ପଲିଥିନ ତଳେ ବିତୁଛି ଜୀବନ

ବାରିପଦା ଅଫିସ,୨୯ା୧୨- ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ସାରସକଣା ପଞ୍ଚାୟତ ଅଧୀନ ନୂଆଗାଁ ଗ୍ରାମର ବୀଣାପାଣି ଦାସ(୭୮) ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ଖରା, ବର୍ଷା ଓ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଭଙ୍ଗା ଟାଇଲଛପର ଘରେ ପଲିଥିନ ଘୋଡ଼ାଇ ଏକାକୀ ରହୁଛନ୍ତି। ଦୀର୍ଘ ବର୍ଷ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟରେ ଜଣାଇଥିଲେ ମଧ୍ୟ ତାଙ୍କ ଗୁହାରି କେହି ଶୁଣୁ ନ ଥିବା ସେ କହିଛନ୍ତି। ଘର ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଗ୍ରାମର କେତେଜଣ ସହୃଦୟ ବ୍ୟକ୍ତି ତାଙ୍କ ଭଙ୍ଗା କଡ଼ିଆରେ ପଲିଥିନ ଖଣ୍ଡେ ପକାଇ ଦେଇଛନ୍ତି। ସେହି ଘର ମଧ୍ୟରେ ବିପଦଜନକ ଅବସ୍ଥାରେ ବୀଣାପାଣି ରହୁଛନ୍ତି। ଭୂମିହୀନଙ୍କୁ ଆବାସ ଯୋଜନାରେ ସାମିଲ କରି ସରକାର ପକ୍କାଘର ଯୋଗାଇ ଦେଉଥିବା ବେଳେ ପରିଣତ ବୟସରେ ବୀଣାପାଣି ଏଥିରୁ ବଞ୍ଚିିତ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ମିଳୁଥିବା ୫ କିଲୋ ଚାଉଳ ଓ ଭତ୍ତା ଟଙ୍କାରେ ସେ ଜୀବନ ଅତିବାହିତ କରୁଛନ୍ତି ା ଅଧିକାଂଶ ଦିନ ଭୋକ ଉପାସରେ ମଧ୍ୟ ଦିନ କାଟୁଛନ୍ତି। ତେବେ ସରକାରଙ୍କ ଯୋଜନା ପ୍ରକୃତ ଗରିବ ହିତାଧିକାରୀମାନଙ୍କ ନିକଟରେ ପହଞ୍ଚି ପାରୁ ନ ଥିବା ଗ୍ରାମର ନରହରି ଦାସ, କାଳିଚରଣ ଦେ, ପ୍ରଭାତ ଦାସ ପ୍ରମୁଖ କହିିଛନ୍ତି। ବୀଣାପାଣିଙ୍କୁ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇ ଦେବାକୁ ଗ୍ରାମର ତପନ କୁମାର ସାହୁ, ବୀରେନ୍ଦ୍ର ସାହୁ ଓ ଯତୀନ୍ଦ୍ର ନାଥ ସାହୁ ପ୍ରମୁଖ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଆଉ ୫ ଜୀବନ ନେଲା କରୋନା: ମୃତ୍ୟୁସଂଖ୍ୟା ୧୫୯କୁ ବୃଦ୍ଧି

ଭୁବନେଶ୍ୱର,୨୯ା୭(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଜନିତ ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ବୁଧବାର ଆଉ ୫ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା...

ବିସ୍ଫୋରଣସ୍ଥଳରୁ ମିଳିଲା ମଣିଷ କଙ୍କାଳ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ରାଜଭବନ ନିକଟ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଘଟିଥିବା ବିସ୍ଫୋରଣର ତୃତୀୟ ଦିନରେ ତଦନ୍ତକୁ ତ୍ୱରାନ୍ବିତ କରାଯାଇଛି। କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ଆଣ୍ଡ୍‌ ଏକ୍ସପ୍ଲୋସିଭ୍‌ ସେଫ୍ଟି...

ସଂଶୋଧନ ହେଲା ବିପିୟୁଟି ଆଇନ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଆଇନ-୨୦୦୨ର ସଂଶୋଧନ ହୋଇଛି। ସୂଚନା ଓ ବୈଷୟିକ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ...

ବିଶ୍ୱ ଦରବାରରେ ଚମକିଲେ ଓଡ଼ିଆ ଝିଅ ବୈଶାଳୀ

ଭୁବନେଶ୍ୱର,୪।୭(ବ୍ୟୁରୋ): ବିଶ୍ୱ ଦରବାରରେ ଚମକିଲେ ଓଡ଼ିଆ ଝିଅ। ପୁରୀରେ ଜନ୍ମିତ ତଥା ଇଂଲଣ୍ଡର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଟପ୍ପର ବୈଶାଳୀ ମହାନ୍ତି ଜାତିସଂଘର ନୀତି ଅଧିକାରୀ ଭାବେ...

ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଭାରତରତ୍ନ ପ୍ରଦାନ ଦାବି

ବାରିପଦା ଅଫିସ, ୭ା୫- ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମାସା ଆର୍ମୀ ପକ୍ଷରୁ ବାରିପଦା ନିକଟସ୍ଥ ସୋଡ଼ଇମଠାରେ ସାନ୍ତାଳୀ ଭାଷା ଅଲ୍‌ଚିକି ଲିପିର ସ୍ରଷ୍ଟା ପଣ୍ଡିତ...

ମନ୍ତ୍ରଣାର କେନ୍ଦ୍ର ଥିଲା ଗଙ୍ଗାମାତା ମଠ ସୁଡ଼ଙ୍ଗ: ଏବେ ଶ୍ରଦ୍ଧାଳୁଙ୍କ ପାଇଁ ପାଲଟିଛି ଦର୍ଶନୀୟ ସ୍ଥାନ

ପୁରୀ ଅଫିସ, ୧୬।୨: ଗଙ୍ଗାମାତା ମଠ ସୁଡ଼ଙ୍ଗ। ଏକଦା ଏହି ସୁଡ଼ଙ୍ଗ ଥିଲା ମନ୍ତ୍ରଣାର କେନ୍ଦ୍ର। ଶ୍ରୀମନ୍ଦିର ଉପରେ ହେଉଥିବା ଆକ୍ରମଣରୁ କିପରି ମହାପ୍ରଭୁଙ୍କୁ ରକ୍ଷା...

ଶ୍ରୀମନ୍ଦିରରେ ରାଖୀ ଲାଗି, ବଳଭଦ୍ର ଜନ୍ମ ନୀତି: ପାଟ ରାଖୀ ପିନ୍ଧିଲେ ମହାପ୍ରଭୁ

ପୁରୀ ଅଫିସ, ୧୬।୮: ପବିତ୍ର ଗହ୍ମାପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମ ନୀତି ଏବଂ ରାଖୀ ଲାଗି ନୀତି ସମ୍ପନ୍ନ ହୋଇଛି। ଦୁଇଭାଇ ମହାପ୍ରଭୁ ଶ୍ରୀଜଗନ୍ନାଥ...

ବଡ଼ ଆଖଡ଼ା ମଠ ଉଚ୍ଛେଦ ଆରମ୍ଭ

ପୁରୀ ଅଫିସ,୮।୯: ଶ୍ରୀମନ୍ଦିରର ସୁରକ୍ଷା ଓ ପୁରୀର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଆମିକସ୍‌ କ୍ୟୁରି ସ୍ବାଗତ କରିବା ପରେ ରବିବାର ବଡ଼ ଆଖଡ଼ା...

Advertisement


Archives

Model This Week

Why Dharitri