ୍ଥିତ ସରକାରୀ କୋଠା ଓ ଆବାସିକ ଆପାର୍ଟମେଣ୍ଟଗୁଡ଼ିକ ଉପରେ ତୁହାକୁ ତୁହା ମିଶାଇଲ ଓ ଆର୍ଟିଲେରି ନିକ୍ଷେପ କରୁଛନ୍ତି। ଫଳରେ ବିଶାଳକାୟ ବିଲ୍ଡିଂଗୁଡ଼ିକ ଜଳିଉଠୁଛି। ରାଜଧାନୀ କ୍ୱିଭ୍‌ ଓ ଏହାର ଆଖପାଖ ଅଞ୍ଚଳ ଆକାଶରେ ଧୂଅଁାର ବଳୟ ସୃଷ୍ଟି ହୋଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସୈନ୍ୟ ଦିନକୁ ଦିନ ଉଗ୍ର ହେବାରେ ଲାଗିଛନ୍ତି। ସେମାନଙ୍କ ବୋମାମାଡ଼ରେ ୟୁକ୍ରେନ୍‌ର ଅନେକ ସହର ଧୂଳିସାତ୍‌ ହୋଇଯାଇଛି। ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି କ୍ୱିଭ୍‌, ଖର୍କିଭ୍‌, ମାରିଉପୋଲ ଓ ଖେରସନ୍‌ ସହର। କ୍ୱିଭ୍‌ର ୮୦ କି.ମି. ଉତ୍ତରରେ ତଥା ବେଲାରୁଷ ସୀମା ସଂଲଗ୍ନ ଇଭାଙ୍କିଭ୍‌ ସିଟିକୁ ରୁଷିଆ ସୈନ୍ୟ ଦଖଲ କରିସାରିଛନ୍ତି। କୃଷ୍ଣସାଗରର ଖେରସନ ବନ୍ଦର ସହରରେ ଶକ୍ତିଶାଳୀ ବିସ୍ଫୋରଣର ଶବ୍ଦ ଶୁଭୁଛି। ସମ୍ପୃକ୍ତ ଅଞ୍ଚଳ ମାନବୀୟ ସଙ୍କଟର ଦ୍ୱାର ଦେଶରେ ଛିଡ଼ାହୋଇଥିବା ଜେଲେନ୍‌ସ୍କି କହିଛନ୍ତି। ତେବେ ରୁଷିଆ ପୂର୍ବାପେକ୍ଷା ବାସ୍ତବବାଦୀ ଆଭିମୁଖ୍ୟ ନେଇ ଏବେ ଆଲୋଚନା କରୁଥିବା ଜେଲେନ୍‌ସ୍କି ମତ ଦେଇଛନ୍ତି। ଜାତିସଂଘର ଆକଳନ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷ ୟୁକ୍ରେନୀୟ ଦେଶ ଛାଡ଼ି ପଳାୟନ କଲେଣି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ହେଉଛି ୟୁରୋପର ସବୁଠୁ ବଡ଼ ଶରଣାର୍ଥୀ ସଙ୍କଟ। ରୁଷିଆର ଏହି ଆକ୍ରମଣ ଯୋଗୁ ୟୁକ୍ରେନ୍‌ର ନଷ୍ଟ ହୋଇଯାଇଥିବା ସମ୍ପତ୍ତିର ପରିମାଣ ୧୨୦ ବିଲିୟନ୍‌ ଡଲାରରୁ ଊର୍ଦ୍ଧ୍ୱ ବୋଲି ଆକଳନ କରାଯାଇଛି।
ଯୁଦ୍ଧ ଭିତରେ ବି ଶାନ୍ତି ପାଇଁ କୂଟନୈତିକ ଉଦ୍ୟମ ଜାରି ରହିଛି। ଚତୁର୍ଥ ପର୍ଯ୍ୟାୟ ଆଲୋଚନାକୁ ଜେଲେନ୍‌ସ୍କି ‘ଅଧିକ ବାସ୍ତବବାଦୀ’ ବୋଲି ଅଭିହିତ କରିବା ପରେ ବୁଧବାର ରୁଷିଆ ଓ ୟୁକ୍ରେନ୍‌ ପ୍ରତିନିଧି ଦଳ ପୁନର୍ବାର ବୈଠକ କରିଛନ୍ତି। ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେର୍ଗେ ଲାଭ୍ରୋଭ୍‌ କହିଛନ୍ତି, କୂଟନୈତିକ ଆଲୋଚନାରୁ ‘ବିଜିନେସ୍‌ ଭଳି ସ୍ପିରିଟ୍‌’ ବାହାରିଛି। ଇତିମଧ୍ୟରେ ଜେଲେନ୍‌ସ୍କି ଆମେରିକା କଂଗ୍ରେସକୁ ସମ୍ବୋଧନ କରି ରୁଷିଆ ବିରୋଧରେ ଅଧିକ ସାମରିକ ସହାୟତା ଯୋଗାଇବାକୁ ଦାବି କରିଛନ୍ତି।

ପୁଟିନ୍‌ ଯୁଦ୍ଧ ଅପରାଧୀ

ୟୁକ୍ରେନ୍‌ ଆକ୍ରମଣ କରି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଯୁଦ୍ଧ ଅପରାଧ କରିଛନ୍ତି ବୋଲି ଆମେରିକା ନିନ୍ଦା କରିଛି। ଏହାର ତଦନ୍ତ କରି ଅପରାଧ ସାବ୍ୟସ୍ତ ନିମନ୍ତେ ଆମେରିକା ସିନେଟ୍‌ରେ ମଙ୍ଗଳବାର ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ପାରିତ ହୋଇଛି। ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ ଏହି ପ୍ରସଙ୍ଗରେ ଏକସ୍ବର ଆପଣାଇଛନ୍ତି। ରିପବ୍ଲିକାନ୍‌ ସିନେଟର ଲିଣ୍ଡ୍‌ସେ ଗ୍ରାହମ ଆଣିଥିବା ଏହି ପ୍ରସ୍ତାବକୁ ଉଭୟ ଶାସକ ଓ ବିରୋଧୀ ଦଳ ସମର୍ଥନ ଦେଇ ତଦନ୍ତ ନିମନ୍ତେ ଇଣ୍ଟରନ୍ୟାଶନାଲ କ୍ରିମିନାଲ କୋର୍ଟ (ଆଇସିସି)କୁ ପ୍ରୋତ୍ସାହିତ କରିଛନ୍ତି। ଏଥିସହ ୟୁକ୍ରେନ୍‌ ଆକ୍ରମଣରେ ସମ୍ପୃକ୍ତ ରହି ଯୁଦ୍ଧ ଅପରାଧ କରିଥିବା ରୁଷିଆ ସେନା ବିରୋଧରେ ହେବାକୁ ଥିବା ତଦନ୍ତରେ ଅନ୍ୟଦେଶଗୁଡ଼ିକ ସହଯୋଗ କରିବା ପାଇଁ ଆହ୍ବାନ ଦିଆଯାଇଛି। ୟୁକ୍ରେନ୍‌ ଲୋକଙ୍କ ଉପରେ ହୋଇଥିବା ଅତ୍ୟାଚାର ପାଇଁ ପୁଟିନ ଉତ୍ତରଦାୟୀ ରହିବେ ବୋଲି ଆମେରିକା ସିନେଟ୍‌ରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri