ବିଦ୍ୟାଳୟ ଯିବାକୁ ଜୀବନ ବାଜି

ଢେଙ୍କାନାଳ ଅଫିସ,୧୩।୩: ସ୍କୁଲ ବେଳ ହେଲେ ବହିବସ୍ତାନି ଧରି ଘରୁ ବାହାରନ୍ତି ପିଲାଏ। ହେଲେ ସେମାନେ ଯେ ସୁରକ୍ଷିତ ଭାବେ ପୁଣି ଘରକୁ ବାହୁଡ଼ିବେ, ସେ ଗ୍ୟାରେଣ୍ଟି କାହା ପାଖରେ ନାହିଁ। କାରଣ ବିଦ୍ୟାଳୟ ଯିବା ରାସ୍ତାରେ ପଡୁଥିବା ରେଳଧାରଣାରେ ନିଇତି ବାଜି ଲାଗୁଛି ସେମାନଙ୍କ ଜୀବନ। କଥା ଏତିକିରେ ସରିନି, ଟ୍ରାକ୍‌ରେ ଘଣ୍ଟା ଘଣ୍ଟା ଧରି ଅଟକି ରହୁଥିବା ମାଲବାହୀ ଟ୍ରେନ୍‌ ପାଇଁ ସ୍କୁଲ ସମୟ ବିଳମ୍ବ ହୋଇଯିବା ଆଶଙ୍କା କରି ସେମାନେ ରେଳ ତଳେ ଥିବା ଫାଙ୍କ ସ୍ଥାନ ଦେଇ ଏପାଖରୁ ସେପାଖକୁ ଯାଉଛନ୍ତି। ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ତେନ୍ତୁଳିଆପଡ଼ା, ସୁଧାଡିହକାଟେଣୀ ସମେତ ରେଳଧାରଣା ନିକଟବର୍ତ୍ତୀ ଅଧିକାଂଶ ଗ୍ରାମରେ ଏଭଳି ଦୃଶ୍ୟ ସବୁଦିନିଆ। ଭବିଷ୍ୟତ ଗଢ଼ିବାକୁ ଛାତ୍ରୀଛାତ୍ରଙ୍କ ଏଭଳି ବିପଦପୂର୍ଣ୍ଣ ଯାତ୍ରା ବନ୍ଦ କରିବା ଲାଗି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାବେଳେ ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ଅଞ୍ଚଳବାସୀଙ୍କ କହିବା କଥା, ରାଜ୍ୟ ସରକାରଙ୍କ ଉଦ୍ୟମରେ ଶିକ୍ଷା ବ୍ୟବସ୍ଥାର ନବକଳେବର ହୋଇଛି। ବିଭିନ୍ନ ମାଧ୍ୟମରେ ପିଲାଙ୍କୁ ସ୍କୁଲମୁହଁା କରିବାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ଅଣ୍ଡରପାସ କିମ୍ବା ଫୁଟ ଓଭରବ୍ରିଜ୍‌ କରାଯାଉ ନ ଥିବାରୁ ଦୀର୍ଘ ୨୦ ବର୍ଷ ହେଲା ସମ୍ପୃକ୍ତ ଅଞ୍ଚଳର ଛାତ୍ରୀଛାତ୍ରମାନେ ବିପଦପୂର୍ଣ୍ଣ ଭାବେ ରେଳଧାରଣା ପାର ହୋଇ ବିଦ୍ୟାଳୟ ଯିବାକୁ ବାଧ୍ୟ ହେଉଛନ୍ତି। କାରଣ ଉକ୍ତ ବ୍ୟସ୍ତବହୁଳ ଟ୍ରାକ୍‌ରେ ଉଭୟ ଯାତ୍ରୀବାହୀ ଓ ମାଲ୍‌ବାହୀ ଟ୍ରେନ୍‌ ଯାତାୟାତ କରୁଛି। ନିକଟରେ ଥିବା ଲେଭଲ କ୍ରସିଂରେ ସବୁଜ ସଙ୍କେତକୁ ଅପେକ୍ଷା କରୁଥିବା ଅଧିକାଂଶ ମାଲ୍‌ବାହୀ ଟ୍ରେନ୍‌ ଦୀର୍ଘ ସମୟ ଅଟକି ରହୁଛି। ବିକଳ୍ପ ରାସ୍ତା ନ ଥିବାରୁ ପିଲାମାନେ ବାଧ୍ୟ ହୋଇ ରେଳ ତଳେ ପଶି ଯାତାୟାତ କରୁଛନ୍ତି। ତୁରନ୍ତ ଉକ୍ତ ଅଞ୍ଚଳରେ ଏକ ଓଭରପାସ୍‌ କିମ୍ବା ଅଣ୍ଡରପାସ୍‌ ନିର୍ମାଣ କରିବାକୁ ଅଭିଭାବକ ଏବଂ ଅଞ୍ଚଳବାସୀ ଦାବି କରିଛନ୍ତି। ଅନ୍ୟପଟେ ବର୍ଷ ବର୍ଷ ଧରି ପିଲାମାନେ ଜୀବନକୁ ବିପଦରେ ପକାଇ ଏଭଳି ଯାତ୍ରା କରୁଥିବାବେଳେ ଏ ନେଇ ଜିଲା ପ୍ରଶାସନ କିମ୍ବା ଶିକ୍ଷା ବିଭାଗ ନିକଟରେ ସାମାନ୍ୟତମ ସୂଚନା ନ ଥିବା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ସଂକ୍ରାନ୍ତରେ ସଦାଶିବପୁର ସରପଞ୍ଚ ଧରିତ୍ରୀ ମଲ୍ଲିକ କୁହନ୍ତି, ଏହା ଏକ ସମ୍ବେଦନଶୀଳ ଘଟଣା। ଏ ନେଇ ବାରମ୍ବାର ଶିକ୍ଷା ବିଭାଗ, ପ୍ରଶାସନକୁ ଅବଗତ କରାଇବା ସତ୍ତ୍ୱେ ସୁଫଳ ମିଳୁନାହିଁ। ପ୍ରଶାସନ ରେଳ ବିଭାଗ ସହିତ ଆଲୋଚନା କରି ପଦକ୍ଷେପ ନେବା ଜରୁରୀ। ଓଡ଼ାପଡ଼ା ବିଇଓ ପ୍ରଫୁଲ୍ଲ କୁମାର କାର୍ଲୋ କୁହନ୍ତି, ତେନ୍ତୁଳିଆପଡ଼ା ଗ୍ରାମ ଥିବା ସେ ଶୁଣିଛନ୍ତି। ହେଲେ ଉକ୍ତ ଅଞ୍ଚଳରେ ଏଭଳି ସମସ୍ୟା ତାଙ୍କ ଦୃଷ୍ଟିକୁ ଆସିନାହିଁ କିମ୍ବା କେହି ଅଭିଯୋଗ କରିନାହାନ୍ତି। ସୋମବାର ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିବେ। ଜିଲା ଶିକ୍ଷା ଅଧିକାରୀ ନିବେଦିତା ପାଣି କୁହନ୍ତି, ଏହା ଏକ ଗୁରୁତ୍ୱପୂର୍ଣ୍ଣ କଥା। କେହି ଆମକୁ ଜଣାଇନାହାନ୍ତି। ଏ ସମ୍ପର୍କରେ ଜିଲାପାଳଙ୍କୁ ଜଣାଇ ରେଳ ବିଭାଗ ସହିତ ଆଲୋଚନା କରିବା ପାଇଁ ଅନୁରୋଧ କରିବୁ। ଜିଲାପାଳ ସରୋଜ ସେଠୀ କୁହନ୍ତି, ଏଭଳି ସମସ୍ୟା ସମ୍ପର୍କରେ କେହି ଜଣାଇନାହାନ୍ତି। ଖୁବ୍‌ଶୀଘ୍ର ରେଳ ବିଭାଗ ସହ ଆଲୋଚନା କରି ସମାଧାନ ପାଇଁ ଉଦ୍ୟମ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?