ବିଦ୍ୟାଳୟ ଯିବାକୁ ଜୀବନ ବାଜି

ଢେଙ୍କାନାଳ ଅଫିସ,୧୩।୩: ସ୍କୁଲ ବେଳ ହେଲେ ବହିବସ୍ତାନି ଧରି ଘରୁ ବାହାରନ୍ତି ପିଲାଏ। ହେଲେ ସେମାନେ ଯେ ସୁରକ୍ଷିତ ଭାବେ ପୁଣି ଘରକୁ ବାହୁଡ଼ିବେ, ସେ ଗ୍ୟାରେଣ୍ଟି କାହା ପାଖରେ ନାହିଁ। କାରଣ ବିଦ୍ୟାଳୟ ଯିବା ରାସ୍ତାରେ ପଡୁଥିବା ରେଳଧାରଣାରେ ନିଇତି ବାଜି ଲାଗୁଛି ସେମାନଙ୍କ ଜୀବନ। କଥା ଏତିକିରେ ସରିନି, ଟ୍ରାକ୍‌ରେ ଘଣ୍ଟା ଘଣ୍ଟା ଧରି ଅଟକି ରହୁଥିବା ମାଲବାହୀ ଟ୍ରେନ୍‌ ପାଇଁ ସ୍କୁଲ ସମୟ ବିଳମ୍ବ ହୋଇଯିବା ଆଶଙ୍କା କରି ସେମାନେ ରେଳ ତଳେ ଥିବା ଫାଙ୍କ ସ୍ଥାନ ଦେଇ ଏପାଖରୁ ସେପାଖକୁ ଯାଉଛନ୍ତି। ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ତେନ୍ତୁଳିଆପଡ଼ା, ସୁଧାଡିହକାଟେଣୀ ସମେତ ରେଳଧାରଣା ନିକଟବର୍ତ୍ତୀ ଅଧିକାଂଶ ଗ୍ରାମରେ ଏଭଳି ଦୃଶ୍ୟ ସବୁଦିନିଆ। ଭବିଷ୍ୟତ ଗଢ଼ିବାକୁ ଛାତ୍ରୀଛାତ୍ରଙ୍କ ଏଭଳି ବିପଦପୂର୍ଣ୍ଣ ଯାତ୍ରା ବନ୍ଦ କରିବା ଲାଗି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାବେଳେ ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ଅଞ୍ଚଳବାସୀଙ୍କ କହିବା କଥା, ରାଜ୍ୟ ସରକାରଙ୍କ ଉଦ୍ୟମରେ ଶିକ୍ଷା ବ୍ୟବସ୍ଥାର ନବକଳେବର ହୋଇଛି। ବିଭିନ୍ନ ମାଧ୍ୟମରେ ପିଲାଙ୍କୁ ସ୍କୁଲମୁହଁା କରିବାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ଅଣ୍ଡରପାସ କିମ୍ବା ଫୁଟ ଓଭରବ୍ରିଜ୍‌ କରାଯାଉ ନ ଥିବାରୁ ଦୀର୍ଘ ୨୦ ବର୍ଷ ହେଲା ସମ୍ପୃକ୍ତ ଅଞ୍ଚଳର ଛାତ୍ରୀଛାତ୍ରମାନେ ବିପଦପୂର୍ଣ୍ଣ ଭାବେ ରେଳଧାରଣା ପାର ହୋଇ ବିଦ୍ୟାଳୟ ଯିବାକୁ ବାଧ୍ୟ ହେଉଛନ୍ତି। କାରଣ ଉକ୍ତ ବ୍ୟସ୍ତବହୁଳ ଟ୍ରାକ୍‌ରେ ଉଭୟ ଯାତ୍ରୀବାହୀ ଓ ମାଲ୍‌ବାହୀ ଟ୍ରେନ୍‌ ଯାତାୟାତ କରୁଛି। ନିକଟରେ ଥିବା ଲେଭଲ କ୍ରସିଂରେ ସବୁଜ ସଙ୍କେତକୁ ଅପେକ୍ଷା କରୁଥିବା ଅଧିକାଂଶ ମାଲ୍‌ବାହୀ ଟ୍ରେନ୍‌ ଦୀର୍ଘ ସମୟ ଅଟକି ରହୁଛି। ବିକଳ୍ପ ରାସ୍ତା ନ ଥିବାରୁ ପିଲାମାନେ ବାଧ୍ୟ ହୋଇ ରେଳ ତଳେ ପଶି ଯାତାୟାତ କରୁଛନ୍ତି। ତୁରନ୍ତ ଉକ୍ତ ଅଞ୍ଚଳରେ ଏକ ଓଭରପାସ୍‌ କିମ୍ବା ଅଣ୍ଡରପାସ୍‌ ନିର୍ମାଣ କରିବାକୁ ଅଭିଭାବକ ଏବଂ ଅଞ୍ଚଳବାସୀ ଦାବି କରିଛନ୍ତି। ଅନ୍ୟପଟେ ବର୍ଷ ବର୍ଷ ଧରି ପିଲାମାନେ ଜୀବନକୁ ବିପଦରେ ପକାଇ ଏଭଳି ଯାତ୍ରା କରୁଥିବାବେଳେ ଏ ନେଇ ଜିଲା ପ୍ରଶାସନ କିମ୍ବା ଶିକ୍ଷା ବିଭାଗ ନିକଟରେ ସାମାନ୍ୟତମ ସୂଚନା ନ ଥିବା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ସଂକ୍ରାନ୍ତରେ ସଦାଶିବପୁର ସରପଞ୍ଚ ଧରିତ୍ରୀ ମଲ୍ଲିକ କୁହନ୍ତି, ଏହା ଏକ ସମ୍ବେଦନଶୀଳ ଘଟଣା। ଏ ନେଇ ବାରମ୍ବାର ଶିକ୍ଷା ବିଭାଗ, ପ୍ରଶାସନକୁ ଅବଗତ କରାଇବା ସତ୍ତ୍ୱେ ସୁଫଳ ମିଳୁନାହିଁ। ପ୍ରଶାସନ ରେଳ ବିଭାଗ ସହିତ ଆଲୋଚନା କରି ପଦକ୍ଷେପ ନେବା ଜରୁରୀ। ଓଡ଼ାପଡ଼ା ବିଇଓ ପ୍ରଫୁଲ୍ଲ କୁମାର କାର୍ଲୋ କୁହନ୍ତି, ତେନ୍ତୁଳିଆପଡ଼ା ଗ୍ରାମ ଥିବା ସେ ଶୁଣିଛନ୍ତି। ହେଲେ ଉକ୍ତ ଅଞ୍ଚଳରେ ଏଭଳି ସମସ୍ୟା ତାଙ୍କ ଦୃଷ୍ଟିକୁ ଆସିନାହିଁ କିମ୍ବା କେହି ଅଭିଯୋଗ କରିନାହାନ୍ତି। ସୋମବାର ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିବେ। ଜିଲା ଶିକ୍ଷା ଅଧିକାରୀ ନିବେଦିତା ପାଣି କୁହନ୍ତି, ଏହା ଏକ ଗୁରୁତ୍ୱପୂର୍ଣ୍ଣ କଥା। କେହି ଆମକୁ ଜଣାଇନାହାନ୍ତି। ଏ ସମ୍ପର୍କରେ ଜିଲାପାଳଙ୍କୁ ଜଣାଇ ରେଳ ବିଭାଗ ସହିତ ଆଲୋଚନା କରିବା ପାଇଁ ଅନୁରୋଧ କରିବୁ। ଜିଲାପାଳ ସରୋଜ ସେଠୀ କୁହନ୍ତି, ଏଭଳି ସମସ୍ୟା ସମ୍ପର୍କରେ କେହି ଜଣାଇନାହାନ୍ତି। ଖୁବ୍‌ଶୀଘ୍ର ରେଳ ବିଭାଗ ସହ ଆଲୋଚନା କରି ସମାଧାନ ପାଇଁ ଉଦ୍ୟମ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମାନୁନି ବନ ବିଭାଗ, ଜିଦ୍‌ରେ ଅଟଳ ପରିବାର

ତରବୋଡ଼/ନୂଆପଡ଼ା ଅଫିସ,୧୩।୨(ଡି.ଏନ୍‌.ଏ.): ସୁନାବେଡ଼ା ଅଭୟାରଣ୍ୟର ଗୋଡ଼ା ଜଙ୍ଗଲକୁ ଲାଗି ରହିଥିବା ନୂଆପଡ଼ା ସଦର ବ୍ଲକ ଭରୁଆମୁଣ୍ଡା ପଞ୍ଚାୟତ ଛୋଟଲୋର୍ରା ଗ୍ରାମର ଭାନୋବାଇ ମାଝି (୪୭) ଲଘୁ...

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା: ୬ ପୋଲିସ କର୍ମଚାରୀ ନିଲମ୍ବିତ

ସମ୍ବଲପୁର ଅଫିସ,୧୧।୪: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଘଟଣାରେ ତାଙ୍କ ଉପରେ ନଜର ରଖିବା ପାଇଁ ନିୟୋଜିତଥିବା ୬ ପୋଲିସ...

ମଜୁରି ବାବଦରେ ମିଳିଲା ନକଲି ଟଙ୍କା

ମାଲକାନଗିରି,୧ା୧(ଡି.ଏନ୍‌.ଏ.): ଜଣେ ଠିକାଦାର ଶ୍ରମିକଙ୍କୁ କାମ କରାଇ ମଜୁରି ବାବଦରେ ନକଲି ଟଙ୍କା ଦେଇ ଠକିଛନ୍ତି। ଏ ସମ୍ପର୍କରେ ଶ୍ରମିକମାନେ ଥାନାରେ ଅଭିଯୋଗ କରିବା ପରେ...

ହିଞ୍ଜିଳିରୁ ପରିବା ଯିବ ଭୁବନେଶ୍ୱର: ଉପଜିଲାପାଳ

ହିଞ୍ଜିଳିକାଟୁ,୧୨।୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ପରିବା ଉତ୍ପାଦନ ପାଇଁ ଜିଲାରେ ପ୍ରସିଦ୍ଧ। ମାତ୍ର କରୋନା କଟକଣା ଯୋଗୁ ଏବେ ଚାଷୀ ଅଭାବୀ ବିକ୍ରିର ଶୀକାର...

‘ଅଗ୍ନି ପ୍ରାଇମ୍‌’ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୧୮ା୧୨: ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ଅନ୍ତର୍ଗତ ଭଦ୍ରକସ୍ଥିତ ଡ. ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଶନିବାର ପୂର୍ବାହ୍ନ ୧୧ଟା ୬ମିନିଟ୍‌ରେ ଅଗ୍ନି ପ୍ରାଇମ...

ଡକାୟତି ଯୋଜନା ପଣ୍ଡ: ମାରଣାସ୍ତ୍ର ଜବତ, ୭ ଗିରଫ

ହିଞ୍ଜିଳିକାଟୁ,୨୨ା୧୦(ଡି.ଏନ୍‌.ଏ.): କିଛିଦିନ ହେବ ହିଞ୍ଜିଳି ଅଞ୍ଚଳରେ ଆତଙ୍କରାଜ ଚଳାଇଥିବା ଏକ ଡକାୟତି ଗ୍ୟାଙ୍ଗକୁ ସ୍ଥାନୀୟ ପୋଲିସ କାବୁ କରିବା ସହ ସେମାନଙ୍କଠାରୁ ୨ଟି ପିସ୍ତଲ, ୪...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ବଳଦ ମୃତ

ଚିକିଟି,୩୦ା୬(ଡି.ଏନ.ଏ.)- ଚିକିଟି ବ୍ଲକ୍‌ ସୋରଳ ପଞ୍ଚାୟତ କଇଠା ଗ୍ରାମରେ ରବିବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି ା ଗ୍ରାମ ମଝିରେ ଥିବା ଗୁହାଳକୁ ପ୍ରବେଶ କରିବା...

Advertisement
Archives

Model This Week