ଝାଟିମାଟି କୁଡ଼ିଆରେ ବିତୁଛି ଜୀବନ

ବ୍ରହ୍ମବରଦା,୨୫ା୭(ଡି.ଏନ.ଏ.): ଯାଜପୁର ବ୍ଲକ ଝାଲପଡ଼ା ପଞ୍ଚାୟତ କାକୁଡ଼ିକୁଦ ୨ ନମ୍ବର ୱାର୍ଡ ଦଳିତ ସାହିର ଅଧିକାଂଶ ପରିବାର ବର୍ଗଙ୍କ ପକ୍କାଘର ନାହିଁ। ଫଳରେ ସେମାନେ ବହୁ ଦୟନୀୟ ଅବସ୍ଥାରେ ଝାଟିମାଟି କୁଡ଼ିଆ ଘରେ ଜୀବନ ବିତାଉଛନ୍ତି। ଗତ ପଞ୍ଚାୟତ ନିର୍ବାଚନ ସମୟରେ ବିଭିନ୍ନ ଦଳର ପ୍ରାର୍ଥୀ ଭୋଟ ହାତେଇବା ପାଇଁ ସେମାନଙ୍କୁ ନାନା ଯୋଜନାରେ ଅନ୍ତର୍ଭୁକ୍ତ କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଭୋଟ୍‌ରେ ବିଜୟ ଲାଭ ପରେ ସେମାନେ ଏହି ଅସହାୟ ପରିବାରବର୍ଗଙ୍କୁ ଭୁଲି ଯାଇଛନ୍ତି ବୋଲି ସାହି ଲୋକେ କ୍ଷୋଭର ସହ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ଗାଁକୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ସରକାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏହି ସାହିରେ ପାଇପ ପାଣି ପହଞ୍ଚତ୍ବା ସାତ ସପନ ହୋଇଛି। ସାହିରେ ଯେଉଁ ସରକାରୀ ନଳକୂପ ରହିଛି ତା’ର ପାଣି ପିଇବା ଉପଯୋଗୀ ନୁହେଁ। ଉକ୍ତ ସାହି ନଦୀ କୂଳିଆ ଅଞ୍ଚଳ ହୋଇଥିବା ହେତୁ ପ୍ରତି ବର୍ଷ ବ୍ରହ୍ମଣୀ ନଦୀରେ ବନ୍ୟା ଅସି ବ୍ୟାପକ କ୍ଷତି ଘଟାଉଛି। ବନ୍ୟା ପାଣି ପଶିବା ଦ୍ୱାରା ଝୁମ୍ପୁଡ଼ି ଘରଗୁଡ଼ିକ ନଷ୍ଟ ହୋଇଯାଉଛି। ଫଳରେ ସେମାନେ ବନ୍ୟା ଛାଡ଼ିଯିବା ପରେ ପୁଣି ମୂଲମଜୁରି ଲାଗି ମୁଣ୍ଡ ଗୁଞ୍ଜିବା ପାଇଁ ଝୁମ୍ପୁରୀ ଘର ତିଆରି କରୁଛନ୍ତି।
ବିଶେଷକରି ଉକ୍ତ ୱାର୍ଡରେ ବସବାସ କରୁଥିବା ୧୦ଟି ପରିବାରଙ୍କ ଦୁର୍ଦ୍ଦଶାର କାହାଣୀ କହିଲେ ନସରେ। ସାହିର ପଞ୍ଚାନନ ନାଏକ(୬୫) ଦୀର୍ଘ ଦିନ ହେବ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇଛନ୍ତି। ହେଲେ ଏଯାଏ ତାଙ୍କୁ ଭତ୍ତା ମିଳି ପାରିନାହିଁ। ଫଳରେ ଔଷଧ କିଣିବା ପାଇଁ ସେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ପଞ୍ଚାନନ ଘର ମରାମତି କରିପାରୁ ନ ଥିବାରୁ ଜରିପାଲ ପକାଇ ରହିଛନ୍ତି। ସରକାରୀ ସହାୟତା ହିସାବରେ କେବଳ ରାଶନ୍‌ କାର୍ଡ ଖଣ୍ଡେ ଅଛି। ସେହି କାର୍ଡରେ ଯେଉଁ ଚାଉଳ ମୁଠାଏ ପାଉଛନ୍ତି ସେଥିରେ ପରିବାର ଚଳେ। ତାଙ୍କ ପରିବାର କହିଲେ ସ୍ତ୍ରୀ ତୁଳସୀ ନାଏକ ଓ ୨ ପୁଅ ଏବଂ ଗୋଟିଏ ଝିଅ। ସେହିପରି ସାହିର କାଳନ୍ଦୀ ନାଏକଙ୍କ ଅବସ୍ଥା ମଧ୍ୟ ସମାନ। ତାଙ୍କର ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ନାହିଁ। ଝୁମ୍ପୁଡ଼ି ଘରେ ଜରିପାଲ ପକାଇ ସପରିବାରେ ଜୀବନ ବିତାଉଛନ୍ତି। କାଳନ୍ଦୀଙ୍କ ପରିବାର କହିଲେ ସ୍ତ୍ରୀଙ୍କ ସହ ୧୦ବର୍ଷର ଏକ ପୁଅ ଓ ୧୨ବର୍ଷର ଝିଅ ରହିଛି। କାଳନ୍ଦୀ ଜଣେ ଦିନମଜୁରିଆ। ପରିବାର ଭରଣ ପୋଷଣ ତାଙ୍କ ପକ୍ଷେ କଷ୍ଟ ସାଧ୍ୟ ହୋଇପଡ଼ୁଛି। ଇନ୍ଦିରା ଆବାସ କିମ୍ବା ମୋ କୁଡ଼ିଆ ଖଣ୍ଡେ ପାଇବା ପାଇଁ ଗାଁ ୱାର୍ଡ ମେମ୍ବରଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ବହୁ ବାର ଗୁହାରି କରିଲେ ସୁଦ୍ଧା କେହି ତାଙ୍କ କଥା କର୍ଣ୍ଣପାତ କରୁନାହାନ୍ତି ବୋଲି ସେ କହିଛନ୍ତି। ସେହିପରି ସାହିର ଅନେକ ପରିବାର ଏଭଳି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ତେଣୁ ଏସବୁ ଅସହାୟ ଗରିବ ପରିବାର ବର୍ଗଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ପ୍ରଶାସନର ପ୍ରତିକ୍ରିୟା ମିଳି ପାରିନାହଁି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?