ବର୍ଷକୁ କୋଟିଏ ବଞ୍ଚାନ୍ତା ଗୋଟିଏ କେନ୍ଦ୍ର

ବଇଣ୍ଡା,୧୫ା୪: ଗାଁ ଗିଳିଦେଉଛି ନିଆଁ। ପ୍ରତିବର୍ଷ ପୋଡ଼ି ଛାରଖାର କରିଦେଉଛି କୋଟି କୋଟି ଟଙ୍କାର ସମ୍ପତ୍ତି। ଏହି ବଡ଼ ବିପତ୍ତିରୁ ୨୦ ପଞ୍ଚାୟତବାସୀଙ୍କୁ ବଞ୍ଚାଇବା ପାଇଁ ଦମକଳ କେନ୍ଦ୍ରଟିଏ ଲୋଡ଼ୁଛନ୍ତି ଲୋକେ। ଦୀର୍ଘ ୨୩ ବର୍ଷ ହେଲା ଏଥିପାଇଁ କରୁଛନ୍ତି ଦାବି। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉ ନ ଥିବାରୁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଠାରେ ଅଗ୍ନିଶମ କେନ୍ଦ୍ରଟିଏ ହୋଇପାରିଲେ ବର୍ଷକୁ ଲୋକଙ୍କ କୋଟିଏ ଟଙ୍କାର ସମ୍ପତ୍ତି ନିଆଁ ଦାଉରୁ ରକ୍ଷା ହୋଇପାରନ୍ତା ବୋଲି ବଇଣ୍ଡାବାସୀ କହିଛନ୍ତି।
ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ବ୍ଲକର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ ହେଉଛି ବଇଣ୍ଡା। ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏହି ବଜାରରେ ପ୍ରାୟ ୫ଶହ ବ୍ୟବସାୟ ପ୍ରତିଷ୍ଠାନ ରହିଛି। ଏହା ଉପରେ କିଶୋରନଗର ବ୍ଲକର ନୁନୁକାପଶି, ହଣ୍ଡପା, ଲୁହାମୁଣ୍ଡା, କଣ୍ଟେଇକୁଳିଆ, ନାକିଚି, ଉରୁକୁଳା, ଠେଲକନାଳୀ, ଗାଁ ବଇଣ୍ଡା, ଜାମୁନାଳୀ, ଆଠମଲିକ ବ୍ଲକର ପେଡିପଥର, ସାପଘରା, କୁରମଟାପ, ସାନହୁଲା, ପାଇକସାହି, କୃତିବାସପୁର, ଠାକୁରଗଡ, ଆମ୍ବସରମୁଣ୍ଡା, ଟାପଢୋଲ, ମଇମୁରା, ଛେଣ୍ଡିପଦା ବ୍ଲକର କତଡା ପଞ୍ଚାୟତବାସୀ ନିର୍ଭର କରନ୍ତି। ହେଲେ ଏଠାକାର ଦୋକାନ କିମ୍ବା ଗ୍ରାମାଞ୍ଚଳରେ ଅଗ୍ନିକାଣ୍ଡ ଘଟିଲେ ସବୁକିଛି ପୋଡ଼ି ପାଉଁଶ ହୋଇଯାଉଛି। କାରଣ ଏଠାରେ ଦମକଳ କେନ୍ଦ୍ରଟିଏ ନ ଥିବାରୁ ୩୦ କିଲୋମିଟର ଦୂର ବାମୁର ନଚେତ ୩୬ କିଲୋମିଟର ଦୂର ଆଠମଲିକରୁ ଅଗ୍ନିଶମ କର୍ମଚାରୀଙ୍କୁ ଆସିବାକୁ ପଡ଼ିଥାଏ। ଏତେ ଦୂରରୁ ଦମକଳ ଆସିବା ବେଳକୁ ଲୋକଙ୍କ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ସ୍ବାହା ହୋଇସାରିଥାଏ। ହଣ୍ଡପା ଥାନା ଅଧୀନ ଏହି ଅଞ୍ଚଳରେ କେବଳ ୨୦୨୦ ବର୍ଷରେ ଅଗ୍ନିକାଣ୍ଡରେ ୭୯ଟି ଘର ଓ ୪୦ଟି ପାଳ ଭାଡି ଜଳିଯାଇଛି। ଏଥିରେ ପାଖାପାଖି କୋଟିଏ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ସେହିପରି ୨୦୨୧ ମାର୍ଚ୍ଚ ମାସ ମଧ୍ୟରେ ୬୦ଟି ଘର ପୋଡ଼ିଯାଇଥିବା ବେଳେ ୨୦ଟି ପାଳ ଭାଡି ପାଉଁଶ ହୋଇଯାଇଛି। ତେଣୁ ବଇଣ୍ଡାଠାରେ ଅଗ୍ନିଶମ କେନ୍ଦ୍ର ନିର୍ମାଣ କେତେ ଜରୁରୀ, ତାହା ଏହି କ୍ଷୟକ୍ଷତିରୁ ସ୍ପଷ୍ଟ ହେଉଛି। ୧୯୯୮ ମସିହାରୁ ବଇଣ୍ଡାଠାରେ ଦମକଳ କେନ୍ଦ୍ର ସ୍ଥାପନ ପାଇଁ ଦାବି କରାଯାଇ ଆସୁଛି। ୨୦୦୯ ଫେବୃୟାୟୀ ୧୫ରେ, ୨୦୧୭ ଜୁନ ୧୨ ଓ ୨୦୧୯ ଅଗଷ୍ଟ ୨୦ରେ ସ୍ଥାନୀୟ ବିଧାୟକ, ଅନୁଗୋଳ ଜିଲାପାଳ, ଅଗ୍ନିଶମ ଡିଜି, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କିନ୍ତୁ ଏଯାଏ କୌଣସି ପଦକ୍ଷେପ ନିଆଯାଇ ନାହିଁ।

ଉପକୃତ ହୁଅନ୍ତେ ୨୦ ପଞ୍ଚାୟତବାସୀ
୩ଟି ବ୍ଲକର ୨୦ରୁ ଅଧିକ ପଞ୍ଚାୟତ ବାସୀଙ୍କୁ ନିଆଁ ଦାଉରୁ ସୁରକ୍ଷିତ କରିବାକୁ ବଇଣ୍ଡାଠାରେ ଏକ ଅଗ୍ନିଶମ କେନ୍ଦ୍ର ସ୍ଥାପନ ଜରୁରୀ ହୋଇପଡ଼ିଛି। କିନ୍ତୁ ଏ ନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉ ନ ଥିବାରୁ ବହୁ ଧନସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଉଛି।
-ସ୍ମିତାଞ୍ଜଳି ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷା, ଆଠମଲିକ

ବଇଣ୍ଡାରେ ଅଗ୍ନିଶମ କେନ୍ଦ୍ର ଜରୁରୀ
ହଣ୍ଡପା ଥାନା ଅଞ୍ଚଳରେ ନିଆଁ ଲାଗିଲେ ବାମୁର ନଚେତ ଆଠମଲ୍ଲିକରୁ ଅଗ୍ନିଶମ କର୍ମଚାରୀ ଆସୁଛନ୍ତି। ସେତେବେଳକୁ ସବୁକିଛି ପୋଡ଼ି ଛାରଖାର ହୋଇଯାଉଛି। ବଇଣ୍ଡା ଏକ ବ୍ୟବସାୟିକ କେନ୍ଦ୍ର ହୋଇଥିବାରୁ ଏଠାରେ ଅଗ୍ନିଶମ କେନ୍ଦ୍ର ସ୍ଥାପନ ଜରୁରୀ ହୋଇପଡ଼ିଛି।
-ସନ୍ତୋଷ କୁମାର ପ୍ରଧାନ, ବିଡିଶିଙ୍ଗ

ଶୀଘ୍ର ଉଦ୍ଧାର କାର୍ଯ୍ୟ ହୁଅନ୍ତା
ଆଠମଲ୍ଲିକ ଉପଖଣ୍ଡର ମଝିସ୍ଥଳ ବଇଣ୍ଡାରେ ଦମକଳ କେନ୍ଦ୍ରଟିଏ ସ୍ଥାପନ କରାଗଲେ ଏଠାକାର ଜଙ୍ଗଲରେ ଲାଗୁଥିବା ନିଆଁକୁ ତୁରନ୍ତ ଲିଭାଯାଇପାରନ୍ତା। ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ଅଞ୍ଚଳରେ ବହୁ ଦୁର୍ଘଟଣା ଘଟୁଥିବାରୁ ଶୀଘ୍ର ଉଦ୍ଧାର କାର୍ଯ୍ୟ ହୋଇପାରନ୍ତା।
-ରମାକାନ୍ତ ବେହେରା, ବଇଣ୍ଡା

ବିଭାଗକୁ ପ୍ରସ୍ତାବ ଦିଆଯାଇଛି
ହଣ୍ଡପା ଥାନା ଅଞ୍ଚଳରୁ ଅଗ୍ନିକାଣ୍ଡ ଖବର ଆସିବା ମାତ୍ରେ ତୁରନ୍ତ ଯାଇ ସେବା ଯୋଗାଉଛୁ। ହେଲେ ଏକସଙ୍ଗେ କିଶୋରନଗର ଓ ହଣ୍ଡପା ଥାନା ଅଞ୍ଚଳରେ ନିଆଁ ଲାଗିଲେ ଅସୁବିଧା ହେଉଛି। ବଇଣ୍ଡାଠାରେ ଏକ ଅଗ୍ନିଶମ କେନ୍ଦ୍ର ନିର୍ମାଣ ପାଇଁ ବିଭାଗକୁ ପ୍ରସ୍ତାବ ଦିଆଯାଇଛି।
– ପ୍ରକାଶ କୁମାର ବେହେରା, ବାମୁର ଅଗ୍ନିଶମ ବିଭାଗ ଇନ୍‌ଚାର୍ଜ

ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ
ବଇଣ୍ଡା ଅଞ୍ଚଳ ବାସୀଙ୍କ ଦାବି ସମ୍ପର୍କରେ ପ୍ରଶାସନ ପକ୍ଷରୁ ତର୍ଜମା କରାଯାଉଛି। ଏ ନେଇ ଉପଖଣ୍ଡ ପ୍ରଶାସନ ପକ୍ଷରୁ ବଇଣ୍ଡାଠାରେ ଏକ ଦମକଳ କେନ୍ଦ୍ର ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କୁ ଯଥାଶୀଘ୍ର ପ୍ରସ୍ତାବ ଦିଆଯିବା ସହ ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରାଯିବ।
-ଲଳିତ ମୋହନ ବେହେରା, ଉପଜିଲାପାଳ, ଆଠମଲ୍ଲିକ

ବିଧାନସଭାରେ ଦାବି ଉଠାଇଛି
ବଇଣ୍ଡା ଠାରେ ଏକ ଅଗ୍ନିଶମ କେନ୍ଦ୍ର ସ୍ଥାପନ ପାଇଁ ବିଧାନସଭାରେ ଦାବି ଉପସ୍ଥାପନ କରିଛି। ବିଭାଗୀୟ ମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଇଛି। ୨୦୧୧ ଜନଗଣନା ବେଳେ ବଇଣ୍ଡା ଅଞ୍ଚଳରେ ୮୦ ପ୍ରତିଶତ ଚାଳଘର ଥିବା ତଥ୍ୟ ରହିଛି। ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇବି।
-ରମେଶ ଚନ୍ଦ୍ର ସାଏ, ବିଧାୟକ ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri