ବେକାର ଯାଇନି ଜୀବନ

ଓ୍ବାଶିଂଟନ,୧୫ା୪: ୧୯୭୭ ଫେବୃୟାରୀ ୨୦ରେ ଜର୍ମାନୀର ଅଗ୍ସବର୍ଗରେ କ୍ରିଷ୍ଟିନ୍‌ ଡେନାଇସ୍‌ ସ୍ମାର୍ଟଙ୍କ ଜନ୍ମ। ବଞ୍ଚତ୍ଥିଲେ ଏବେ ତାଙ୍କୁ ୪୪ ବର୍ଷ ହୋଇଥାଆନ୍ତା। ହେଲେ ୨୫ ବର୍ଷ ତଳେ ଆମେରିକାର କାଲିଫର୍ନିଆରେ ରହସ୍ୟମୟ ଭାବେ ହଠାତ୍‌ ନିଖୋଜ ହୋଇଯାଇଥିଲେ ଷ୍ଟକ୍‌ଟନର ଏଇ ୧୯ ବର୍ଷୀୟା ଛାତ୍ରୀ। ସ୍ମାର୍ଟଙ୍କୁ ଉଦ୍ଧାର କିମ୍ବା ତାଙ୍କ ମୃତଦେହ ଠାବ କରାଯାଇପାରି ନାହିଁ। ହତ୍ୟା ଅଭିଯୋଗରେ ଏତେ ବର୍ଷ ପରେ ଦୁଇ ବାପପୁଅଙ୍କୁ ଗିରଫ କରିଛି କାଲିଫର୍ନିଆ ପୋଲିସ। ପାଉଲ୍‌ ଫ୍ଲୋରେସ୍‌(୪୪)ଙ୍କୁ ହତ୍ୟା ଓ ତାଙ୍କ ବାପା ରୁବେନ୍‌ ଫ୍ଲୋରେସ୍‌(୮୦)ଙ୍କୁ ଏହି ଅପରାଧରେ ସହଯୋଗ କରିବା ଅଭିଯୋଗରେ ଗିରଫ କରାଯାଇଥିବା ମଙ୍ଗଳବାର ତଦନ୍ତକାରୀ ଅଧିକାରୀମାନେ ସୂଚନା ଦେଇଛନ୍ତି।
୨୦୦୨ ମେ ୨୫ରେ ସ୍ମାର୍ଟଙ୍କ ନିଖୋଜ ଘଟଣାକୁ ୬ ବର୍ଷ ପୂରିଥିବାବେଳେ ପୋଲିସ ତାଙ୍କୁ ଆଇନତଃ ମୃତ ଘୋଷଣା କରିଥିଲା। ସାନ୍‌ ଲୁଇସ୍‌ ଓବିସ୍ପୋ କାଉଣ୍ଟି କର୍ତ୍ତପକ୍ଷ (ଶେରିଫ୍‌) ଇଆନ୍‌ ପାର୍କିନ୍‌ସନ୍‌ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ୧୯୯୬ ମେ’ ୨୫ ରାତି ୨ଟାରେ ଆମେରିକୀୟ ଲାଇଫ୍‌ ଗାର୍ଡ କ୍ରିଷ୍ଟିନ୍‌ ସ୍ମାର୍ଟଙ୍କୁ ଶେଷ ଥର ପାଇଁ ଦେଖାଯାଇଥିଲା ଯେତେବେଳେ ସେ ଏକ ଅଫ୍‌-କ୍ୟାମ୍ପସ୍‌ ବାର୍ଥଡେ ପାର୍ଟରୁ ନିଜ ଡୋର୍ମିଟୋରିକୁ ଫେରୁଥିଲେ। ସାଙ୍ଗରେ ଥିଲେ ପାଉଲ୍‌ ଫ୍ଲୋରେସ୍‌ ଓ ତାଙ୍କ ଅନ୍ୟ ୨ ସହପାଠୀ। ସ୍ମାର୍ଟ କାଲିଫର୍ନିଆ ପଲିଟେକ୍ନିକ୍‌ ଷ୍ଟେଟ୍‌ ୟୁନିଭିର୍ସଟି ଛାତ୍ରାବାସରେ ରହିବାକୁ ପସନ୍ଦ କରୁ ନ ଥିଲେ। ଫଳରେ ଫ୍ଲୋରେସ୍‌ ଏଥିରୁ ଫାଇଦା ନେବାକୁ ଉଦ୍ୟମ କରିଥିଲେ। ସ୍ମାର୍ଟ ଏକ ଅଘୋଷିତ ଛୁଟିରେ ଥିବାବେଳେ ତାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା। ଫୋରେସ୍‌ ପରିବାରର ଦୁଇଟି ସ୍ଥାନରେ ପୋଲିସ ଛାନ୍‌ଭିନ୍‌ କରିବାରୁ ହତ୍ୟାର ପ୍ରମାଣ ମିଳିଛି ବୋଲି ଏହି ବହୁଚର୍ଚ୍ଚିତ ନିଖୋଜ ହେବା ମାମଲାର ତଦନ୍ତ କରୁଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ଫ୍ଳୋରେସ୍‌ ଓ ତାଙ୍କ ପରିବାର ସଦସ୍ୟଙ୍କ ଫୋନ୍‌କୁ ଟ୍ରାକ୍‌ କରିବା ପରେ ପ୍ରମାଣ ମିଳିଥିବା ସେମାନେ କହିଛନ୍ତି। ନିର୍ଦ୍ଦିଷ୍ଟ ଭାବେ କି ପ୍ରମାଣ ହାତରେ ଲାଗିଛି ସେନେଇ ମୁହଁ ଖୋଲି ନାହାନ୍ତି। କିନ୍ତୁ ଦଶନ୍ଧି ଧରି ତାଙ୍କୁ ଉଦ୍ଧାର କରିବା ପାଇଁ ୧୯୯୬ରୁ ୨୦୦୭ ପର୍ଯ୍ୟନ୍ତ ଚାଲିଥିବା ଉଦ୍ୟମ ସଫଳ ହୋଇ ନ ଥିବାରୁ ସେ କେମିତି ହଠାତ୍‌ ଉଭାନ ହୋଇଗଲେ ସେନେଇ ତଦନ୍ତକାରୀମାନେ କେବଳ କଳ୍ପନାଜଳ୍ପନା ପ୍ରକାଶ କରୁଛନ୍ତି। ପୋଲିସ ଏବେ ତାଙ୍କ ମୃତଦେହ ଖୋଜିବା ପାଇଁ ତନାଘନା ଚଳାଇବ ବୋଲି ଜୋର୍‌ ଦେଇ କହିଛି। ସ୍ମାର୍ଟଙ୍କ ପରିବାର ପକ୍ଷରୁ ଏକ ବିବୃତିରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ‘ତିକ୍ତମଧୁର’ ଅଭିହିତ କରାଯାଇଛି। ସ୍ମାର୍ଟଙ୍କ ପ୍ରିୟ ଆମତ୍ା ଆମ ହୃଦୟରେ ସବୁବେଳେ ରହିଛି। ତାଙ୍କ ବିନା ଆମର ଆଲିଙ୍ଗନ, ହସଖୁସି ସବୁକିଛି ଉଭେଇଯାଇଛି ବୋଲି ପରିବାର ପକ୍ଷରୁ କୁହାଯାଇଛି। ଝିଅ ନିଖୋଜ ହେବା ପରେ ପରିବାର ଲୋକେ ପାଉଲ ଫ୍ଲୋରେସ୍‌ଙ୍କ ବିରୋଧରେ ୪୦ ନିୟୁତ ଡଲାରର ଏକ ମାମଲା ଦାଏର କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri