ମାଟି ବେଉସାରେ ଜୀବନ

ଖଣ୍ଡପଡ଼ା,୧୬ା୧୦(ସ୍ବ.ପ୍ର.): କରୋନାଜନିତ ଲକ୍‌ଡାଉନ ଓ ଶଟ୍‌ଡାଉନ ଯୋଗୁ ଗତ ୭ମାସ ହେଲା ଅଧିକାଂଶ ଲୋକ କାମଧନ୍ଦା ହରାଇଛନ୍ତି। ଏପରି ସମୟରେ ପେଟ ପୋଷିବା ପାଇଁ ଖଣ୍ଡପଡ଼ା ବ୍ଲକ କଣ୍ଟିଲୋ ଅଞ୍ଚଳର କେତେକ ମହିଳା ମାଟି ବ୍ୟବସାୟକୁ ଆଦରି ନେଇଛନ୍ତି।
ଢଳେଇ ଆଲୁମିନିୟମ କାରଖାନା ପାଇଁ ଗୁଣ୍ଡମାଟିର ଆବଶ୍ୟକତା ରହିଛି। ଏଥିରେ ଗରା, ଢାଳ, କରେଇ ଆଦି ସାମଗ୍ରୀ ପାଇଁ ଛାଞ୍ଚ ପ୍ରସ୍ତୁତ କରାଯାଇଥାଏ। ଏହି ମାଟି ଅତୀତରେ ଦକ୍ଷିଣ ଭାରତର ଗୋଦାବରୀ ନଦୀ କୂଳରୁ ଆସୁଥିଲା ଓ କଣ୍ଟିଲୋଠାରେ ପ୍ରଥମ କରି ପ୍ରତିଷ୍ଠିତ ବୃନ୍ଦାବନ ମହାରଣାଙ୍କ ଢଳେଇ ଆଲୁମିନିୟମ କାରଖାନାରେ ଢଳେଇ ଛାଞ୍ଚ କରାଯାଇ ବାସନ ସାମଗ୍ରୀ ତିଆରି ହେଉଥିଲା। ପରବର୍ତ୍ତୀ ସମୟରେ କଣ୍ଟିଲୋ ସମେତ ଗଞ୍ଜାମ, ବାଳକାଟି, ସୁନାଖଳା ଆଦି ସ୍ଥାନରେ ଆଲୁମିନିୟମ ଢଳେଇ କାରଖାନା ପ୍ରତିଷ୍ଠା ହୋଇଛି। ଏଥିପାଇଁ ଆବଶ୍ୟକ ହେଉଥିବା ଗୁଣ୍ଡମାଟିର ପ୍ରସ୍ତୁତି ପ୍ରଣାଳୀ କଣ୍ଟିଲୋ ଅଞ୍ଚଳର କେତେକ ମହିଳା ଓ ଯୁବକଙ୍କୁ ଭଲଭାବେ ଜଣା। ସେମାନେ ମହାନଦୀ ଓ କମେଇ ନଦୀ ପଠାରୁ ମାଟି ସଂଗ୍ରହ କରି ଖରାରେ ଶୁଖିଲା ପରେ ତାକୁ ଗୁଣ୍ଡକରି ସିମେଣ୍ଟ ଜରି ବସ୍ତାରେ ପ୍ୟାକିଂ କରିଥାନ୍ତି। କାରଖାନା ମାଲିକମାନେ ଖର୍ଚ୍ଚାନ୍ତ ହୋଇ ରାଜ୍ୟ ବାହାରୁ ଗୁଣ୍ଡମାଟି ନ ଆଣି ସ୍ଥାନୀୟ ମାଟି ଉପରେ ନିର୍ଭର କରୁଛନ୍ତି। କଣ୍ଟିଲୋର କେତେକ ମହିଳାଙ୍କ ସହ ବୃଦ୍ଧା କାଞ୍ଚନ ଖଟେଇ ମଧ୍ୟ ଏହି କାମରେ ନିୟୋଜିତ ଅଛନ୍ତି। ବ୍ରହ୍ମପୁର, ବୋଇରାଣୀ, ବାଳକାଟି ଅଞ୍ଚଳର କାରଖାନା ମାଲିକ ଗୁଣ୍ଡମାଟି ବସ୍ତା ପ୍ରତି ୧୨୦ ଟଙ୍କାରେ କ୍ରୟକରି ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri