ପେଟ ପାଇଁ ଜୀବନ ବିପଦମୁହାଁ

ମହାକାଳପଡ଼ା, ୧୮ା୧୦ (ଡି.ଏନ୍‌.ଏ.): ପାରାଦୀପ ବନ୍ଦରକୁ ଟ୍ରେନ୍‌ ଯୋଗେ କୋଇଲା ଆସିଥାଏ। ପରେ ଏହି କୋଇଲାକୁ ବିଦେଶକୁ ରପ୍ତାନି ହେଉଥିବା ଜାହାଜରେ ଭର୍ତ୍ତି ସମୟରେ ଗୁଣ୍ଡସବୁ ବର୍ଷା ପାଣିରେ ଗଡି ଗଡି ନିକଟ ନଦୀଜଳରେ ମିଶି ସମୁଦ୍ରକୁ ବୋହି ଯାଇଥାଏ। ପେଟ ପୋଷିବା ପାଇଁ ଜୀବନକୁ ବିପଦମୁହଁକୁ ଠେଲି ଦେଇ ଘନଗଳିଆ ନଦୀକୁ ଆସିଥିବା ଗୁଣ୍ଡ କୋଇଲାକୁ ୫ରୁ ୧୦ ଫୁଟ ଗଭୀର ପାଣିରେ ବୁଡ଼ି ଛାଣିଥାଉ। ଏଭଳି କହିଛନ୍ତି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ଅଧୀନ ପିତାପାଟ ଗାଁର ଗରିବ ବଙ୍ଗୀୟ ସମ୍ପ୍ରଦାୟର ଲୋକେ। ସେମାନଙ୍କ ମଧ୍ୟରେ ଠାକୁର ସର୍ଦ୍ଦାର, ପୁଷ୍ପ ସର୍ଦ୍ଦାର, ପବିତ୍ର ସର୍ଦ୍ଦାର ପ୍ରମୁଖଙ୍କ କହିବା କଥା ବର୍ଷା ପାଣି ଅଧିକ ହେଲେ ଗୁଣ୍ଡ କୋଇଲାଗୁଡ଼ିକ ପାରାଦୀପରୁ ବୋହି ଘନଗଳିଆ ନଦୀକୁ ଆସିଥାଏ। ଏହି ଗୁଣ୍ଡ ପାଣିରେ ବୁଡ଼ି ରହିଥାଏ। ଜୁଆର ସମୟରେ କୋଇଲା ଗୁଣ୍ଡ ସମୁଦ୍ରକୁ ଭାସିଯାଏ। ଆମେମାନେ ଡଙ୍ଗା ନେଇ ନଦୀରୁ କୋଇଲାକୁ ସଂଗ୍ରହ କରିଥାଉ। କୋଇଲା ଗୁଣ୍ଡକୁ ପାଣିରେ ବୁଡ଼ି ଆଣିବା ସମୟରେ ପାଟି ଓ ନାକରେ ପଶିଯାଏ। ଏହି କାମ ବିପଦ ସତ୍ତ୍ୱେ ପରିବାର ପ୍ରତିପୋଷଣ ପାଇଁ କରିବାକୁ ପଡିଥାଏ। ଏହି ଅଞ୍ଚଳର ଖରିନାସୀ, ବତିଘର, ଜମ୍ବୁ ଓ ରମନଗର ପଞ୍ଚାୟତର ବହୁ ଗରିବ ପରିବାର ଲୋକଙ୍କ ମଧ୍ୟରେ ନମିତା ମଣ୍ଡଳ, ସରସ୍ବତୀ ମଣ୍ଡଳ, କବିତା ମଣ୍ଡଳ, ବିଶ୍ୱନାଥ ମଣ୍ଡଳ ପ୍ରମୁଖ କୁହନ୍ତି, ଘନଗଳିଆ ନଦୀକୁ ଡଙ୍ଗା ସାହାଯ୍ୟରେ ଯାଉ। ପାଣିରେ ବୁଡି କୋଇଲା ଗୁଣ୍ଡକୁ ଜାଲି ରସ ପାତ୍ରରେ ଛାଣି ଆଣି ଡଙ୍ଗାରେ ଥିବା ଜରି ବସ୍ତାରେ ରଖୁ। ପରେ ପାରାଦୀପରୁ ମହାନଦୀରେ ଡଙ୍ଗାରେ ସଂଗ୍ରହ ହୋଇଥିବା କୋଇଲା ଗୁଣ୍ଡକୁ ମା’ ମନସା ଦେବୀ ଘାଟ ଯାଏ ଆଣିଥାଉ। ସେଠାରୁ ଗୁଣ୍ଡ କୋଇଲାକୁ ଆଣି ଘରେ ରଖି ଗୁଳା ଗୁଳା କରି ଜାଳେଣି ଭାବେ ବ୍ୟବହାର କରୁ। ବଳକା କୋଇଲା ଗୁଳାକୁ ଜଳଖିଆ ଓ ହୋଟେଲରେ ବିକ୍ରି କରି ଯାହା ଟଙ୍କା ମିଳେ ସେଥିରେ ପରିବାର ପ୍ରତିପୋଷଣ କରିଥାଉ।


Enter your email to get our daily news in your inbox.

All Right Reserved By Dharitri.Com

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

ଜାଣନ୍ତୁ କାହା ଅଭାବରୁ ବଢ଼ିଥାଏ ‘ଫ୍ୟାଟି ଫୁଡ୍‌’ ଲୋଭ

ଟୋକିଓ/ଲଣ୍ଡନ, ୩୦।୮: ସୁସ୍ବାଦୁ ତଥା ଅଧିକ ଚର୍ବିଯୁକ୍ତ ଖାଦ୍ୟ (ଫ୍ୟାଟି ଫୁଡ୍‌) ଦେଖିଲେ କେତେଜଣ ଲୋକ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ କାହିଁକି? ଏହାର ଉତ୍ତର ଖୋଜିବାକୁ…

ଭାରତରେ ମୁସଲମାନଙ୍କୁ ଚାହୁଁ ନ ଥିବା ଲୋକେ ହିନ୍ଦୁତ୍ୱ ବୁଝନ୍ତିନି, ଭାଗବତଙ୍କ ବଡ଼ ବୟାନ

ନ୍ୟୁୟର୍କ,୩୦ା୮: ହିନ୍ଦୁ ରାଷ୍ଟ୍ର ବିଚାରଧାରାରେ ମୁସଲମାନଙ୍କୁ ବାଦ୍‌ ଦିଆଯାଇ ନାହିଁ। ଭାରତରେ ମୁସଲମାନଙ୍କର ସ୍ଥାନ ନାହିଁ ବୋଲି ଯଦି କେହି ବିଶ୍ୱାସ କରୁଥାନ୍ତି, ତେବେ ସେ ହିନ୍ଦୁତ୍ୱକୁ…

ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା

ଭୁବନେଶ୍ୱର,୩୦ା୮(ବନ୍ଦନା ସେଠୀ): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ମେଡିକାଲ ସର୍ଭିସେସ୍‌ (ଡେଣ୍ଟାଲ) କ୍ୟାଡରରେ କାର୍ଯ୍ୟରତ ଦନ୍ତ ଚିକିତ୍ସକଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା…

ସ୍ମାର୍ଟ ପୋଲିସିଂ’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୦ସୂତ୍ରୀ ବ୍ଲୁ-ପ୍ରିଣ୍ଟ: ଜାଣନ୍ତୁ କ’ଣ…

ଭୁବନେଶ୍ୱର, ୩୦।୮ (ସୁନିତ୍‌ ମିଶ୍ର): ଭୁବନେଶ୍ୱରସ୍ଥିତ ରାଜ୍ୟ ପୋଲିସ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଡିଜିପି ଏବଂ ଆଇଜିପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri